ଜୁଆଙ୍ଗ ଭାଷା
ଦେଖଣା
ଜୁଆଙ୍ଗ | |
---|---|
Native to | ଭାରତ |
ଅଞ୍ଚଳ | ଓଡ଼ିଶା |
ଜାତିସତ୍ତା | ଭାରତୀୟ |
ଅଷ୍ଟ୍ରୋ-ଏସିଆଟିକ
| |
ଭାଷା କୋଡ୍ | |
ISO ୬୩୯-୩ | jun |
ଗ୍ଲୋଟୋଲୋଗ | juan1238 |
ELP | Juang |
ଜୁଆଙ୍ଗ ଭାଷା ଓଡ଼ିଶାର ଜୁଆଙ୍ଗ ଜନଜାତିଙ୍କଦ୍ୱାରା କଥିତ ଏକ ଭାଷା ।
ଶ୍ରେଣୀବିଭାଗ
[ସମ୍ପାଦନା]ଜୁଆଙ୍ଗ ଭାଷା ମୁଣ୍ଡା ଭାଷା ପରିବାରର ଏକ ଅଂଶ । ମୁଣ୍ଡା ଭାଷା ପରିବାର ନିଜେ ଏକ ବିଶାଳ ଭାଷା ପରିବାର ଆଷ୍ଟ୍ରୋ-ଏସିଆଟିକ ଭାଷା ପରିବାରର ସଦସ୍ୟ । ସବୁ ମୁଣ୍ଡା ଜାତୀୟ ଭାଷା ମଧ୍ୟରେ ଜୁଆଙ୍ଗ ଭାଷା ଖରିଆ ସହ ସବୁଠୁ ବେଶୀ ସାମଞ୍ଜସ୍ୟ ଅଛି । ଭାଷାବିଦ ଆଣ୍ଡର୍ସନଙ୍କ ଅନୁସାରେ ଜୁଆଙ୍ଗ ଓ ଖରିଆ ଭାଷା ଅପେକ୍ଷାକୃତ ଭାବେ କମ ସମୟ ଭିତର ବିଚ୍ଛିନ୍ନ ହେଇଥିଲା । [୧]
ଜୁଆଙ୍ଗର ପାର୍ବତ୍ୟ ଓ ସମତଳାଞ୍ଚଳ ନାମରେ ଦୁଇଟି .ପ୍ରକାର ଭେଦ ମଧ୍ୟ ରହିଛି ।
- ପାର୍ବତ୍ୟ ଜୁଆଙ୍ଗ- ଗୋନାସିକା ପର୍ବତାଞ୍ଚଳ (କେଉଁଝର ଜିଲ୍ଲା) ଓ ପଲ୍ଲହାଡ ପର୍ବତଞ୍ଚଳ ।
- ସମତଳାଞ୍ଚଳ ଜୁଆଙ୍ଗ - ଦକ୍ଷିଣ କେଉଁଝର ଜିଲ୍ଲାର 147ଟି ଗ୍ରାମ ଓ ପୂର୍ବ ଢେଙ୍କାନାଳ ଗ୍ରାମ
ବିସ୍ଥାରଣ
[ସମ୍ପାଦନା]୨୦୦୧ ଜନଗଣନାର ତଥ୍ୟ ଅନୁସାରେ ସମୁଦାୟ ୩୦,୮୭୫ ଜଣ ଜୁଆଙ୍ଗ ଭାଷାରେ କଥା ହୁଅନ୍ତି ।[୨] କିନ୍ତୁ ଜୁଆଙ୍ଗ ଭାଷାକୁ ବର୍ତ୍ତମାନ ଲୋପ ପାଇବାକୁ ବସିଥିବା ଭାଷା ମଧ୍ୟରେ ଗଣା ଯାଇଥାଏ, କାରଣ ଏହାକୁ ଆଉ ନୂତନ ପିଢୀର ଜୁଆଙ୍ଗମାନେ ବାହାରେ କହିବାର ଦେଖାଯାଉନହି । ବର୍ତ୍ତମାନ ୨୦,୦୦୦ ଲୋକ ଜୁଆଙ୍ଗ କହୁଥିବାର ଅନୁମାନ କରାଯାଏ ।
ଲିଖନ ଶୈଳୀ
[ସମ୍ପାଦନା]ଜୁଆଙ୍ଗ ଭାଷାରେ ଲେଖିବାକୁ ଓଡ଼ିଆ ଲିପି ବ୍ୟବହାର ହେଇଥାଏ ।
ଆଧାର
[ସମ୍ପାଦନା]- ↑ ଜୁଆଙ୍ଗ ଭାଷା at Ethnologue (18th ed., 2015)
- ↑ "Statement 1: Abstract of speakers' strength of languages and mother tongues - 2011". www.censusindia.gov.in. Office of the Registrar General & Census Commissioner, India. Retrieved 2018-07-07.
- Mahapatra, B. P.. “Comparative Notes on Juang and Kharia Finite Verbs”. Oceanic Linguistics Special Publications 13 (1976): 801–814.
- Patnaik, Manideepa. 2008. "Juang". In Anderson, Gregory D.S (ed). The Munda languages, 508-556. Routledge Language Family Series 3.New York: Routledge. ISBN 0-415-32890-X.
ବାହାର ଲିଙ୍କ
[ସମ୍ପାଦନା]- Lewis, M. Paul; Gary F. Simons; Charles D. Fennig, eds. (2015). Ethnologue: Languages of the World (18th ed.). Dallas, Texas: SIL International.
- http://www.endangeredlanguages.com/lang/4341/samples/10020
- http://www.endangeredlanguages.com/lang/4341