Jump to content

ଟ୍ରିଗର ଫିଙ୍ଗର

ଉଇକିପିଡ଼ିଆ‌ରୁ
(Trigger fingerରୁ ଲେଉଟି ଆସିଛି)
ଟ୍ରିଗର ଫିଙ୍ଗର (Trigger finger)
ହିସ୍ଟୋରିକୋପସ (Historicopous), ଟ୍ରିଗର ଡିଜିଟ (trigger digit), ଟ୍ରିଗର ଥମ୍ବ (trigger thumb),[] ସ୍ଟେନୋଜିଙ୍ଗ ଟେନୋସାଇନୋଭାଇଟିସ (stenosing tenosynovitis)[]
ବିଭାଗପ୍ଲାସ୍ଟିକ ଶଲ୍ୟ ଚିକିତ୍ସା (Plastic surgery)
ଲକ୍ଷଣସୀମିତ ବା ବନ୍ଦ ଚଳନ ସ‌ହିତ ଯନ୍ତ୍ରଣା [][]
ଆକ୍ରାନ୍ତ ସମୟ୫୦ ଓ ୬୦ ଦଶକରେ []
ବିପଦ କାରକବାରମ୍ବାର ଆଘାତ, ମଧୁମେହ, ବୃକ୍‌କ ରୋଗ, ଥାଇରଏଡ ରୋଗ, ପ୍ରଦାହ ରୋଗ []
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁସାରେ []
ସଠିକ ରୋଗ ନିର୍ଣ୍ଣୟଅସ୍ଥିଭଗ୍ନ, ଅର୍ବୁଦ, ଆଘାର[]
ଚିକିତ୍ସାବିଶ୍ରାମ, ସ୍ପ୍ଲିଣ୍ଟ (splinting), ଏନଏସଏଆଇଡି (NSAIDs), କର୍ଟିକୋସ୍ଟିରଏଡ ଇଞ୍ଜେକସନ (steroid) ଇଞ୍ଜେକସନ, ଅପରେଶନ[]
ପୁନଃପୌନିକଅପେକ୍ଷାକୃତ ସାଧାରଣ []

ଟ୍ରିଗର ଫିଙ୍ଗର (ଇଂରାଜୀ ଭାଷାରେ Trigger finger) ଏକ ବେମାରୀ ଯେଉଁଥିରେ ପ୍ରଭାବିତ ଆଙ୍ଗୁଠିର ଚଳନ ସୀମିତ ବା ବନ୍ଦ ହୋଇଯାଏ ଯାହାକୁ ଇଂରାଜୀରେ ଲକିଙ୍ଗ କୁହାଯାଏ ।[] ପାପୁଲି (palm of the hand) ବା ନ‌କଲ୍‌ରେ ଯନ୍ତ୍ରଣା ହୋଇପାରେ ।[] ଆଙ୍ଗୁଠି ଚଲେଇବା ବେଳେ ଗୋଟିଏ ଶବ୍ଦ ହେବାରୁ ଏହାର ଟ୍ରଗର ନାମକରଣ ହୋଇଛି ।[] ସାଧାରଣତଃ ତର୍ଜନୀ ଆଙ୍ଗୁଠି (index finger) ବା ବୃଦ୍ଧାଙ୍ଗୁଳିରେ (thumb) ଏହି ବେମାରୀ ହୁଏ । []

ବାରମ୍ବାର ଆଘାତ, ମଧୁମେହ, ବୃକ୍‌କ ରୋଗ, ଥାଇରଏଡ ରୋଗ, ପ୍ରଦାହ ରୋଗ ଥିଲେ ଏହି ଟ୍ରିଗର ଫିଙ୍ଗର ରୋଗ ସଙ୍କଟ ରହେ ।[] ଏହି ରୋଗରେ ଟେଣ୍ଡନ (tendon) ଚାରିପାଖରେ ଥିବା ସିଥ (tendon sheath) ସରୁ ହୋଇଯିବା ଫଳରେ ଫ୍ଲେକସର (flexor) ଟେଣ୍ଡନ ସୁରୁଖୁରୁରେ ତା ଭିତରେ ଚଳନ ହୋଇପାରେନାହିଁ,[] ବିଶେଷତଃ ଏ୧ ପୁଲି (A1 pulley) ପାଖରେ । [] ଏହି ରୋଗକୁ ସ୍ଟେନୋଜିଙ୍ଗ ଟେନୋସାଇନୋଭାଇଟିସ (en:stenosing tenosynovitis) ଶ୍ରେଣୀରେ ଗ୍ରହଣ କରାଗଲେ ମଧ୍ୟ କୌଣସି ପ୍ରଦାହ (inflammation) ନଥାଏ । [] ଅନ୍ୟାନ୍ୟ ସମ୍ଭାବ୍ୟ କାରଣ ଦୂରୀଭୁତ କଲାପରେ ଲକ୍ଷଣ ଦେଖି ଏହି ରୋଗ ନିର୍ଣ୍ଣୟ କରାଯାଏ । []

ବିଶ୍ରାମ, ସ୍ପ୍ଲିଣ୍ଟ (splinting), ଏନଏସଏଆଇଡି (NSAIDs), କର୍ଟିକୋସ୍ଟିରଏଡ ଇଞ୍ଜେକସନ (steroid) ଇଞ୍ଜେକସନ ସାହାଯ୍ୟରେ ଚିକିତ୍ସା କରାଯାଏ ।[] ଏହା ଫଳପ୍ରଦ ନହେଲେ ଅପରେଶନ କରାଯାଏ । [] ଏହା ଏକ ଅପେକ୍ଷାକୃତ ସାଧାରଣ ରୋଗ ।[] ମହିଳାମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ।[] ୫୦ ଓ ୬୦ ଦଶକରେ ଏହି ରୋଗ ଅଧିକ ଦେଖାଯାଏ । [] ଏହି ରୋଗର ବର୍ଣ୍ଣନା ପ୍ରଥମେ ସନ ୧୮୫୦ରେ ଦେଖାଯାଇଥିଲା । []

  1. 1 2 3 "Trigger Finger - Trigger Thumb". OrthoInfo - AAOS. March 2018. Retrieved 25 June 2018.
  2. 1 2 3 4 5 6 7 8 9 10 11 12 Makkouk AH, Oetgen ME, Swigart CR, Dodds SD (June 2008). "Trigger finger: etiology, evaluation, and treatment". Curr Rev Musculoskelet Med. 1 (2): 92–6. doi:10.1007/s12178-007-9012-1. PMC 2684207. PMID 19468879.
  3. 1 2 3 4 5 6 7 8 9 10 Hubbard, MJ; Hildebrand, BA; Battafarano, MM; Battafarano, DF (June 2018). "Common Soft Tissue Musculoskeletal Pain Disorders". Primary care. 45 (2): 289–303. doi:10.1016/j.pop.2018.02.006. PMID 29759125.

ବାହ୍ୟ ଲିଙ୍କ

[ସମ୍ପାଦନା]
ଶ୍ରେଣୀବିଭାଗ
ବାହାର ଉତ୍ସ