ଭୂଗୋଳ

ଉଇକିପିଡ଼ିଆ ରୁ
Jump to navigation Jump to search
Physical map of the Earth

ବିଜ୍ଞାନର ଯେଉଁ ବିଭାଗରେ ପୃଥିବୀ, ଜନ, ଜମି, ପରିସଂସ୍ଥାନ ଏବଂ ଜୀବଜନ୍ତୁମାନଙ୍କ ବିଷୟରେ ପଢାଯାଏ ତାହାକୁ ଭୂଗୋଳ କୁହାଯାଏ ।[୧]

ଉପକ୍ରମ[ସମ୍ପାଦନା]

ମୂଳଶବ୍ଦ ଭୂ କହିଲେ ଭୂମି ଗୋଳ କହିଲେ ଏହାର ପଠନରୁ ଉଦ୍ଧୃତ । ଏଥିରେ ମୁଖ୍ୟତଃ ଉପରଲିଖିତ ବିଷୟବସ୍ତୁମାନଙ୍କର ବିଷୟରେ ପଢାଯାଏ । ଭୂଗୋଳ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଶ୍ରେଣୀମାନଙ୍କରେ ଏକ ବିଷୟ । ଭୂଗୋଳ ହେଉଛି ବ୍ରହ୍ମାଣ୍ଡ ଏବଂ ଏହାର ବୈଶିଷ୍ଟ୍ୟଗୁଡିକର ଏକ ବ୍ୟବସ୍ଥିତ ଅଧ୍ୟୟନ | ପାରମ୍ପରିକ ଭାବରେ, ଭୂଗୋଳ ମାନଚିତ୍ର ଅଧ୍ୟୟନ ଏବଂ ସ୍ଥାନ ନାମ ଅଧ୍ୟୟନ ସହିତ ଜଡିତ | ଅନେକ ଭୌଗଳିକ ବିଜ୍ଞାନୀ ମାନଚିତ୍ର ଅଧ୍ୟୟନ ଏବଂ ସ୍ଥାନ ନାମ ଅଧ୍ୟୟନରେ ତାଲିମପ୍ରାପ୍ତ, ମାତ୍ର ଏହା ସେମାନଙ୍କ ମୁଖ୍ୟ ବିଷୟବସ୍ତୁ ନୁହେଁ | ଭୌଗଳିକ ବିଜ୍ଞାନୀମାନେ ଘଟଣା, ପ୍ରକ୍ରିୟା, ଏବଂ ବୈଶିଷ୍ଟ୍ୟଗୁଡିକର ସ୍ଥାନ ଏବଂ ଏହା ସହିତ ମଣିଷ ଏବଂ ସେମାନଙ୍କର ପରିବେଶର ପାରସ୍ପରିକ ଅଧ୍ୟୟନ କରନ୍ତି | କାରଣ ସ୍ଥାନ ଏବଂ ସ୍ଥାନ ବିଭିନ୍ନ ବିଷୟ ଉପରେ ପ୍ରଭାବ ପକାଇଥାଏ, ଯେପରିକି ଅର୍ଥନୀତି, ସ୍ୱାସ୍ଥ୍ୟ, ଜଳବାୟୁ, ଉଦ୍ଭିଦ ଏବଂ ପ୍ରାଣୀ, ଭୂଗୋଳ ଅତ୍ୟନ୍ତ ଆନ୍ତଃବିଭାଗୀୟ | ଭୂଗୋଳର ଆନ୍ତଃବିଭାଗୀୟ ପ୍ରକୃତି ଭୌତିକ ଏବଂ ମାନବିକ ଘଟଣାକ୍ରମ ଏବଂ ଏହାର ପରିବେଶ ମଧ୍ୟରେ ଥିବା ସମ୍ପର୍କ ଉପରେ ନିର୍ଭର କରେ |

