ଜଗନ୍ନାଥ ସାରକା
ଏହି ପ୍ରସଙ୍ଗଟିକୁ ଠିକ ଭାବେ ଯାଞ୍ଚ କରିବା ପାଇଁ ଅଧିକ ଆଧାର ଆବଶ୍ୟକ। (May 2019) |
ଜଗନ୍ନାଥ ସାରକା | |
---|---|
ସଦସ୍ୟ, ବିଧାନ ସଭା | |
ନିର୍ବାଚନ ମଣ୍ଡଳୀ | ବିଷମ କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ) |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ମୁଣ୍ଡା, ଓଡ଼ିଶା | ୧୦ ଜୁନ ୧୯୭୩
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଜୀବନ ସାଥୀ | ଶ୍ରୀମତି ଦମୟନ୍ତୀ କିଲାକା |
ଘର | ରାୟଗଡ଼ା |
ଜଗନ୍ନାଥ ସାରକା ବିଷମ କଟକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ଜଣେ ବିଧାୟକ । ବିଜୁ ଜନତା ଦଳ ଟିକେଟରେ ସେ ୨୦୧୪ ଏବଂ ୨୦୧୯ ନିର୍ବାଚନରେ ବିଷମ କଟକ ବିଧନସଭା ନିର୍ବାଚନ ମଣ୍ଡଳିର ବିଧାୟକ ଭାବେ ନିର୍ବାଚିତ ନିର୍ବାଚିତ ହୋଇଛନ୍ତି ।
ପରିଚୟ[ସମ୍ପାଦନା]
ବିଷମ କଟକର ଝିଗିଡି ପଞ୍ଚାୟତ ଅଧିନସ୍ଥ ମୁଣ୍ଡା ଗ୍ରାମରେ ତାଙ୍କର ଜନ୍ମ ୧୯୭୩ ମସିହା ଜୁନ ୧୦ ତାରିଖରେ । ଶ୍ରୀମତି ଦମୟନ୍ତି କିଲାକା ତାଙ୍କର ସହଧର୍ମିଣୀ । ଆଇନରେ ଡିଗ୍ରୀ ହାସଲ କରି ଜଣେ ଓକିଲ ଭାବେ ସେ ତାଙ୍କର ବୃତ୍ତି ଆରମ୍ଭ କରିଥିଲେ । କୃଷୀ କାର୍ଯ୍ୟ କରିବା ସହ ସାମାଜିକ କାର୍ଯ୍ୟରେ ଜଡ଼ିତ ଥିଲେ ।
ରାଜନୈତିକ ଜୀବନ[ସମ୍ପାଦନା]
୨୦୧୪ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ହିଜୁ ଜନତା ଦଳର ପ୍ରାର୍ଥୀ ଭାବେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଡମ୍ବୁରୁଧର ଉଲ୍ଲାକାଙ୍କୁ ୨୯,୧୮୬ ଭୋଟରେ ପରାଜୟ କରି ବିଷମ କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । [୧]. ପରବର୍ତ୍ତୀ ବିଧାନ ସଭା ନିର୍ବାଚନରେ ମଧ୍ୟ ସେ ଦ୍ୱୀତୀୟଥର ପାଇଁ ବିଷମ କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)ରୁ ବିଧାୟକ ଭାବେ ନିର୍ବାଚିତ ହୋଇ ନବୀନ ପଟ୍ଟନାୟନଙ୍କ ମନ୍ତ୍ରୀ ମଣ୍ଡଳରେ ଜଣେ ରାଷ୍ଟ୍ର ମନ୍ତ୍ରୀ ହେବାର ସୂଯୋଗ ପାଇଥିଲେ ।.
ଆଧାର[ସମ୍ପାଦନା]
- ↑ "Constituency Wise odisha Assembly Election result 2014". Leadtech.in. Archived from the original on 2014-08-18. Retrieved 15 June 2014.
ବାହାର ଆଧାର[ସମ୍ପାଦନା]
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |