Jump to content

ଜାପାନର ପ୍ରଶାସନିକ ବିଭାଜନ

ଉଇକିପିଡ଼ିଆ‌ରୁ

ଜାପାନକୁ ପ୍ରଶାସନିକ ଦୃଷ୍ଟିରୁ ତିନୋଟି ସ୍ତରରେ ବିଭକ୍ତ କରାଯାଇଛି; ଜାତୀୟ, ରାଜ୍ଯ, ଏବଂ ମୁନିସିପାଲୀୟ । ଜାତୀୟ ପ୍ରଶାସନ ତଳେ ୪୭ଟି ରାଜ୍ଯ ଅଛନ୍ତି, ଶାସନର ସୁବିଧା ଦୃଷ୍ଟିରୁ ଏମାନଙ୍କ ଭିତରୁ ଛଅଟିକୁ ଉପରାଜ୍ୟରେ ବିଭକ୍ତ କରାଯାଇଛି । ଜାପାନରେ ମୁନିସିପାଲିଟି (ସହର, ନଗର ଏବଂ ଗ୍ରାମ) ନିମ୍ନସ୍ତରୀୟ ପ୍ରଶାସନ ଅଟନ୍ତି; ଟୋକିଓ ବାହାରେ ଥିବା ଜନସଂଖ୍ୟା ବହୁଳ ସହରଗୁଡିକୁ ନିର୍ଦ୍ଦେଶିତ ସହର କୁହାଯାଏ ଏବଂ ଏଗୁଡ଼ିକ ସାହିରେ ବିଭକ୍ତ ।

ରାଜ୍ଯସ୍ତରୀୟ ବିଭାଜନ

[ସମ୍ପାଦନା]
ଜାପାନର ୪୭ଟି ରାଜ୍ଯ

ଜାପାନରେ ୪୭ଟି ରାଜ୍ଯ ରହିଛି: ୪୩ଟି ବାସ୍ତବ ରାଜ୍ଯ (କେନ୍, 県), ୨ଟି ନଗରୀ ରାଜ୍ଯ (ଫୁ, 府) (ଓସାକା ଏବଂ କ୍ଯୋଟୋ), ଗୋଟିଏ ଦୋ (ଦୋ 道) ହୋକାଇଦୋ ଏବଂ ଗୋଟିଏ ମହାନଗରୀ (ତୋ, 都) ଟୋକିଓ-ତୋ । ଏଗୁଡ଼ିକର ନାମ ଭିନ୍ନ ଥିଲେ ମଧ୍ଯ କାର୍ଯ୍ୟରେ ସମାନ ।

ରାଜ୍ଯ ବା କେନ୍ ସଂଖ୍ଯା ୪୩ । ଏହାର ଚିତ୍ରାକ୍ଷରର ଅର୍ଥ ରାଜ୍ଯ ବା ଜିଲ୍ଲା ।

୧୯୪୩ରେ ଟୋକିଓ ସହରର ଭଙ୍ଗ ପରେ, ଟୋକିଓ-ଫୁକୁ ଟୋକିଓ ମହାନଗରୀରେ (ଟୋକିିଓ-ତୋ, 都) ପରିଣତ କରାଗଲା । ଟୋକିଓ-ଫୁର ସାହିଗୁଡ଼ିକୁ ବିଶେଷ ସାହିରେ ପରିଣତ କରାଗଲା । '都' ଚିତ୍ରାକ୍ଷରର ଅର୍ଥ "ରାଜଧାନୀ" ।

ଓସାକାକ୍ଯୋଟୋ ରାଜ୍ଯ ଦ୍ୱୟଙ୍କୁ ଫୁ (府) ବୋଲି କୁହାଯାଏ । 府 ଚିତ୍ରାକ୍ଷରର ଅର୍ଥ "ଚୀନରେ ଜାତୀୟ ମହତ୍ତ୍ବ ଯୁକ୍ତ ଏକ ମୁଖ୍ଯ ଶିଳ୍ପାଞ୍ଚଳ" ।

ହୋକାଇଦୋକୁ ଏକ -ଦୋ (道) ଭାବରେ ଚିହ୍ନିତ କରାଯାଏ । ଏହି ପଦଟି ପ୍ରାଚୀନ ଜାପାନୀ ଅଞ୍ଚଳଗୁଡ଼ିକ ପାଇଁ ବ୍ଯବହୃତ କରାଯାଇ ଥିଲା ।

ଉପରାଜ୍ଯ ସ୍ତରୀୟ ବିଭାଜନ

[ସମ୍ପାଦନା]

ଦୁଇ ପ୍ରକାରର ଉପରାଜ୍ଯ ସ୍ତରୀୟ ବିଭାଜନ ରହିଛି: ଉପରାଜ୍ଯ ଏବଂ ଜିଲ୍ଲା ।

ଶୀଚୋ ବା ଉପରାଜ୍ଯ

[ସମ୍ପାଦନା]

ଶୀଚୋ (支庁) ବା ଉପରାଜ୍ଯ ଜାପାନୀ ସ୍ୱୟଂଶାସନର ଏକ ରୂପ ଯାହା ରାଜ୍ଯ ଅଧିନରେ ଥିବା ବିଭିନ୍ନ ସମସ୍ଯାର ସମାଧାନ କରେ । ଏହା ଜାତୀୟ ତଥା ସ୍ୱୟଂଶାସନର ଏକ ମହତ୍ତ୍ବପୂର୍ଣ୍ଣ ଅଂଶ ।[]

ଜିଲ୍ଲା ବା ଗୁଁ

[ସମ୍ପାଦନା]

ଜିଲ୍ଲା ବା -ଗୁଁ (郡) ୧୮୭୮ ଓ ୧୯୨୧ ମସିହାରେ ବ୍ଯବହୃତ ପ୍ରଶାସନିକ ବିଭାଜନ ଯାହା ଭାରତର ଜିଲ୍ଲା ସହ ସମରୂପ । ୧୯୨୦ ମସିହାରେ, ମୁନିସିପାଲୀୟ କାର୍ଯ୍ୟସବୁ ଜିଲ୍ଲା ସ୍ତରରୁ ଗ୍ରାମ ଓ ସହର ସ୍ତରକୁ ଦେଇ ଦିଆଗଲା । ଗ୍ରାମ ତଥା ସହରର ପୋଷ୍ଟାଲ ଠିକଣାରେ ଏବେ ମଧ୍ଯ ଜିଲ୍ଲା ରହୁଛି । ବେଳେବେଳେ ନିର୍ବାଚନମଣ୍ଡଳର ସୀମା ଭାବରେ ଜିଲ୍ଲାକୁ ବ୍ଯବହାର କରାଯାଏ କିନ୍ତୁ ଜିଲ୍ଲା ଆଉ କୌଣସି କାର୍ଯ୍ୟ ନାହିଁ । ଜିଲ୍ଲା ବା ଗୁଁର ଚିତ୍ରାକ୍ଷରର ଅର୍ଥ ଆଦେଶକ୍ଷେତ୍ର

ମୁନିସିପାଲୀୟ ବିଭାଜନ

[ସମ୍ପାଦନା]
ଜାପାନର ୧,୭୪୨ଟି ମୁନିସିପାଲୀୟ ଏବଂ ୧୭୫ଟି ଉପମୁନିସିପାଲୀୟ ସଂସ୍ଥା

ମୁନିସିପାଲୀୟ ବିଭାଜନଗୁଡ଼ିକ ତିନି ପ୍ରକାରର; ସହର, ନଗର, ଓ ଗ୍ରାମ । ସହରଗୁଡ଼ିକୁ ପୁଣି ସାହିରେ ବିଭାଜିତ କରାଯାଇଛି ଏବଂ ଟୋକିଓର ବିଶେଷ ସାହିଗୁଡ଼ିକୁ ମୁନିସିପାଲୀୟ ବିଭାଜନରେ ଗଣାଯାଏ ।

ଜାପାନରେ ଚାରି ପ୍ରକାରର ସହର ରହିଛି: ନିର୍ଦ୍ଦେଶିତ ସହର, କେନ୍ଦ୍ର ସହର, ବିଶେଷ ସହର ତଥା ସାଧାରଣ ସହର ।

