Jump to content

ହୋକାଇଦୋ

ଉଇକିପିଡ଼ିଆ‌ରୁ
ହୋକାଇଦୋ
北海道
ଜାପାନୀ transcription(s)
 • ଜାପାନୀ北海道
 • ଓରାଜୀହୋକାଇଦୋ
Flag of ହୋକାଇଦୋ
Official logo of ହୋକାଇଦୋ
Location of ହୋକାଇଦୋ
ଦେଶ ଜାପାନ
ଅଞ୍ଚଳହୋକାଇଦୋ
ଦ୍ୱୀପହୋକାଇଦୋ
ରାଜଧାନୀସାପ୍ପୋରୋ-ଶୀ
ବୃହତ୍ତମ ସହରସାପ୍ପୋରୋ-ଶୀ
ଉପବିଭାଜନ
Government
 • ରାଜ୍ୟପାଳସୁଜୁକି ନାଓମିଚି
Area
 • ସମୁଦାୟ83,423.84 km2 (32,210.12 sq mi)
 • Rankପ୍ରଥମ
Population
 (୩୧ ମଇ ୨୦୧୯)
 • Total୫୨୮୧୨୯୭
 • Rankଅଷ୍ଟମ
 • Density63/km2 (160/sq mi)
ISO 3166 codeJP-01
Websitewww.pref.hokkaido.lg.jp
Symbols
ପକ୍ଷୀତାଞ୍ଚୋ (ନାଲି-ମୁକୁଟ ସାରସ, ଗ୍ରୁସ ଜାପୋନେନ୍ସିସ)
ପୁଷ୍ପହାମାନାସୁ (ରିଉଗୋସା ଗୋଲାପ, ରୋଜା ରୁଗୋସା)
ବୃକ୍ଷଏଜୋମାତ୍ସୁ (ଯେଜୋ ସ୍ପ୍ରୁସ, ପିକିଏ ଯେଜୋଏନ୍ସିସ)

ହୋକାଇଦୋ (北海道), ହେଉଛି ଜାପାନର ଦ୍ୱିତୀୟ ବୃହତ୍ତମ ଦ୍ୱୀପ ଏବଂ ଏଥିରେ ଜାପାନର ବୃହତ୍ତମ ରାଜ୍ଯ ଅବସ୍ଥିତ ।[୧] ତ୍ସୁଗାରୁ ପ୍ରଣାଳୀ, ହୋକାଇଦୋକୁ ହୋଁଶୁଠାରୁ ଅଲଗା କରିଥାଏ ଏବଂ ଦ୍ୱୀପ ଦ୍ୱୟ ପରସ୍ପର ସହ ଏକ ସାଗରଗର୍ଭୀ ରେଳପଥ - ସେଇକାଁ ଜୁଇଦୋଦ୍ୱାରା ସଂଯୁକ୍ତ ହୋଇଛି ।

ସାପ୍ପୋରୋ-ଶୀ ହେଉଛି ହୋକାଇଦୋର ବୃହତ୍ତମ ସହର ତଥା ଏହାର ରାଜଧାନୀ । ଏହା ମଧ୍ଯ ହୋକାଇଦୋର ଏକମାତ୍ର ଆଦେଶ ନିର୍ଦ୍ଦେଶିତ ସହର । ଋଷିଆଦ୍ୱାରା ପ୍ରଶାସିତ ସାଖାଲିଁ, ହୋକାଇଦୋରୁ ୪୩ କି.ମି. ଦୂରରେ ଉତ୍ତର ଆଡକୁ ଅବସ୍ଥିତ ଏବଂ କୁରିଲ୍ ଦ୍ୱୀପପୁଞ୍ଜ ଏହାର ପୂର୍ବ ଓ ଐଶାନ୍ୟ ଦିଗରେ ଅବସ୍ଥିତ । କୁରିଲ୍ ଦ୍ୱୀପପୁଞ୍ଜର ଦକ୍ଷିଣତମ ଚାରୋଟି ଦ୍ୱୀପ ଉପରେ ଜାପାନର ଦାବି ରହିଛି । ପୂର୍ବରେ ହୋକାଇଦୋ, ଏଜୋ, ୟେଜୋ, ୟେସୋ, ତଥା ୟେସ୍ସୋ ଆଦି ନାମରେ ଜଣାଶୁଣା ।[୨]

ଇତିହାସ

[ସମ୍ପାଦନା]

