ଟ୍ରିଗର ଫିଙ୍ଗର
ଟ୍ରିଗର ଫିଙ୍ଗର (Trigger finger) | |
---|---|
ହିସ୍ଟୋରିକୋପସ (Historicopous), ଟ୍ରିଗର ଡିଜିଟ (trigger digit), ଟ୍ରିଗର ଥମ୍ବ (trigger thumb),[୧] ସ୍ଟେନୋଜିଙ୍ଗ ଟେନୋସାଇନୋଭାଇଟିସ (stenosing tenosynovitis)[୧] | |
ବିଭାଗ | ପ୍ଲାସ୍ଟିକ ଶଲ୍ୟ ଚିକିତ୍ସା (Plastic surgery) |
ଲକ୍ଷଣ | ସୀମିତ ବା ବନ୍ଦ ଚଳନ ସହିତ ଯନ୍ତ୍ରଣା [୨][୩] |
ଆକ୍ରାନ୍ତ ସମୟ | ୫୦ ଓ ୬୦ ଦଶକରେ [୨] |
ବିପଦ କାରକ | ବାରମ୍ବାର ଆଘାତ, ମଧୁମେହ, ବୃକ୍କ ରୋଗ, ଥାଇରଏଡ ରୋଗ, ପ୍ରଦାହ ରୋଗ [୩] |
ରୋଗ ନିର୍ଣ୍ଣୟ ପଦ୍ଧତି | ଲକ୍ଷଣ ଅନୁସାରେ [୨] |
ସଠିକ ରୋଗ ନିର୍ଣ୍ଣୟ | ଅସ୍ଥିଭଗ୍ନ, ଅର୍ବୁଦ, ଆଘାର[୨] |
ଚିକିତ୍ସା | ବିଶ୍ରାମ, ସ୍ପ୍ଲିଣ୍ଟ (splinting), ଏନଏସଏଆଇଡି (NSAIDs), କର୍ଟିକୋସ୍ଟିରଏଡ ଇଞ୍ଜେକସନ (steroid) ଇଞ୍ଜେକସନ, ଅପରେଶନ[୩] |
ପୁନଃପୌନିକ | ଅପେକ୍ଷାକୃତ ସାଧାରଣ [୨] |
ଟ୍ରିଗର ଫିଙ୍ଗର (ଇଂରାଜୀ ଭାଷାରେ Trigger finger) ଏକ ବେମାରୀ ଯେଉଁଥିରେ ପ୍ରଭାବିତ ଆଙ୍ଗୁଠିର ଚଳନ ସୀମିତ ବା ବନ୍ଦ ହୋଇଯାଏ ଯାହାକୁ ଇଂରାଜୀରେ ଲକିଙ୍ଗ କୁହାଯାଏ ।[୨] ପାପୁଲି (palm of the hand) ବା ନକଲ୍ରେ ଯନ୍ତ୍ରଣା ହୋଇପାରେ ।[୩] ଆଙ୍ଗୁଠି ଚଲେଇବା ବେଳେ ଗୋଟିଏ ଶବ୍ଦ ହେବାରୁ ଏହାର ଟ୍ରଗର ନାମକରଣ ହୋଇଛି ।[୨] ସାଧାରଣତଃ ତର୍ଜନୀ ଆଙ୍ଗୁଠି (index finger) ବା ବୃଦ୍ଧାଙ୍ଗୁଳିରେ (thumb) ଏହି ବେମାରୀ ହୁଏ । [୧]
ବାରମ୍ବାର ଆଘାତ, ମଧୁମେହ, ବୃକ୍କ ରୋଗ, ଥାଇରଏଡ ରୋଗ, ପ୍ରଦାହ ରୋଗ ଥିଲେ ଏହି ଟ୍ରିଗର ଫିଙ୍ଗର ରୋଗ ସଙ୍କଟ ରହେ ।[୩] ଏହି ରୋଗରେ ଟେଣ୍ଡନ (tendon) ଚାରିପାଖରେ ଥିବା ସିଥ (tendon sheath) ସରୁ ହୋଇଯିବା ଫଳରେ ଫ୍ଲେକସର (flexor) ଟେଣ୍ଡନ ସୁରୁଖୁରୁରେ ତା ଭିତରେ ଚଳନ ହୋଇପାରେନାହିଁ,[୩] ବିଶେଷତଃ ଏ୧ ପୁଲି (A1 pulley) ପାଖରେ । [୨] ଏହି ରୋଗକୁ ସ୍ଟେନୋଜିଙ୍ଗ ଟେନୋସାଇନୋଭାଇଟିସ (en:stenosing tenosynovitis) ଶ୍ରେଣୀରେ ଗ୍ରହଣ କରାଗଲେ ମଧ୍ୟ କୌଣସି ପ୍ରଦାହ (inflammation) ନଥାଏ । [୩] ଅନ୍ୟାନ୍ୟ ସମ୍ଭାବ୍ୟ କାରଣ ଦୂରୀଭୁତ କଲାପରେ ଲକ୍ଷଣ ଦେଖି ଏହି ରୋଗ ନିର୍ଣ୍ଣୟ କରାଯାଏ । [୨]
ବିଶ୍ରାମ, ସ୍ପ୍ଲିଣ୍ଟ (splinting), ଏନଏସଏଆଇଡି (NSAIDs), କର୍ଟିକୋସ୍ଟିରଏଡ ଇଞ୍ଜେକସନ (steroid) ଇଞ୍ଜେକସନ ସାହାଯ୍ୟରେ ଚିକିତ୍ସା କରାଯାଏ ।[୩] ଏହା ଫଳପ୍ରଦ ନହେଲେ ଅପରେଶନ କରାଯାଏ । [୩] ଏହା ଏକ ଅପେକ୍ଷାକୃତ ସାଧାରଣ ରୋଗ ।[୨] ମହିଳାମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ।[୩] ୫୦ ଓ ୬୦ ଦଶକରେ ଏହି ରୋଗ ଅଧିକ ଦେଖାଯାଏ । [୨] ଏହି ରୋଗର ବର୍ଣ୍ଣନା ପ୍ରଥମେ ସନ ୧୮୫୦ରେ ଦେଖାଯାଇଥିଲା । [୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Trigger Finger - Trigger Thumb". OrthoInfo - AAOS. March 2018. Retrieved 25 June 2018.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ Makkouk AH, Oetgen ME, Swigart CR, Dodds SD (June 2008). "Trigger finger: etiology, evaluation, and treatment". Curr Rev Musculoskelet Med. 1 (2): 92–6. doi:10.1007/s12178-007-9012-1. PMC 2684207. PMID 19468879.
- ↑ ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ Hubbard, MJ; Hildebrand, BA; Battafarano, MM; Battafarano, DF (June 2018). "Common Soft Tissue Musculoskeletal Pain Disorders". Primary care. 45 (2): 289–303. doi:10.1016/j.pop.2018.02.006. PMID 29759125.
ବାହ୍ୟ ଲିଙ୍କ
[ସମ୍ପାଦନା]ଶ୍ରେଣୀବିଭାଗ | |
---|---|
ବାହାର ଉତ୍ସ |