ଡାଇମଣ୍ଡ ହାର୍ବର

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଡାୟମଣ୍ଡ ହାର୍ବର
City
Diamond Harbour
Diamond Harbour
Country India
StateWest Bengal
DistrictSouth 24 Parganas
Population
 (2011)
 • Total୪୧,୮୦୨
Languages
 • OfficialBengali, English
Time zoneUTC+5:30 (IST)
Lok Sabha constituencyDiamond Harbour
Vidhan Sabha constituencyDiamond Harbour
Websites24pgs.gov.in

ଡାଇମଣ୍ଡ ହାର୍ବର (ବଙ୍ଗଳା: ডায়মন্ড হারবার) ଭାରତୀୟ ରାଜ୍ୟ ପଶ୍ଚିମବଙ୍ଗର ଚବିଶ ପ୍ରଗଣା ଜିଲ୍ଲାରେ ହୁଗୁଳୀ ନଦୀର ପୂର୍ବତଟରେ ଏକ ବନ୍ଦର ସହର ।

ଇତିହାସ [ସମ୍ପାଦନା]

ପୂର୍ବରୁ ହାଜିପୁର ନାମରେ ପରିଚିତ ଥିବା ଏହି ସ୍ଥାନକୁ ବ୍ରିଟିଶ ଶାସନ ସମୟରେ ଡାଇମଣ୍ଡ ହାର୍ବର କୁହାଗଲା । ଏକଦା ବନ୍ଦର ଥିବା ଏହି ସହରରେ ଆଉ ବନ୍ଦର ନାହିଁ । ପୂର୍ବରୁ ଜାହାଜମାନଙ୍କ ପାଇଁ ଏହା ଏକ ନିରାପଦ ରହଣି ଜାଗା ଥିଲା । ପରେ ରୂପନାରାୟଣ ନଦୀର ଗତିପଥ ବଦଳି ହୁଗୁଳି ନଦୀ ସହ ମିଶି ଦିଗ ପରିବର୍ତ୍ତନ କଲା । 

ବିଗତ ଦିନରେ ଡାଇମଣ୍ଡ ହାର୍ବର ପର୍ତୁଗୀଜ ଜଳଦସ୍ୟୁମାନଙ୍କ ଆଡ୍ଡା ଭାବରେ ଜଣାଥିଲା । ଏହାର ତଟରେ ଚିଙ୍ଗୃଖାଳି ନାମକ ଏକ ଦୁର୍ଗର ଭଗ୍ନାବଶେଷ ରହିଛି । କେତେକଙ୍କ ମତରେ ଏହା ପର୍ତୁଗୀଜମାନେ ନିର୍ମାଣ କରିଥିଲେ । ତେବେ ତାହାର ସଠିକ ତଥ୍ୟ ମିଳିନାହିଁ । ନଦୀ ତଟରେ ଏକ ପ୍ରାଚୀନ ବତୀଘର ରହିଛି । ଡାଇମଣ୍ଡ ହାର୍ବରକୁ ୧୯୮୨ରେ ଏକ ମୁନିସିପାଲିଟି କରାଗଲା । 

ଜନସଂଖ୍ୟା[ସମ୍ପାଦନା]

୨୦୧୧ ମସିହାର ଜନଗଣନା ଅନୁସାରେ ଡାଇମଣ୍ଡ ହାର୍ବରର ଜନସଂଖ୍ୟା ୪୧,୮୦୨ ଥିଲା । ଏହା ମଧ୍ୟରୁ ଉଭୟ ପୁରୁଷ ଓ ମହିଳାଙ୍କ ଅନୁପାତ ୫୦% ଥିଲା । ୬ ବର୍ଷରୁ କମ ଜନସଂଖ୍ୟା ୩,୬୮୮ ଥିବା ବେଳେ ସାକ୍ଷରତା ହାର ୮୫.୯୩% ଥିଲା ଯାହା ଜାତୀୟ ହାରଠାରୁ ଅଧିକ ଥିଲା ।[୧]


୨୦୦୧ ଜନଗଣନା ସମୟରେ ଡାଇମଣ୍ଡ ହାର୍ବରର ଲୋକ ସଂଖ୍ୟା ୩୭,୮୦୨ ଥିଲା । [୨]

ନିକଟସ୍ଥ ସ୍ଥାନ [ସମ୍ପାଦନା]

ଏହି ସ୍ଥାନ ଦେଇ ଗଙ୍ଗାସାଗର, କାକଦ୍ୱୀପ, ନାମଖାନ, ବାଖାଳି ଆଦି ଅଞ୍ଚଳକୁ ଯାଇହୁଏ । ଗଙ୍ଗାସାଗର ଏକ ହିନ୍ଦୁ ତୀର୍ଥସ୍ଥାନ । ବାଖାଳି ଏକ ବେଳାଭୂମି ରିସର୍ଟ । 

ବନ୍ଦର ଉନ୍ନୟନ [ସମ୍ପାଦନା]

ବଙ୍ଗୋପସାଗରର ନିକଟରେ ଥିବାରୁ ଏଠାରେ ଏକ ବନ୍ଦର ନିର୍ମାଣ ପାଇଁ ସରକାରଙ୍କ ଯୋଜନା ରହିଛି । ମାଲ ପରିବହନ ପାଇଁ ଏଠାରେ ଜେଟି ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଉଛି । 

ଆଧାର[ସମ୍ପାଦନା]

  1. "2011 Census – Primary Census Abstract Data Tables". West Bengal – District-wise. Registrar General and Census Commissioner, India. Retrieved 27 ଅପ୍ରେଲ 2016.
  2. "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 16 ଜୁନ 2004. Retrieved 1 ନଭେମ୍ବର 2008.

ବାହାର ତଥ୍ୟ[ସମ୍ପାଦନା]

Diamond Harbour travel guide from Wikivoyage