ଜଗନ୍ନାଥ ମନ୍ଦିରରେ ବିଗ୍ରହ ନିର୍ମାଣ
ନବକଳେବର ସମୟରେ ନୂଆ ଦାରୁରେ ଜଗନ୍ନାଥ ମନ୍ଦିରରେ ବିଗ୍ରହମାନଙ୍କ ନିର୍ମାଣ କରାଯାଇଥାଏ । ଚତୁର୍ଦ୍ଧାମୂର୍ତ୍ତିଙ୍କ ଆକୃତିର ପ୍ରତୀକ ଯଥାକ୍ରମେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ହୋଇଥିବାରୁ ଯବ ମାପରେ ଏହି ଆକୃତିରେ ବିଗ୍ରହମାନ ଗଢ଼ାଯାଇଥାନ୍ତି ।[୧]
ଗଜପତିଙ୍କ ଭୂମିକା
[ସମ୍ପାଦନା]ମାଦଳା ପାଞ୍ଜିର ବର୍ଣ୍ଣନା ଅନୁସାରେ ଓ ଗଜପତିମହାରାଜାଙ୍କ ନିର୍ଦ୍ଦେଶରେ ଜଗନ୍ନାଥ ମନ୍ଦିର ତଥା ନବକଳେବର ରୀତିନୀତି ପରିଚାଳିତ । ତାଙ୍କ ନିର୍ଦ୍ଦେଶରେ ବିଶ୍ୱାବସୁ ଗୁଆ ଓ ନଡ଼ିଆ ନେଇ ଦାରୁ ଖୋଜିବାକୁ ଯାନ୍ତି । ଦାରୁ ଆଣିଲା ପରେ କୋଇଲି ବୈକୁଣ୍ଠରେ "ଅନ୍ତ-ବନଯାଗ" ହୋଇଥାଏ । ଏହି ବନଯାଗରେ ଶ୍ରୋତ୍ରିୟ ବ୍ରାହ୍ମଣମାନେ ଜଙ୍ଗୟା କରନ୍ତି । ୧୧ ଦିନ ଧରି ଯଜ୍ଞ ଚାଲେ । ଏହି ଯଜ୍ଞରେ ବ୍ରାହ୍ମଣମାନେ ୧୧ ଦିନଧାରୀ ଆହୁତି ଦିଅନ୍ତି । ୧୧ ତମ ଦିନରେ ଗଜପତି ମହାରାଜା ଯଜ୍ଞମଣ୍ଡପରେ ଉପସ୍ଥିତ ରହନ୍ତି ଓ ପୂର୍ଣ୍ଣାହୁତି ଦିଅନ୍ତି । ଏହାକୁ ଅନ୍ତ-ବନଯାଗ କୁହାଯାଏ ।[୧]
ନିର୍ମାଣ
[ସମ୍ପାଦନା]ପ୍ରତି ନବକଳେବରର ଚତୁର୍ଦ୍ଧାମୂର୍ତ୍ତିଙ୍କ କଳେବର ବଦଳି ନୂତନ ବିଗ୍ରହ ଗଢ଼ାହୁଏ । ଏହି ବିଗ୍ରହ ଗଢ଼ିବା ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶ ରହିଥାଏ ।
- ବଳଭଦ୍ରଙ୍କ ବିଗ୍ରହ ଶଙ୍ଖକୃତି ଓ ଶ୍ୱେତବର୍ଣ୍ଣ
- ସୁଭଦ୍ରାଙ୍କର ବିଗ୍ରହ ପଦ୍ମାକୃତି ଓ ହରିଦ୍ରାବର୍ଣ୍ଣ
- ଜଗନ୍ନାଥଙ୍କ ବିଗ୍ରହ ଚକାକୃତି ଓ ମେଘଶ୍ୟାମବର୍ଣ୍ଣ
- ସୁଦର୍ଶନ ହେଉଛନ୍ତି ଗଦାକୃତି ଓ ସ୍ତମ୍ଭ ଭଳି ରକ୍ତବର୍ଣ୍ଣ
ଯଜ୍ଞ ବିଧି
[ସମ୍ପାଦନା]- ବିଗ୍ରହ ଗଢ଼ା ଯିବା ପୂର୍ବରୁ ପ୍ରଥମେ ଯଜ୍ଞ ହୋଇଥାଏ । ଯଜ୍ଞରେ ହିନ୍ଦୁ ଧର୍ମରେ ବର୍ଣ୍ଣିତ ସମସ୍ତ ଦେବଦେବୀ, ବିଭିନ୍ନ ଗ୍ରହ, ନକ୍ଷତ୍ର, ସମୁଦ୍ର, ନଦୀ, ଦିଗପାଳ, ବସ୍ତୁ ଦେବତାଙ୍କୁ ଆବାହନ କରାଯାଏ । ଯଜ୍ଞ ଶେଷ ହେବାବେଳକୁ ବିଗ୍ରହ ଗଢ଼ା କମ ସାରିଥାଏ । ଶ୍ରୀପୁରୁଷୋତ୍ତମ ତତ୍ତ୍ୱ ଓ ନବକଳେବର ଗ୍ରନ୍ଥ ଅନୁଯାୟୀ, ନ୍ୟାସଦାରୁଙ୍କୁ ପୂଜା ଅଭିଷେକ ଓ ନ୍ୟାସ ପ୍ରଭୃତି କର୍ମ ଚାଲିଥିଲା ବେଳେ ଅଗ୍ନ୍ୟାଧ୍ୟାନ କରାଯାଇ ହୋମ ଆରମ୍ଭ ହୋଇଥାଏ । ପୂର୍ବପରି ନୃସିଂହ ହିଁ ଯଜ୍ଞର ଉପାସ୍ୟ ଦେବତା । ଯଜ୍ଞରେ ନୃସିଂହଙ୍କ ନାମରେ ଆହୁତି ଦିଆଯାଏ । ଏହି ସମସ୍ତ ଆହୁତି ଆଜ୍ୟ, ସମିଦ ଓ ଚାରୁଦ୍ୱାରା ଆଚାର୍ଯ୍ୟ ସମିଧହୋତା ଓ ଚାରୁହୋତାଙ୍କ କତ୍ତୃକ ପ୍ରଦାନ କରାଯାଏ । ଆନୁଷ୍ଟୁଭ ନୃସିଂହ ମନ୍ତ୍ର ଉଚ୍ଚାରଣ କରି ପ୍ରଥମ ଦଶସହସ୍ର ଆହୁତି ପ୍ରଦାନ କରାଯାଏ । ଦିନକୁ କେବଳ ୨ ହଜାରରୁ ଅଧିକ ଆହୁତି ଦେବା ସମ୍ଭବପର ନ ହେବାରୁ ପ୍ରଥମ ପାଞ୍ଚଦିନ ଏହି ସମସ୍ତ ଆହୁତି ଦିଆଯାଏ । ଚାରି ତୋରଣ ନିକଟରେ ଚତୁର୍ବେଦ ହୋମ ମଧ୍ୟ ଏହି ସମୟରେ କରାଯାଏ ।
- ଷଷ୍ଠ ଦିନରେ ବଳଭଦ୍ରଙ୍କ ଉଦେଶ୍ୟରେ ବାସୁଦେବ ମନ୍ତ୍ରରେ ୧୦୦୮ ଆହୁତି ।
- ସପ୍ତମ ଦିନରେ ପୁରୁଷୋତ୍ତମଙ୍କ ଉଦ୍ଦେଶ୍ୟରେ ଅଷ୍ଟାଦଶାକ୍ଷରୀ ଗୋପାଳ ମନ୍ତ୍ରରେ ୧୦୦୮ ଆହୁତି ।
- ଅଷ୍ଟମ ଦିନ ସୁଭଦ୍ରାଙ୍କ ପାଇଁ ଏକାକ୍ଷରୀ ଭୁବନେଶ୍ୱରୀ ମନ୍ତ୍ରରେ ୧୦୦୮ ଆହୁତି ପ୍ରଦାନ କରାଯାଏ ।
- ନବମ ଦିନ ସୁଦର୍ଶନ ପଣି ଷକ୍ଷରୀ ମନ୍ତ୍ରରେ ୧୦୦୮ ଆହୁତି ପ୍ରଦାନ କରାଯାଏ ।
- ଦଶମ ଓ ଏକାଦଶ ଦିନ ଲକ୍ଷ୍ମୀ ,ସରସ୍ୱତୀ, ଶିବ, କାଳୀ, ବିମଳା, ଦୁର୍ଗା ତଥା ଅନ୍ୟ ଦେବଦେବୀଙ୍କୁ ଆହୁତି ଦିଆଯାଏ । ସେମାନଙ୍କ ମଧ୍ୟରେ ଦଶଦିଗପାଳ , ୮୧ବାସ୍ତୁ ଦେବତା , ୨୭ ନକ୍ଷତ୍ର ,୧୨ରାଶି , ୭ ବାର, ସମୁଦ୍ର, ନଦୀ, ପର୍ବତାଆଦିଙ୍କୁ ଦିଆଯାଏ । ସମ୍ଭାର ଅନୁସାରେ ଏହି ଆହୁତି ଦିଆଯାଇଥାଏ । ସେହିଦିନ (କୃଷ୍ଣପକ୍ଷ ଚତୁର୍ଦ୍ଦଶୀ) ଦିନ ବ୍ରାହ୍ମଣମାନେ ତିନିବାର ପୁଷ୍ପାଞ୍ଜଳି ଦେବାପରେ ଗଜପତି ମହାରାଜା ଯଜ୍ଞର ପୂର୍ଣ୍ଣାହୁତି ଦିଅନ୍ତି ଓ ଯଜ୍ଞ କାର୍ଯ୍ୟ ସମ୍ପନ୍ନ ହୁଏ । ଗଣ୍ୟାବାହାନ କରାଯାଇ ପ୍ରତିଷ୍ଠାମଣ୍ଡପ ବା ଯଜ୍ଞମଣ୍ଡପକୁ ଆବାହନ କରାଯାଇଥିବା ଦେବାଦେବୀମାନଙ୍କୁ ବିସର୍ଜନ କରାଯାଇ ଅଗ୍ନିସାନ୍ତ କରାଯାଏ । ଯଜ୍ଞର ଶେଷ ବେଳକୁ ନିର୍ମାଣ ମଣ୍ଡପରେ ବିଗ୍ରହମାନଙ୍କର ନିର୍ମାଣ ସରିଯାଇଥାଏ । ପୁରୁଷୋତ୍ତମଙ୍କ ନବକଳେବର ବିଧି ଗୋପନରେ କରାଯାଇଥାଏ । ଏହା କେବଳ ପତିମହାପାତ୍ର ଓ ଦଇତାମାନଙ୍କ ନିକଟରେ ଥିବା ଗୁପ୍ତଗ୍ରନ୍ଥର ବର୍ଣ୍ଣନା ଅନୁସାରେ ହୋଇଥାଏ ।[୧]