ଭୂଗୋଳର ଅଧ୍ୟୟନକୁ ସାମଗ୍ରିକ ଭାବରେ ଦୁଇଟି ମୁଖ୍ୟ ବିଭାଗରେ ବିଭକ୍ତ କରାଯାଇପାରେ: ମାନବିକ ଭୂଗୋଳ ଏବଂ ଭୌତିକ ଭୂଗୋଳ | ମାନବିକ ଭୂଗୋଳ ମୁଖ୍ୟତଃ ମନୁଷ୍ୟକୃତ ପରିବେଶ ଏବଂ ଏହାର ସୃଷ୍ଟି, ଦର୍ଶନ, ପରିଚାଳନା ଏବଂ ପ୍ରଭାବ ଉପରେ ଧ୍ୟାନ ଦେଇଥାଏ | ଭୌତିକ ଭୂଗୋଳ ପ୍ରାକୃତିକ ପରିବେଶ, ଏବଂ ଜୀବ, ଜଳବାୟୁ, ମୃତ୍ତିକା, ଜଳ ଏବଂ ସ୍ଥଳଭାଗ କିପରି ପରସ୍ପର ଉପରେ ପ୍ରଭାବ ପକାଏ ତାହା ପରୀକ୍ଷଣ କରେ | ଏହି ଦୁଇ ବିଭଗଗୁଡିକ ମଧ୍ୟରେ ପାର୍ଥକ୍ୟ ଏକ ତୃତୀୟ ବିଭାଗକୁ ଜନ୍ମ ଦେଇଛି , ପରିବେଶ ଭୁଗୋଳ। ଏହା ଭୌତିକ ଏବଂ ମାନବିକ ଭୁଗୋଳକୁ ଏକତ୍ର କରି ପରିବେଶ ଏବଂ ମଣିଷର ପାରସ୍ପରିକ ସମ୍ପର୍କକୁ ଅଧ୍ୟୟନ କରିଥାଏ |

ଶ୍ରେଣୀ ବିଭାଗ[ସମ୍ପାଦନା]

ଭୌତିକ ଭୂଗୋଳ[ସମ୍ପାଦନା]

ଭୌତିକ ଭୂଗୋଳ ଭୂବିଜ୍ଞାନ ଭାବରେ ଭୂଗୋଳ ଉପରେ ଧ୍ୟାନ ଦେଇଥାଏ | ଏହା ଭୌତିକ ସମସ୍ୟା ଏବଂ ଶୈଳମଣ୍ଡଳ, ଜଳମଣ୍ଡଳ, ବାୟୁମଣ୍ଡଳ, ଏବଂ ଜୀବମଣ୍ଡଳକୁ ବୁଝିବାକୁ ଚେଷ୍ଟା କରିଥାଏ | ଭୌତିକ ଭୁଗୋଳ ହେଉଛି ପୃଥିବୀର ଋତୁ, ଜଳବାୟୁ, ବାୟୁମଣ୍ଡଳ, ମୃତ୍ତିକା, ଝରଣା, ସ୍ଥଳଭାଗ ଏବଂ ମହାସାଗରର ଅଧ୍ୟୟନ |

ମାନବିକ ଭୂଗୋଳ[ସମ୍ପାଦନା]

ମାନବିକ ଭୂଗୋଳ ମାନବ ସମାଜକୁ ପ୍ରଭାବିତ କରୁଥିବା ଢାଞ୍ଚା ଓ ପ୍ରକ୍ରିୟାର ଅଧ୍ୟୟନ ଉପରେ ଧ୍ୟାନ ଦେଇଥାଏ | ଏଥିରେ ମାନବ, ରାଜନୈତିକ, ସାଂସ୍କୃତିକ, ସାମାଜିକ ଏବଂ ଅର୍ଥନୈତିକ ଦିଗଗୁଡ଼ିକୁ ଅନ୍ତର୍ଭୁକ୍ତ |

ପରିବେଶ ଭୂଗୋଳ[ସମ୍ପାଦନା]

