ଜାପାନୀ ସାମ୍ରାଜ୍ୟ
ଜାପାନୀ ସାମ୍ରାଜ୍ଯ 大日本帝国 ଦାଇ ନିପ୍ପୋଁ ତେକୋକୁ | |||||||||
---|---|---|---|---|---|---|---|---|---|
୧୮୬୮–୧୯୪୭ | |||||||||
| |||||||||
ଜାପାନୀ ସାମ୍ରାଜ୍ଯ:
ଅଧିକୃତ (୧୮୯୫–୧୯୩୦) ଅଧିକୃତ (୧୯୩୦–୧୯୪୨) | |||||||||
ରାଜଧାନୀ | କ୍ଯୋଟୋ (୧୮୬୮-୧୮୬୯)[୧] ଟୋକିଓ ସହର (୧୮୬୯-୧୯୪୩) ଟୋକିଓ (୧୯୪୩-୧୯୪୭) | ||||||||
ସାଧାରଣ ଭାଷା | ଜାପାନୀ | ||||||||
ଧର୍ମ | ବୈଧାନିକ: ନାହିଁ ବାସ୍ତବିକ: ରାଜ୍ଯ ଶିଣ୍ଟୋବାଦ[ବି.ଦ୍ର. ୨] | ||||||||
Government |
| ||||||||
ସମ୍ରାଟ | |||||||||
• ୧୮୬୮–୧୯୧୨ | ମେଇଜୀ | ||||||||
• ୧୯୧୨-୧୯୨୬ | ତାଇଶୋ | ||||||||
• ୧୯୨୬–୧୯୪୭ | ଶୋୱା | ||||||||
ପ୍ରଧାନମନ୍ତ୍ରୀ | |||||||||
• ୧୮୮୫–୧୮୮ (ପ୍ରଥମ) | ଇତୋ ହିରୋବୁମି | ||||||||
• ୧୯୪୬–୧୯୪୭ (last) | ୟୋୟିଦା ଶିଗୁରେ | ||||||||
ବିଧାନ ମଣ୍ଡଳ | ରାଜକୀୟ ସଂସଦ | ||||||||
• ଉଚ୍ଚ ସଦନ | ସାମନ୍ତସଭା | ||||||||
• ନିମ୍ନ ସଦନ | ପ୍ରତିନିଧି ସଭା | ||||||||
Historical era | ମେଇଜୀ • ତାଇଶୋ • ଶୋୱା | ||||||||
୩ ଜାନୁଆରୀ ୧୮୬୮[୭] | |||||||||
୧୧ ଫେବୃଆରୀ ୧୮୮୯ | |||||||||
୨୫ ଜୁଲାଇ ୧୮୯୪ | |||||||||
୮ ଫେବୃଆରୀ ୧୯୦୪ | |||||||||
୨୩ ଅଗଷ୍ଟ ୧୯୧୪ | |||||||||
୧୮ ସେପ୍ଟେମ୍ବର ୧୯୩୧ | |||||||||
୭ ଜୁଲାଇ ୧୯୩୭ | |||||||||
୭ ଡିସେମ୍ବର ୧୯୪୧ | |||||||||
୨ ସେପ୍ଟେମ୍ବର ୧୯୪୫ | |||||||||
୩ ମଇ ୧୯୪୭[୬] | |||||||||
କ୍ଷେତ୍ରଫଳ | |||||||||
୧୯୩୮[୮] | [convert: invalid number] | ||||||||
ଲୋକସଂଖ୍ୟା | |||||||||
• ୧୯୨୯ | ୭,୭୭,୦୦,୦୦୦କ | ||||||||
• ୧୯୪୦ | ୧୦,୫୨,୦୦,୦୦୦ଖ | ||||||||
ମୁଦ୍ରା | ଜାପାନୀ ୟେନ୍, କୋରୀୟ ୟେନ୍, ତାଇୱାନୀୟ ୟେନ୍, ଜାପାନୀ ସୈନ୍ଯବାହିନୀର ୟେନ୍ | ||||||||
