ଚିନ୍ତାମଣିଶ୍ୱର ଶିବ ମନ୍ଦିର

ଉଇକିପିଡ଼ିଆ ରୁ
Jump to navigation Jump to search
ଚିନ୍ତାମଣିଶ୍ୱର ଶିବ ମନ୍ଦିର
Chintamanisvara Siva Temple.jpg
ଭୌଗୋଳିକ ଅବସ୍ଥିତି
ଦିଗବାରେଣି20°15′00″N 85°50′20″E / 20.25000°N 85.83889°E / 20.25000; 85.83889Coordinates: 20°15′00″N 85°50′20″E / 20.25000°N 85.83889°E / 20.25000; 85.83889
ଦେଶIndia
ରାଜ୍ୟଓଡ଼ିଶା 
ଅବସ୍ଥିତିଭୁବନେଶ୍ୱର
ତିଆରି ଶୈଳୀରେଖା ଦେଉଳ ବିଧି 

ଚିନ୍ତାମଣିଶ୍ୱର ଶିବ ମନ୍ଦିର ଏକ ହିନ୍ଦୁ ମନ୍ଦିର ଯାହା ଭଗବାନ ଶିବଙ୍କୁ ସମର୍ପିତ କରାଯାଇଛି । ଏହା ଭାରତରେ ଭୁବନେଶ୍ୱର, ତଥା ଓଡ଼ିଶାର ରାଜଧାନୀରେ ଅବସ୍ଥିତ । ଏହା ପୁରୁଣା ଷ୍ଟେସନ ବଜ଼ାର ନିକଟସ୍ଥ କଟକ-ପୁରୀ ରୋଡ ଠାରୁ ଖୁବ ଅଳ୍ପ ଦୂରତାରେ ଚିନ୍ତାମଣିଶ୍ୱର ରୋଡରେ ସ୍ଥାପିତ । ମନ୍ଦିରର ମୁଖ ପଶ୍ଚିମ ଦିଗରେ କରାଯାଇଛି ଏବଂ ଏହାର ନିହିତ ଦେବତା ଶିବ ଲିଙ୍ଗଙ୍କ ସହିତ ଯୋନୀପୀଠ ଅଟେ ।  

ମନ୍ଦିର[ସମ୍ପାଦନା]

ଏହା ଏକ ୧୪ ତମ ସେନ୍ଚୁରୀ ଏ. ଡି. ପୁରାତନ ମନ୍ଦିର ଅଟେ । ସ୍ଥାନୀୟ କିମ୍ବଦନ୍ତୀ ଅନୁସାରେ ଏହି ମନ୍ଦିର କେଶରୀ ମାନଙ୍କ (ଷୋମବଂଶୀଷ) ଦ୍ୱରା ନିର୍ମାଣ କରାଯାଇଥିଲା । ବିଭିର୍ଣ୍ଣ ଧାର୍ମିକ ପର୍ବ ତଥା ଶିବରାତ୍ରି, ଶିବ ବିବାହ, ଜଳାଶୟ, ରୁଦ୍ରାଭିଷେକ, ଇତ୍ୟାଦି ଏଠାରେ ପାଳନ କରାଯାଏ । ଏହା ବ୍ୟତୀତ ବିବାହ, ବ୍ରତ ଆଦି ପୂଜା ଅର୍ଚ୍ଚନା କରାଯାଏ ।

ବାସ୍ତୁଶିଲ୍ପ ବିଶେଷତା[ସମ୍ପାଦନା]

ଯୋଜନା ହିସାବରେ ଏହା ଏକ ବର୍ଗାକାର ପବିତ୍ର ସ୍ଥଳ ଏବଂ ଏହାର ବିମାନ ରେଖା କୃତି ଅଟେ । ତଳ ଭାଗରୁ ଉର୍ଦ୍ଧ ଭାଗ ପର୍ଯ୍ୟନ୍ତ ମନ୍ଦିରରେ ଏକ ବଡା, ଗଣ୍ଡି ଏବଂ ମସ୍ତକ ଅଛି । ଏଥିରେ ପାଞ୍ଚ ଗୁଣ ପଞ୍ଚାଙ୍ଗ ଓ ମୂଳ ପଭାଗ ତଥା ଖୁରା, କୁମ୍ଭ, ପଟ, କାନି ଏବଂ ବସନ୍ତ ଅବସ୍ଥିତ । ମନ୍ଦିରର ଖୁରା ଭାଗ ଆଂଶିକ ଭାବେ ପୋତା ଯାଇଛି । ବନ୍ଧନଦ୍ୱାରା ଜଙ୍ଗକୁ ୩ଟି ଢଲାଈଦ୍ୱାରା ନିର୍ମାଣ କରାଯାଇଛି, ଯାହା ତଳ ଜଙ୍ଘ ଏବଂ ଉପର ଜଙ୍ଘ ରୂପେ ବିଭାଜିତ ଓ ବାରଣ୍ଡା ୭ଟି ଢଲାଈଦ୍ୱାରା ନିର୍ମିତ୍ତ । ଗଣ୍ଡି ଭାଗ କୌଣସି ପକାର କଳାକୃତିରୁ ବଂଚିତ ନୁହେ ଓ ଓଡ଼ିଆ ମନ୍ଦିର ପରି ଏହାର ମସ୍ତକରେ ବେକି, ଅମଲାକ, ଖପୁରି ଏବଂ କାଲଶ ଅବସ୍ଥିତ ।

