ଜାନ ନିସାର ଅଖତର

ଉଇକିପିଡ଼ିଆ‌ରୁ
ଜାନ ନିସାର ଅଖତର
ଜନ୍ମ ଓ ଜନ୍ମସ୍ଥାନ(1914-02-18)ଫେବୃଆରୀ ୧୮, ୧୯୧୪
ଗ୍ୱାଲିୟର, ଗ୍ୱାଲିୟର ରାଜ୍ୟ, ବ୍ରିଟିଶ ଭାରତ
(ବର୍ତ୍ତମାନ ମଧ୍ୟ ପ୍ରଦେଶ, ଭାରତ)
ମୃତ୍ୟୁ୧୯ ଅଗଷ୍ଟ ୧୯୭୬(1976-08-19) (ବୟସ ୬୨)
ମୁମ୍ବାଇ, ମହାରାଷ୍ଟ୍ର, ଭାରତ
ବୃତ୍ତିଗୀତ ଲେଖକ
ଶୈଳୀଗଜଲ
ସାହିତ୍ୟର ଆନ୍ଦୋଳନProgressive Writers' Movement
ସାହିତ୍ୟ କୃତି"Khaak-e-dil" (The Ashes of Heart") (1973)
ଜୀବନସାଥୀSafiya Siraj-ul Haq
Khadija Talat
ସନ୍ତାନଜାଭେଦ ଅଖତର
ସଲମନ ଅଖତର
ସାହିଦ ଅଖତର
ଉନେଜା ଅଖତର
ଅଲବିନା ଶର୍ମା

ଜାନ ନିସାର ଅଖତର ବିଂଶ ଶତାବ୍ଦୀର ପ୍ରସିଦ୍ଧ ଭାରତୀୟ ଉର୍ଦ୍ଦୁ ଗଜଲ ଓ ନଜମ୍‍ କବି । ଏହାସହ ସେ ବଲିଉଡ୍‍ର ଗୀତ ଲେଖକ ଓ ପ୍ରୋଗ୍ରେସିଭ୍‍ ରାଇଟରସ୍‍ ମୁଭମେଣ୍ଟର ଜଣେ ସଦସ୍ୟ ।[୧] ସେ ନିଜ ଜୀବନ କାଳ ମଧ୍ୟରେ ୧୫୧ଟି ଗୀତ ରଚନା କରିଛନ୍ତି । ଯାହା ମଧ୍ୟରେ ଫିଲ୍ମ ସି.ଆଇ.ଡି(୧୯୫୬)ର ଆଖୋ ହି ଆଖୋ ମେ, ପ୍ରେମ ପର୍ବତ(୧୯୭୪)ର ୟେ ଦିଲ୍‍ ଔର ଉନକି ନିଗାହୋ କେ ସାୟେ, ନୁରି(୧୯୭୯)ର ଆଜାରେ ଆଦି ସଂଗୀତ ବେଶ୍‍ ପ୍ରସିଦ୍ଧ । ରଜିଆ ସୁଲତାନା(୧୯୮୩)ର ଏ-ଦିଲେ-ନାଦାନ୍‍ ହେଉଛି ତାଙ୍କର ଶେଷ ଗୀତ । [୨][୩] ସେ ସମୟର ଅନେକ ସୁଧାରବାଦୀ ଲେଖକଙ୍କ ପରି ଅଖତରଙ୍କ କବିତା ମଧ୍ୟ ସମ୍ମାନ, ସ୍ୱାଧୀନତା, ଅର୍ଥନୈତିକ ଶୋଷଣ ଆଦି ଘଟଣା ଉପରେ ଆଧାର କରି ଲେଖା ଯାଉଥିଲା । ଏଥିସହ ସେ ଏକ ରୋମାଣ୍ଟିକ ଗଜଲ ଲେଖକ ମଧ୍ୟ ଥିଲେ । ତାଙ୍କ କିଛି କବିତା ବହି ମଧ୍ୟ ରଚନା କରାଯାଇଛି । ୧୯୬୭ରେ ଅଖତର ପ୍ରଦୀପ କୁମାର ଓ ମୀନା କୁମାରୀଙ୍କୁ ନେଇ ‘ବହୁ ବେଗମ୍‍’ ନାମକ ଏକ ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ତାଙ୍କର ଏହି ଶ୍ରେଷ୍ଠ କୃତି ପାଇଁ ୧୯୭୬ ମସିହାରେ ତାଙ୍କୁ ସାହିତ୍ୟ ଏକାଡେମୀ ଆୱାର୍ଡରେ ସମ୍ମାନିତ କରାଯାଇଥିଲା । ଏଥିସହ ତାଙ୍କୁ ନୁରି ଫିଲ୍ମର ଗୀତ ‘ଆଜାରେ ମେରେ ଦିଲ୍‍ବର’ ପାଇଁ ଶ୍ରେଷ୍ଠ ଫିଲ୍ମଫେୟାର ଗୀତକାର ସମ୍ମାନ ଦିଆଯାଇଥିଲା ।

