ଜ୍ଞାନ ହୋତା

ଉଇକିପିଡ଼ିଆ‌ରୁ
ଜ୍ଞାନ ହୋତା
୨୦୧୯ ମସିହାରେ କୋରାପୁଟରେ ଜ୍ଞାନ ହୋତା
Occupationଓଡ଼ିଆ ବ୍ୟଙ୍ଗ କବି[୧]
Spouseସୌଦାମିନି ହୋତା

ଜ୍ଞାନ ହୋତା ଜଣେ ଓଡ଼ିଆ ବ୍ୟଙ୍ଗ କବି ।[୨] କଟକରୁ ପ୍ରକାଶିତ ମାସିକ ବ୍ୟଙ୍ଗ ପତ୍ରିକା ବ୍ୟଙ୍ଗ ଦରବାରର ସେ ପ୍ରତିଷ୍ଠାତା ସମ୍ପାଦକ । ସେ ବିଭିନ୍ନ ଓଡ଼ିଆ ମଞ୍ଚ ନାଟକ, ଦୂରଦର୍ଶନ କାର୍ଯ୍ୟକ୍ରମ ଏବଂ କଥାଚିତ୍ରମାନଙ୍କରେ ଜଣେ ବ୍ୟଙ୍ଗକବି ତଥା ବିଚାରକ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ପେଶା[ସମ୍ପାଦନା]

ସେ ଭାରତୀୟ ଡାକ ବିଭାଗର ଜଣେ କର୍ମଚାରୀ ଭାବରେ କାର୍ଯ୍ୟ କରୁଛନ୍ତି ।

ବ୍ୟଙ୍ଗ ସାହିତ୍ୟ[ସମ୍ପାଦନା]

ଜ୍ଞାନ ହୋତାଙ୍କ ରଚିତ ଅନେକ କ୍ଷୁଦ୍ର ବ୍ୟଙ୍ଗ ପୁସ୍ତକ ରହିଛି । ସେ ବିଭିନ୍ନ ମଞ୍ଚରେ ତାଙ୍କର ବ୍ୟଙ୍ଗ କବିତାମାନ ଉପସ୍ଥାପନା କରିବା ସହ ଛୋଟ ଛୋଟ ହସ କଥା ଉପସ୍ଥାପନା କରିଥାନ୍ତି ।[୩]

ଦୂରଦର୍ଶନ[ସମ୍ପାଦନା]

ଜ୍ଞାନ ହୋତା ଓଡ଼ିଆ ଦୂରଦର୍ଶନର କିଛି କାର୍ଯ୍ୟକ୍ରମରେ ବିଚାରକ ତଥା ଅତିଥି ଭାବରେ କାର୍ଯ୍ୟ କରିଛନ୍ତି । ସେ ଓ ଟିଭିରେ ପ୍ରସାରିତ କାର୍ଯ୍ୟକ୍ରମ ଦ ଗ୍ରେଟ୍ ଓଡ଼ିଶା ପଲିଟିକାଲ ସର୍କସ୍‌ର ଆରମ୍ଭରୁ ଜଣେ ବିଚାରକ ଭାବରେ କାର୍ଯ୍ୟ କରି ଆସୁଥିଲେ ଏବଂ ପରବର୍ତ୍ତୀ ସମୟରେ ଏହି କାର୍ଯ୍ୟକ୍ରମରେ ବିଚାରକ ବ୍ୟବସ୍ଥା ଉଚ୍ଛେ ହେବାପରେ ଜ୍ଞାନ ହୋତା ଜଣେ ଅତିଥି ଭାବରେ ମଧ୍ୟ ଅଂଶଗ୍ରହଣ କରିଛନ୍ତି ।

ତରଙ୍ଗ ମ୍ୟୁଜିକରେ ପ୍ରଚାରିତ ଏକ କାର୍ଯ୍ୟକ୍ରମରେ ଜ୍ଞାନହୋତା ନିୟମିତ ଅତିଥି ତଥା ବ୍ୟଙ୍ଗ କବିତା ଉପସ୍ଥାପନା ପାଇଁ କାର୍ଯ୍ୟ କରିଥିଲେ । ପ୍ରମେୟ ନ୍ୟୁଜ୍ ୭ରେ ପ୍ରସାରିତ କାର୍ଯ୍ୟକ୍ରମ ବ୍ୟଙ୍ଗଷ୍ଟାରରେ ଜ୍ଞାନ ହୋତା ଜଣେ ବିଚାରକ ଭାବରେ କାର୍ଯ୍ୟ କରିଛନ୍ତି ।

କଥାଚିତ୍ର[ସମ୍ପାଦନା]

ଜ୍ଞାନ ହୋତା ୨୦୦୮ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ସତ୍ୟ ମେବ ଜୟତେରେ ବ୍ୟଙ୍ଗ କବି ଜାପାନୀ ବାବୁ ଭୂମିକାରେ ଅଭିନୟ କରିଥିଲେ, ଯେଉଁଠି ସେ ଅଟୋ ଚଳାଉଥିବା ଜଣେ ସାଧରଣ ଯୁବକକୁ ରାଜନୀତିକୁ ଆଣି ନିର୍ବାଚନ ଜିତାଇବା ପାଇଁ କାର୍ଯ୍ୟ କରିଥିଲେ ।

ଆଧାର[ସମ୍ପାଦନା]

  1. "ସାହିତ୍ୟ ଦର୍ପଣ ପକ୍ଷରୁ ମହାବିନାୟକ କବିତା ଉତ୍ସବ". www.dharitri.com/. ଧରିତ୍ରୀ. Retrieved 30 October 2019.
  2. "ପିଲାବେଳେ ଗାଳିମାଡ଼, ଏବେ ତାଳିମାଡ଼: ଜ୍ଞାନ ହୋତା | Sambad". sambad.in. 5 February 2018. Retrieved 26 October 2019.
  3. "ମୁକ୍ତାକାଶ ସାହିତ୍ୟ ଉତ୍ସବ ଓ ପୁସ୍ତକ ମେଳା" (PDF). odishasahityaakademi.org/. odisha sahitya akademi. Retrieved 30 October 2019.