ଯବ ମାପ
[ସମ୍ପାଦନା]ଗବେଷକ ରାଜା ରାଜେନ୍ଦ୍ରଲାଲ୍ ମିତ୍ରଙ୍କ ମତ ଅନୁସାରେ ଯବ ମାନ ନିମ୍ନମତେ:
- ଜଗନ୍ନାଥଙ୍କ ଉଚ୍ଚତା ୮୪ଯବ
- ଶ୍ରୀମସ୍ତକରୁ ଶ୍ରୀମୁଖ ପର୍ଯ୍ୟନ୍ତ ୩୪.୭୫ ଯବ
- ବକ୍ଷ ୯ଯବ
- କଟି ୧୦.୫୦ଯବ
- କଟିଠାରୁ ନିମ୍ନା ଅଂଶ ୧୫.୭୫ଯବ
- ବଳଭଦ୍ରଙ୍କ ଉଚ୍ଚତା ୮୫ଯବ
- ସେଥିରୁ ନିମ୍ନାଂଶ ୧୮୧/୨ଯବ
- କଟି ୧୦୧/୨ଯବ
- ପ୍ରସାର ୧୧ଯବ
- ବକ୍ଷ ୯ଯବ
- ମୁଖ ୪୭ଯବ (ଅଧର ୧୧ଯବ , ମୁଖରୁ କପାଳ ୩୧ ଯବ ,କପାଳରୁ ଫଣା ୫ଯବ )
- ସୁଭଦ୍ରାଙ୍କ ଉଚ୍ଚତା ୫୨ଯବ
- ଶ୍ରୀମସ୍ତକରୁ ୧୭ଯବ
- ମୁଖରୁ ଗ୍ରୀବା ୫ଯବ
- ବକ୍ଷ ୩ଯବ
- କଟି ୧୦ଯବ
- କଟିଠାରୁ ନିମ୍ନା ଅଂଶ ୧୭ଯବ
- ସୁଦର୍ଶନଙ୍କ ଉଚ୍ଚତା ୮୪ଯବ
ଆଉ ଜଣେ ଗବେଷକ ଜଗବନ୍ଧୁ ସିଂହଙ୍କ ମତରେ ନିମ୍ବ ଗଛ ସର୍ବାପେକ୍ଷା ଶ୍ରେଷ୍ଠ । ଏ ବୃକ୍ଷର ପରିମାଣ ବୁଢ଼ା ଆଙ୍ଗୁଳି ଯବରେ ୨୪ଯବ ଲେଖାଏଁ ଚୌରସ ୧୬ ଯବ ଥିବା ମହାରଣାମାନେ ମଝି ଆଙ୍ଗୁଳି ଯବ ମାପରେ ମାପିନେବେ । ତାଙ୍କଦ୍ୱାରା ଉଲ୍ଲେଖ ତଥ୍ୟ ଅନୁସାରେ:
- ଜଗନ୍ନାଥଙ୍କ ଚକାକୃତି ଉଚ୍ଚ ୮୪ଯବ, ମେଘଶ୍ୟାମ ବର୍ଣ୍ଣ
- ବଳଭଦ୍ରଙ୍କର ଶଙ୍ଖାକୃତି ଉଚ୍ଚ ୮୪ଯବ ,ଶୁଭ୍ରବର୍ଣ୍ଣ,
- ଶୁଭାବର୍ଣ୍ଣ, ସୁଭଦ୍ରାଙ୍କ ପଦ୍ମାକୃତି ଉଚ୍ଚ ୫୨୧/୨ଯବ, ହରିଦ୍ରାବର୍ଣ୍ଣ
- ସୁଦର୍ଶନଙ୍କ ଗଡ଼କୃତି ଉଚ୍ଚ ୮୪ଯବ , ରକ୍ତବର୍ଣ୍ଣ
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "ଯବ ମାପରେ ଗଢ଼ା ହୁଅନ୍ତି ଠାକୁର" (PDF). ପ୍ରମେୟ (ପୃଷ୍ଠା-୨). ୨୯ ମେ ୨୦୧୫. Retrieved 12 September 2015.
{{cite news}}
: Check date values in:|date=
(help)[permanent dead link]
ଅଧିକ ପଠନ
[ସମ୍ପାଦନା]ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |