ଜୋସ୍ ଜାକୋବ

ଉଇକିପିଡ଼ିଆ‌ରୁ
ଜୋସ୍ ଜାକୋବ
ଜନ୍ମ
ଅଥୀର୍ମାପୂଜା, କୋଟ୍ଟାୟମ, କେରଳ
ଜାତୀୟତାଭାରତୀୟ
ବୃତ୍ତିନୌଚାଳନା ପ୍ରଶିକ୍ଷକ
ଚାକିରିକ୍ଷେତ୍ରଭାରତୀୟ କ୍ରୀଡ଼ା ପ୍ରାଧିକରଣ
ପୁରସ୍କାରଦ୍ରୋଣାଚାର୍ଯ୍ୟ ପୁରସ୍କାର ୨୦୧୪[୧]

ଜୋସ୍ ଜାକୋବ, ଜଣେ ଜଣାଶୁଣା ନୌଚାଳନା ପ୍ରଶିକ୍ଷକ । ଦ୍ରୋଣାଚାର୍ଯ୍ୟ ପୁରସ୍କାର ହାସଲ କରିବାରେ, ସେ ଓଡ଼ିଶାର ପ୍ରଥମ ବ୍ୟକ୍ତି । ବର୍ତ୍ତମାନ, ସେ ଓଡ଼ିଶା ନୌଚାଳନା ଦଳର ମୁଖ୍ୟ ପ୍ରଶିକ୍ଷକ ଭାବରେ, କଟକ ନିକଟସ୍ଥ ଜଗତପୁରସ୍ଥିତ ଜଳକ୍ରୀଡା କେନ୍ଦ୍ରରେ ନୌଚାଳନା ପ୍ରଶିକ୍ଷଣା ପ୍ରଦାନ କରୁଛନ୍ତି । [୨]

ଜାକୋବ, ୧୯୮୩ ମସିହାରେ କେରଳ ବାସ୍କେଟବଲ ଦଳର ଖେଳାଳି ଭାବରେ ଭାରତୀୟ ସେନାରେ ଯୋଗଦାନ କରିଥିଲେ । ସେ, 'ମାଡ୍ରାସ ଇଞ୍ଜିନିୟରିଂ ଗ୍ରୁପ ଆଣ୍ଡ ସେଣ୍ଟର'ରେ ନିଯୁକ୍ତି ପାଇଥିଲେ । ସେଠାରେ ସେ, ସନ୍ତରଣ କ୍ରୀଡା ପାଇଁ ମନୋନୀତ ହୋଇଥିଲେ । ୧୯୮୩ରୁ ୧୯୮୯ ପର୍ଯ୍ୟନ୍ତ, ସେ ଭାରତୀୟ ସେନାରେ ନୌଚାଳକ(ରୋୟର) ଭାବରେ କାର୍ଯ୍ୟ କରିଥିଲେ । ୧୯୯୦ ମସିହାରେ କର୍ଣ୍ଣାଟକ ଦଳର ପ୍ରଶିକ୍ଷକ ଭାବରେ କାର୍ଯ୍ୟରମ୍ଭ କରିଥିଲେ । ୧୯୯୯ ମସିହା ପର୍ଯ୍ୟନ୍ତ ସେଠାରେ କାମ କରି, ସେ ଇଚ୍ଛାଧିନ ଅବସର ଗ୍ରହଣ କରିଥିଲେ ଓ ଭାରତୀୟ କ୍ରୀଡା ପ୍ରାଧିକରଣ ସହ ଯୋଡି ହୋଇଥିଲେ । ୨୦୦୧ରୁ ସେ ଓଡ଼ିଶା ନୌଚାଳନା ଦଳର ମୁଖ୍ୟ ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରୁଛନ୍ତି । ଏହି ସମୟ ମଧ୍ୟରେ, ସେ ଓଡ଼ିଶାକୁ ୨୪୪ଟି ଜାତୀୟ ଓ ୨୦ଟି ଅନ୍ତର୍ଜାତୀୟ ପଦକ ଜିତାଇ ପାରିଛନ୍ତି ।[୩] ତାଙ୍କ ପ୍ରଶିକ୍ଷଣ ଯୋଗୁ, ଓଡ଼ିଶା ୧୩ଥର ଜାତୀୟ ଚମ୍ପିୟାନ ହୋଇପାରିଛି । [୪]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଦ୍ରୋଣାଚାର୍ଯ୍ୟ ପୁରସ୍କାର - ୨୦୧୪[୫]
  • ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର - ୨୦୧୪
  • କମଳ ଗାଙ୍ଗୁଲି ସ୍ମାରକୀ କ୍ରୀଡା ପୁରସ୍କାର - ୨୦୧୪ [୬]

ଆଧାର[ସମ୍ପାଦନା]