Jump to content

ଛାତି ମହାଧମନୀ ସ୍ଫୀତି

ଉଇକିପିଡ଼ିଆ‌ରୁ
Thoracic aortic aneurysm
Aneurysm - thoracic aortic;[] thoracic aorta aneurysm[]
ବିଭାଗCardiac surgery, vascular surgery
ଲକ୍ଷଣInitially none[]
ଆକ୍ରାନ୍ତ ସମୟ50s and 60s[]
ବିପଦ କାରକHigh blood pressure, smoking, family history, bicuspid aortic valve, connective-tissue disorders[][]
ରୋଗ ନିର୍ଣ୍ଣୟ ପଦ୍ଧତିMedical imaging[]
ଚିକିତ୍ସାBeta blockers, angiotensin-converting enzymes, statins, surgery[]
ପୁନଃପୌନିକ1 in 10,000 people a year[]

ଛାତି ମହାଧମନୀ ସ୍ଫୀତି ( TAA ) ହେଉଛି ଏକ ପ୍ରକାର ମହାଧମନୀ ଆନିଉରିଜ୍ମ ଯାହା ମଧ୍ୟଚ୍ଛଦା ଉପର ଭାଗରେ ହେବା ଦେଖାଯାଏ ।[] ପ୍ରାରମ୍ଭରେ ସାଧାରଣତଃ କୌଣସି ଲକ୍ଷଣ ଦେଖାଯାଏ ନାହିଁ । [] ବେଳେବେଳେ ଛାତି ଯନ୍ତ୍ରଣା, ଅଣନିଶ୍ୱାସ, ସୁପିରିଅର ଭେନା କାଭା ସିଣ୍ଡ୍ରୋମ, କିମ୍ବା କର୍କଶ ସ୍ୱର ହୋଇପାରେ ।[] ଜଟିଳତା ମଧ୍ୟରେ ମହାଧମନୀ ବ୍ୟବଚ୍ଛେଦନ, ଆଓର୍ଟିକ ଅଭାବ କିମ୍ବା ମହାଧମନୀ ବିଦାରଣ ହୋଇପାରେ[]

ବିପଦ କାରକଗୁଡ଼ିକ ମଧ୍ୟରେ ଉଚ୍ଚ ରକ୍ତଚାପ, ଧୂମପାନ, ସ୍ଥିତିର ପାରିବାରିକ ଇତିହାସ, ବାଇକସପିଡ୍ ଆଓର୍ଟିକ୍ ଭଲ୍‌ଭ ଏବଂ ସଂଯୋଗକାରୀ ତନ୍ତୁ ବ୍ୟାଧି ହୋଇପାରେ ।[] [] ପ୍ରଭାବିତମାନଙ୍କ ମଧ୍ୟରୁ ପ୍ରାୟ ୨୦% ରୋଗୀଙ୍କର ପରିବାରର ଇତିହାସ ଥାଏ ।[] କମ୍ ସାଧାରଣ କାରକଗୁଡ଼ିକ ମଧ୍ୟରେ ସିଫିଲିସ୍, ଆର୍ଟେରାଇଟିସ୍ ଏବଂ ପ୍ରମୁଖ ଆଘାତ ହୋଇପାରେ ।[] [] ସାଧାରଣତ ସିଟି ସ୍କାନ‌ଦ୍ୱାରା ରୋଗ ନିର୍ଣ୍ଣୟ କରାଯାଏ ।[]

