ଜାଏଣ୍ଟ ସେଲ ଆର୍ଟେରାଇଟିସ

ଉଇକିପିଡ଼ିଆ‌ରୁ
(Giant-cell arteritisରୁ ଲେଉଟି ଆସିଛି)
ଜାଏଣ୍ଟ ସେଲ ଆର୍ଟେରାଇଟିସ (Giant-cell arteritis)
Temporal arteritis, cranial arteritis,[୧] Horton disease,[୨] senile arteritis,[୧] granulomatous arteritis[୧]
ମୁଖ ଓ ସ୍କାଲ୍ପର ଧମନୀ ସମୂହ
ବିଭାଗରିଉମାଟୋଲୋଜି (Rheumatology), ଆଶୁ ଚିକିତ୍ସା ବିଭାଗ (emergency medicine)
ଲକ୍ଷଣମୁଣ୍ଡ ବିନ୍ଧା, ଟେମ୍ପ୍ଲ ସ୍ଥାନରେ ଯନ୍ତ୍ରଣା, ଫ୍ଲୁ ଭଳି ଲକ୍ଷଣ (flu-like symptoms), ଦ୍ୱୈତ ଦୃଷ୍ଟି (double vision), ପାଟି ଖୋଲିବା କଷ୍ଟକର [୩]
ଆକ୍ରାନ୍ତ ସମୟ୫୦ ବର୍ଷ ବୟସ ଉପରେ [୪]
କାରଣବଡ଼ ଧମନୀର କାନ୍ଥରେ ଥିବା କ୍ଷୁଦ୍ର ରକ୍ତନଳିମାନଙ୍କର ପ୍ରଦାହ (small blood vessels) [୪]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଓ ରକ୍ତ ପରୀକ୍ଷା ଉପରେ ପର୍ଯ୍ୟବସିତ ଓ ବାୟୋପ୍ସି (biopsy) ସାହାଯ୍ୟରେ ନିଶ୍ଚିତ କରାଯାଏ । [୪]
ସଠିକ ରୋଗ ନିର୍ଣ୍ଣୟଟାକାୟାସୁ ଆର୍ଟେରାଇଟିସ (Takayasu arteritis),[୫] ଷ୍ଟ୍ରୋକ, ପ୍ରାଇମେରୀ ଆମିଲଏଡୋସିସ (primary amyloidosis)[୬]
ଚିକିତ୍ସାଗ୍ଲୁକୋକର୍ଟିକଏଡସ (Steroids), ବାଇଫସଫୋନେଟ (bisphosphonates), ପ୍ରୋଟିନ ପମ୍ପ ଇନହିବିଟର (proton pump inhibitor)[୪]
Prognosisଆୟୁଷ - ସାଧାରଣ [୪]
ପୁନଃପୌନିକ~ ବର୍ଷକୁ ପ୍ରତି ୧୫,୦୦୦ରେ ଜଣେ (୫୦ ବର୍ଷ ବୟସରୁ ଅଧିକ)[୨]

