ଜୟଶ୍ରୀ ରାଇଜି
ଜୟଶ୍ରୀ ରାଇଜି | |
---|---|
ସାଂସଦ: ୧ମ ଲୋକ ସଭା | |
କାର୍ଯ୍ୟକାଳ ୧୯୫୧ – ୧୯୫୭ | |
ନିର୍ବାଚନ ମଣ୍ଡଳୀ | ବମ୍ବେ ସୁବୁର୍ବନ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୮୯୫ ସୁରତ, ବ୍ରିଟିଶ ଭାରତ |
ମୃତ୍ୟୁ | ୧୯୮୫ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ଜୀବନ ସାଥୀ | ଏନ୍ ଏମ୍ ରାଇଜି |
ବାପା/ବୋଉ | ମନୁଭାଇ ମେହେଟା (ବାପା) |
ବୃତ୍ତି | ସମାଜସେବୀ, ରାଜନୀତିଜ୍ଞ, ସ୍ୱାଧୀନତା ସଂଗ୍ରାମୀ |
ଜୟଶ୍ରୀ ନାଇଶାଦ୍ ରାଇଜି (୧୮୯୫–୧୯୮୫) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, ସାମାଜିକ କର୍ମୀ, ସଂସ୍କାରବାଦୀ ତଥା ରାଜନୀତିଜ୍ଞ ଥିଲେ । ସେ ବମ୍ବେ ଉପନଗର ଆସନରୁ ପ୍ରଥମ ଲୋକ ସଭାର ସାଂସଦ ଥିଲେ ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]୧୮୯୫ ମସିହାର ଅକ୍ଟୋର ୨୬ ତାରିଖରେ ସେ ସୁରଟଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଥିଲା ମନୁଭାଇ ମେହେଟା । ସେ ଉଚ୍ଚଶିକ୍ଷା ପାଇଁ ବରୋଡ଼ା କଲେଜରେ ଯୋଗ ଦେଇଥିଲେ ।[୧]
ସ୍ୱାଧୀନତା ସଂଗ୍ରାମରେ ଅବଦାନ
[ସମ୍ପାଦନା]ସମାଜସେବାରେ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ଯୋଗୁଁ ୧୯୧୯ ମସିହାରେ ତାଙ୍କୁ ବମ୍ବେ ପ୍ରେସିଡେନ୍ସି ଓମେନ୍ସ କାଉନ୍ସିଲ୍ର ଅଧକ୍ଷା ଭାବରେ ନିଯୁକ୍ତ କରାଯାଇଥିଲା । ୧୯୩୦ ମସିହାର ଅସହଯୋଗ ଆନ୍ଦୋଳନ ସମୟରେ ସେ ବିଦେଶୀ ବସ୍ତ୍ର ବିକ୍ରି କରୁଥିବା ଦୋକାନୀକୁ ଉଚ୍ଛେଦ କରିବା ଦିଗରେ କାର୍ଯ୍ୟ କରିଥିଲେ, ଫଳରେ ବ୍ରିଟିଶ ସରକାରଙ୍କଦ୍ୱାରା ବନ୍ଦୀ ହୋଇ ୬ ମାସ କାରାଗାରରେ ଥିଲେ । ୧୯୪୨ ମସିହାର ଭାରତ ଛାଡ଼ ଆନ୍ଦୋଳନ ସମୟରେ ମଧ୍ୟ ସେ କାରାବରଣ କରିଥିଲେ । ସ୍ୱଦେଶୀ ଜିନିଷ ଆପଣେଇବାକୁ ସେ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବାକୁ ବିଭିନ୍ନ ମହିଳା ସମବାୟ ସମିତିମାନ ଆରମ୍ଭ କରିଥିଲେ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଭାରତ ସ୍ୱାଧୀନ ହେବା ପରେ ସେ ୧୯୫୨ ମସିହାରେ ହୋଇଥିବା ପ୍ରଥମ ଭାରତୀୟ ସାଧାରଣ ନିର୍ବାଚନରେ ବମ୍ବେ ସୁବୁର୍ବନ ନିର୍ବାଚନ ମଣ୍ଡଳୀରୁ ୧ମ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୨] ସେ ଭାରତୀୟ ଶିଶୁ କଲ୍ୟାଣ ସମିତିର ପ୍ରତିଷ୍ଠାତା ସଦସ୍ୟା ଥିଲେ ।[୩] ମହିଳା ଓ ଶିଶୁ କଲ୍ୟାଣ ଦିନରେ ତାଙ୍କର ଉଲ୍ଲେଖନୀୟ ଭୂମିକା ପାଇଁ ୧୯୮୦ ମସିହାରେ ତାଙ୍କୁ ଜମନାଲାଲ ବଜାଜ ପୁରସ୍କାର ପ୍ରଦାନ କରାଯାଇଥିଲା ।[୪]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ସେ ୧୯୧୮ ମସିହାରେ ଏନ୍ ଏମ୍ ରାଇଜିଙ୍କୁ ବିବାହ କରିଥିଲେ । ତାଙ୍କର ଚାରି ଜଣ ସନ୍ତାନ ଥିଲେ ।[୧] ୧୯୮୫ ମସିହାରେ ତାଙ୍କୁ ମୃତ୍ୟୁ ହୋଇଥିଲା ।[୫]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Members Bioprofile: Raiji, Shrimati Jayashri". Lok Sabha. Retrieved 26 November 2017.
- ↑ "Statistical Report on General Elections, 1951 to the First Lok Sabha" (PDF). Election Commission of India. p. 95. Retrieved 27 November 2017.
- ↑ "They dared to dream..." Indian Council for Child Welfare. Archived from the original on 24 June 2019. Retrieved 27 November 2017.
- ↑ "Smt. Jayashri Raiji". Jamnalal Bajaj Foundation. Retrieved 26 November 2017.
- ↑ Mankekar, Kamla (2002). Women Pioneers in India's Renaissance, as I Remember her: Contributions from Eminent women of present-day India. National Book Trust, India. p. ix. ISBN 978-81-237-3766-9.