ଡାସିଗ୍ଲୁକାଗନ
Clinical data | |
---|---|
Trade names | Zegalogue |
AHFS/Drugs.com | monograph |
data |
|
Routes of administration | Subcutaneous |
Legal status | |
Legal status | |
Identifiers | |
| |
Chemical and physical data | |
Formula | C152H222N38O50 |
Molar mass | ୩,୩୮୧.୬୬ g·mol−1 |
3D model (JSmol) | |
| |
|
ଡାସିଗ୍ଲୁକାଗନ (ଇଂରାଜୀ ଭାଷାରେ Dasiglucagon), ଜେଗାଲୋଗ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ମଧୁମେହ ରୋଗୀଙ୍କର ଦେହରେ କମ୍ ରକ୍ତ ଶର୍କରା ଥିଲେ ତାହାର ଚିକିତ୍ସା ପାଇଁ ଏହା ବ୍ୟବହୃତ ହୁଏ ।[୧] [୨] ଅତିକମରେ ଛଅ ବର୍ଷ ବୟସରେ ଏହା ବ୍ୟବହାର କରାଯାଇପାରେ ।[୧] ଚର୍ମ ତଳେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ବାନ୍ତି, ମୁଣ୍ଡବିନ୍ଧା, ତରଳ ଝାଡ଼ା, ଏବଂ ଇଞ୍ଜେକସନ ଦିଆଯାଇଥିବା ସ୍ଥାନରେ ଯନ୍ତ୍ରଣା ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[୧] ଫିଓକ୍ରୋମୋସାଇଟୋମା ଥିବା ଲୋକଙ୍କଠାରେ ଏହାଦ୍ୱାରା ରକ୍ତଚାପ ବୃଦ୍ଧି ହୋଇପାରେ ଏବଂ ଇନସୁଲିନୋମା ଥିବା ଲୋକଙ୍କଠାରେ କମ୍ ରକ୍ତ ଶର୍କରାର ଅବସ୍ଥା ଆହୁରି ଖରାପ ହୋଇପାରେ ।[୧] ଗର୍ଭାବସ୍ଥାରେ କ୍ଷତିର କୌଣସି ପ୍ରମାଣ ନଥିବାବେଳେ, ଏପରି ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ ।[୧] ଏହା ଏକ ଗ୍ଲୁକାଗନ ଅଭିଗ୍ରାହକର ପ୍ରତିରୋଧକ ।[୧]
୨୦୨୧ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଡସିଗ୍ଲୁକାଗନ୍ ଅନୁମୋଦିତ ହୋଇଥିଲା ।[୧] ୨୦୨୨ ସୁଦ୍ଧା ୟୁରୋପ କିମ୍ବା ବ୍ରିଟେନରେ ଏହା ଅନୁମୋଦିତ ହୋଇନଥିଲା ।[୩] ଯୁକ୍ତରାଷ୍ଟ୍ରରେ ୨୦୨୨ ସୁଦ୍ଧା ଏହାର ଏକ ମାତ୍ରା ପିଛା ମୂଲ୍ୟ ପ୍ରାୟ ୩୨୦ ଡଲାର ଥିଲା ।[୪] ଏହା ତୁଳନାରେ ଗ୍ଲୁକାଗନ ମୂଲ୍ୟ ପ୍ରାୟ ୯୦ ଡଲାର ଥିଲା ।[୫]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ "Zegalogue- dasiglucagon injection, solution". DailyMed. Archived from the original on 23 May 2021. Retrieved 22 May 2021.
- ↑ Li S, Hu Y, Tan X, Wang D, Hu J, Zou P, Wang L (August 2020). "Evaluating dasiglucagon as a treatment option for hypoglycemia in diabetes". Expert Opinion on Pharmacotherapy. 21 (11): 1311–1318. doi:10.1080/14656566.2020.1747432. PMID 32267182.
- ↑ "Dasiglucagon". SPS - Specialist Pharmacy Service. 27 March 2018. Archived from the original on 28 January 2022. Retrieved 30 October 2022.
- ↑ "Zegalogue". Archived from the original on 30 October 2022. Retrieved 30 October 2022.
- ↑ "Glucagon". Archived from the original on 30 October 2022. Retrieved 30 October 2022.