ଜୟନାରାୟଣ ମହାନ୍ତି
ଜୟନାରାୟଣ ମହାନ୍ତି | |
---|---|
ବିଧାୟକ: ୧୧ଶ ଓ ୧୨ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୫ – ୨୦୦୪ | |
ପୂର୍ବ ଅଧିକାରୀ | ଅଶ୍ୱିନୀ କୁମାର ପାତ୍ର |
ପର ଅଧିକାରୀ | ଅଶ୍ୱିନୀ କୁମାର ପାତ୍ର |
ନିର୍ବାଚନ ମଣ୍ଡଳୀ | ଜଳେଶ୍ୱର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୧ ଅକ୍ଟୋବର ୧୯୫୧ |
ମୃତ୍ୟୁ | ୨୦ ଜାନୁଆରୀ ୨୦୨୪ | (ବୟସ ୭୨)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ଶୁକଲତା ମହାନ୍ତି |
ସନ୍ତାନ | ୩ ପୁଅ, ୧ ଝିଅ |
ବାପା/ବୋଉ | ଶମ୍ଭୁନାଥ ମହାନ୍ତି (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜୟନାରାୟଣ ମହାନ୍ତି (୧୧ ଅକ୍ଟୋବର ୧୯୫୧ - ୨୦ ଜାନୁଆରୀ ୨୦୨୪) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ ।[୧] ସେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ରହିଥିଲେ । ଓଡ଼ିଶା ବିଧାନ ସଭାରେ ସେ ଜଣେ ବିଧାୟକ ଭାବରେ ୨ଥର କାର୍ଯ୍ୟ କରିଥିଲେ । ୧୯୯୫ ଓ ୨୦୦୦ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଜଳେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୧ଶ ଓ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨]
ଜନ୍ମ, ଶିକ୍ଷା ଓ ପରିବାର
[ସମ୍ପାଦନା]ଜୟନାରାୟଣ ମହାନ୍ତି ୧୯୫୧ ମସିହାର ଅକ୍ଟୋବର ମାସ ୧୧ ତାରିଖରେ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ବାପାଙ୍କ ନାମ ସମ୍ଭୁନାଥ ମହାନ୍ତି । ଜୟନାରାୟଣଙ୍କର ଶିକ୍ଷାଗତ ଯୋଗ୍ୟତା ବାଣିଜ୍ୟରେ ସ୍ନାତକତ୍ତୋର । ତାଙ୍କ ପତ୍ନୀଙ୍କ ନାମ ଶୁକଲତା ମହାନ୍ତି ।[୨] ତାଙ୍କର ୩ ପୁଅ ଓ ଗୋଟିଏ ଝିଅକୁ ମିଶାଇ ସମୁଦାୟ ସନ୍ତାନ ସଂଖ୍ୟା ୪
ରାଜନୈତିକ ଜୀବନ
[ସମ୍ପାଦନା]ଜୟନାରାୟଣ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଦୁଇଥର ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।
୧୯୯୫ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ଜଳେଶ୍ୱ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୧୯୯୫ ମସିହାରୁ ୨୦୦୦ ମସିହାଯାଏଁ କାର୍ଯ୍ୟ କରିଥିଲେ ।
ଏହାପରେ ୨୦୦୦ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପୁଣିଥରେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ଜଳେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୨୦୦୦ ମସିହାରୁ ୨୦୦୪ ଯାଏଁ କାର୍ଯ୍ୟ କରିଥିଲେ ।
ମୃତ୍ୟୁ
[ସମ୍ପାଦନା]୨୦୨୪ ମସିହା ଜାନୁଆରୀ ୨୦ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ।[୩] ମୃତ୍ୟୁବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ News7, Prameya (20 January 2024). "ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତିଙ୍କ ବିୟୋଗ, ୭୪ ବର୍ଷରେ ବୁଜିଲେ ଆଖି". Prameya News7. Retrieved 20 January 2024.
{{cite web}}
: CS1 maint: numeric names: authors list (link) - ↑ ୨.୦ ୨.୧ ୨.୨ "Shri Jayanarayan Mohanty". odishaassembly.nic.in. Odisha Assembly. Retrieved 12 June 2019.
- ↑ Acharya, Boudhayan (20 January 2024). "ଆରପାରିରେ ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତି". Sambad. Retrieved 20 January 2024.