ଜନ୍ମ ଓ ଶିକ୍ଷା[ସମ୍ପାଦନା]

୧୯୧୪ ଫେବୃୟାରୀ ୧୮ରେ ମଧ୍ୟ ପ୍ରଦେଶର ଗ୍ୱାଲିଅର ସହରରେ ଏକ କବି ପରିବାରରେ ଜନ୍ମ ହୋଇଥିଲେ ଜାନ ନିସାର ଅଖତର୍‍ । ତାଙ୍କ ବାପା ମୁଜ୍‍ତର ଖୈରାବ୍ଦୀ ଜଣେ କବି ଥିଲେ । ତାଙ୍କ ଜେଜେବାପା ଇସଲାମ ଧର୍ମଶାସ୍ତ୍ର ପଣ୍ଡିତ ଓ ମୋଗଲ ଶାସନ କାଳର ପ୍ରସିଦ୍ଧ ଉର୍ଦ୍ଦୁ କବି ମିର୍ଜା ଗାଲିବଙ୍କ ପ୍ରଥମ ଦିୱାନ ଫଜଲ-ଇ-ହକ୍‍ ଖୈରାବ୍ଦୀ ଥିଲେ । ଅଖତର୍‍ ଗ୍ୱାଲିଅରର ଭିକ୍ଟୋରିଆ କଲେଜିଏଟ ହାଇସ୍କୁଲରୁ ଦଶମ ପର୍ଯ୍ୟନ୍ତ ଶିକ୍ଷା ଶେଷ କରିବା ପରେ ୧୯୩୦ରେ ଅଲିଗଡ ମୁସଲିମ୍‍ ବିଶ୍ୱବିଦ୍ୟାଳୟରୁ ଉଭୟ ସ୍ନାତକ ଓ ସ୍ନାତକୋତ୍ତର ହାସଲ କରିଥିଲେ । ଏଥିସହ ଡକ୍ଟରେଟ ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ପାରିବାରିକ ସମସ୍ୟା ଯୋଗୁଁ ତାଙ୍କୁ ପୁଣି ଗ୍ୱାଲିଅର ଫେରିଆସିଲେ । [୪]

କ୍ୟାରିୟର[ସମ୍ପାଦନା]

