ଟ୍ରାସ୍ଟୁଜୁମାବ
Monoclonal antibody | |
---|---|
Type | Whole antibody |
Source | Humanized (from mouse) |
Target | HER2/neu |
Clinical data | |
Trade names | Herceptin, others[୨] |
AHFS/Drugs.com | monograph |
Pregnancy category | |
Routes of administration | intravenous, subcutaneous |
ATC code | |
Pharmacokinetic data | |
Metabolism | Unknown, possibly reticuloendothelial system. |
Elimination half-life | 2-12 days |
Identifiers | |
CAS Number | |
DrugBank | |
ChemSpider |
|
UNII | |
KEGG | |
ChEMBL | |
ECHA InfoCard | 100.224.377 |
Chemical and physical data | |
Formula | C6470H10012N1726O2013S42 |
Molar mass | 145531.5 g/mol |
(what is this?) (verify) |
ଟ୍ରାସ୍ଟୁଜୁମାବ(ଇଂରାଜୀ ଭାଷାରେ Trastuzumab, ବିକ୍ରୟ ନାମ ହର୍ସେପ୍ଟିନ/Herceptin) ଏକ ମୋନୋକ୍ଲୋନାଲ ଆଣ୍ଟିବଡି (monoclonal antibody) ଯାହା ସ୍ତନ କର୍କଟ ରୋଗରେ ବ୍ୟବହୃତ ହୁଏ । ଏହା ବିଶେଷତଃ ଏଚଇଆର୨ ରିସେପ୍ଟର ପଜିଟିଭ (HER2 receptor positive) ସ୍ତନ କର୍କଟ ରୋଗରେ ଦିଆଯାଏ । ଏହା ଏକକ ଭାବରେ ବା ଅନ୍ୟ କେମୋଥେରାପି (chemotherapy medication) ଔଷଧ ସାଥୀରେ ଦିଆଯାଇପାରେ ।[୩] ଟ୍ରାସ୍ଟୁଜୁମାବ ଧୀର ଶିରାଭ୍ୟନ୍ତର ଇନଫ୍ୟୁଜନ (slow injection into a vein) ଆକାରରେ ବା ସବକ୍ୟୁଟାନିଅସ ଇଞ୍ଜେକସନ (injection just under the skin) ଆକାରରେ ଦିଆଯାଏ ।[୩][୪]
ଟ୍ରାସ୍ଟୁଜୁମାବର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କ୍ୱର, ସଂକ୍ରମଣ, କାଶ, ମୁଣ୍ଡବଥା, ନିଦ୍ରା ସମସ୍ୟା ଓ ରାସ ଦେଖାଯାଏ । ପ୍ରତିକ୍ରିୟା ସାଂଘାତିକ ହେଲେ ହୃଦ୍ପାତ, ଆଲର୍ଜି ପ୍ରତିକ୍ରିୟା ଓ ଫୁସଫୁସ ରୋଗ (lung disease) ହୋଇପାରେ ।[୩] ଗର୍ଭାବସ୍ଥାରେ ଏହି ଔଷଧ ଶିଶୁର ହାନୀ କରିପାରେ ।[୧] ଏହା ଏଚଇଆର୨ ରିସେପ୍ଟର (HER2 receptor) ସହିତ ଅନୁବନ୍ଧିତ ହୋଇ ଜୀବକୋଷ ଡୁପ୍ଲିକେସନ ପଦ୍ଧତିକୁ ଧୀର କରି କାର୍ଯ୍ୟକ୍ଷମ ହୁଏ ।[୩]
ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୯୮ରେ ଡାକ୍ତରୀ ବ୍ୟବହାର ନିମନ୍ତେ ଟ୍ରାସ୍ଟୁଜୁମାବ ସ୍ୱୀକୃତ ହୋଇଥିଲା ।[୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ୪୪୦ମିଗ୍ରା ଭାଏଲର ହୋଲସେଲ ମୂଲ୍ୟ ୧,୮୦୦ରୁ ୧,୯୫୫ ଆମେରିକୀୟ ଡଲାର ।[୬] ଇଂଲଣ୍ଡରେ ଏକ ୧୫୦ ମିଗ୍ରା ଭାଏଲର ମୂଲ୍ୟ ପ୍ରାୟ ୪୦୭ ପାଉଣ୍ଡ ।[୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Trastuzumab (Herceptin) Use During Pregnancy". www.drugs.com. Retrieved 21 December 2016.
- ↑ "Trastuzumab - Drugs.com". www.drugs.com. Retrieved 21 December 2016.
- ↑ ୩.୦ ୩.୧ ୩.୨ ୩.୩ ୩.୪ "Trastuzumab". The American Society of Health-System Pharmacists. Retrieved 8 December 2016.
- ↑ ୪.୦ ୪.୧ British national formulary : BNF 69 (69 ed.). British Medical Association. 2015. p. 626. ISBN 9780857111562.
- ↑ "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
- ↑ "Trastuzumab". International Drug Price Indicator Guide. Archived from the original on 6 April 2017. Retrieved 28 November 2015.