Jump to content

ଜାପାନର ଅଞ୍ଚଳ ସମୂହର ସୂଚୀ

ଉଇକିପିଡ଼ିଆ‌ରୁ
ଜାପାନର ଅଞ୍ଚଳ ସମୂହର ମାନଚିତ୍ର । ଐଶାନ୍ୟରୁ ବାୟୁ ଆଡକୁ ହୋକାଇଦୋ (ନାଲି), ତୋହୋକୁ (ହଳଦିଆ), କାଣ୍ଟୋ (ସବୁଜ), ଚୁବୁ (ସିଆନ), କାନସାଇ (ନୀଳ), ଚୁଗୋକୁ (କମଳା), ଶିକୋକୁ (ବାଇଗଣୀ) ଏବଂ କ୍ଯୁଶୁଓକିନାୱା (ଗ୍ରେ).

ଜାପାନ ଆଠଟି ଅଞ୍ଚଳରେ ବିଭକ୍ତ । ଏଗୁଡ଼ିକ ଆନୁଷ୍ଠାନିକ ପ୍ରଶାସନିକ ବିଭାଜନ ନୁହଁନ୍ତି କିନ୍ତୁ ପ୍ରଶାସନଦ୍ୱାରା ଆନୁଷ୍ଠାନିକ ଭାବରେ ଏଗୁଡ଼ିକର ବ୍ଯବହାର କରାଯାଏ । ମାନଚିତ୍ର, ଭୌଗୋଳିକ ପୁସ୍ତକ, ପାଣିପାଗ ବିବରଣୀ, ଅନେକ ବ୍ଯବସାୟିକ ଅନୁଷ୍ଠାନଗୁଡ଼ିକ ନିଜ ନାମରେ ନିଜ ଅଞ୍ଚଳର ନାମ ଲେଖିଥାନ୍ତି ଉଦାହରଣ ସ୍ବରୂପ କିଙ୍କି ନିପ୍ପୋଁ ରେଳପଥ, ଚିଗୋକୁ ବ୍ଯାଙ୍କ, ଏବଂ ତୋହୋକୁ ବିଶ୍ୱବିଦ୍ୟାଳୟ

ପ୍ରତ୍ଯେକ ଅଞ୍ଚଳରେ ଅନେକ ରାଜ୍ଯ ଅବସ୍ଥିତ, କେବଳ ହୋକାଇଦୋ ଅଞ୍ଚଳରେ ଏକମାତ୍ର ହୋକାଇଦୋ ରାଜ୍ଯ ହିଁ ଅବସ୍ଥିତ । ଜାପାନର ଅନ୍ୟ ମୁଖ୍ଯ ଦ୍ୱୀପ ମଧ୍ଯରୁ, ଶିକୋକୁ ଏକ ଅଞ୍ଚଳ ଅଟେ, କ୍ଯୁଶୁ ଦ୍ୱୀପକୁ ଓକିନାୱା ସହ ମିଶାଇ କ୍ଯୁଶୁ ଅଞ୍ଚଳ ଗଠିତ, ଏବଂ ହୋଁଶୁ ଦ୍ୱୀପ ପାଞ୍ଚଟି ଅଞ୍ଚଳରେ ବିଭକ୍ତ ।

ସାରଣୀ

[ସମ୍ପାଦନା]
ଅଞ୍ଚଳଜନସଂଖ୍ୟାକ୍ଷେତ୍ରଫଳ ବର୍ଗକି.ମି. []ରାଜ୍ଯ ସଂଖ୍ଯା
ହୋକାଇଦୋ୫.୪ ନିୟୁତ[]୮୩,୦୦୦ହୋକାଇଦୋ
ତୋହୋକୁ୮.୯୧ ନିୟୁତ[]୬୭,୦୦୦ଆକିତା, ଆମୋରି, ଫୁକୁଶିମା, ଇୱାତେ, ମିଆଗି, ୟାମାଗାତା
କାଣ୍ଟୋ୪୩.୩ ନିୟୁତ[]୩୨,୦୦୦ଚିବା, ଗୁନ୍ମା, ଇବାରାକି, କାନାଗାୱା, ସାଇତାମା, ତୋଚିଗି, ଟୋକିଓ
ଚୁବୁ୨୧.୪ ନିୟୁତ[]୬୭,୦୦୦ଆଇଚି, ଫୁକୁଇ, ଗିଫୁ, ଇଶିକାୱା, ନାଗାନୋ,
ନିଇଗାତା, ଶିଜୁଓକା, ତୋୟାମା, ୟାମାନାଶି
କାନସାଇ (କିଙ୍କି
ବୋଲି ମଧ୍ଯ ଜଣାଶୁଣା)
୨୨.୫ ନିୟୁତ []୩୩,୦୦୦ହ୍ଯୁଗୋ, କ୍ଯୋଟୋ, ମିଏ, ନାରା, ଓସାକା, ଶିଗା, ୱାକାୟାମା
ଚୁଗୋକୁ୭.୩ ନିୟୁତ[]୩୨,୦୦୦ହିରୋଶିମା, ଓକାୟାମା, ଶିମାନେ, ତୋତ୍ତୋରି, ୟାମାଗୁଚି
ଶିକୋକୁ୩.୮ ନିୟୁତ[]୧୯,୦୦୦ଏହିମେ, କାଗାୱା, କୋଚି, ତୋକୁଶିମା
କ୍ଯୁଶୁ୧୪.୫ ନିୟୁତ[]୪୪,୦୦୦ଫୁକୁଓକା, କାଗୋଶିମା, କୁମାମୋତୋ,
ମିଆଜାକି, ନାଗାସାକି, ଓଇତା, ଓକିନାୱା, ସାଗା

ଅଞ୍ଚଳ ଓ ଦ୍ୱୀପ

[ସମ୍ପାଦନା]

ନିମ୍ନରେ ଜାପାନର ମୁଖ୍ଯ ଦ୍ୱୀପ, ଅଞ୍ଚଳ ତଥା ଉପାଞ୍ଚଳର ନାମ ଦିଆଗଲା ।[୧୦][୧୧] ମୁଖ୍ଯ ଅଞ୍ଚଳଗୁଡ଼ିକୁ ଗାଢ଼ କରି ଲେଖାଯାଇଛି ।

ଆହୁରି ଦେଖନ୍ତୁ

[ସମ୍ପାଦନା]