ଗ୍ୱାଲିଅରକୁ ଫେରିବା ପରେ ଜାନ ନିସାର ଅଖତର ଭିକ୍ଟୋରିଆ କଲେଜରେ ଉର୍ଦ୍ଦୁ ଶିକ୍ଷକ ଭାବେ ପ୍ରଥମେ କାର୍ଯ୍ୟ ଆରମ୍ଭ କରିଥିଲେ । ୧୯୪୩ ମସିହାରେ ସେ ସଫିଆ ସିରାଜ-ଉଲ୍‍-ହକ୍‍ଙ୍କୁ ବିବାହ କରିଥିଲେ । ସଫିଆ ଥିଲେ କବି ମାଜାଜ୍‍ ଲକ୍ଷ୍ନୌବିଙ୍କ ଭଉଣୀ । ବିବାହର ଦୁଇ ବର୍ଷ ପରେ ଅଖତର୍‍ଙ୍କ ଦୁଇ ପୁଅ ଜାଭେଦ ଅଖତର ଓ ସଲମାନ ଅଖତର ୧୯୪୫ ୧୯୪୬ରେ ଜନ୍ମ ହୋଇଥିଲେ । ସ୍ୱାଧୀନତା ପୂର୍ବରୁ ଗ୍ୱାଲିଅରରେ ହୋଇଥିବା ଦଙ୍ଗା ଯୋଗୁଁ ସେ ଗ୍ୱାଲିଅର ଛାଡି ଭୋପାଳ ଚାଲିଆସିଲେ ଓ ସେଠାରେ ହମିଦିଆ କଲେଜରେ ଉର୍ଦ୍ଦୁ ଓ ପର୍ସିଆ ବିଭାଗର ଏଚ୍‍ଓଡି ଦାୟିତ୍ୱ ତୁଲାଉଥିଲେ । ଏହାପରେ ସେ ପ୍ରୋଗ୍ରେସିଭ ରାଇଟରସ୍‍ ମୁଭମେଣ୍ଟରେ ଯୋଗ ଦେଇ ଏହାର ସଭାପତି ହୋଇଥିଲେ । ୧୯୪୯ରେ ଗଜଲ ଓ ନଜମ ବ୍ୟତୀତ ହିନ୍ଦୀ ଓ ଉର୍ଦ୍ଦୁ ଚଳଚ୍ଚିତ୍ରରେ ଗୀତ ଲେଖିବା ପାଇଁ ଅଖତର ନିଜ ଚାକିରି ଛାଡି ବମ୍ବେ ଚାଲିଆସିଥିଲେ । ବମ୍ବେରେ ସେ ମୁଲ୍କ ରାଜ୍‍ ଆନନ୍ଦ, କ୍ରିଷନ୍‍ ଚନ୍ଦର, ଆର.ଏସ୍‍ ବେଦି ଓ ଇସ୍‍ମତ୍‍ ଚୁଗତାଇଙ୍କ ପରି କିଛି ଲୋକପ୍ରିୟ ଲେଖକଙ୍କ ସହ ସମ୍ପର୍କ ରଖିଥିଲେ ମାତ୍ର ତାଙ୍କୁ ନିଜ ଲକ୍ଷ୍ୟରେ ସଫଳତା ବହୁତ ଡେରିରେ ମିଳିଲା । ୧୯୫୩ ମସିହାରେ ତାଙ୍କ ପତ୍ନି ସଫିଆ କ୍ୟାନସର୍‍ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିବାର ଦୀର୍ଘ ୬ବର୍ଷ ପରେ ୧୯୫୫ରେ ଫିଲ୍ମ ୟାସମିନରେ ତାଙ୍କୁ କ୍ୟାରିୟର ଆରମ୍ଭ କରିବାର ସୁଯୋଗ ମିଳିଲା । ସେ ସଂଗୀତ ନିର୍ଦ୍ଧେଶକ ମଦନ ମୋହନଙ୍କ ସହ ମିଶି ବହୁତ ଲୋକପ୍ରିୟ ଫିଲ୍ମର ସଂଗୀତ ରଚନା କରିଛନ୍ତି । ତାଙ୍କର କିଛି ଲୋକପ୍ରିୟ ସଂଗୀତ ହେଉଛି, ନୟା ଅନ୍ଦାଜ ଫିଲ୍ମର ‘ମେରି ନିନ୍ଦୋ ମେ ତୁମ’, ତୁମ ଦଗା ଦେନାର ‘ଗରିବ ଜାନ କେ ହମକୋ ନା’ ଆଦି ଅନେକ ।

ଆଧାର[ସମ୍ପାଦନା]

  1. Jan Nisar Akhtar Encyclopaedia of Hindi cinema, by , Gulzar, Govind Nihalani, Saibal Chatterjee (Encyclopaedia Britannica, India). Popular Prakashan, 2003. ISBN 8179910660. p. 296.
  2. Gulzar to release Jan Nissar Akhtar’s Nigahon Ke Saaye Screen (magazine), 20 October 2006.
  3. Jan Nisar Akhtar Songs geetmanjusha.
  4. Jan Nisar Akhtar Biography The Encyclopaedia Of Indian Literature (Volume Two) (D -J). by Amaresh Datta. Sahitya Akademi, 2006. ISBN 81-260-1194-7. p. 1796-97.

ବାହାର ତଥ୍ୟ[ସମ୍ପାଦନା]