|
ଜାପାନୀ ସାମ୍ରାଜ୍ଯ (大日本帝国; ଦାଇ ନିପ୍ପୋଁ ତେକୋକୁ)[୧୦] ଏକ ଐତିହାସିକ ଜାତିରାଜ୍ଯ ଅଟେ [ବି.ଦ୍ର. ୩] ଯାହାର ଅନେକ ଉପନିବେଶ, ସଂରକ୍ଷିତ ରାଜ୍ଯ, ତଥା ଆଜ୍ଞାଦେଶ ରହିଥିଲା । ଏହା ୧୮୬୮ ମସିହାର ମେଇଜୀ ପୁନରୁଦ୍ଧାରଣଠାରୁ ଆରମ୍ଭ କରି ୧୯୪୭ ସମ୍ବିଧାନର କାର୍ଯ୍ୟକାରୀ ହେବାପର୍ଯ୍ୟନ୍ତ ତିଷ୍ଠି ରହିଥିଲା ।[୬]
ମେଇଜୀ ପୁନରୁଦ୍ଧାରଣ କାଳରେ ଫୁକୋକୁ କ୍ଯୋହେଇ (富国強兵) ବା "ଦେଶକୁ ସଶକ୍ତ କର, ସୈନ୍ଯବାହିନୀକୁ ସଶକ୍ତ କର" ଏବଂ ଶୋକୁସାନ କୋଗ୍ଯୋ (殖産興業) ବା "ଶିଳ୍ପକୁ ପ୍ରତ୍ସାହନ ଦିଅ" ଆଦି ନାରା ଲୋକପ୍ରିୟ କରାଯାଇ ଜାପାନର ଦ୍ରୁତଗତିରେ ଆଧୁନିକୀକରଣ କରାଗଲା । ଫଳରେ ଖୁବ୍ ଶୀଘ୍ର ଜାପାନ ଏକ ବିଶ୍ୱ ମହାଶକ୍ତିରେ ପରିଣତ ହେଲା । ପ୍ରଥମ ଚୀନୀ-ଜାପାନୀ ଯୁଦ୍ଧ, ବୋକ୍ସର ବିଦ୍ରୋହ, ଋଷୀୟ-ଜାପାନୀ ଯୁଦ୍ଧ ତଥା ପ୍ରଥମ ବିଶ୍ୱଯୁଦ୍ଧ ପରେ ଜାପାନୀ ଔପନିବେଶିକ ସାମ୍ରାଜ୍ଯର ଅଭ୍ଯୁଦୟ ହେଲା । ୧୯୨୦ ମସିହାର ଅର୍ଥନୈତିକ ଓ ରାଜନୈତିକ ଅସ୍ଥିରତା ଯୋଗୁଁ ଜାପାନରେ ସୈନ୍ଯବାଦ, ରାଷ୍ଟ୍ରବାଦ, ସର୍ବବାଦ ଆଦି ପ୍ରତିଷ୍ଠିତ ହେଲା ଏବଂ ଏହା ଦ୍ୱିତୀୟ ବିଶ୍ୱଯୁଦ୍ଧ ଅକ୍ଷଶକ୍ତି ସପକ୍ଷରେ ଲଢି ଏସୀୟ-ପ୍ରଶାନ୍ତ ଅଞ୍ଚଳର ଅନେକ ସ୍ଥାନ ଅଧିକାର କଲା ।[୧୩]
ଜାପାନୀ ସୈନ୍ଯବାହିନୀ ଦ୍ୱିତୀୟ ଚୀନୀ-ଜାପାନୀ ଯୁଦ୍ଧ (୧୯୩୭-୧୯୪୫) ଏବଂ ପ୍ରଶାନ୍ତ ଯୁଦ୍ଧରେ ବହୁଳ ସଫଳତା ଲାଭକଲେ । ୧୯୪୨ ମସିହାରୁ, ବିଶେଷକରି ମିଦ୍ୱେ ଓ ଇସାତାବୁ ଲଢେଇରେ ପରାସ୍ତ ପରେ ଜାପାନ ଏକ ପ୍ରତିରକ୍ଷା ପୂର୍ଣ୍ଣ ଆଭିମୁଖ୍ୟ ଗ୍ରହଣ କରିବାକୁ ବାଧ୍ଯ ହେଲା । ଆମେରିକୀୟ ଦ୍ୱୀପ ଡିଆଁ ଯୋଜନାର ସଫଳତା ଯୋଗୁଁ ଜାପାନ ଧିରେ ଧିରେ ନିଜର ସମସ୍ତ ଅଧିକୃତ ଅଞ୍ଚଳ ହରାଇ ବସିଲା । ଆମେରିକୀୟମାନେ କ୍ରମେ ଇୱୋ ଜିମା ଓ ଓକିନାୱା ଦ୍ୱୀପ ଅଧିକାର କଲେ, ଫଳରେ ଜାପାନୀ ମୁଖ୍ଯ ଭୂମି