Jump to content

ବାଇକସ୍ପିଡ ଆଓର୍ଟିକ ଭଲ୍‌ଭ

ଉଇକିପିଡ଼ିଆ‌ରୁ
Bicuspid aortic valve
Bicommissural aortic valve[]
The aortic valve controls outflow of blood from the left ventricle of the heart (valve is within the yellow box). Five types of bicuspid valve, with type 1 being most common.
ବିଭାଗCardiology
ଲକ୍ଷଣInitially none[]
ଆକ୍ରାନ୍ତ ସମୟPresent at birth[]
କାରଣGenetic, spontaneous[]
ରୋଗ ନିର୍ଣ୍ଣୟ ପଦ୍ଧତିUltrasound of the heart[]
ଚିକିତ୍ସାSurveillance, screening of relatives, surgery[]
ପୁନଃପୌନିକ1.5%[]

ବାଇକସ୍ପିଡ ଆଓର୍ଟିକ ଭଲ୍‌ଭ (ଇଂରାଜୀ ଭାଷାରେ Bicuspid aortic valve/ BAV) ହେଉଛି ହୃତ୍‌ପିଣ୍ଡର ଏକ ରୂପ ଯେଉଁଥିରେ ଆଓର୍ଟିକ୍ ଭଲ୍‌ଭରେ ସାଧାରଣଃ ତିନି-ଲିଫଲେଟ/ପତ୍ର (ଟ୍ରାଇକ୍ରସପିଡ୍) ଥିବା ବଦଳରେ ଦୁଇ-ଲିଫଲେଟ/ପତ୍ର (ବାଇକସପିଡ୍) ଥାଏ ।[] ପ୍ରାରମ୍ଭରେ ସାଧାରଣତଃ କୌଣସି ଲକ୍ଷଣ ନଥାଏ ଓ କେବଳ ହୃତ୍‌ପିଣ୍ଡ ମରମର ଶୁଣାଯାଏ ।[] ସମୟକ୍ରମେ ଏହା ଜଟିଳ ହୋଇ ଥୋରାସିକ୍ ଆଓର୍ଟିକ୍ ଆନିଉରିଜମ ଅନ୍ତର୍ଭୂକ୍ତ ହୋଇପାରେ, ଯାହା ଅଧା ଲୋକଙ୍କଠାରେ ଦେଖାଯାଏ; ଆଓର୍ଟିକ ଡିସେକସନ, ଆର୍ଟିକ୍ ଷ୍ଟେନୋସିସ୍ ବା ପ୍ରତ୍ୟାବର୍ତ୍ତନ, ସଂକ୍ରାମକ ଏଣ୍ଡୋକାର୍ଡାଇଟିସ, ହୃଦ୍‌ପାତ ଏବଂ ହଠାତ୍ ମୃତ୍ୟୁ ହୋଇପାରେ ।[] []

ଏହି ରୋଗ ପିତାମାତାଙ୍କଠାରୁ ଉତ୍ତରାଧିକାରୀ ସୂତ୍ରରେ ଆସିପାରେ, ପ୍ରାୟ ଏକ ଅଟୋସୋମାଲ ପ୍ରାଧାନ୍ୟ ଭାବରେ ଓ ସ୍ୱତଃସ୍ପୁର୍ତ୍ତ ଭାବରେ ହୋଇପାରେ ।[] ପ୍ରାୟ ୧୫% ମାମଲା ପରିବାର ମଧ୍ୟରେ ଘଟିଥାଏ ।[] ଏହା କେତେକ ରୋଗ ଯେପରିକି ଡାଇଜର୍ଜ ସିଣ୍ଡ୍ରୋମ, ମାର୍ଫାନ ସିଣ୍ଡ୍ରୋମ ଏବଂ ଟର୍ନର ସିଣ୍ଡ୍ରୋମ ଭଳି ରୋଗ ସହିତ ଅନେକ ସିଣ୍ଡ୍ରୋମର ଅଂଶ ଭାବରେ ରହିପାରେ ।[] ଅନ୍ତର୍ନିହିତ କାର୍ଯ୍ୟବିଧିରେ ପ୍ରାରମ୍ଭିକ ବିକାଶ ସମୟରେ ଭଲ୍‌ଭର ଦୁଇ ପତ୍ର ଅଲଗା ହେବାରେ ବିଫଳ ହେବା ଯୋଗୁ ଏହି ଅବସ୍ଥା ସୃଷ୍ଟି ହୁଏ ।[] ରୋଗ ନିର୍ଣ୍ଣୟ ସାଧାରଣତଃ ହୃତ୍‌ପିଣ୍ଡର ଅଲଟ୍ରାସାଉଣ୍ଡ କରିବାଦ୍ୱାରା ଜଣା ପଡ଼ିଥାଏ ।[] ଜଟିଳତା ଏଡ଼ାଇବା ପାଇଁ ଉପର ଆଓର୍ଟାର ମେଡିକାଲ୍ ଇମେଜିଙ୍ଗ୍ କରିବାକୁ ସୁପାରିଶ କରାଯାଏ | [] ପ୍ରଥମ-ଡିଗ୍ରୀ ସମ୍ପର୍କୀୟଙ୍କୁ ଏହି ଅବସ୍ଥା ପାଇଁ ପରୀକ୍ଷା କରାଯିବା ଉଚିତ୍ ।[]

ଯଦି ପ୍ରାରମ୍ଭିକ ଇମେଜିଙ୍ଗରେ କୌଣସି ଜଟିଳତା ଦେଖାଯାଏ ନାହିଁ ତେବେ ପ୍ରତି ୫ରୁ ୧୦ ବର୍ଷରେ ଥରେ ପରବର୍ତ୍ତୀ ଇମେଜିଙ୍ଗ୍ କରିବା ଉଚିତ ।[] ଯେଉଁମାନଙ୍କର ଆଓର୍ଟିକ୍ ଆନିଉରିଜ୍ମ ଅଛି ସେମାନଙ୍କର ସୀମିତ କାଟିବାକୁ ପଡ଼େ ଏବଂ ଗର୍ଭଧାରଣ ପୂର୍ବରୁ ଅସ୍ତ୍ରୋପଚାର ପାଇଁ ସୁପାରିଶ କରାଯାଇପାରେ ।[] ଯଦି ଆଓର୍ଟା ୫ ସେମି (୨ ଇଞ୍ଚ)ରୁ ୫.୫ ସେମି (୨.୨ ଇଞ୍ଚ) ଅପେକ୍ଷା ଅଧିକ ହୁଏ ତେବେ ସାଧାରଣତଃ ଅସ୍ତ୍ରୋପଚାର କରିବାକୁ ସୁପାରିଶ କରାଯାଏ ।[] ଭଲଭ୍ ମରାମତି ପାଇଁ ଅସ୍ତ୍ରୋପଚାର ଆବଶ୍ୟକ ହେଲେ ଥୋରାସିକ ଆଓର୍ଟାର ପୁନଃ‌ସ୍ଥାପନ କରାଯାଏ ଯଦି ଏହା ୪.୦ ସେମି ରୁ ୪.୫ ସେମି ପର୍ଯ୍ୟନ୍ତ ହୋଇଥାଏ ।[] [] .

ଜନ୍ମଗତ ହୃତ୍‌ପିଣ୍ଡ ତୃଟି ହେଉଛି ଏକ ସାଧାରଣ ରୋଗ ଯେଉଁଥିରେ ବାଇକସପିଡ ଆଓର୍ଟିକ ଭଲଭ ପ୍ରାୟ ୧.୫% ଲୋକଙ୍କୁ ପ୍ରଭାବିତ କରିଥାଏ ।[] [] ଏହା ମହିଳାମାନଙ୍କ ଅପେକ୍ଷା ପୁରୁଷମାନଙ୍କରେ ୩ ଗୁଣ ଅଧିକ ହୁଏ ।[] ସାର୍ ୱିଲିୟମ୍ ଓସଲର ପ୍ରଥମେ ୧୮୮୮୬ ମସିହାରେ ଏହି ଅବସ୍ଥା ବିଷୟରେ ବର୍ଣ୍ଣନା କରିଥିଲେ ।[]

  1. "Bicuspid aortic valve : MedlinePlus Medical Encyclopedia". medlineplus.gov (in ଇଂରାଜୀ). Archived from the original on 2 September 2019. Retrieved 27 May 2019.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ ୨.୧୬ ୨.୧୭ ୨.୧୮ ୨.୧୯ Shah, Shailee Y.; Higgins, Andrew; Desai, Milind Y. (October 2018). "Bicuspid aortic valve: Basics and beyond". Cleveland Clinic Journal of Medicine. 85 (10): 779–784. doi:10.3949/ccjm.85a.17069. PMID 30289756.
  3. Mubarik, A; Sharma, S; Law, MA (January 2023). "Bicuspid Aortic Valve". PMID 30480953. {{cite journal}}: Cite journal requires |journal= (help)
  4. ୪.୦ ୪.୧ ୪.୨ Isselbacher, Eric M. (15 February 2005). "Thoracic and Abdominal Aortic Aneurysms". Circulation. 111 (6): 816–828. doi:10.1161/01.CIR.0000154569.08857.7A.
  5. Hraska, Viktor; Block, Joseph R. (2020). "91. Congenital valvular and supravalvular aortic stenosis". In Raja, Shahzad G. (ed.). Cardiac Surgery: A Complete Guide (in ଇଂରାଜୀ). Switzerland: Springer. pp. 829–838. ISBN 978-3-030-24176-6. Archived from the original on 2023-06-30. Retrieved 2023-05-29.
  6. Vojacek, Jan; Zacek, Pavel; Dominik, Jan; Holubek, Tomas (2018). "6. Congenital anomalies of the aortic valve". In Vojacek, Jan; Zacek, Pavel; Dominik, Jan (eds.). Aortic Regurgitation (in ଇଂରାଜୀ). Springer. p. 43. ISBN 978-3-319-74213-7. Archived from the original on 2023-06-30. Retrieved 2023-05-29.