ପ୍ରାକ୍-ଇତିହାସ

[ସମ୍ପାଦନା]
Historical population
YearPop.±% p.a.
୧୭୨୧୧୫,୬୧୫—    
୧୭୫୦୨୧,୮୦୭+1.16%
୧୭୮୬୨୬,୩୧୦+0.52%
୧୭୯୮୨୮,୭୧୧+0.73%
୧୮୨୨୬୧,୯୪୮+3.26%
୧୮୩୪୬୭,୮୬୨+0.76%
୧୮୪୬୭୦,୮୮୭+0.36%
୧୮୭୩୧,୨୩,୬୬୮+2.08%
୧୮୯୦୪,୧୪,୪୩୦+7.37%
୧୯୦୩୧୦,୮୯,୫୦୩+7.72%
୧୯୨୦୨୩,୫୯,୧୮୩+4.65%
୧୯୩୦୨୮,୧୨,୩୩୫+1.77%
୧୯୪୦୩୨,୭୨,୭୧୮+1.53%
୧୯୫୦୪୨,୯୫,୫୬୭+2.76%
୧୯୬୦୫୦,୩୯,୨୦୬+1.61%
୧୯୭୦୫୧,୮୪,୨୮୭+0.28%
୧୯୮୦୫୫,୭୫,୯୮୯+0.73%
୧୯୯୦୫୬,୪୩,୬୪୭+0.12%
୨୦୦୦୫୬,୮୩,୦୬୨+0.07%
୨୦୧୦୫୫,୦୬,୪୧୯−0.32%
୨୦୨୦୫୨,୮୧,୨୯୭−0.42%
ଉତ୍ସ:[୩][୪]

୧୫,୦୦୦ ବର୍ଷ ପୂର୍ବେ ହୋକାଇଦୋରେ ଯୋମୋନ ସଂସ୍କୃତି ଏବଂ ସମ୍ବନ୍ଧିତ ଶୀକାର-ସଂଗ୍ରହ ଜୀବନଶୈଳି, ବିସ୍ତୃତ ଲାଭ କରିଥିଲା । ହୋଁଶୁ ଦ୍ୱୀପର ବିପରୀତ, ଏହି ଯୁଗରେ ହୋକାଇଦୋରେ କୌଣସି ପ୍ରକାରର ଯୁଦ୍ଧ ହୋଇ ନ ଥିଲା । ଆଇନୁ ଆଧ୍ଯାତ୍ମବାଦର ଉତ୍ପତ୍ତି, ପ୍ରାକୃତିକ ଆଲୌକିକ ଶକ୍ତି ଉପରେ ଯୋମୋନମାନଙ୍କ ବିଶ୍ବାସରୁ ହୋଇଥିଲା ବୋଲି ଗ୍ରହଣ କରାଯାଇଛି । ପ୍ରାୟ ୨,୦୦୦ ବର୍ଷ ପୂର୍ବେ, ଏହି ଦ୍ୱୀପଟିରେ ୟାୟୋଇ ଲୋକମାନେ ବସତି ସ୍ଥାପନ କଲେ । ଫଳରେ ଦ୍ୱୀପରେ ରହୁଥିବା ଅନେକ ଲୋକ ଶୀକାର-ସଂଗ୍ରହ ଜୀବନଶୈଳି ତ୍ଯାଗ କରି କୃଷିକାର୍ଯ୍ୟ ଆଡ଼କୁ ମନ ଦେଲେ ।[୫]