ଅସୁରକ୍ଷିତ ହୋଇଗଲା । ଆମେରିକୀୟ ସେନା ଜାପାନ ଅଧିକାରର ଯୋଜନା କରିସାରିଥିଲେ । କିନ୍ତୁ ୯ ଅଗଷ୍ଟ ୧୯୪୫ରେ ସୋଭିଏତର ଜାପାନ ବିରୁଦ୍ଧରେ ଯୁଦ୍ଧ ଘୋଷଣା, ତଥା ମାଞ୍ଚୁରିଆ ଓ ଅନ୍ଯାନ୍ଯ ଅଞ୍ଚଳର ଅଧିକାର ଏବଂ ହିରୋଶିମା ଓ ନାଗାସାକି ଉପରେ ବୋମା ବିସ୍ଫୋରଣ, ପରେ ଜାପାନ ଆତ୍ମସମର୍ପଣ କରିଦେଲା । ୨ ସେପ୍ଟେମ୍ବର ୧୯୪୫ରେ ପ୍ରଶାନ୍ତ ଯୁଦ୍ଧର ଆନୁଷ୍ଠାନିକ ଅନ୍ତ ହେଲା । ମିତ୍ରଶକ୍ତିରଦ୍ୱାରା ଜାପାନ ଅଧିକୃତ ହେଲା । ୧୯୪୭ ମସିହାରେ, ଆମେରିକାର ହସ୍ତକ୍ଷେପରେ ଏକ ନୂଆ ସମ୍ବିଧାନ ଗୃହିତ ହେଲା, ଯାହା ଜାପାନୀ ସାମ୍ରାଜ୍ଯର ଆନୁଷ୍ଠାନିକ ଅନ୍ତ କରାଇଲା । ଜାପାନୀ ରାଜକୀୟ ସୈନ୍ଯବାହୀନି, ଜାପାନର ଆତ୍ମରକ୍ଷା ବଳରେ ପରିଣତ ହେଲା । ଅଧିକରଣ ଓ ପୁନଃସଂଗଠନ ୧୯୫୨ ମସିହା ପର୍ଯ୍ୟନ୍ତ ଚାଲିଲା, ଏବଂ ଶେଷରେ ଆଧୁନିକ ସାମ୍ବିଧାନିକ ଏକତାନ୍ତ୍ରିକ ଜାପାନର ପ୍ରତିଷ୍ଠା ହେଲା ।
ଜାପାନୀ ସାମ୍ରାଜ୍ଯର ତିନୋଟି ସମ୍ରାଟ ଥିଲେ । ସମ୍ରାଟମାନଙ୍କୁ ନିମ୍ନମତେ ମରଣୋତ୍ତର ନାମ ଦିଆଯାଇଛି: ସମ୍ରାଟ ମେଇଜୀ (୧୮୬୭–୧୯୧୨) (ମୁତ୍ସୁହିତୋ), ସମ୍ରାଟ ତାଇଶୋ (୧୯୧୨-୧୯୨୬) (ୟୋଶିହିତୋ), ଏବଂ ସମ୍ରାଟ ଶୋୱା (୧୯୨୬–୧୯୮୯) (ହିରୋହିତୋ) ।
ଶବ୍ଦାବଳୀ
[ସମ୍ପାଦନା]ଏହି ଐତିହାସିକ ରାଜ୍ଯଟିକୁ ଅନେକ ସମୟରେ "ଜାପାନୀ ସାମ୍ରାଜ୍ଯ", " ଜାପାନର ସାମ୍ରାଜ୍ଯ" କିମ୍ବା "ସାମ୍ରାଜ୍ଯବାଦୀ ଜାପାନ" ବୋଲି କୁହାଯାଏ । ଜାପାନୀ ଭାଷାରେ ଏହାକୁ ଦାଇ ନିପ୍ପୋଁ ତେକୋକୁ (大日本帝国)[୧୦] ବୋଲି କୁହାଯାଏ ଯାହାର ଅର୍ଥ "ଜାପାନର ମହାନ ସମ୍ରାଜ୍ୟ" (大: ଦାଇ - ମହାନ + 日本: ନିପ୍ପୋଁ - ଜାପାନ, 帝国: ତେକୋକୁ - ସାମ୍ରାଜ୍ଯ) । ତେକୋକୁ (帝: ତେ - ସମ୍ରାଟ + 国: କୋକୁ - ରାଜ୍ଯ)ର ଅର୍ଥ ସମ୍ରାଟଙ୍କ ରାଜ୍ଯ ବା ସମ୍ରାଟଙ୍କ ଶାସନ ।
ପୃଷ୍ଠଭୂମି