ନିର୍ଦ୍ଦେଶିତ ସହର

[ସମ୍ପାଦନା]

ପ୍ରଶାସନିକ ଆଦେଶଦ୍ୱାରା ନିର୍ଦ୍ଦେଶିତ ସହର (政令指定都市, ସେଇରେଇ ଶିତେଇ ତୋଶୀ) ବା ନିର୍ଦ୍ଦେଶିତ ସହର (指定都市, ଶିତେଇ ତୋଶୀ) ବା ପ୍ରଶାସନିକ ଆଦେଶିତ ସହର (政令市, ସେଇରେଇ ଶୀ) ହେଉଛି ଏକ ଜାପାନୀ ସହର ବା ଜନବସତି ଯାହାର ଜନସଂଖ୍ୟା ୫,୦୦,୦୦୦ରୁ ଅଧିକ ଏବଂ ଯାହାକୁ ସ୍ଥାନୀୟ ସ୍ୱୟଂଶାସନ ଅଧିନିୟମର ଧାରା ୨୫୨, ଭାଗ ୧୯ ଆଧାରରେ ଜାପାନୀ କ୍ଯାବିନେଟଦ୍ୱାରା ନିର୍ଦ୍ଦେଶ ମିଳିଥିବ । ନିର୍ଦ୍ଦେଶିତ ସହରଗୁଡ଼ିକ ସାହିରେ ବିଭକ୍ତ ।

କେନ୍ଦ୍ର ସହର

[ସମ୍ପାଦନା]

କେନ୍ଦ୍ର ସହର ବା ଚୁକାକୁଶୀ (中核市) ହେଉଛି ଏକ ଜାପାନୀ ସହର ଯାହାର ଜନସଂଖ୍ୟା ୩,୦୦,୦୦୦ରୁ ଅଧିକ ଏବଂ କ୍ଷେତ୍ରଫଳ ୧୦୦ ବର୍ଗକି.ମି.ରୁ ଅଧିକ । କେତେକ ସ୍ଥଳରେ ଜାପାନୀ କ୍ଯାବିନେଟଦ୍ୱାରା ୩,୦୦,୦୦୦ରୁ କମ୍ କିନ୍ତୁ ୨,୦୦,୦୦୦ରୁ ଅଧିକ ଲୋକ ଥିବା ଅଞ୍ଚଳକୁ ମଧ୍ଯ କେନ୍ଦ୍ର ସହର ବୋଲି ନାମିତ କରାଯାଇପାରେ ।[] ଜାପାନର ସ୍ଥାନୀୟ ସ୍ୱୟଂଶାସନ ଅଧିନିୟମର ଧାରା ୨୫୨ ଭାଗ ୨୨ ପ୍ରଥମ ଅନୁଚ୍ଛେଦଦ୍ୱାରା କେନ୍ଦ୍ର ସହର ତିଆରି କରାଗଲା ।

ବିଶେଷ ସହର

[ସମ୍ପାଦନା]

ଏକ ବିଶେଷ ସହର ବା ତୋକୁରେଇଶୀ (特例市)ହେଉଛି ୨,୦୦,୦୦୦ରୁ ଅଧିକ ଲୋକ ରହୁଥିବା ସହର । ଜାପାନର ସ୍ଥାନୀୟ ସ୍ୱୟଂଶାସନ ଅଧିନିୟମର ଧାରା ୨୫୨ ଛବିଶିତମ ଅନୁଚ୍ଛେଦଦ୍ୱାରା ସହରର ଏହି ବର୍ଗକୁ ତିଆରି କରାଗଲା ।

