ଜୟ କୃଷ୍ଣ ମିଶ୍ର
ଦେଖଣା
ଜୟ କୃଷ୍ଣ ମିଶ୍ର (ଜନ୍ମ ୧୯ ଅକ୍ଟୋବର ୧୯୦୪) ଜଣେ ଭାରତୀୟ ଆଇନଜୀବୀ ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ।[୧]
ଶିକ୍ଷା ଓ ପେଶା
[ସମ୍ପାଦନା]ଜୟ କୃଷ୍ଣ ମିଶ୍ରଙ୍କ ଜନ୍ମ ଢେଙ୍କାନାଳରେ ୧୯ ଅକ୍ଟୋବର ୧୯୦୪ରେ ହୋଇଥିଲା । ତାଙ୍କ ଶିକ୍ଷା ଢେଙ୍କାନାଳ ସ୍କୁଲ୍, ରେଭେନ୍ସା ମହାବିଦ୍ୟାଳୟ, କଟକ ଏବଂ ପାଟନା ମହାବିଦ୍ୟାଳୟରେ ହୋଇଥିଲା । ୧୯୩୧ ମସିହାରେ ବି.ଏଲ୍. ଡିଗ୍ରୀ ହାସଲ କରିବା ପରେ ସେ ଓକିଲାତି ପେଶାରେ ଯୋଗଦେଲେ । ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହୋଇ ନ ଥିବାରୁ ପୂର୍ବତନ ଓଡ଼ିଶା ପ୍ରୋଭିନ୍ସର ବିଭିନ୍ନ ଦାୟିତ୍ୱରେ ସେବା ନିର୍ବାହ କରିବା ପରେ, ସେ ନବ ଗଠିତ ଓଡ଼ିଶାରେ ୧୯୪୮ରୁ ୧୯୫୯ ମସିହା ପର୍ଯ୍ୟନ୍ତ କଟକ, ବ୍ରହ୍ମପୁର, ସମ୍ବଲପୁର ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଜିଲ୍ଲା ନ୍ୟାୟାଧୀଶ ଭାବରେ କର୍ଯ୍ୟ ନିର୍ବାହ କରିଥିଲେ ।
ସେ ୧୦.୧୧.୧୯୫୯ ରୁ ୧୦.୧୧.୧୯୬୧ ପର୍ଯ୍ୟନ୍ତ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ପଦରେ ରହିଥିଲେ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Former Judge | Orissa High Court, Cuttack". www.orissahighcourt.nic.in. Retrieved 2025-01-04.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |