ତୋକୁଗାୱା ଶୋଗୁନେତ
ତୋକୁଗାୱା ଶୋଗୁନେତ
| |||||||||||
---|---|---|---|---|---|---|---|---|---|---|---|
୧୬୦୦–୧୮୬୮ | |||||||||||
| |||||||||||
![]() | |||||||||||
ରାଜଧାନୀ | ଏଦୋ, ମୁସାଶୀ ପ୍ରାନ୍ତ (ଶୋଗୁନଙ୍କ ପ୍ରାସାଦ) ହେଇଆଁ-କ୍ଯୋ (ସମ୍ରାଟଙ୍କ ପ୍ରାସାଦ) | ||||||||||
ସାଧାରଣ ଭାଷା | ପ୍ରାଥମିକ ଆଧୁନିକ ଜାପାନୀ ଭାଷା | ||||||||||
ଧର୍ମ | ଶିଣ୍ଟୋବାଦ ଶିନ୍ବୁତ୍ସୁ-ଶୁଗୋ ଜାପାନୀ ବୌଦ୍ଧ ଧର୍ମ | ||||||||||
Government | ସାମନ୍ତବାଦୀ[୧] ବଂଶାନୁକ୍ରମିକ[୨] ସୈନିକ ଏକଛତ୍ରବାଦ[୩] | ||||||||||
ସମ୍ରାଟ | |||||||||||
• ୧୬୦୦–୧୬୧୧ (ପ୍ରଥମ) | ଗୋୟୋଜେ[୪] | ||||||||||
• ୧୮୬୭–୧୮୬୮ (ଶେଷ) | ସମ୍ରାଟ ମେଇଜୀ[୫] | ||||||||||
ଶୋଗୁନ | |||||||||||
• ୧୬୦୦–୧୬୦୫ (ପ୍ରଥମ) | ତୋକୁଗାୱା ୟେଆସୁ | ||||||||||
• ୧୮୬୬–୧୮୬୮ (ଶେଷ) | ତୋକୁଗାୱା ୟୋଶିନୋବୁ | ||||||||||
ରୋଜୁ | |||||||||||
• ୧୬୦୦–୧୬୧୪ (ପ୍ରଥମ) | ଓକୁବୁ ତାଦାଚିକା | ||||||||||
• ୧୮୬୮ (ଶେଷ) | ତାଚିବାନା ତାନେୟୁକି | ||||||||||
Historical era | ଏଦୋ ଯୁଗ | ||||||||||
୨୧ ଅକ୍ଟୋବର ୧୬୦୦ | |||||||||||
୮ ନଭେମ୍ବର ୧୬୧୪ | |||||||||||
୧୬୩୫ | |||||||||||
୩୧ ମାର୍ଚ୍ଚ ୧୮୫୪ | |||||||||||
୨୯ ଜୁଲାଇ ୧୮୫୮ | |||||||||||
୩ ଜାନୁଆରୀ ୧୮୬୮ | |||||||||||
ମୁଦ୍ରା | ତାମ୍ର ମୋନ, ରୌପ୍ୟ ବୁ ଓ ଶୁ ଏବଂ ସ୍ୱର୍ଣ୍ଣ ରିଓ ଆଧାରିତ ତ୍ରୈଧାତବୀୟ ତୋକୁଗାୱା ମୁଦ୍ରିକରଣ ପ୍ରଣାଳୀ | ||||||||||
| |||||||||||
Today part of | ଜାପାନ |
ତୋକୁଗାୱା ଶୋଗୁନେତ (徳川幕府, ତୋକୁଗାୱା ବାକୁଫୁ) ବା ଏହାର ବିଶେଷ ଜାପାନୀ ନାମ ଏଦୋ ଶୋଗୁନେତ (江戸幕府, ଏଦୋ ବାକୁଫୁ), ଏଦୋ ଯୁଗରେ ଜାପାନର ଏକ ସାମନ୍ତବାଦୀ ସୈନ୍ଯବାଦୀ ପ୍ରଶାସନ ଯାହା ୧୬୦୦ରୁ ୧୮୬୮ ମସିହା ପର୍ଯ୍ୟନ୍ତ ତିଷ୍ଠି ରହିପାରିଥିଲା ।[୬][୭][୬][୮]
ସେଙ୍ଗୋକୁ ଯୁଗର ଆଶିକାଗା ଶୋଗୁନେତର ଅନ୍ତ ପରେ ଆରମ୍ଭ ହୋଇଥିବା ଗୃହଯୁଦ୍ଧ, ସେକିଗାହାରା ଲଢେଇରେ ସମାପ୍ତ ହୋଇଥିଲା । ଏହି ଲଢେଇରେ ବିଜୟଲାଭ କରିଥିବା ତୋକୁଗାୱା ୟେଆସୁଙ୍କଦ୍ୱାରା ତୋକୁଗାୱା ଶୋଗୁନେତ ସ୍ଥାପିତ ହୋଇଥିଲା । ୟେଆସୁଙ୍କ ଶୋଗୁନ ହେବାପରେ ତୋକୁଗାୱା ବଂଶର ଲୋକମାନେ ଏଦୋର (ଟୋକିୟୋର) ଏଦୋଭୁବନରେ ରହି ଶାସନ କରୁଥିଲେ । ଏଥିରେ ସାମୁରାଇ ବର୍ଗର ଦାଇମ୍ଯୋ ସ୍ୱାମୀମାନେ ତାଙ୍କର ସାହାଯ୍ୟ କରିଥିଲେ ।[୯][୧୦][୭] ତୋକୁଗାୱା ଶୋଗୁନେତ ଜାପାନୀ ସମାଜକୁ ଶ୍ରେଣୀ ଆଧାରିତ ସମାଜରେ ବିଭକ୍ତ କରିଥିଲେ ଏବଂ ସ୍ୱତନ୍ତ୍ରୀକରଣ ଯୋଜନା ଆଧାରରେ ବିଦେଶୀ ପ୍ରଭାବକୁ କମାଇବା ପାଇଁ ବିଦେଶୀ ଲୋକଙ୍କୁ ବିତାଡିତ କରିଥିଲେ । ତୋକୁଗାୱା ଶୋଗୁନମାନେ ଜାପାନକୁ ସାମନ୍ତବାଦୀ ଶାସନରେ ପରିଚାଳିତ କରୁଥିଲେ, ଯେଉଥିରେ ପ୍ରତ୍ଯେକ ଦାଇମ୍ଯୋ, ଏକ ହାନ୍ ଉପରେ ରାଜୁତି କରୁଥିଲେ । ତୋକୁଗାୱା ଶୋଗୁନେତର ଶାସନ କାଳରେ ଜାପାନରେ ଦ୍ରୁତ ଅର୍ଥନୈତିକ ଏବଂ ସାସ୍କୃତିକ ଅଭିବୃଦ୍ଧି ହୋଇଥିଲା ଯାହା ପରେ ବଣିକ ଗୋଷ୍ଠୀ ଏବଂ ଉକିୟୋ ସଂସ୍କୃତିର ଆରମ୍ଭ କଲା ।
ବାକୁମାତ୍ସୁ ଯୁଗରେ ("ଶୋଗୁନେତର ଶେଷ ଅଧିନିୟମ") ୧୮୫୩ ମସିହାରୁ ତୋକୁଗାୱା ଶୋଗୁନେତ ଦୁର୍ବଳ ହୋଇଯାଇଥିଲା । ମେଇଜୀ ପୁନରୁଦ୍ଧାରଣ ସମୟରେ ସାମ୍ରାଜ୍ୟ ସଭାର ସମର୍ଥକଙ୍କ ସହାୟତାରେ ଶୋଗୁନେତକୁ ତଡ଼ି ଦିଆଗଲା । ମେଇଜୀ ପ୍ରଶାସନଦ୍ୱାରା ଜାପାନୀ ସାମ୍ରାଜ୍ୟର ପୁନଃ ପ୍ରତିଷ୍ଠା ହେଲା ଏବଂ ତୋକୁଗାୱା ବିଶ୍ୱସ୍ତମାନେ ବୋଶିନ ଯୁଦ୍ଧରେ ଲଢିବା ଜାରି ରଖିଲେ । ଏହି ସଂଘର୍ଷ ୧୮୬୯ ଜୁନ ମାସର ହାକୋଦାତେ ଲଢେଇରେ ଏଜୋ ଗଣତନ୍ତ୍ରର ସମାପ୍ତି ପର୍ଯ୍ୟନ୍ତ ଚାଲି ରହିଥିଲା ।
ଇତିହାସ[ସମ୍ପାଦନା]
ସେଙ୍ଗୋକୁ ଯୁଗ (ଯୁଦ୍ଧରତ ରାଜ୍ଯ ଯୁଗ) ପରେ, ଓଦା ନୋବୁନାଗାଙ୍କଦ୍ୱାରା ଆଜୁଚି-ମୋମୋୟାମା ଯୁଗରେ କେନ୍ଦ୍ରୀୟ ପ୍ରଶାସନର ପୁନଃ ପ୍ରତିଷ୍ଠା ହୋଇସାରିଥିଲା । ୧୬୦୦ ଖ୍ରୀଷ୍ଟାବ୍ଦରେ ହୋଇଥିବା ସେକିଗାହାରା ଲଢେଇରେ କେନ୍ଦ୍ରୀୟ ପ୍ରଶାସନର ଭାର ତୋକୁଗାୱା ୟେଆସୁଙ୍କ ହାତରେ ପଡିଲା ।[୬] ୟେଆସୁଙ୍କ ବିରୋଧରେ ଲଢିଥିବା ଦାଇମ୍ଯୋମାନଙ୍କୁ ବହିସ୍କାର କରାଗଲା କିମ୍ବା ଶକ୍ତି କମାଇଦିଆଗଲା କିନ୍ତୁ ୟେଆସୁ ନିଜ ଶୋଗୁନେତରେ ଦାଇମ୍ଯୋ ଏବଂ ହାନ୍ ରଖିବା ପାଇଁ ଇଚ୍ଛୁକ ଥିଲେ ।[୧୩] ୟେଆସୁଙ୍କ ସମର୍ଥନ କରିଥିବା ଦାଇମ୍ଯୋମାନଙ୍କୁ ପୁରଷ୍କୃତ କରାଗଲା ଏବଂ ତାଙ୍କୁ ପୁରା ଦେଶରେ ସ୍ଥାନ ଦିଆଗଲା ।[୧୩]
ପୂର୍ବ ଶୋଗୁନେତ ବିପରୀତ, ତୋକୁଗାୱା ଯୁଗରେ ସମାଜରେ, ତୋୟୋତୋମି ହିଦେୟୋଶୀଙ୍କଦ୍ୱାରା ପ୍ରଚଳିତ ଶ୍ରେଣୀ ଆଧାରିତ ସମାଜ ଅଧିକ ସୁଦୃଢ଼ ହେଲା । ଏହି ଶ୍ରେଣୀଭିତ୍ତିକ ସମାଜରେ ଦାଇମ୍ଯୋମାନେ ସବା ଉପରେ ରହିଲେ, ତାଙ୍କର ତଳକୁ ସାମୁରାଇ ଯୋଦ୍ଧାକୁଳ ଏବଂ ଏହଙ୍କ ତଳେ କୃଷକ, କଳାକାର ଏବଂ ବ୍ଯବସାୟୀ ଆଦି ରହିଲେ । ଦେଶର କେତେକ ଅଞ୍ଚଳରେ, ବିଶେଷକରି କ୍ଷୁଦ୍ର ଅଞ୍ଚଳଗୁଡ଼ିକରେ ଦାଇମ୍ଯୋ ଏବଂ ସାମୁରାଇମାନଙ୍କ ମଧ୍ଯରେ କୌଣସି ପାର୍ଥକ୍ଯ ନ ଥାଇ ପାରେ । କିନ୍ତୁ, ଏହି ଅଭେଦ୍ୟ ସାମାଜିକ ବର୍ଗୀକରଣ କାଳାନ୍ତରରେ ଏକ ବିନାଶକାରୀ ଜ୍ୱାଳାକୁ ଜନ୍ମ ଦେଲା । ତଳ ଶ୍ରେଣୀର ଲୋକଙ୍କ ଉପରେ ଲଦିତ କରର ସାଂଖ୍ୟିକ ମୂଲ୍ଯ ଅପରିବର୍ତ୍ତିତ ଥିଲା ଯାହା ମୁଦ୍ରାସ୍ଫୀତି ଏବଂ ମୁଦ୍ରା ମୂଲ୍ଯରେ ପରିବର୍ତ୍ତନକୁ ଉପେକ୍ଷା କରି ସ୍ଥିର କରାଯାଇଥିଲା । ଫଳରେ ସାମୁରାଇ ଜମିଦାରଙ୍କଦ୍ୱାରା ସଂଗୃହୀତ କରର ମୂଲ୍ଯ କାଳାନ୍ତରରେ କମିବାକୁ ଲାଗିଲା । ଏହା ଯୋଗୁଁ ସାମନ୍ତଙ୍କ ମଧ୍ଯରେ ଅନେକବାର ବଚସା ମଧ୍ଯ ହେଉଥିଲା, ସଙ୍ଗକୁ ଛୋଟବଡ଼ ବିଦ୍ରୋହ ମଧ୍ଯ ଦେଖିବାକୁ ମିଳୁଥିଲା । କିନ୍ତୁ ବିଦେଶୀ ଶକ୍ତିର ଆଗମନ ପୂର୍ବରୁ କୌଣସି ଘଟଣାରେ ଏହି ନିର୍ଦ୍ଧାରିତ ପ୍ରଣାଳୀକୁ ଆହ୍ୱାନ ଦେବାରେ ସକ୍ଷମ ନଥିଲା ।[୧୪]
ଊନବିଂଶ ଶତାବ୍ଦୀର ମଧ୍ଯ ଭାଗରେ, ନାମମାତ୍ର ପଦବୀଧାରୀ ଜାପାନର ସମ୍ରାଟଙ୍କ ନେତୃତ୍ବରେ କେତେକ ଶକ୍ତିଶାଳୀ ଦାଇମ୍ଯୋଙ୍କ ଏକତ୍ରୀତ ହୋଇ ବୋଶିନ ଯୁଦ୍ଧରେ ତୋକୁଗାୱା ଶୋଗୁନେତକୁ ବିସ୍ଥାପିତ କରାଇବାରେ ସଫଳ ହେଲେ । ୧୮୬୮ ମସିହାରେ, ପଞ୍ଚଦଶ ଶୋଗୁନ ତୋକୁଗାୱା ୟୋଶିନୋବୁଙ୍କ ଇସ୍ତଫା ପରେ, ଶୋଗୁନେତର ଆଧିକାରିକ ଅନ୍ତ ହେଲା ଏବଂ ମେଇଜୀ ପୁନରୁଦ୍ଧାରଣ (王政復古; ଓସେଇ ଫୁକ୍କୋ) ଆରମ୍ଭ ହେଲା । ଜାପାନୀ ଇତିହାସରେ ଦୀର୍ଘ ୨୬୦ ବର୍ଷଧରି ତୋକୁଗାୱା ଶୋଗୁନେତ ଶାନ୍ତି ଓ ସ୍ଥିରତାରେ ଶାସନ କରିଥିଲା ।
ପ୍ରଶାସନ[ସମ୍ପାଦନା]
ଶୋଗୁନେତ ଓ ଅଧିରାଜ୍ଯ[ସମ୍ପାଦନା]
ଜାପାନର ଏଦୋଯୁଗରେ ବାକୁହାନ ତନ୍ତ୍ର (幕藩体制 ବାକୁହାନ ତାଇସେ) ବା ସଂଘୀୟ ବ୍ଯବସ୍ଥାରେ ଏହା ପ୍ରଶାସିତ ହେଉଥିଲା ।[୧୫] ବାକୁ ହେଉଛି ବାକୁଫୁର ସଂକ୍ଷିପ୍ତ ରୂପ, ଯାହାର ଅର୍ଥ "ସୈନ୍ଯବାଦୀ ପ୍ରଶାସନ" ବା ଶୋଗୁନେତ । ହାନ୍ ବା ଅଧିରାଜ୍ଯଗୁଡ଼ିକ ଦାଇମ୍ଯୋଙ୍କଦ୍ୱାରା ଶାସିତ ହେଉଥିଲା ।[୧୫] ୧୬୦୩ରେ ୟେଆସୁଙ୍କ ଶୋଗୁନ ରୂପେ ନିଯୁକ୍ତି ପରେ, ବିଶେଷକରି ୧୬୧୫ରେ ତୋକୁଗାୱା ବଂଶର ଓସାକା ବିଜୟ ପରେ, ଶୋଗୁନଙ୍କ ଅଧିକାର ପ୍ରକାଶ କରିବା ପାଇଁ କେତେକ ନିୟମ ପ୍ରଣୟନ କରାଗଲା ।[୧୩] ଦାଇମ୍ଯୋଙ୍କ ସଂଖ୍ଯା ୨୭୦ରେ ସ୍ଥିର କରାଯାଇ ଥିଲା ।[୧୩]
ଆଧାର[ସମ୍ପାଦନା]
- ↑ Japan - The bakuhan system". Encyclopedia Britannica. Retrieved 2020-06-01.
- ↑ "Shogunate". britannica.com. Encyclopædia Britannica, Inc. Retrieved October 21, 2020.
The shogunate was the hereditary military dictatorship of Japan (1192–1867).
- ↑ "Tokugawa period". britannica.com. Encyclopædia Britannica, Inc. Retrieved June 3, 2020.
- ↑ Emperor Go-Yōzei started reigning in 1586, after the abdication of Emperor Ōgimachi.
- ↑ Emperor Meiji reigned until his death in 1912.
- ↑ ୬.୦ ୬.୧ ୬.୨ Nussbaum, Louis-Frédéric. (2005). "Tokugawa-jidai" in Japan Encyclopedia, p. 978.
- ↑ ୭.୦ ୭.୧ Nussbaum, "Edo-jidai" at p. 167.
- ↑ Nussbaum, "Kinsei" at p. 525.
- ↑ Nussbaum, "Shogun" at pp. 878–879.
- ↑ Nussbaum, "Tokugawa" at p. 976.
- ↑ Thiébaud, Jean-Marie (2009). "Shogun - 16e-19e siècles". Dojo Miyamoto Musashi. Retrieved Aug 7, 2020.
{{cite web}}
: CS1 maint: url-status (link) - ↑ Tokitsu, Kenji (1998). Miyamoto Musashi: 17th century Japanese saber master: man and work, myth and reality ; Miyamoto Musashi : maître de sabre japonais du XVIIe siècle : l'homme et l'œuvre, mythe et réalité. https://www.worldcat.org/oclc/41259596: Editions désiris. pp. 289, 290. ISBN 9782907653541.
{{cite book}}
: External link in
(help)CS1 maint: location (link)|location=
- ↑ ୧୩.୦ ୧୩.୧ ୧୩.୨ ୧୩.୩ Hall (Editor), John Whitney (1988). The Cambridge history of Japan Vol. 4: Early Modern Japan. James L. McClain. Cambridge, UK: Cambridge University Press. ISBN 0-521-22352-0. OCLC 17483588.
{{cite book}}
:|last=
has generic name (help) - ↑ Paik, Christopher; Steele, Abbey; Tanaka, Seiki (2017). "Constraining the Samurai: Rebellion and Taxation in Early Modern Japan" (PDF). International Studies Quarterly. 61 (2): 352–370. doi:10.1093/isq/sqx008.
- ↑ ୧୫.୦ ୧୫.୧ "Japan - The bakuhan system". Encyclopedia Britannica (in ଇଂରାଜୀ). Retrieved 2020-06-01.