ପରିବେଶ ଭୁଗୋଳ ମଣିଷ ଏବଂ ପ୍ରାକୃତିକ ଦୁନିଆ ମଧ୍ୟରେ ପାରସ୍ପରିକ ସମ୍ପର୍କର ଅଧ୍ୟୟନ ସହିତ ଜଡିତ | ଏହା ଭୌତିକ ଏବଂ ମାନବିକ ଭୂଗୋଳର ପାରମ୍ପରିକ ଦିଗଗୁଡିକ ବିଷୟରେ ବୁଝିବାକୁ ପ୍ରୟାସ କରେ, ଯଥା ମାନବ ସମାଜ କିପରି ପରିବେଶକୁ ପ୍ରଭାବିତ କରିଥାଏ | ଜଗତୀକରଣ ଏବଂ ଯାନ୍ତ୍ରିକ ଅଭିବୃଦ୍ଧି ହେତୁ ପରିବେଶ ସହିତ ମାନବିକ ସମ୍ପର୍କର ପରିବର୍ତ୍ତନ, ପରିବର୍ତ୍ତନଶୀଳ ସମ୍ପର୍କକୁ ବୁଝିବା ପାଇଁ ଏକ ନୂତନ ଆଭିମୁଖ୍ୟ ଆବଶ୍ୟକ | ପରିବେଶ ଭୂଗୋଳର ଏହି ଦିଗରେ ଅନୁସନ୍ଧାନ କ୍ଷେତ୍ରର ଉଦାହରଣଗୁଡ଼ିକ ହେଉଛି: ଜରୁରୀକାଳୀନ ପରିଚାଳନା, ପରିବେଶ ପରିଚାଳନା,ପରିବେଶ ସଂରକ୍ଷଣ ଏବଂ ରାଜନୈତିକ ପରିବେଶ |

ଜିଓମେଟିକ୍ସ[ସମ୍ପାଦନା]

ମାନଚିତ୍ର ଅଧ୍ୟୟନରେ ବ୍ୟବହୃତ ପାରମ୍ପରିକ କୌଶଳରେ ସ୍ଥାନରେ କମ୍ପ୍ୟୁଟରର ପ୍ରୟୋଗକୁ ଜିଓମେଟିକ୍ସ କୁହଯାଏ | ୧୯୫୦ ଦଶକର ମଧ୍ୟଭାଗରେ ଭୂଗୋଳର ସାଂଖ୍ୟିକ ଅଭିବୃଦ୍ଧି ହେତୁ ଜିଓମାଟିକ୍ସ ଉତ୍ପନ୍ନ ହେଲା | ଆଜି, ଜିଓମେଟିକ୍ ପଦ୍ଧତିଗୁଡ଼ିକରେ ସ୍ଥାନିକ ବିଶ୍ଳେଷଣ, ଭୌଗୋଳିକ ସୂଚନା ପ୍ରଣାଳୀ (ଜିଆଇଏସ୍), ଦୁର ପର୍ଯବେଖ୍ୟଣ ଏବଂ ଗ୍ଲୋବାଲ୍ ପୋଜିସନ୍ ସିଷ୍ଟମ୍ (ଜିପିଏସ୍) ଅନ୍ତର୍ଭୁକ୍ତ | ଜିଓମେଟିକ୍ସ କେତେକ ଭୌଗୋଳିକ ବିଭାଗର ପୁନରୁତ୍ଥାନ ଆଣିଛି, ବିଶେଷ କରି ଉତ୍ତର ଆମେରିକାରେ ଯେଉଁଠାରେ ୧୯୫୦ ଦଶକରେ ଏହି ବିଷୟର ଅବନତି ଘଟିଥିଲା |

ଆଞ୍ଚଳିକ ଭୂଗୋଳ[ସମ୍ପାଦନା]

ପୃଥିବୀ ପୃଷ୍ଠର ଅନନ୍ୟ ବୈଶିଷ୍ଟ୍ୟ, ଓ ଏହାର ଫଳସ୍ୱରୂପ ପ୍ରତ୍ୟେକ କ୍ଷେତ୍ରର ପ୍ରାକୃତିକ ବା ଉପାଦାନଗୁଡ଼ିକର ମିଶ୍ରଣରୁ ଭୌତିକ ଏବଂ ମାନବିକ ପରିବେଶ ପରି ପରିଣତ ହୁଏ | ଏହାର ଅଧ୍ୟୟନକୁ ଆଞ୍ଚଳିକ ଭୂଗୋଳ ନାମ ଦିଆ ଯାଇଛି। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର ସ୍ୱତନ୍ତ୍ରତା, କିମ୍ବା ଚରିତ୍ରକୁ ବୁଝିବା, କିମ୍ବା ବ୍ୟାଖ୍ୟା କରିବା ଯାହା ପ୍ରାକୃତିକ ତଥା ମାନବ ଉପାଦାନକୁ ନେଇ ଗଠିତ |

ଆଧାର[ସମ୍ପାଦନା]