Jump to content

ଜୁଆଙ୍ଗ ଭାଷା

ଉଇକିପିଡ଼ିଆ‌ରୁ
ଜୁଆଙ୍ଗ
୨୦୨୫ରେ ଜଣେ ଜୁଆଙ୍ଗ ମାତୃଭାଷୀ ଜୁଆଙ୍ଗରେ ନିଜ ପରିଚୟ ଦେଉଛନ୍ତି
ମାତୃଭାଷା ଅଞ୍ଚଳଭାରତ
ଅଞ୍ଚଳଓଡ଼ିଶା
ଜାତିସତ୍ତାଭାରତୀୟ
ଅଷ୍ଟ୍ରୋ-ଏସିଆଟିକ
ଭାଷା କୋଡ୍
ISO ୬୩୯-୩jun
ଗ୍ଲୋଟୋଲୋଗjuan1238
ELPJuang

ଜୁଆଙ୍ଗ (ଉଚ୍ଚାରଣⓘ) ଓଡ଼ିଶାର ଜୁଆଙ୍ଗ ଜନଜାତିଦ୍ୱାରା କଥିତ ଏକ ଭାଷା ।

ଶ୍ରେଣୀବିଭାଗ 

[ସମ୍ପାଦନା]

ଜୁଆଙ୍ଗ ଭାଷା ମୁଣ୍ଡା ଭାଷା ପରିବାରର ଏକ ଅଂଶ । ମୁଣ୍ଡା ଭାଷା ପରିବାର ନିଜେ ଏକ ବିଶାଳ ଭାଷା ପରିବାର ଆଷ୍ଟ୍ରୋ-ଏସିଆଟିକ ଭାଷା ପରିବାରର ସଦସ୍ୟ । ସବୁ ମୁଣ୍ଡା ଜାତୀୟ ଭାଷା ମଧ୍ୟରେ ଜୁଆଙ୍ଗ ଭାଷା ଖଡ଼ିଆ ସହ ସବୁଠୁ ବେଶୀ ସାମଞ୍ଜସ୍ୟ ଅଛି । ଭାଷାବିଦ ଆଣ୍ଡର୍ସନଙ୍କ ଅନୁସାରେ ଜୁଆଙ୍ଗ ଓ ଖରିଆ ଭାଷା ଅପେକ୍ଷାକୃତ ଭାବେ କମ ସମୟ ଭିତର ବିଚ୍ଛିନ୍ନ ହେଇଥିଲା । [୧]

ଜୁଆଙ୍ଗର ପାର୍ବତ୍ୟ ଓ ସମତଳାଞ୍ଚଳ ନାମରେ ଦୁଇଟି .ପ୍ରକାର ଭେଦ ମଧ୍ୟ ରହିଛି । 

  • ପାର୍ବତ୍ୟ ଜୁଆଙ୍ଗ-  ଗୋନାସିକା ପର୍ବତାଞ୍ଚଳ (କେଉଁଝର ଜିଲ୍ଲା) ଓ ପାଲଲହଡ଼ା ପର୍ବତଞ୍ଚଳ । 
  • ସମତଳାଞ୍ଚଳ ଜୁଆଙ୍ଗ - ଦକ୍ଷିଣ କେଉଁଝର ଜିଲ୍ଲାର ୧୪୭ଟି ଗ୍ରାମ ଓ ପୂର୍ବ ଢେଙ୍କାନାଳ ଗ୍ରାମ ।

ବିତରଣ

[ସମ୍ପାଦନା]
ଜଣେ ଜୁଆଙ୍ଗ ଭାଷୀ ଶିକ୍ଷକ ଓ ଲେଖକ ନିଜ ଭାଷାର ବର୍ତ୍ତମାନର ଅଭିଲେଖର ଅବସ୍ଥା ବର୍ଣ୍ଣନା କରୁଛନ୍ତି

୨୦୦୧ ଜନଗଣନା ତଥ୍ୟ ଅନୁସାରେ ସମୁଦାୟ ୩୦,୮୭୫ ଜଣ ଲୋକ ଜୁଆଙ୍ଗ ଭାଷାରେ କଥାହୁଅନ୍ତି ।[୨] କିନ୍ତୁ ଜୁଆଙ୍ଗ ଭାଷାକୁ ବର୍ତ୍ତମାନ ଲୋପ ପାଇବାକୁ ବସିଥିବା ଭାଷା ମଧ୍ୟରେ ଗଣା ଯାଇଥାଏ, କାରଣ ଏହାକୁ ଆଉ ନୂତନ ପିଢ଼ିର ଜୁଆଙ୍ଗମାନେ ବାହାରେ କହିବାର ଦେଖାଯାଉନାହିଁ । ବର୍ତ୍ତମାନ ୨୦,୦୦୦ ଲୋକ ଜୁଆଙ୍ଗ କହୁଥିବାର ଅନୁମାନ କରାଯାଏ ।

ଲିଖନ ଶୈଳୀ 

[ସମ୍ପାଦନା]

ଜୁଆଙ୍ଗ ଭାଷା ଓଡ଼ିଆ ଲିପିରେ ଲେଖାଯାଇଥାଏ । 

ଆଧାର 

[ସମ୍ପାଦନା]
  1. ↑ ଜୁଆଙ୍ଗ ଭାଷା at Ethnologue (18th ed., 2015)
  2. ↑ "Statement 1: Abstract of speakers' strength of languages and mother tongues - 2011". www.censusindia.gov.in. Office of the Registrar General & Census Commissioner, India. Retrieved 2018-07-07.
  • Mahapatra, B. P.. “Comparative Notes on Juang and Kharia Finite Verbs”. Oceanic Linguistics Special Publications 13 (1976): 801–814.
  • Patnaik, Manideepa. 2008. "Juang". In Anderson, Gregory D.S (ed). The Munda languages, 508-556. Routledge Language Family Series 3.New York: Routledge. ISBN 0-415-32890-X.

ବାହାର ଲିଙ୍କ 

[ସମ୍ପାଦନା]