[ସମ୍ପାଦନା]ପ୍ରାୟ ଦୁଇ ଶତାବ୍ଦୀ ପରେ, ଏଦୋଯୁଗର ଶୋଗୁନମାନଙ୍କଦ୍ୱାରା ଆରମ୍ଭିତ ସାକୋକୁ ବା ବିଚ୍ଛିନ୍ନବାଦର ଅନ୍ତ ହେଲା । ୧୮୫୪ ମସିହାରେ ମାଥିଉ ସି ପେର୍ରୀଙ୍କ ଜାପାନ ଆଗମନ ପରେ କାନାଗାୱା ସନ୍ଧି ସ୍ୱାକ୍ଷରିତ ହେଲା ଏବଂ ପୁଣି ଜାପାନ ବାଣିଜ୍ଯରେ ଭାଗନେଲା । ଫଳରେ ବାକୁମାତ୍ସୁ ଯୁଗର ଆରମ୍ଭ ହେଲା ।
ପରବର୍ତ୍ତୀ କାଳରେ ତୋକୁଗାୱା ଶୋଗୁନେତ ଓ ପାଶ୍ଚାତ୍ୟ ଦେଶମାନଙ୍କ ମଧ୍ଯରେ ଅନେକ ବାଣିଜ୍ଯ ଚୁକ୍ତି ସ୍ୱାକ୍ଷରିତ ହେଲା । ଏହି ଚୁକ୍ତିମାନଙ୍କରେ ଥିବା ଅପମାନ ସୂଚକ ସର୍ତ୍ତାବଳୀ ଯୋଗୁଁ ଶୋଗୁନେତରେ ଆଭ୍ୟନ୍ତରୀଣ ଅସ୍ଥିରତା ଉତ୍ପନ୍ନ ହେଲା ଯାହା ପରେ ସୋନ୍ନୋ ଯୋଈବାଦରେ ("ସମ୍ରାଟଙ୍କ ଜୟ ହେଉ, ବର୍ବରଙ୍କୁ ତଡ଼ା ଯାଉ") ପରିଣତ ହେଲା ।[୧୪]
୧୮୬୩ ମସିହା ମାର୍ଚ୍ଚମାସରେ, ସମ୍ରାଟ "ବର୍ବରଙ୍କୁ ବହିଷ୍କାର କରିବାପାଇଁ ଆଦେଶ ଜାରି କଲେ । ଶୋଗୁନେତର ଏହି ନିୟମକୁ କାର୍ଯ୍ୟକାରୀ କରାଇବାର ଉଦ୍ଦେଶ୍ଯ ନ ଥିଲା କିନ୍ତୁ ଏହା ଶୋଗୁନେତ ତଥା ବିଦେଶୀମାନଙ୍କ ପ୍ରତି ଆକ୍ରମଣ କରିବାକୁ ଉତ୍ସାହିତ କଲା । । ୧୮୬୨ ମସିହାର ନାମାନୁଗୀ ଘଟଣା ଯୋଗୁଁ ସାତ୍ସୁମା ପ୍ରାନ୍ତର ଏକ ସାମୁରାଇ ଦଳଦ୍ୱାରା ଚାର୍ଲସ ଲେନ୍ନୋକ୍ଷ ରିଚାର୍ଡ୍ସନ ନାମୀ ଏକ ଇଂରେଜଙ୍କୁ ହତ୍ଯା କରିଦିଆଗଲା । ବ୍ରିଟିଶମାନେ କ୍ଷତିଭରଣ ଦାବିକଲେ କିନ୍ତୁ ତାହାକୁ ଧ୍ଯାନ ଦିଆଗଲା ନାହିଁ ।
ଆଧାର
[ସମ୍ପାଦନା]- ↑ Schellinger and Salkin, ed. (1996). "Kyoto". International Dictionary of Historic Places: Asia and Oceania. UK: Routledge. p. 515ff. ISBN 9781884964046.
{{cite book}}
: External link in
(help); Unknown parameter|chapterurl=
|chapterurl=
ignored (|chapter-url=
suggested) (help) - ↑ Josephson, Jason Ānanda (2012). The Invention of Religion in Japan. University of Chicago Press. p. 133. ISBN 978-0226412344.