ସହର ବା ଶୀ (市) ହେଉଛି ୫୦,୦୦୦ରୁ ଅଧିକ ଲୋକ ରହୁଥିବା ଅଞ୍ଚଳ ଯେଉଁଠାରେ ଅତିକମରେ ୬୦% ଘର କେନ୍ଦ୍ରୀୟ ଶିଳ୍ପାଞ୍ଚଳରେ ଥିବ ଏବଂ ୬୦% ଲୋକ ବାଣିଜ୍ଯ, ଶିଳ୍ପ କିମ୍ବା ଅନ୍ଯାନ୍ଯ ଶିଳ୍ପଭିତ୍ତିକ ଚାକିରିରେ ଯୋଗ ଦେଇଥିବେ । ସହରଗୁଡ଼ିକ ଜାପାନର ନଗରୀୟ (町: ମାଚି) ତଥା ଗ୍ରାମୀଣ (村: ମୁରା) ସ୍ତର ସହ ତୁଳନୀୟ । ସହରଗୁଡ଼ିକ, ନଗର ତଥା ଗ୍ରାମ ପରି କୌଣସି ଜିଲ୍ଲାର ଅନ୍ତର୍ଭୁକ୍ତ ନୁହନ୍ତି । ଅନ୍ଯାନ୍ଯ ସମକାଳୀନ ନିୟମ ପରି ଏଗୁଡିକ ସ୍ଥାନୀୟ ସ୍ୱୟଂଶାସନ ଅଧିନିୟମଦ୍ୱାରା ପ୍ରତିଷ୍ଠିତ ।

ନଗର ବା -ଚୋ ବା ମାଚି (町) ହେଉଛି ଜାପାନରେ ଏକ ସ୍ଥାନୀୟ ପ୍ରଶାସନିକ ଏକକ । ଏହା ରାଜ୍ଯ, ସହର ତଥା ଗ୍ରାମ ପରି ଏକ ସ୍ଥାନୀୟ ଲୋକସଂସ୍ଥା । ଏହା ରାଜ୍ଯ ମଧ୍ଯରେ ଏକ ବିଭାଜନ ।

ଗ୍ରାମ

[ସମ୍ପାଦନା]

ଗ୍ରାମ ବା ମୁରା (村) ହେଉଛି ଜାପାନରେ ଏକ ସ୍ଥାନୀୟ ପ୍ରଶାସନିକ ଏକକ । ଏହା ରାଜ୍ଯ, ସହର ତଥା ଗ୍ରାମ ପରି ଏକ ସ୍ଥାନୀୟ ଲୋକସଂସ୍ଥା । ଏହା ରାଜ୍ଯ ମଧ୍ଯରେ ରହିଥାଏ । ଜାପାନୀ ଜିଲ୍ଲାଗୁଡ଼ିକର ବିଭାଜନ ହୋଇଥିବାରୁ ଏହା ବାସ୍ତବ ଜନବସତିଠାରୁ ବଡ଼ ହୋଇଥାଏ ।

ବିଶେଷ ସାହି

[ସମ୍ପାଦନା]

ବିଶେଷ ସାହି ବା ତୋକୁବେତ୍ସୁକୁ (特別区) ହେଉଛି ୨୩ଟି ମୁନିସିପାଲିଟି ଯେଉଁମାନେ ମିଶି ଟୋକିଓ ମହାନଗର ତିଆରି କରନ୍ତି । ସମସ୍ତେ ମିଶି ପୂର୍ବର ଟୋକିଓ ସହରର ଅଂଶ ଥିଲେ ଯାହାକୁ ଭାଙ୍ଗି ଟୋକିଓ ମହାନଗର ତିଆରି କରାଗଲା । ଏହି ବିଭାଜନକୁ ମଧ୍ଯ ସ୍ଥାନୀୟ ସ୍ୱୟଂଶାସନ ଅଧିନିୟମଦ୍ୱାରା ପ୍ରତିଷ୍ଠା କରାଯାଇଛି ।

ଉପମୁନିସିପାଲୀୟ ବିଭାଜନ

[ସମ୍ପାଦନା]

ସାହି ବା -କୁ (区), ଜାପାନୀ ସହରଗୁଡ଼ିକର ବିଭାଜନ, ଯାହା ନିଜର ବଡ଼ ଆକାର ଯୋଗୁଁ ପ୍ରଶାସନିକ ଆଦେଶଦ୍ୱାରା ନିର୍ଦ୍ଦେଶିତ ହୋଇପାରିବେ ।[]

ଇତିହାସ

[ସମ୍ପାଦନା]

