ଟ୍ରିଗର ଫିଙ୍ଗର

ଉଇକିପିଡ଼ିଆ ରୁ
Jump to navigation Jump to search
ଟ୍ରିଗର ଫିଙ୍ଗର (Trigger finger)
ହିସ୍ଟୋରିକୋପସ (Historicopous), ଟ୍ରିଗର ଡିଜିଟ (trigger digit), ଟ୍ରିଗର ଥମ୍ବ (trigger thumb),[୧] ସ୍ଟେନୋଜିଙ୍ଗ ଟେନୋସାଇନୋଭାଇଟିସ (stenosing tenosynovitis)[୧]
ବିଭାଗପ୍ଲାସ୍ଟିକ ଶଲ୍ୟ ଚିକିତ୍ସା (Plastic surgery)
ଲକ୍ଷଣସୀମିତ ବା ବନ୍ଦ ଚଳନ ସ‌ହିତ ଯନ୍ତ୍ରଣା [୨][୩]
ଆକ୍ରାନ୍ତ ସମୟ୫୦ ଓ ୬୦ ଦଶକରେ [୨]
ବିପଦ କାରକବାରମ୍ବାର ଆଘାତ, ମଧୁମେହ, ବୃକ୍‌କ ରୋଗ, ଥାଇରଏଡ ରୋଗ, ପ୍ରଦାହ ରୋଗ [୩]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁସାରେ [୨]
ସଠିକ ରୋଗ ନିର୍ଣ୍ଣୟଅସ୍ଥିଭଗ୍ନ, ଅର୍ବୁଦ, ଆଘାର[୨]
ଚିକିତ୍ସାବିଶ୍ରାମ, ସ୍ପ୍ଲିଣ୍ଟ (splinting), ଏନଏସଏଆଇଡି (NSAIDs), କର୍ଟିକୋସ୍ଟିରଏଡ ଇଞ୍ଜେକସନ (steroid) ଇଞ୍ଜେକସନ, ଅପରେଶନ[୩]
ପୌନଃପୁନିକଅପେକ୍ଷାକୃତ ସାଧାରଣ [୨]

ଟ୍ରିଗର ଫିଙ୍ଗର (ଇଂରାଜୀ ଭାଷାରେ Trigger finger) ଏକ ବେମାରୀ ଯେଉଁଥିରେ ପ୍ରଭାବିତ ଆଙ୍ଗୁଠିର ଚଳନ ସୀମିତ ବା ବନ୍ଦ ହୋଇଯାଏ ଯାହାକୁ ଇଂରାଜୀରେ ଲକିଙ୍ଗ କୁହାଯାଏ ।[୨] ପାପୁଲି (palm of the hand) ବା ନ‌କଲ୍‌ରେ ଯନ୍ତ୍ରଣା ହୋଇପାରେ ।[୩] ଆଙ୍ଗୁଠି ଚଲେଇବା ବେଳେ ଗୋଟିଏ ଶବ୍ଦ ହେବାରୁ ଏହାର ଟ୍ରଗର ନାମକରଣ ହୋଇଛି ।[୨] ସାଧାରଣତଃ ତର୍ଜନୀ ଆଙ୍ଗୁଠି (index finger) ବା ବୃଦ୍ଧାଙ୍ଗୁଳିରେ (thumb) ଏହି ବେମାରୀ ହୁଏ । [୧]

ବାରମ୍ବାର ଆଘାତ, ମଧୁମେହ, ବୃକ୍‌କ ରୋଗ, ଥାଇରଏଡ ରୋଗ, ପ୍ରଦାହ ରୋଗ ଥିଲେ ଏହି ଟ୍ରିଗର ଫିଙ୍ଗର ରୋଗ ସଙ୍କଟ ରହେ ।[୩] ଏହି ରୋଗରେ ଟେଣ୍ଡନ (tendon) ଚାରିପାଖରେ ଥିବା ସିଥ (tendon sheath) ସରୁ ହୋଇଯିବା ଫଳରେ ଫ୍ଲେକସର (flexor) ଟେଣ୍ଡନ ସୁରୁଖୁରୁରେ ତା ଭିତରେ ଚଳନ ହୋଇପାରେନାହିଁ,[୩] ବିଶେଷତଃ ଏ୧ ପୁଲି (A1 pulley) ପାଖରେ । [୨] ଏହି ରୋଗକୁ ସ୍ଟେନୋଜିଙ୍ଗ ଟେନୋସାଇନୋଭାଇଟିସ (en:stenosing tenosynovitis) ଶ୍ରେଣୀରେ ଗ୍ରହଣ କରାଗଲେ ମଧ୍ୟ କୌଣସି ପ୍ରଦାହ (inflammation) ନଥାଏ । [୩] ଅନ୍ୟାନ୍ୟ ସମ୍ଭାବ୍ୟ କାରଣ ଦୂରୀଭୁତ କଲାପରେ ଲକ୍ଷଣ ଦେଖି ଏହି ରୋଗ ନିର୍ଣ୍ଣୟ କରାଯାଏ । [୨]

ବିଶ୍ରାମ, ସ୍ପ୍ଲିଣ୍ଟ (splinting), ଏନଏସଏଆଇଡି (NSAIDs), କର୍ଟିକୋସ୍ଟିରଏଡ ଇଞ୍ଜେକସନ (steroid) ଇଞ୍ଜେକସନ ସାହାଯ୍ୟରେ ଚିକିତ୍ସା କରାଯାଏ ।[୩] ଏହା ଫଳପ୍ରଦ ନହେଲେ ଅପରେଶନ କରାଯାଏ । [୩] ଏହା ଏକ ଅପେକ୍ଷାକୃତ ସାଧାରଣ ରୋଗ ।[୨] ମହିଳାମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ।[୩] ୫୦ ଓ ୬୦ ଦଶକରେ ଏହି ରୋଗ ଅଧିକ ଦେଖାଯାଏ । [୨] ଏହି ରୋଗର ବର୍ଣ୍ଣନା ପ୍ରଥମେ ସନ ୧୮୫୦ରେ ଦେଖାଯାଇଥିଲା । [୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Trigger Finger - Trigger Thumb". OrthoInfo - AAOS. March 2018. Retrieved 25 June 2018.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ Makkouk AH, Oetgen ME, Swigart CR, Dodds SD (June 2008). "Trigger finger: etiology, evaluation, and treatment". Curr Rev Musculoskelet Med. 1 (2): 92–6. doi:10.1007/s12178-007-9012-1. PMC 2684207. PMID 19468879.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ ୩.୮ ୩.୯ Hubbard, MJ; Hildebrand, BA; Battafarano, MM; Battafarano, DF (June 2018). "Common Soft Tissue Musculoskeletal Pain Disorders". Primary care. 45 (2): 289–303. doi:10.1016/j.pop.2018.02.006. PMID 29759125.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