ଜାଭିୟର ବିଶ୍ୱବିଦ୍ୟାଳୟ

ଉଇକିପିଡ଼ିଆ‌ରୁ
ଜାଭିୟର ବିଶ୍ୱବିଦ୍ୟାଳୟ‌
ସ୍ଥାପିତ2013; ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୦" । ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୦" । (2013)
ଅବସ୍ଥାନଭୁବନେଶ୍ୱର, ଓଡ଼ିଶା, ଭାରତ
ୱେବସାଇଟwww.xub.edu.in


ଜାଭିୟର ବିଶ୍ୱବିଦ୍ୟାଳୟ‌, ଭୁବନେଶ୍ୱରରେ ଥିବା ଏକ ମ୍ୟାନେଜମେଣ୍ଟ ବିଶ୍ୱବିଦ୍ୟାଳୟ । ଏହା ଜେସୁଇଟ କାଥୋଲିକ ସମୁଦାୟଦ୍ୱାରା ପରିଚାଳିତ ହୋଇଥାଏ । ଏହି ବିଶ୍ୱବିଦ୍ୟାଳୟ ଓଡ଼ିଶା ବିଧାନ ସଭାଦ୍ୱାରା ୨୦୧୩ ମସିହାରେ ଅନୁମୋଦନ ଲାଭ କରିଥିଲା ।[୧] ପୂର୍ବରୁ ଭୁବନେଶ୍ୱରଠାରେ ଥିବା ଜାଭିୟର ଇନଷ୍ଟିଟୁଟ ଅଫ ମ୍ୟାନେଜମେଣ୍ଟ ଏହି ବିଶ୍ୱବିଦ୍ୟାଳୟ ସହିତ ଅନୁବନ୍ଧିତ । ଭାରତରେ ଜେସୁଇଟମାନଙ୍କ ପ୍ରାୟ ୫୦ଟି କଲେଜ ଓ ଶିକ୍ଷା ପ୍ରତିଷ୍ଠାନ ଥିଲେ ମଧ୍ୟ ଜାଭିୟର ବିଶ୍ୱବିଦ୍ୟାଳୟ‌ ଏହାର ପ୍ରଥମ ଭାରତୀୟ ବିଶ୍ୱବିଦ୍ୟାଳୟ ।


ଏଚପି ଓ ଆଇବିଏମ କମ୍ପାନୀ ସହଯୋଗିତାରେ ଜାଭିୟର ବିଶ୍ୱବିଦ୍ୟାଳୟ ସମ୍ପୂର୍ଣ୍ଣ ଭାବରେ କମ୍ପ୍ୟୁଟରୀକୃତ ଭାବରେ ଚାଲୁଥିବା ଭରତର ପ୍ରଥମ ବିଶ୍ୱବିଦ୍ୟାଳୟ ।[୨] ଏହି ଅନୁଷ୍ଠାନରେ ୫୦% ଆସନ ଓଡ଼ିଶାର ଛାତ୍ରମାନଙ୍କ ପାଇଁ ସୁରକ୍ଷିତ ରକ୍ଷା ଯାଇଛି । ଭିନ୍ନକ୍ଷମମାନଙ୍କୁ ଏଠାରେ ଅଗ୍ରାଧିକାର ଦିଅ ଯାଇଥାଏ ।[୩][୪]

Management Development Center (MDC) XIMB

 

ପାଠ୍ୟକ୍ରମ [ସମ୍ପାଦନା]

ଏହି ବିଶ୍ୱବିଦ୍ୟାଳୟ‌ରେ ମାନବ ସମ୍ବଳ ପରିଚାଳନା, ଗ୍ରାମୀଣ ପରିଚାଳନା, ଯୋଗାଯୋଗ, ବାଣିଜ୍ୟ ପରି ବିଷୟ ଉପରେ ଶିକ୍ଷା ଦିଆଯାଉଥିବା ବେଳେ ୧୧ଟି ସ୍ନାତକୋତ୍ତର, ୨ଟି ପିଏଚଡି ଡିଗ୍ରୀର ବ୍ୟବସ୍ଥା ରହିଛି । ଏହା ସହିତ ଫିଲ୍ମ ଓ ଟିଭି ଏବଂ ପ୍ରସାରଣ ସମ୍ବାଦିକତା ମଧ୍ୟ ଶିକ୍ଷା ଦିଆଯାଇଥାଏ ।

ଜାଭିୟର ବିଶ୍ୱବିଦ୍ୟାଳୟ‌ଦ୍ୱାରା ୩ଟି ବାର୍ଷିକ ତଥା ଅନ୍ତର୍ଜାତିକ ପତ୍ରିକା ମଧ୍ୟ ପ୍ରକାଶିତ ହୁଏ । ସେଗୁଡିକ ହେଲା 

  • International Journal of Development and Social Research (IJDSR);
  • Vilakshan;
  • Journal of Case Research (JCR), (ଅନଲାଇନ  ରେ ଉପଲବ୍ଧ ।) 

Research World is an annual focused on research thinking and practice in management and related fields, intended primarily for doctoral students.[୫]

ଗ୍ୟାଲେରି[ସମ୍ପାଦନା]

ଆଧାର  ସମୂହ [ସମ୍ପାଦନା]

  1. "Xavier university".
  2. HP & IBM, Business Standard.
  3. Disadvantaged, India Times.
  4. Odisha favored, Business Standard.
  5. "XUB journals". Archived from the original on 2016-10-16. Retrieved 2016-10-27.

ବାହାର ଲିଙ୍କ [ସମ୍ପାଦନା]