ଜାଏଣ୍ଟ ସେଲ ଆର୍ଟେରାଇଟିସ ବା ଜିସିଏ , ଅନ୍ୟ ନାମ ଟେମ୍ପୋରାଲ ଆର୍ଟେରାଇଟିସ (ଇଂରାଜୀ ଭାଷାରେ Giant-cell arteritis/ GCA, also called temporal arteritis) ଏକ ପ୍ରଦାହ (inflammatory) ରୋଗ ଯାହା ରକ୍ତନଳୀକୁ (blood vessels) ଆକ୍ରମଣ କରିଥାଏ । [୪] ଏହି ରୋଗ ହେଲେ ମୁଣ୍ଡ ବିନ୍ଧା, ଟେମ୍ପ୍ଲ ସ୍ଥାନରେ ଯନ୍ତ୍ରଣା, ଫ୍ଲୁ ଭଳି ଲକ୍ଷଣ (flu-like symptoms), ଦ୍ୱୈତ ଦୃଷ୍ଟି (double vision), ପାଟି ଖୋଲିବାକୁ କଷ୍ଟ ହେବା ଇତ୍ୟାଦି ଲକ୍ଷଣ ଦେଖାଯାଏ । [୩] ରୋଗ ଜଟିଳ ହେଲେ ଅଫଥାଲମିକ ଧମନୀ ଅବରୋଧ ହେବା ଯୋଗୁ ରୋଗୀ ଅନ୍ଧ ହୋଇପାରେ, ଆଓର୍ଟିକ ଡିସେକସନ (aortic dissection), ଆଓର୍ଟିକ ଆନିଉରିଜ୍ମ (aortic aneurysm) ଆଦି ରୋଗ ସୃଷ୍ଟି ହୁଏ । [୪] ଏହି ରୋଗ ସାଥୀରେ ଅନେକ ସମୟରେ ପଲିମ୍ୟାଲଜିଆ ରିଉମାଟିକା (polymyalgia rheumatica) ରୋଗ ଥାଏ ।[୪]

ଏହି ରୋଗର କାରଣ ଅଦ୍ୟାବଧି ଅଜ୍ଞାତ ଅଛି ।[୨] ବଡ଼ ଧମନୀର କାନ୍ଥରେ ଥିବା କ୍ଷୁଦ୍ର ରକ୍ତନଳୀମାନଙ୍କର (small blood vessels) ପ୍ରଦାହ ହେବା ଯୋଗୁ ରୋଗ ହୁଏ ।[୪] ମୂଖ୍ୟତଃ ମୁଣ୍ଡ ଓ ବେକର ରକ୍ତନଳୀମାନ ଆକ୍ରାନ୍ତ ହୁଅନ୍ତି, ଛାତିରେ ମଧ୍ୟ ଆକ୍ରମଣ ହୋଇପାରେ ।[୪][୭] ଲକ୍ଷଣ, ରକ୍ତ ପରୀକ୍ଷା ଓ ମେଡିକାଲ ଇମେଜିଙ୍ଗ (en:medical imaging) କରି ରୋଗ ନିର୍ଣ୍ଣୟ କରାଯାଏ ଓ ଟେମ୍ପୋରାଲ ଧମନୀର (temporal artery) ବାୟୋପ୍ସି (biopsy) ସାହାଯ୍ୟରେ ନିଶ୍ଚିତ କରାଯାଏ । [୪] ରୋଗ ଥାଇ ମଧ୍ୟ ୧୦% ରୋଗୀଙ୍କର ଟେମ୍ପୋରାଲ ଧମନୀରେ କୌଣସି ଅସୁବିଧା ନଥାଏ । [୪]

ପ୍ରେଡନିସୋନ (prednisone) ଭଳି ଗ୍ଲୁକୋକର୍ଟିକଏଡସ (Steroids) ଅଧିକ ମାତ୍ରାରେ ଦେଇ ଏହାର ଚିକିତ୍ସା କରାଯାଏ ।[୪] ଲକ୍ଷଣ ଉପଶମ ହୋଇଯିବା ପରେ ଔଷଧ ମାତ୍ରା ମାସକୁ ୧୫% କମେଇ ଦିଆଯାଏ ।[୪] କମ ମାତ୍ରା ଦିଆଯିବା ପରେ ପରବର୍ତ୍ତୀ ବର୍ଷ ଧୀରେ ଧୀର ଆହୁରି କମ ଦିଆଯାଏ ।[୪] ଅସ୍ଥି କ୍ଷୟ ରୋକିବାକୁ ବାଇଫସଫୋନେଟ (bisphosphonates) ଓ ପାକସ୍ଥଳୀ ସମସ୍ୟା ଲାଘବ ନିମନ୍ତେ ପ୍ରୋଟିନ ପମ୍ପ ଇନହିବିଟର (proton pump inhibitor) ଦିଆଯାଏ ।[୪]

