ଜୋସ୍ ଜାକୋବ
ଜୋସ୍ ଜାକୋବ | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ବୃତ୍ତି | ନୌଚାଳନା ପ୍ରଶିକ୍ଷକ |
ଚାକିରିକ୍ଷେତ୍ର | ଭାରତୀୟ କ୍ରୀଡ଼ା ପ୍ରାଧିକରଣ |
ପୁରସ୍କାର | ଦ୍ରୋଣାଚାର୍ଯ୍ୟ ପୁରସ୍କାର ୨୦୧୪[୧] |
ଜୋସ୍ ଜାକୋବ, ଜଣେ ଜଣାଶୁଣା ନୌଚାଳନା ପ୍ରଶିକ୍ଷକ । ଦ୍ରୋଣାଚାର୍ଯ୍ୟ ପୁରସ୍କାର ହାସଲ କରିବାରେ, ସେ ଓଡ଼ିଶାର ପ୍ରଥମ ବ୍ୟକ୍ତି । ବର୍ତ୍ତମାନ, ସେ ଓଡ଼ିଶା ନୌଚାଳନା ଦଳର ମୁଖ୍ୟ ପ୍ରଶିକ୍ଷକ ଭାବରେ, କଟକ ନିକଟସ୍ଥ ଜଗତପୁରସ୍ଥିତ ଜଳକ୍ରୀଡା କେନ୍ଦ୍ରରେ ନୌଚାଳନା ପ୍ରଶିକ୍ଷଣା ପ୍ରଦାନ କରୁଛନ୍ତି । [୨]
ଜାକୋବ, ୧୯୮୩ ମସିହାରେ କେରଳ ବାସ୍କେଟବଲ ଦଳର ଖେଳାଳି ଭାବରେ ଭାରତୀୟ ସେନାରେ ଯୋଗଦାନ କରିଥିଲେ । ସେ, 'ମାଡ୍ରାସ ଇଞ୍ଜିନିୟରିଂ ଗ୍ରୁପ ଆଣ୍ଡ ସେଣ୍ଟର'ରେ ନିଯୁକ୍ତି ପାଇଥିଲେ । ସେଠାରେ ସେ, ସନ୍ତରଣ କ୍ରୀଡା ପାଇଁ ମନୋନୀତ ହୋଇଥିଲେ । ୧୯୮୩ରୁ ୧୯୮୯ ପର୍ଯ୍ୟନ୍ତ, ସେ ଭାରତୀୟ ସେନାରେ ନୌଚାଳକ(ରୋୟର) ଭାବରେ କାର୍ଯ୍ୟ କରିଥିଲେ । ୧୯୯୦ ମସିହାରେ କର୍ଣ୍ଣାଟକ ଦଳର ପ୍ରଶିକ୍ଷକ ଭାବରେ କାର୍ଯ୍ୟରମ୍ଭ କରିଥିଲେ । ୧୯୯୯ ମସିହା ପର୍ଯ୍ୟନ୍ତ ସେଠାରେ କାମ କରି, ସେ ଇଚ୍ଛାଧିନ ଅବସର ଗ୍ରହଣ କରିଥିଲେ ଓ ଭାରତୀୟ କ୍ରୀଡା ପ୍ରାଧିକରଣ ସହ ଯୋଡି ହୋଇଥିଲେ । ୨୦୦୧ରୁ ସେ ଓଡ଼ିଶା ନୌଚାଳନା ଦଳର ମୁଖ୍ୟ ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରୁଛନ୍ତି । ଏହି ସମୟ ମଧ୍ୟରେ, ସେ ଓଡ଼ିଶାକୁ ୨୪୪ଟି ଜାତୀୟ ଓ ୨୦ଟି ଅନ୍ତର୍ଜାତୀୟ ପଦକ ଜିତାଇ ପାରିଛନ୍ତି ।[୩] ତାଙ୍କ ପ୍ରଶିକ୍ଷଣ ଯୋଗୁ, ଓଡ଼ିଶା ୧୩ଥର ଜାତୀୟ ଚମ୍ପିୟାନ ହୋଇପାରିଛି । [୪]
ସମ୍ମାନ ଓ ପୁରସ୍କାର[ସମ୍ପାଦନା]
- ଦ୍ରୋଣାଚାର୍ଯ୍ୟ ପୁରସ୍କାର - ୨୦୧୪[୫]
- ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର - ୨୦୧୪
- କମଳ ଗାଙ୍ଗୁଲି ସ୍ମାରକୀ କ୍ରୀଡା ପୁରସ୍କାର - ୨୦୧୪ [୬]
ଆଧାର[ସମ୍ପାଦନା]
- ↑ http://www.thehindu.com/sport/other-sports/president-pranab-mukherjee-presents-2014-national-sports-adventure-awards/article6363292.ece
- ↑ ଧରିତ୍ରୀ ୦୫୦୯୨୦୧୪ ପୃଷ୍ଠା ୧୮
- ↑ ପ୍ରମେୟ ୦୪/୦୯/୨୦୧୪ ପୃଷ୍ଠା ୧୪
- ↑ http://odishasamaya.com/news/dronacharya-award-would-motivate-me-further-jose-jacob/
- ↑ http://www.thehindu.com/sport/other-sports/drona-awards-veterans-included-in-nominees-list/article6305332.ece
- ↑ http://odishasuntimes.com/82060/shahid-sporting-honour-odisha-coaches-jose-jacob-nk-patnaik/