ସ୍ଥାନୀୟ ପ୍ରଶାସନ ନାଟକୀୟ ରୂପେ ବଦଳି ଥିଲେ ମଧ୍ଯ ବର୍ତ୍ତମାନର ଦ୍ୱିସ୍ତରୀୟ ତନ୍ତ୍ର ଗୁଡ଼ିକ ପ୍ରୀୟ ସମାନ । ହାନ୍-ତନ୍ତ୍ରର ଉଚ୍ଛେଦ ପୂବରୁ, ଜାପାନ ପ୍ରାନ୍ତରେ, ପ୍ରାନ୍ତଗୁଡ଼ିକ ଜିଲ୍ଲାରେ ଏବଂ ଜିଲ୍ଲାଗୁଡ଼ିକ ଗ୍ରାମ ବା ନଗରରେ ବିଭକ୍ତ କରାଯାଇ ଥିଲା ।

ଗାଠନିକ ପର୍ଯ୍ୟାୟଶ୍ରେଣୀ

[ସମ୍ପାଦନା]
ରାଜ୍ଯସ୍ତରୀୟ ଉପରାଜ୍ଯସ୍ତରୀୟ ମୁନିସିପାଲୀୟ ଉପମୁନିସିପାଲୀୟ
ରାଜ୍ଯ
(ଟୋକିଓ ମହାନଗର ଛାଡି)
ଉପରାଜ୍ଯ "ନିର୍ଦ୍ଦେଶିତ ସହର" ସାହି
 