ବର୍ଷକୁ ୫୦ ବର୍ଷ ବୟସରୁ ଅଧିକ ପ୍ରତି ୧୫,୦୦୦ ଜଣ ବ‌ୟସ୍କ ଲୋକଙ୍କ ମଧ୍ୟରୁ ଜଣକୁ ଏହି ରୋଗ ହୁଏ ।[୨] ୫୦ ବର୍ଷ ବୟସ ଉପରେ ରୋଗ ହେଉଥିଲେ ମଧ୍ୟ ୭୦ ବର୍ଷ ବୟସ ପରେ ସାଧାରଣତଃ ଅଧିକ ହୁଏ । [୪] ମହିଳାମାନେ ପୁରୁଷଙ୍କ ଅପେକ୍ଷା ଅଧିକ ଆକ୍ରାନ୍ତ ହୋଇଥାଆନ୍ତି ।[୪] ଉତ୍ତର ୟୁରୋପ ଜାତ ବ୍ୟକ୍ତି ଅଧିକ ଆକ୍ରାନ୍ତ ହୁଅନ୍ତି ।[୫] ଆୟଷ ପ୍ରାୟ ସାଧାରଣ ରହେ ।[୪] ସନ ୧୮୯୦ରେ ଏହି ରୋଗ ବିଷୟ ପ୍ରଥମେ ବର୍ଣ୍ଣନା କରାଯାଇଥିଲା ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ Nussinovitch, Udi (2017). The Heart in Rheumatic, Autoimmune and Inflammatory Diseases: Pathophysiology, Clinical Aspects and Therapeutic Approaches (in ଇଂରାଜୀ). Academic Press. p. 367. ISBN 9780128032688. Archived from the original on 2017-10-22.
  2. ୨.୦ ୨.୧ ୨.୨ ୨.୩ "Orphanet: Giant cell arteritis". www.orpha.net (in ଇଂରାଜୀ). Archived from the original on 14 September 2017. Retrieved 14 September 2017.
  3. ୩.୦ ୩.୧ "Giant Cell Arteritis". National Institute of Arthritis and Musculoskeletal and Skin Diseases (in ଇଂରାଜୀ). 13 April 2017. Archived from the original on 22 October 2017. Retrieved 21 October 2017.
  4. ୪.୦୦ ୪.୦୧ ୪.୦୨ ୪.୦୩ ୪.୦୪ ୪.୦୫ ୪.୦୬ ୪.୦୭ ୪.୦୮ ୪.୦୯ ୪.୧୦ ୪.୧୧ ୪.୧୨ ୪.୧୩ ୪.୧୪ ୪.୧୫ ୪.୧୬ ୪.୧୭ ୪.୧୮ Solomon, Caren G.; Weyand, Cornelia M.; Goronzy, Jörg J. (2014). "Giant-Cell Arteritis and Polymyalgia Rheumatica". New England Journal of Medicine. 371 (1): 50–7. doi:10.1056/NEJMcp1214825. PMC 4277693. PMID 24988557.
  5. ୫.୦ ୫.୧ Johnson, Richard J.; Feehally, John; Floege, Jurgen (2014). Comprehensive Clinical Nephrology E-Book (in ଇଂରାଜୀ). Elsevier Health Sciences. p. 300. ISBN 9780323242875. Archived from the original on 2017-10-22.
  6. Ferri, Fred F. (2010). Ferri's Differential Diagnosis E-Book: A Practical Guide to the Differential Diagnosis of Symptoms, Signs, and Clinical Disorders (in ଇଂରାଜୀ). Elsevier Health Sciences. p. 195. ISBN 0323081630. Archived from the original on 2017-10-22.
  7. "Giant Cell Arteritis". National Institute of Arthritis and Musculoskeletal and Skin Diseases (in ଇଂରାଜୀ). 13 April 2017. Archived from the original on 22 October 2017. Retrieved 21 October 2017.