ପରିଚାଳନାରେ ବିଟା ବ୍ଲକର ବ୍ୟବହାର କରାଯାଏ ।[] ଆଞ୍ଜିଓଟେନସିନ୍-ରୂପାନ୍ତରକାରୀ ଏନଜାଇମ୍ ଏବଂ ଷ୍ଟାଟିନ ମଧ୍ୟ ବ୍ୟବହାର କରାଯାଇପାରେ।[] ଯେତେବେଳେ ଏହା ୫.0 ସେମି - 6.5 ସେମିରୁ ବଡ଼ ହୋଇଯାଏ, ମହାଧନନୀକୁ ବଦଳାଇବା ପାଇଁ ଅସ୍ତ୍ରୋପଚାର ସୁପାରିଶ କରାଯାଏ ।[] ଜଟିଳତା ଥିବା ବ୍ୟକ୍ତିମାନେ ତୁରନ୍ତ ଅସ୍ତ୍ରୋପଚାର ଆବଶ୍ୟକ କରିପାରନ୍ତି ।[] ଯୋଜନାବଦ୍ଧ ଅସ୍ତ୍ରୋପଚାର ପରେ ପାଞ୍ଚ ବର୍ଷ ବଞ୍ଚିବା ହାର ୮୫% ହୋଇଥିବାବେଳେ ଯେଉଁମାନେ ତୁରନ୍ତ ଅସ୍ତ୍ରୋପଚାର ଆବଶ୍ୟକ କରନ୍ତି ସେମାନଙ୍କ ମଧ୍ୟରେ ଏହା ୪୦%ରୁ କମ୍ ହୁଏ ।[]

ଛାତି ମହାଧମନୀ ସ୍ଫୀତି ବର୍ଷକୁ ପ୍ରାୟ ୧୦,୦୦୦ ଲୋକଙ୍କ ମଧ୍ୟରୁ ଜଣକର ଦେଖାଯାଏ ।[] ପ୍ରାୟ ୦.୨୫% ଲୋକ ବର୍ତ୍ତମାନ ପ୍ରଭାବିତ ହୋଇଛନ୍ତି ।| [] ନାରୀମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି ।[] ସାଧାରଣତ ୫୦ ଏବଂ ୬୦ ଦଶକରେ ଲୋକମାନଙ୍କଠାରେ ଏହା ଚିହ୍ନଟ ହୁଏ ।[] ଉଦର ମହାଦମନୀ ସ୍ପୀତି ଅପେକ୍ଷା ଏହା କମ୍ ସାଧାରଣ ଅଟେ ।[] ଏହି ଅବସ୍ଥା ପ୍ରଥମେ ୧୫୦୦ ଦଶକରେ ଆଣ୍ଡ୍ରିଆସ୍ ଭେସାଲିଅସ‌ଦ୍ୱାରା ବର୍ଣ୍ଣନା କରାଯାଇଥିଲା ।[] ସଫଳ ଅସ୍ତ୍ରୋପଚାର ପ୍ରଥମେ ୧୯୫୩ରେ ସମାପ୍ତ କରାଯାଇଥିଲା ।[]

  1. "Thoracic aortic aneurysm: MedlinePlus Medical Encyclopedia". medlineplus.gov (in ଇଂରାଜୀ). Archived from the original on 29 May 2019. Retrieved 29 May 2019. {{cite web}}: More than one of |archivedate= and |archive-date= specified (help); More than one of |archiveurl= and |archive-url= specified (help)
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ ୨.୧୬ ୨.୧୭ ୨.୧୮ ୨.୧୯ ୨.୨୦ ୨.୨୧ Faiza, Z; Sharman, T (January 2023). "Thoracic Aorta Aneurysm". StatPearls. PMID 32119454.
  3. ୩.୦ ୩.୧ ୩.୨ ୩.୩ ୩.୪ Isselbacher, Eric M. (15 February 2005). "Thoracic and Abdominal Aortic Aneurysms". Circulation. 111 (6): 816–828. doi:10.1161/01.CIR.0000154569.08857.7A.
  4. "Thoracic aortic aneurysm". Mayo Clinic. Archived from the original on 11 June 2023. Retrieved 12 June 2023.
  5. Thompson, Jesse E. (October 1998). "Early history of aortic surgery". Journal of Vascular Surgery. 28 (4): 746–752. doi:10.1016/S0741-5214(98)70107-7.
  6. Bobadilla, Joseph L. (1 July 2013). "From Ebers to EVARs: A Historical Perspective on Aortic Surgery". AORTA. 1 (2): 89–95. doi:10.12945/j.aorta.2013.13-004.