ଜୟଶ୍ରୀ ରାଇଜି

ଉଇକିପିଡ଼ିଆ‌ରୁ
ଜୟଶ୍ରୀ ରାଇଜି
ସାଂସଦ: ୧ମ ଲୋକ ସଭା
କାର୍ଯ୍ୟକାଳ
୧୯୫୧ – ୧୯୫୭
ନିର୍ବାଚନ ମଣ୍ଡଳୀବମ୍ବେ ସୁବୁର୍ବନ
ବ୍ୟକ୍ତିଗତ ସବିଶେଷ
ଜନ୍ମ୧୮୯୫
ସୁରତ, ବ୍ରିଟିଶ ଭାରତ
ମୃତ୍ୟୁ୧୯୮୫
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ଜୀବନ ସାଥୀଏନ୍ ଏମ୍ ରାଇଜି
ବାପା/ବୋଉମନୁଭାଇ ମେହେଟା (ବାପା)
ବୃତ୍ତିସମାଜସେବୀ, ରାଜନୀତିଜ୍ଞ, ସ୍ୱାଧୀନତା ସଂଗ୍ରାମୀ

ଜୟଶ୍ରୀ ନାଇଶାଦ୍ ରାଇଜି (୧୮୯୫–୧୯୮୫) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, ସାମାଜିକ କର୍ମୀ, ସଂସ୍କାରବାଦୀ ତଥା ରାଜନୀତିଜ୍ଞ ଥିଲେ । ସେ ବମ୍ବେ ଉପନଗର ଆସନରୁ ପ୍ରଥମ ଲୋକ ସଭାର ସାଂସଦ ଥିଲେ ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

୧୮୯୫ ମସିହାର ଅକ୍ଟୋର ୨୬ ତାରିଖରେ ସେ ସୁରଟଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଥିଲା ମନୁଭାଇ ମେହେଟା । ସେ ଉଚ୍ଚଶିକ୍ଷା ପାଇଁ ବରୋଡ଼ା କଲେଜରେ ଯୋଗ ଦେଇଥିଲେ ।[୧]

ସ୍ୱାଧୀନତା ସଂଗ୍ରାମରେ ଅବଦାନ[ସମ୍ପାଦନା]

ସମାଜସେବାରେ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ଯୋଗୁଁ ୧୯୧୯ ମସିହାରେ ତାଙ୍କୁ ବମ୍ବେ ପ୍ରେସିଡେନ୍ସି ଓମେନ୍ସ କାଉନ୍‌ସିଲ୍‌ର ଅଧକ୍ଷା ଭାବରେ ନିଯୁକ୍ତ କରାଯାଇଥିଲା । ୧୯୩୦ ମସିହାର ଅସହଯୋଗ ଆନ୍ଦୋଳନ ସମୟରେ ସେ ବିଦେଶୀ ବସ୍ତ୍ର ବିକ୍ରି କରୁଥିବା ଦୋକାନୀକୁ ଉଚ୍ଛେଦ କରିବା ଦିଗରେ କାର୍ଯ୍ୟ କରିଥିଲେ, ଫଳରେ ବ୍ରିଟିଶ ସରକାରଙ୍କଦ୍ୱାରା ବନ୍ଦୀ ହୋଇ ୬ ମାସ କାରାଗାରରେ ଥିଲେ । ୧୯୪୨ ମସିହାର ଭାରତ ଛାଡ଼ ଆନ୍ଦୋଳନ ସମୟରେ ମଧ୍ୟ ସେ କାରାବରଣ କରିଥିଲେ । ସ୍ୱଦେଶୀ ଜିନିଷ ଆପଣେଇବାକୁ ସେ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବାକୁ ବିଭିନ୍ନ ମହିଳା ସମବାୟ ସମିତିମାନ ଆରମ୍ଭ କରିଥିଲେ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଭାରତ ସ୍ୱାଧୀନ ହେବା ପରେ ସେ ୧୯୫୨ ମସିହାରେ ହୋଇଥିବା ପ୍ରଥମ ଭାରତୀୟ ସାଧାରଣ ନିର୍ବାଚନରେ ବମ୍ବେ ସୁବୁର୍ବନ ନିର୍ବାଚନ ମଣ୍ଡଳୀରୁ ୧ମ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୨] ସେ ଭାରତୀୟ ଶିଶୁ କଲ୍ୟାଣ ସମିତିର ପ୍ରତିଷ୍ଠାତା ସଦସ୍ୟା ଥିଲେ ।[୩] ମହିଳା ଓ ଶିଶୁ କଲ୍ୟାଣ ଦିନରେ ତାଙ୍କର ଉଲ୍ଲେଖନୀୟ ଭୂମିକା ପାଇଁ ୧୯୮୦ ମସିହାରେ ତାଙ୍କୁ ଜମନାଲାଲ ବଜାଜ ପୁରସ୍କାର ପ୍ରଦାନ କରାଯାଇଥିଲା ।[୪]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ସେ ୧୯୧୮ ମସିହାରେ ଏନ୍ ଏମ୍ ରାଇଜିଙ୍କୁ ବିବାହ କରିଥିଲେ । ତାଙ୍କର ଚାରି ଜଣ ସନ୍ତାନ ଥିଲେ ।[୧] ୧୯୮୫ ମସିହାରେ ତାଙ୍କୁ ମୃତ୍ୟୁ ହୋଇଥିଲା ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Members Bioprofile: Raiji, Shrimati Jayashri". Lok Sabha. Retrieved 26 November 2017.
  2. "Statistical Report on General Elections, 1951 to the First Lok Sabha" (PDF). Election Commission of India. p. 95. Retrieved 27 November 2017.
  3. "They dared to dream..." Indian Council for Child Welfare. Archived from the original on 24 June 2019. Retrieved 27 November 2017.
  4. "Smt. Jayashri Raiji". Jamnalal Bajaj Foundation. Retrieved 26 November 2017.
  5. Mankekar, Kamla (2002). Women Pioneers in India's Renaissance, as I Remember her: Contributions from Eminent women of present-day India. National Book Trust, India. p. ix. ISBN 978-81-237-3766-9.