ଜଗତେଶ୍ୱର ମିର୍ଦ୍ଧା

ଉଇକିପିଡ଼ିଆ‌ରୁ
ଜଗତେଶ୍ୱର ମିର୍ଦ୍ଧା
ବିଧାୟକ: ୫ମ, ୬ଷ୍ଠ, ୭ମ, ୮ମ, ୯ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୧ – ୧୯୯୦
ପୂର୍ବ ଅଧିକାରୀକହ୍ନେଇ ସିଂହ
ପର ଅଧିକାରୀବୃନ୍ଦାବନ ମାଝି
ନିର୍ବାଚନ ମଣ୍ଡଳୀକୁଚିଣ୍ଡା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1946-01-01)୧ ଜାନୁଆରୀ ୧୯୪୬
ମୃତ୍ୟୁ୧୨ ଜୁନ ୨୦୦୬(2006-06-12) (ବୟସ ୬୦)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀସୁବାସିନୀ ମିର୍ଦ୍ଧା
ବାପା/ବୋଉବନ୍ଧୁ ମିର୍ଦ୍ଧା (ବାପା)
ବୃତ୍ତିରାଜନୀତିଜ୍ଞ

ଜଗତେଶ୍ୱର ମିର୍ଦ୍ଧା (୧ ଜାନୁଆରୀ ୧୯୪୬ - ୧୨ ଜୁନ ୨୦୦୬) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ଜଗତେଶ୍ୱର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୫ଥର କାର୍ଯ୍ୟ କରିଥିଲେ । ୧୯୭୧, ୧୯୭୪, ୧୯୭୭, ୧୯୮୦, ୧୯୮୫ ମସିହାରେ ହୋଇଥିବା ଓଡ଼ିଆ ବିଧାନ ସଭା ନିର୍ବାଚନରେ ସେ କୁଚିଣ୍ଡା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ, ୬ଷ୍ଠ, ୭ମ, ୮ମ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ଶିକ୍ଷା ଓ ପରିବାର[ସମ୍ପାଦନା]

ଜଗତେଶ୍ୱର ୧୯୪୬ ମସିହାର ଜାନୁଆରୀ ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବନ୍ଧୁ ମିର୍ଦ୍ଧା ଓ ପତ୍ନୀଙ୍କ ନାମ ସୁବାସିନୀ ମିର୍ଦ୍ଧା । ତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ମାଟ୍ରିକ୍ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଜଗତେଶ୍ୱର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ। ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୫ଥର କାର୍ଯ୍ୟ କରିଥିଲେ ।

ବିଧାନ ସଭା ସଭ୍ୟ ବିବରଣୀ[ସମ୍ପାଦନା]

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୭୧ ୧୯୭୩ ସଭ୍ୟ, ୫ମ ଓଡ଼ିଶା ବିଧାନ ସଭା କୁଚିଣ୍ଡା କଂଗ୍ରେସ (ଆର୍)
୧୯୭୩ ୧୯୭୭ ସଭ୍ୟ, ୬ଷ୍ଠ ଓଡ଼ିଶା ବିଧାନ ସଭା କୁଚିଣ୍ଡା ଭାରତୀୟ ଜାତୀୟ କଂଗ୍ରେସ
୧୯୭୭ ୧୯୮୦ ସଭ୍ୟ, ୭ମ ଓଡ଼ିଶା ବିଧାନ ସଭା କୁଚିଣ୍ଡା ଭାରତୀୟ ଜାତୀୟ କଂଗ୍ରେସ
୧୯୮୦ ୧୯୮୫ ସଭ୍ୟ, ୮ମ ଓଡ଼ିଶା ବିଧାନ ସଭା କୁଚିଣ୍ଡା କଂଗ୍ରେସ (ଇ)
୧୯୮୫ ୧୯୯୦ ସଭ୍ୟ, ୯ମ ଓଡ଼ିଶା ବିଧାନ ସଭା କୁଚିଣ୍ଡା ଭାରତୀୟ ଜାତୀୟ କଂଗ୍ରେସ

ମୃତ୍ୟୁ[ସମ୍ପାଦନା]

ଜଗତେଶ୍ୱର ମିର୍ଦ୍ଧା ୨୦୦୬ ମସିହାର ଜୁନ ୧୨ ତାରିଖରେ ମୃତ୍ୟୁବରଣ କରିଥିଲେ ।[୨] ମୃତ୍ୟୁବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. "Shri Jagateswar Mirdha". odishaassembly.nic.in. Odisha Assembly. Retrieved 20 August 2020.
  2. "Former Congress MLA Jagateswar Mirdha dead". zeenews.india.com. Retrieved 21 August 2020.