Jump to content

ଟ୍ରାସ୍ଟୁଜୁମାବ

ଉଇକିପିଡ଼ିଆ‌ରୁ
ଟ୍ରାସ୍ଟୁଜୁମାବ
Monoclonal antibody
TypeWhole antibody
SourceHumanized (from mouse)
TargetHER2/neu
Clinical data
Trade namesHerceptin, others[]
AHFS/Drugs.commonograph
Pregnancy
category
  • US: D (Evidence of risk) []
    Routes of
    administration
    intravenous, subcutaneous
    ATC code
    Pharmacokinetic data
    MetabolismUnknown, possibly reticuloendothelial system.
    Elimination half-life2-12 days
    Identifiers
    CAS Number
    DrugBank
    ChemSpider
    • none
    UNII
    KEGG
    ChEMBL
    ECHA InfoCard100.224.377 Edit this at Wikidata
    Chemical and physical data
    FormulaC6470H10012N1726O2013S42
    Molar mass145531.5 g/mol
     ☒NcheckY (what is this?)  (verify)

    ଟ୍ରାସ୍ଟୁଜୁମାବ(ଇଂରାଜୀ ଭାଷାରେ Trastuzumab, ବିକ୍ରୟ ନାମ ହର୍ସେପ୍ଟିନ/Herceptin) ଏକ ମୋନୋକ୍ଲୋନାଲ ଆଣ୍ଟିବଡି (monoclonal antibody) ଯାହା ସ୍ତନ କର୍କଟ ରୋଗରେ ବ୍ୟବ‌ହୃତ ହୁଏ । ଏହା ବିଶେଷତଃ ଏଚଇଆର୨ ରିସେପ୍ଟର ପଜିଟିଭ (HER2 receptor positive) ସ୍ତନ କର୍କଟ ରୋଗରେ ଦିଆଯାଏ । ଏହା ଏକ‌କ ଭାବରେ ବା ଅନ୍ୟ କେମୋଥେରାପି (chemotherapy medication) ଔଷଧ ସାଥୀରେ ଦିଆଯାଇପାରେ ।[] ଟ୍ରାସ୍ଟୁଜୁମାବ ଧୀର ଶିରାଭ୍ୟନ୍ତର ଇନଫ୍ୟୁଜନ (slow injection into a vein) ଆକାରରେ ବା ସବକ୍ୟୁଟାନିଅସ ଇଞ୍ଜେକସନ (injection just under the skin) ଆକାରରେ ଦିଆଯାଏ ।[][]

    ଟ୍ରାସ୍ଟୁଜୁମାବର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କ୍ୱର, ସଂକ୍ରମଣ, କାଶ, ମୁଣ୍ଡବଥା, ନିଦ୍ରା ସମସ୍ୟା ଓ ରାସ ଦେଖାଯାଏ । ପ୍ରତିକ୍ରିୟା ସାଂଘାତିକ ହେଲେ ହୃଦ୍‌ପାତ, ଆଲର୍ଜି ପ୍ରତିକ୍ରିୟାଫୁସଫୁସ ରୋଗ (lung disease) ହୋଇପାରେ ।[] ଗର୍ଭାବସ୍ଥାରେ ଏହି ଔଷଧ ଶିଶୁର ହାନୀ କରିପାରେ ।[] ଏହା ଏଚଇଆର୨ ରିସେପ୍ଟର (HER2 receptor) ସ‌ହିତ ଅନୁବନ୍ଧିତ ହୋଇ ଜୀବକୋଷ ଡୁପ୍ଲିକେସନ ପଦ୍ଧତିକୁ ଧୀର କରି କାର୍ଯ୍ୟକ୍ଷମ ହୁଏ ।[]

    ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୯୮ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଟ୍ରାସ୍ଟୁଜୁମାବ ସ୍ୱୀକୃତ ହୋଇଥିଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ୪୪୦ମିଗ୍ରା ଭାଏଲର ହୋଲସେଲ ମୂଲ୍ୟ ୧,୮୦୦ରୁ ୧,୯୫୫ ଆମେରିକୀୟ ଡଲାର ।[] ଇଂଲଣ୍ଡରେ ଏକ ୧୫୦ ମିଗ୍ରା ଭାଏଲର ମୂଲ୍ୟ ପ୍ରାୟ ୪୦୭ ପାଉଣ୍ଡ ।[]

    1. "Trastuzumab - Drugs.com". www.drugs.com. Retrieved 21 December 2016.
    2. 1 2 "Trastuzumab (Herceptin) Use During Pregnancy". www.drugs.com. Retrieved 21 December 2016.
    3. 1 2 3 4 5 "Trastuzumab". The American Society of Health-System Pharmacists. Retrieved 8 December 2016.
    4. 1 2 British national formulary : BNF 69 (69 ed.). British Medical Association. 2015. p. 626. ISBN 9780857111562.
    5. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
    6. "Trastuzumab". International Drug Price Indicator Guide. Archived from the original on 6 April 2017. Retrieved 28 November 2015.