ଜ୍ୟୋତ୍ସ୍ନା ରାଉତ ବିଶ୍ୱାଳ

ଉଇକିପିଡ଼ିଆ‌ରୁ
ଜ୍ୟୋତ୍ସ୍ନା ରାଉତ ବିଶ୍ୱାଳ
Nationalityଭାରତୀୟ
Citizenshipଭାରତୀୟ
Educationପିଏଚଡ଼ି
Occupationଅଧ୍ୟାପନା
Employerଗୌହାଟି ବିଶ୍ୱବିଦ୍ୟାଳୟ
Notable workମହାରଥୀ
Awardsକେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ୨୦୦୮

ଜ୍ୟୋତ୍ସ୍ନା ରାଉତ ବିଶ୍ୱାଳ ଜଣେ ଓଡ଼ିଆ ଅନୁବାଦିକା ।[୧] ଅନୁବାଦ ପୁସ୍ତକ ମହାରଥୀ ପାଇଁ ୨୦୦୮ ମସିହାରେ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ପ୍ରଦାନ କରାଯାଇଥିଲା । ବୃତ୍ତିରେ ସେ ଜଣେ ଅଧ୍ୟାପିକା ଓ ଗୌହାଟି ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଭାଷା ଅଧ୍ୟାପନା କରନ୍ତି ।[୨]

ସାହିତ୍ୟ ସର୍ଜନା[ସମ୍ପାଦନା]

ଜ୍ୟୋତ୍ସ୍ନା, ଉଭୟ ମୌଳିକ ସାହିତ୍ୟ ଓ ଅନୁବାଦରେ ନିଜ ଲେଖନୀ ଚାଳନା କରନ୍ତି । ଉଭୟ ଓଡ଼ିଆଅସମୀୟା ଭାଷାରେ ଦକ୍ଷତା ରଖିଥିବା ଜ୍ୟୋତ୍ସ୍ନା ୧୦ରୁ ଅଧିକ ଅସମୀୟା ଲେଖକଙ୍କର ପୁସ୍ତକକୁ ଓଡ଼ିଆରେ ଅନୁବାଦ କରିଛନ୍ତି । ସେହିପରି ମାଦଳା ପାଞ୍ଜିକୁ ସେ ଅସମୀୟା ଭାଷାକୁ ଅନୁବାଦ କରିଛନ୍ତି । ପ୍ରତିଭା ରାୟଙ୍କ ଉଲଙ୍ଘନ ପୁସ୍ତକ ମଧ୍ୟ ସେ ଅନୁବାଦ କରିଛନ୍ତି ।

ରଚନାବଳୀ[ସମ୍ପାଦନା]

  • ମାଦଳା ପାଞ୍ଜି (ଓଡ଼ିଆରୁ ଅସମୀୟା)
  • ଉଲଙ୍ଘନ (ଓଡ଼ିଆରୁ ଅସମୀୟା)
  • ଅନ୍ୟ ଜଣେ (ହରେକୃଷ୍ଣ ଡେକାଙ୍କର ପୁସ୍ତକ ଅସମୀୟାରୁ ଓଡ଼ିଆ)[୩]
  • ମହାରଥୀ ( ଚନ୍ଦ୍ରପ୍ରସାଦ ସାଇକିଆଙ୍କ ପୁସ୍ତକ ଅସମୀୟାରୁ ଓଡ଼ିଆ)[୪]
  • ବାଘ ଟାପୁରେ ରାତି (ମୂଳ ରଚନା ଅପୂର୍ବ ଶର୍ମା)
  • ଶୃଙ୍ଖଳା

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଜ୍ୟୋତ୍ସ୍ନା, ବୃତ୍ତିରେ ଜଣେ ଅଧ୍ୟାପିକା । ଗୌହାଟି ବିଶ୍ୱବିଦ୍ୟାଳୟରେ ସେ ଓଡ଼ିଆ ଭାଷା ଅଧ୍ୟାପନା କରନ୍ତି । ସେ ପୂର୍ବରୁ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ମହାବିଦ୍ୟାଳୟରେ ମଧ୍ୟ ଶିକ୍ଷାଦାନ କରିଥିଲେ । ସେ ଓଡ଼ିଆ ଭାଷାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚଡ଼ି ହାସଲ କରିଛନ୍ତି । ତାଙ୍କ ପତି ଆସାମ କାଡ଼ରର ଭାରତୀୟ ପୁଲିସ ସେବା ଅଧିକାରୀ ।[୫]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ୨୦୦୮[୬]

ଆଧାର[ସମ୍ପାଦନା]

  1. ମହାରଥି. ସାହିତ୍ୟ ଏକାଡେମୀ. pp. ୪୦୦. ISBN 81-260-2195-0. Retrieved 28 September 2021.
  2. "Jyotsna K Biswal Rout". www.gauhati.ac.in. Gauhati University. Archived from the original on 28 September 2021. Retrieved 28 September 2021.
  3. Five Decades The National Academy of Letters, India : a Short History of Sahitya Akademi. ସାହିତ୍ୟ ଏକାଡେମୀ. Retrieved 28 September 2021.
  4. ମହାରଥି. ସାହିତ୍ୟ ଏକାଡେମୀ. pp. ୪୦୦. ISBN 81-260-2195-0. Retrieved 28 September 2021.
  5. "'I enjoy Assamese as much as Oriya'". www.newindianexpress.com. The New Indian Express. Archived from the original on 28 September 2021. Retrieved 28 September 2021.
  6. "Sahitya Akademy Translation Prize". www.sahitya-akademi.org.in/. Sahitya Akademy. Archived from the original on 28 September 2021. Retrieved 28 September 2021. {{cite web}}: |archive-date= / |archive-url= timestamp mismatch; 7 ମାର୍ଚ୍ଚ 2021 suggested (help)