ଜାଭିୟର ବିଶ୍ୱବିଦ୍ୟାଳୟ

ଉଇକିପିଡ଼ିଆ ରୁ
Jump to navigation Jump to search

ଜାଭିୟାର ବିଶ୍ୱବିଦ୍ୟାଳୟ , ଭୁବନେଶ୍ୱର (XUB) ଏକ ଜେସୁଇଟ, କାଥୋଲିକ ବିଶ୍ୱବିଦ୍ୟାଳୟ , ଯାହା ଭାରତୀୟ ରାଜ୍ୟ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରେ ଅଛି । ଏହି ବିଶ୍ୱବିଦ୍ୟାଳୟ ଓଡ଼ିଶା ବିଧାନ ସଭାଦ୍ୱାରା ୨୦୧୩ ମସିହାରେ ସ୍ୱୀକୃତି ଲାଭ କରିଥିଲା ।[୧] ପୂର୍ବରୁ ଭୁବନେଶ୍ୱରଠାରେ ଥିବା xavier  institute of Management ଏହି ବିଶ୍ୱବିଦ୍ୟାଳୟ ସହିତ ଅନୁବନ୍ଧିତ ହେଲା । ଭାରତରେ ଜେସୁଇଟ ମାନଙ୍କ ପ୍ରାୟ ୫୦ଟି କଲେଜ ଓ ଶିକ୍ଷା ପ୍ରତିଷ୍ଠାନ ମାନ ଥିଲେ ମଧ୍ୟ XUB ଏହାର ପ୍ରଥମ ଭାରତୀୟ ବିଶ୍ୱବିଦ୍ୟାଳୟ ।

XIMB Entrance

 

HP ଓ IBM କମ୍ପାନୀ ସହଯୋଗିତାରେ ଜାଭିୟର ବିଶ୍ୱବିଦ୍ୟାଳୟ ସମ୍ପୂର୍ଣ ଭାବରେ କମ୍ପୁଟରୀକୃତ ଭାବରେ ଚାଲୁଥିବା ଭରତର ପ୍ରଥମ ବିଶ୍ୱବିଦ୍ୟାଳୟ ।[୨]

ମିଶନ[ସମ୍ପାଦନା]

ବିଶ୍ୱ ଭ୍ରମଣ କରିଥିବା ବିଶିଷ୍ଟ ମିଶନାରୀ ସେଣ୍ଟ ଫ୍ରାନସିସ ଜେଭିୟାରଙ୍କଦ୍ୱାରା ଅନୁପ୍ରାଣିତ ହେଇ ଓଡ଼ିଶାରେ ଗୁଣାତ୍ମକ ଶିକ୍ଷା ପାଇଁ ପ୍ରତିଷ୍ଠିତ  XUB ଅନ୍ତର୍ଜାତିକ ସ୍ତରରରେ ଏକ ଉତ୍ତମ ଜ୍ଞାନ କେନ୍ଦ୍ର ହିସାବରେ ପରିଚିତ ହେବାକୁ ଉଦ୍ୟମ କରିଛି । ଏହା ଗବେଷଣା ଭିତ୍ତିକ ହେବା ସହ ଜ୍ଞାନର ଆହରଣ , ବିତରଣ କରି ସମସ୍ତଙ୍କୁ ତାର ସୁଯୋଗ ଦେବାକୁ ଲକ୍ଷ୍ୟ ରଖିଛି ।[୩]ଏହି ଅନୁଷ୍ଠାନରେ 50% ଆସନ ଓଡ଼ିଶାର ଛତ୍ର ମାନଙ୍କ ପାଇଁ ସୁରକ୍ଷିତ ରକ୍ଷା ଯାଇ ବିଶେଷ ଭାବରେ ବିନ୍ନ କ୍ଷ୍ୟମ ମାନଙ୍କୁ ଅଗ୍ରାଧିକାର ଦିଅ ଯାଇଥାଏ ।[୪][୫]

Management Development Center (MDC) XIMB

 

ପାଠ୍ୟକ୍ରମ [ସମ୍ପାଦନା]

 XUBରେ 2016 ସୁଦ୍ଧା ମାନବ ସମ୍ବଳ ପରିଚାଳନା , ଗ୍ରାମୀଣ ପରିଚାଳନା , ଯୋଗାଯୋଗ , ବାଣିଜ୍ୟ ପରି ବିଷୟ ଉପରେ ଶିକ୍ଷା ଦିଆଯାଉଥିବା ବେଳେ ୧୧ଟି ସ୍ନାତକୋତ୍ତର , ୨ଟି Ph॰ D ॰ ଡିଗ୍ରୀର ବ୍ୟବସ୍ଥା ରହିଛି । ଏହା ସହିତ ଫିଲ୍ମ ଓ ଟିଭି ଏବଂ ପ୍ରସାରଣ ସମ୍ବାଦିକତା ମଧ୍ୟ ଶିକ୍ଷା ଦିଆଯାଇଥାଏ । [୬]

XUB  ଦ୍ୱାରା ୩ଟି ଅରଧ ବାର୍ଷିକ ତଥା ଅନ୍ତର୍ଜାତିକ ଜର୍ଣାଳ ମଧ୍ୟ ପ୍ରକାଶିତ ହୁଏ । ସେଗୁଡିକ ହେଲା 

  • International Journal of Development and Social Research (IJDSR);
  • Vilakshan;
  • Journal of Case Research (JCR), (ଅନଲାଇନ  ରେ ଉପଲବ୍ଧ ।) 

Research World is an annual focused on research thinking and practice in management and related fields, intended primarily for doctoral students.[୭]

ଗାଲେରୀ[ସମ୍ପାଦନା]

ଆଧାର  ସମୂହ [ସମ୍ପାଦନା]

ବାହ୍ୟ ସଂଯୋଗ [ସମ୍ପାଦନା]