ଜିଲ୍ଲା ନଗର
ଗ୍ରାମ
ନାହିଁ
ଉପରାଜ୍ଯ ଜିଲ୍ଲା
  "କେନ୍ଦ୍ର ସହର"
"ବିଶେଷ ସହର"
ସହର
 
ମହାନଗର ସହର
ବିଶେଷ ସାହି
ଜିଲ୍ଲା
ଉପରାଜ୍ଯ
ନଗର
ଗ୍ରାମ
ସ୍ତରପ୍ରକାରକାଞ୍ଜିଓରାଜୀନମ୍ବର
Prefectural ଟୋକିଓ ମହାନଗର -ତୋ ଟୋକିଓ (東京都 ଟୋକିଓ-ତୋ)
"ଦୋ" -ଦୋ ହୋକାଇଦୋ (北海道 ହୋକାଇଦୋ)
"ଶିଳ୍ପାଞ୍ଚଳୀୟ ରାଜ୍ଯ" ଫୁ କ୍ଯୋଟୋ ରାଜ୍ଯ (京都府 କ୍ଯୋଟୋ-ଫୁ) ଏବଂ ଓସାକା ରାଜ୍ଯ (大阪府 ଓସାକା-ଫୁ)
ରାଜ୍ଯ -କେନ୍ ୪୩ ଟୋକିଓ, ହୋକାଇଦୋ, କ୍ଯୋଟୋ ତଥା ଓସାକାକୁ ଛାଡି ଅନ୍ୟାନ୍ଯ ରାଜ୍ଯ
 ଉପରାଜ୍ଯସ୍ତରୀୟ ଉପରାଜ୍ଯ 支庁 ଶୀଚୋ ୧୫୮
ଜିଲ୍ଲା ଗୁଁ ୩୭୪
ମୁନିସିପାଲୀୟ "ନିର୍ଦ୍ଦେଶିତ ସହର" 政令指定都市 ସେଇରେଇ ଶିତେଇ ତୋଶୀ ୨୦
"କେନ୍ଦ୍ର ସହର" 中核市 ''ଚୁକାକୁଶୀ ୪୨
"ବିଶେଷ ସହର" 特例市 ତୋକୁରେଇଶୀ ୪୦
ସହର ଶୀ ୬୮୮
ନଗର ଚୋ କିମ୍ବା ମାଚି ୮୪୬
ଗ୍ରାମ ମୁରା କିମ୍ବା ସୋଁ ୧୮୩
ବିଶେଷ ସାହି 区 (特別区) କୁ (ତୋକୁବେତ୍ସୁକୁ) ୨୩ ଟୋକିଓର ବିଶେଷ ସାହି (東京都区部 ଟୋକିଓ-ତୋ କୁବୁ), ଟୋକିଓର ୨୩ଟି ସାହି (東京୨୩区 ଟୋକିଓ ନିଜୁସାନ୍-କୁ)
 ଉପରାଜ୍ଯସ୍ତରୀୟ ସାହି 区 (行政区) କୁ (ଗ୍ଯୋସେ-କୁ) ୧୭୫
ISO ରାଜ୍ଯ କାଞ୍ଜି ଅଞ୍ଚଳ ସହର [ସବୁପ୍ରକାର]
(ବିଶେଷ ସାହି)
ସାହି ଜିଲ୍ଲା ନଗର ଗ୍ରାମ
JP-23 Aichi愛知県ଚୁବୁ୩୮୧୬୧୪
JP-05 Akita秋田県ତୋହୋକୁ୧୩
JP-02 Aomori青森県ତୋହୋକୁ୧୦୨୨
JP-12 Chiba千葉県Kantō୩୭୧୬
JP-38 Ehime愛媛県Shikoku୧୧
JP-18 Fukui福井県Chūbu9717
JP-40 Fukuoka福岡県Kyushu281412302
JP-07 Fukushima福島県ତୋହୋକୁ13133115
JP-21 Gifu岐阜県Chūbu219192
JP-10 Gunma群馬県Kantō127158
JP-34 Hiroshima広島県Chūgoku14859
JP-01 Hokkaidō北海道Hokkaido35106612915[]
JP-28 Hyōgo兵庫県Kansai299812
JP-08 Ibaraki茨城県Kantō327102
JP-17 Ishikawa石川県Chūbu1158
JP-03 Iwate岩手県ତୋହୋକୁ1410154
JP-37 Kagawa香川県Shikoku859
JP-46 Kagoshima鹿児島県Kyushu198204
JP-14 Kanagawa神奈川県Kantō19286131
JP-39 Kōchi高知県Shikoku116176
JP-43 Kumamoto熊本県Kyushu1459238
JP-26 Kyōto京都府Kansai15116101
JP-24 Mie三重県Kansai14715
JP-04 Miyagi宮城県ତୋହୋକୁ13510211
JP-45 Miyazaki宮崎県Kyushu96143
JP-20 Nagano長野県ଚୁବୁ19142335
JP-42 Nagasaki長崎県Kyushu1348
JP-29 Nara奈良県Kansai1271512
JP-15 Niigata新潟県ଚୁବୁ208964
JP-44 Ōita大分県Kyushu14331
JP-33 Okayama岡山県Chūgoku15410102
JP-47 Okinawa沖縄県Kyushu1151119
JP-27 Ōsaka大阪府Kansai3331591
JP-41 Saga佐賀県Kyushu10610
JP-11 Saitama埼玉県Kantō40108221
JP-25 Shiga滋賀県Kansai1336
JP-32 Shimane島根県Chūgoku85101
JP-22 Shizuoka静岡県ଚୁବୁ2310512
JP-09 Tochigi栃木県Kantō14512
JP-36 Tokushima徳島県Shikoku88151
JP-13 Tōkyō東京都Kantō26 (23)158
JP-31 Tottori鳥取県Chūgoku45141
JP-16 Toyama富山県ଚୁବୁ10241
JP-30 Wakayama和歌山県Kansai96201
JP-06 Yamagata山形県ତୋହୋକୁ138193
JP-35 Yamaguchi山口県Chūgoku1346
JP-19 Yamanashi山梨県ଚୁବୁ13586
  1. Imperial Japanese Commission to the Louisiana Purchase Exposition. (1903). Japan in the beginning of the 20th century, p. 80.
  2. "日本財団図書館(電子図書館)Revised Local Autonomy Law". nippon.zaidan.info.
  3. "Statistical Handbook of Japan 2008" by Statistics Bureau, Japan Archived 7 February 2013 at the Wayback Machine. Chapter 17: Government System (Retrieved on 4 July 2009)
  4. Not inducing the six villages in the Kuril Islands dispute area.