- ↑ Thomas, Jolyon Baraka (2014). Japan's Preoccupation with Religious Freedom (Ph.D.). Princeton University. p. 76.
- ↑ Jansen 2002, p. 669.
- ↑ Hunter 1984, pp. 31–32.
- ↑ ୬.୦ ୬.୧ ୬.୨ "Chronological table 5 1 December 1946 – 23 June 1947". National Diet Library. Retrieved September 30, 2010.
- ↑ "One can date the "restoration" of imperial rule from the edict of January 3, 1868." Jansen, p. 334.
- ↑ Harrison, Mark (2000). The Economics of World War II: Six Great Powers in International Comparison. Cambridge University Press. p. 3. ISBN 9780521785037. Retrieved October 2, 2016.
- ↑ ୯.୦ ୯.୧ Taeuber, Irene B.; Beal, Edwin G. (January 1945). "The Demographic Heritage of the Japanese Empire". Annals of the American Academy of Political and Social Science. Sage Publications. 237: 65. doi:10.1177/000271624523700108. JSTOR 1025496. S2CID 144547927.
- ↑ ୧୦.୦ ୧୦.୧ Shillony, Ben-Ami (2013). Ben-Ami Shillony – Collected Writings. Routledge. p. 83. ISBN 978-1134252305.
- ↑ Tsutsui 2009, p. 234.
- ↑ Tsutsui 2009, p. 433.
- ↑ Townsend, Susan (July 17, 2018). "Japan's Quest for Empire 1931–1945". BBC.
- ↑ Hagiwara, p. 34.
ବିଶେଷ ଦ୍ରଷ୍ଟବ୍ୟ
[ସମ୍ପାଦନା]- ↑ ୧୮୮୦-୧୯୪୫ର ପରିବର୍ତ୍ତିତ ରୂପ.
- ↑ ଜାପାନୀ ସାମ୍ରାଜ୍ଯର କୌଣସି ରାଜଧର୍ମ ନ ଥିଲା,[୨][୩] କିନ୍ତୁ ଶିଣ୍ଟୋବାଦ ଏହି ସାମ୍ରାଜ୍ଯରେ ଏକ ମୁଖ୍ଯ ଭୂମିକା ନିର୍ବାହ କଲା ।ମାରିଅସ ଜାନ୍ସେନ କହିଲେ: "ମେଇଜୀ ପ୍ରଶାସନ ଗୋଟେ ରୂପରେ ଶିଣ୍ଟୋବାଦକୁ ଜନ୍ମ ଦେଲେ ଏବଂ ଏହାର କିମ୍ବଦନ୍ତୀକୁ ବ୍ଯବହାର କରି ନିଜର ଶାସନକୁ ସୁଦୃଢ଼ କଲେ । ଜାପାନୀ ସାମ୍ରାଜ୍ଯର ବୃଦ୍ଧି ଫଳରେ ଜାପାନୀ ରାଜକୁଟୁମ୍ବର ଦିବ୍ଯତା ସତ୍ଯ ପ୍ରତିପାଦିତ ହେଲା । ଶିଣ୍ଟୋବାଦକୁ ଅଧିକୃତ ଅଞ୍ଚଳରେ ପ୍ରସାର କରାଗଲା ଓ ଜନସାଧାରଣଙ୍କ ଅର୍ଥକୁ ବିନିଯୋଗ କରି ଶିଣ୍ଟୋଶାଳର ନିର୍ମାଣ କରାଗଲା ।"[୪]
- ↑ "During the second half of the nineteenth century, Japan's nation-builders forged the Meiji nation-state out of an older, heterogeneous Tokugawa realm, integrating semi-autonomous domain states into a unified political community."[୧୧] "Rather than restore an ancient (and probably imaginary) center-periphery order, the Meiji Restoration hastened the creation of a new and unambiguously centralized and modern nation-state. Within a few decades of the official beginning of the nation-building project, Tokyo had become the political and economic capital of a state that replaced semi-autonomous domains with newly created prefectures subordinate to central laws and centrally appointed administrators."[୧୨]
- Articles containing Japanese-language text
- Convert errors
- Pages using infobox country with unknown parameters
- Pages using infobox country or infobox former country with the flag caption or type parameters
- Pages using infobox country or infobox former country with the symbol caption or type parameters
- Articles with hatnote templates targeting a nonexistent page