ଟ୍ରାଲୋକିନୁମାବ

ଉଇକିପିଡ଼ିଆ‌ରୁ
ଟ୍ରାଲୋକିନୁମାବ
Tralokinumab Fab fragment bound to IL-13. From PDB ଛାଞ୍ଚ:PDB2.
Monoclonal antibody
TypeWhole antibody
SourceHuman
TargetIL-13
Clinical data
Trade namesAdtralza, Adbry
SynonymsCAT-354, tralokinumab-ldrm
AHFS/Drugs.commonograph
data
Routes of
administration
Subcutaneous
Legal status
Legal status
Chemical and physical data
FormulaC6374H9822N1698O2014S44
Molar mass୧,୪୩,୮୭୫.୨0 g·mol−1
  (verify)

ଟ୍ରାଲୋକିନୁମାବ (ଇଂରାଜୀ ଭାଷାରେ Tralokinumab), ଆଡ୍ରାଲଜା ଏବଂ ଆଡବ୍ରି ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଆଟୋପିକ ଡର୍ମାଟାଇଟିସ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ନିର୍ଦ୍ଦିଷ୍ଟ ଭାବରେ ଏହା ମଧ୍ୟମରୁ ଗୁରୁତର ରୋଗ ପାଇଁ ବ୍ୟବହୃତ ହୁଏ ଯାହା ଚର୍ମରେ ପ୍ରୟୋଗ କରାଯାଉଥିବା ଅନ୍ୟାନ୍ୟ ଔଷଧଦ୍ୱାରା ନିୟନ୍ତ୍ରିତ ହୁଏ ନାହିଁ । [୩] [୪] ଚର୍ମ ତଳେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ ।[୪]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉର୍ଦ୍ଧ୍ୱ ଶ୍ୱାସନଳୀ ସଂକ୍ରମଣ ଯେପରିକି ସାଧାରଣ ଥଣ୍ଡା, ଇଞ୍ଜେକସନ ସ୍ଥାନରେ ପ୍ରତିକ୍ରିୟାଏବଂ ଆଖିରେ ଯନ୍ତ୍ରଣା ଓ ଲାଲ ରଙ୍ଗ ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକ୍‌ସିସ ଏବଂ ଆଞ୍ଜିଓଇଡିଡେମା ହୋଇପାରେ । [୫] ଗର୍ଭାବସ୍ଥାରେ କ୍ଷତିର କୌଣସି ପ୍ରମାଣ ନଥିବାବେଳେ, ଏପରି ବ୍ୟବହାର ଭଲ ଅଧ୍ୟୟନ କରାଯାଇ ନାହିଁ ।[୫] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ସାଇଟୋକାଇନ ଇଣ୍ଟରଲିଉକିନ ୧୩ର କାର୍ଯ୍ୟକଳାପକୁ ଅବରୋଧ କରିଥାଏ ।[୨] [୬]

୨୦୨୧ ମସିହାରେ ୟୁରୋପ, ଆମେରିକା ଏବଂ ଯୁକ୍ତରାଜ୍ୟରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଟ୍ରାଲୋକିନୁମାବ ଅନୁମୋଦିତ ହୋଇଥିଲା ।[୩] [୨] [୪] ଯୁକ୍ତରାଜ୍ୟରେ ୨୦୨୨ ସୁଦ୍ଧା ଏହାର ୬୦୦ ମିଗ୍ରାର ମୂଲ୍ୟ ପ୍ରାୟ ୧୦୭୦ ପାଉଣ୍ଡ ଥିଲା ।[୭] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୁଲ୍ୟ ପ୍ରାୟ ୩୩୦୦ ଡଲାର ଅଟେ ।[୮]

ଆଧାର[ସମ୍ପାଦନା]

  1. "Summary Basis of Decision (SBD) for Adtralza". Health Canada. 23 October 2014. Archived from the original on 29 May 2022. Retrieved 29 May 2022.
  2. ୨.୦ ୨.୧ ୨.୨ ୨.୩ ୨.୪ "Adtralza EPAR". European Medicines Agency (EMA). 20 April 2021. Archived from the original on 29 June 2021. Retrieved 9 July 2021. Text was copied from this source which is © European Medicines Agency. Reproduction is authorized provided the source is acknowledged.
  3. ୩.୦ ୩.୧ ୩.୨ "Adtralza 150 mg solution for injection in pre-filled syringe - Summary of Product Characteristics (SmPC)". (emc). 5 July 2021. Archived from the original on 9 July 2021. Retrieved 9 July 2021.
  4. ୪.୦ ୪.୧ ୪.୨ ୪.୩ "Adbry- tralokinumab-ldrm injection, solution". DailyMed. Archived from the original on 13 January 2022. Retrieved 13 January 2022.
  5. ୫.୦ ୫.୧ "Tralokinumab Monograph for Professionals". Drugs.com (in ଇଂରାଜୀ). Retrieved 23 October 2022.
  6. Kopf M, Bachmann MF, Marsland BJ (September 2010). "Averting inflammation by targeting the cytokine environment". Nature Reviews. Drug Discovery. 9 (9): 703–18. doi:10.1038/nrd2805. PMID 20811382.
  7. "Tralokinumab". SPS - Specialist Pharmacy Service. 28 December 2015. Archived from the original on 15 February 2022. Retrieved 23 October 2022.
  8. "Tralokinumab-Ldrm". Goodrx.com. Archived from the original on 23 October 2022. Retrieved 23 October 2022.