ଟେନୋସାଇନୋଭାଇଟିସ

ଉଇକିପିଡ଼ିଆ‌ରୁ
Tenosynovitis
Tendinitis, tendovaginitis, tendinosis[୧]
A case of congenital trigger finger, a type of tenosynovitis, in a 3 year old
ବିଭାଗPlastic surgery, orthopedics
ଲକ୍ଷଣPain, swelling, inability to fully straighten the joint.[୨]
ସଠିକ ରୋଗ ନିର୍ଣ୍ଣୟFelon, joint infection, herpetic whitlow, cellulitis[୩]
ଚିକିତ୍ସାBased on cause[୨]

ଟେନୋସାଇନୋଭାଇଟିସ ନାମ ଦିଆଯାଏ ଯେତେବେଳେ କୌଣସି ଟେଣ୍ଡନରେ ପ୍ରଦାହ ହୋଇ ତାହାର ଖୋଳ ଭିତରେ ତରଳ ପଦାର୍ଥ ଜମିଯାଏ ।[୨] ଏହି ରୋଗରେ ସାଧାରଣତଃ ଯନ୍ତ୍ରଣା, ଫୁଲା ଏବଂ ଗଣ୍ଠିକୁ ସଂପୂର୍ଣ୍ଣ ସିଧା କରିବାରେ ଅକ୍ଷମତା ହୁଏ ।[୨] ହାତ, କଚଟି, ଏବଂ ପାଦରେ ଥିବା ଟେଣ୍ଡନ‌ଗୁଡିକ ସାଧାରଣତଃ ପ୍ରଭାବିତ ହୋଇଥାଏ ।[୨]

ଟେନୋସାଇନୋଭାଇଟିସ ସଂକ୍ରାମକ କିମ୍ବା ଅଣ-ସଂକ୍ରମଣ ରୋଗ ହୋଇପାରେ ।[୨] ଆଘାତ ହେତୁ ସଂକ୍ରମଣ ହୋଇପାରେ, ଯେପରିକି କଟିଗଲେ କିମ୍ବା କାମୁଡ଼ିଲେ କିମ୍ବା ଶରୀରର ଅନ୍ୟ ସ୍ଥାନରୁ ବିସ୍ତାର ଯୋଗୁ ହୋଇପାରେ ।[୨] ଅଣ ସଂକ୍ରାମକ ପ୍ରକାରରେ ଡି କ୍ୱେରଭେନ ସିଣ୍ଡ୍ରୋମ, ଇଣ୍ଟରସେକ୍ସନ ସିଣ୍ଡ୍ରୋମ ଏବଂ ଟ୍ରିଗର ଆଙ୍ଗୁଠି (ଷ୍ଟେନୋଜିଙ୍ଗ ଟେନୋସାଇନୋଭାଇଟିସ୍) ରୋଗ‌ଗୁଡ଼ିକ ଅନ୍ତର୍ଭୁକ୍ତ ହୋଇଥାଏ ।[୧] ଅଣ ସଂକ୍ରାମକ ପ୍ରକାର ପାଇଁ ବିପଦ କାରଣଗୁଡ଼ିକ ମଧ୍ୟରେ ଅତ୍ୟଧିକ ବ୍ୟବହାର, ରିଉମାଟଏଡ୍ ଆର୍ଥ୍ରାଇଟିସ୍ ଏବଂ ସୋରିଆସିସ ହୋଇପାରେ ।[୨]

ଫ୍ଲେକ୍ସର ଟେଣ୍ଡନର ସଂକ୍ରମଣ ହେଲେ ଶୀଘ୍ର ଚିକିତ୍ସା ଆବଶ୍ୟକ ହୁଏ ।[୩] ରୋଗ ସାମାନ୍ୟ ଧରଣର ହୋଇଥିଲେ ଶିରାଭ୍ୟନ୍ତର ଆଣ୍ଟିବାୟୋଟିକ ଏବଂ ସ୍ପ୍ଲିଣ୍ଟିଂଦ୍ୱାରା ଚିକିତ୍ସା କରାଯାଇପାରେ; ଅଧିକ ଗୁରୁତର ମାମଲାରେ ଅସ୍ତ୍ରୋପଚାର ଆବଶ୍ୟକ ହୁଏ [୩] ଅଣ-ସଂକ୍ରାମକ ପ୍ରକାରଗୁଡିକ ନ‌ନଷ୍ଟେରେଡାଲ ଆଣ୍ଟି-ଇନଫ୍ଲାମେଟୋରୀ ଔଷଧ, ସ୍ପ୍ଲିଣ୍ଟିଂ କିମ୍ବା କର୍ଟିକୋଷ୍ଟେରଏଡ ସହିତ ଚିକିତ୍ସା କରାଯାଇପାରେ ।[୧] [୨] ୩% ଲୋକଙ୍କର ଟ୍ରିଗର ଆଙ୍ଗୁଠି ହୋଇପାରେ ।[୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ Travis, D Blood; Nathan T, Morrell; Arnold Peter, C Weiss (29 March 2016). "Tenosynovitis of the Hand and Wrist". Journal of Bone and Joint Surgery. 4 (3): e71–e78. doi:10.2106/JBJS.RVW.O.00061. PMID 27500430. S2CID 29942149.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ Ray, G; Sandean, DP; Tall, MA (January 2022). "Tenosynovitis". PMID 31335044. {{cite journal}}: Cite journal requires |journal= (help)
  3. ୩.୦ ୩.୧ ୩.୨ Hermena, S; Tiwari, V (January 2022). "Pyogenic Flexor Tenosynovitis". PMID 35015439. {{cite journal}}: Cite journal requires |journal= (help)