ନିହୋଁ ଶୋକୀ, ୭୨୦ ଖ୍ରୀଷ୍ଟାବ୍ଦରେ ସମ୍ପୂର୍ଣ୍ଣ ହେଲା ଏବଂ ଏଥିରେ ହିଁ ହୋକାଇଦୋର ପ୍ରଥମ ଉଲ୍ଲେଖ ଲିପିବଦ୍ଧ ହୋଇଛି । ଏହି ପୁସ୍ତକ ଅନୁସାରେ, ୬୫୮ରୁ ୬୬୦ ମଧ୍ଯରେ ଆବେନୋ ହିରାଫୁ[୬] ଏକ ବଡ଼ ନୌବାହିନୀ ଏବଂ ପଦାତିକ ବାହିନୀ ନେଇ ଉତ୍ତର ଆଡକୁ ଗତି କଲେ ଏବଂ ମିଶିହାସେ ଓ ଏମିଶିମାନଙ୍କ ସଂସ୍ପର୍ଶରେ ଆସିଲେ । ସେହି ଯାତ୍ରାରେ ହିରାଫୁ ଏକ ୱାତାରିଶିମା (渡島) ବୋଲି ସ୍ଥାନକୁ ଯାଇଥିଲେ, ଯାହାକୁ ହୋକାଇଦୋ ବୋଲି ଚିହ୍ନଟ କରାଯାଇଛି । ଏହି ଘାଟଣାର ବିବରଣୀ ବିଷୟରେ ଅନେକ ଅନୁମାନ କରାଯାଇ ଥାଏ; ଯେପରିକି - ୱାତାରିଶିମାର ବାସ୍ତବ ଅବସ୍ଥିତି, ତଥା ଏଥିରେ ରହୁଥିବା ଏମିଶି ଲୋକମାନେ ବର୍ତ୍ତମାନର ଆଇନୁ ଲୋକମାନଙ୍କର ପୂର୍ବଜ ।

ନାରା ଓ ହେଈଆଁ କାଳରେ (୭୧୦-୧୧୮୫), ହୋକାଇଦୋର ଲୋକମାନେ ଦେୱା ପ୍ରାନ୍ତ ସହ ବାଣିଜ୍ଯ ବ୍ଯବସାୟ କରୁଥିଲେ । ମଧ୍ଯଯୁଗରୁ, ହୋକାଇଦୋର ଲୋକମାନେ ଏଜୋ ନାମରେ ପରିଚିତ ହେଲେ । ଫଳରେ କ୍ରମେ ହୋକାଇଦୋର ନାମ ଏଜୋଚି (蝦夷地; ଏଜୋଭୂମି) ବା ଏଜୋଗାଶିମା (蝦夷ヶ島; ଏଜୋ ଦ୍ୱୀପ) ହୋଇଗଲା ।[୭] ଏଜୋଲୋକମାନେ ଶୀକାର ଓ ମାଛଧରା ଉପରେ ନିର୍ଭର କରୁଥିଲେ ଏବଂ ଅନ୍ୟ ଜାପାନୀଙ୍କ ସହ ବ୍ଯବସାୟଦ୍ୱାରା ଧାନ ଓ ଲୁହା ପ୍ରାପ୍ତ କଲେ ।

ନୈରୁକ୍ତଶାସ୍ତ୍ର

[ସମ୍ପାଦନା]
ପୂର୍ବର ହୋକାଇଦୋ ପ୍ରଶାସନିକ କାର୍ଯ୍ୟାଳୟ, ଚୁଓ-କୁ

ବିକାଶ କମିଶନ ସ୍ଥାପନ କରିବା ସମୟରେ ମେଇଜୀ ପ୍ରଶାସନ ଏଜୋଚିର ନାମ ପରିବର୍ତ୍ତନ କରିବା ପାଇଁ ଚାହିଁଲେ । ମାତ୍ସୁଉରା ତାକେଶୀରୋ, କାଇହୋକୁଦୋ (海北道) ତଥା ହୋକାଇଦୋ (北加伊道) ଆଦି, ଛଅଟି ପ୍ରସ୍ତାବ ଦାଖଲ କରିଥିଲେ ।

  1. ↑ "離島とは(島の基礎知識) (what is a remote island?)". MLIT (Ministry of Land, Infrastructure, Transport and Tourism) (in Japanese). Ministry of Land, Infrastructure, Transport and Tourism. 22 August 2015. Archived from the original (website) on 2007-11-13. Retrieved 9 August 2019. MILT classification 6,852 islands (main islands: 5 islands, remote islands: 6,847 islands){{cite web}}: CS1 maint: unrecognized language (link)
  2. ↑ Nussbaum, Louis-Frédéric. (2005). "Hokkaido" in Japan Encyclopedia, p. 343 at Google Books
  3. ↑ Statistics Bureau of Japan
  4. ↑ Hokkaido Population during Tokugawa Shogun
  5. ↑ "A Journey into the culture and history of Hokkaido" (PDF). hkd.mlit.go.jp. Archived from the original (PDF) on 2020-09-17. Retrieved 2020-11-17.
  6. ↑ Japan Handbook, p. 760
  7. ↑ McClain, James L. (2002). Japan, A Modern History (First ed.). New York, N.Y.: W.W. Norton & Company. p. 285. ISBN 978-0-393-04156-9.