ପୂର୍ବ ପକ୍ଷ୍ୟରେ ଚାରି ଭୁଜଧାରୀ କାର୍ତ୍ତିକେୟଙ୍କ ଚିତ୍ର ପ୍ରତିଷ୍ଠିତ । ତାଙ୍କର ବାମ ପାର୍ଶ୍ୱରେ ବରଦମୁଦ୍ରା ଓ ଡାହାଣ ହସ୍ତରେ ଏକ ଗଦା ଅଛି । ତାଙ୍କର ପଛରେ ଥିବା ବାମ ହସ୍ତରେ ଏକ କୁକୁଡ଼ା ଓ ଡାହାଣ ହସ୍ତ ଏକ ମୟୁରର ମୁଣ୍ଡ ଉପରେ ଅଛି । ଦକ୍ଷିଣ ପାର୍ଶ୍ୱ ଘରେ ଚାରି ହସ୍ତ ସଶସ୍ତ୍ର ଗଣେଶଙ୍କ ଚିତ୍ର ଅବସ୍ତିତ, ତାଙ୍କର ମୁଖ୍ୟ ଡାହାଣ ହସ୍ତରେ ମାଳା ଏବଂ ବାମ ହସ୍ତରେ ମୋଦକ ପତ୍ର ଧାରଣ କରିଛନ୍ତି । ଏହାଙ୍କର ପଛରେ ଥିବା ଡାହାଣ ହସ୍ତରେ ଏକ ଅଙ୍କୁଶ ସହିତ ବାମ ହସ୍ତରେ ଭଙ୍ଗା ହାତୀ ଦାନ୍ତ ପ୍ରଦର୍ଶିତ ।  ଉତ୍ତରୀ ପାର୍ଶ୍ୱରେ ଦେବୀ ପାର୍ବତୀଙ୍କ ମୂର୍ତି ସ୍ଥାପନ କରାଯାଇଛି. 

ସଜାଣି ବିଶେଷତା[ସମ୍ପାଦନା]

ବଡାର ତଳ ଜଙ୍ଘ ଓ ଉପର ଜଙ୍ଘ ବିଭିର୍ନ ପ୍ରକାର ଖାଖରା ମୁଣ୍ଡି ଓ ପିଢା ମୁଣ୍ଡି ସହିତ କଳାକୃତି କରାଯାଇଛି । ବେକି ଶେଷ ପର୍ଯ୍ୟାରେ କଣିକା ପଗ ଉପରେ ଏକ ଦେଉଳ ଚାରିଣୀ ସ୍ଥାପିତ । ଯେଉଁଠି କି ରାହ ପଗର ଉପର ପଟ ମଝିରେ ଚାରି ଭୁଜା ଦେବତ୍ୱ ଅବସ୍ଥିତ । କପାଟ କି ଆଧାର ଦୁଇଟି ଖାଖରା ମୁଣ୍ଡିଦ୍ୱାରା ଦୁଇ ପାଶ୍ୱର୍ରେ ଖୋଦା ଯାଇଛି । ମନ୍ଦିର ଏକ ଆଧୁନିକ ପରିଶର ପାଚିରୀଦ୍ୱାରା ବନ୍ଦ କରାଯାଇଛି ଯାହାର ଆକାର ୪୦.୦୦ ବର୍ଗ ମିଟର, ଉଚତା ୧.୮୦ ମି ସହିତ ମୋଟେଇ ୦.୨୦ ମି ଅଟେ. କପାଟର ଡାହାଣ ପାର୍ଶ୍ୱରେ ଚାରିଭୁଜା ଗଣେଶ ସ୍ଥାପିତ । ଦେବତା ତଳମୁଖୀ ବାମ ଓ ଡାହାଣ ହସ୍ତରେ ଏକ ପରସୁ ଓ ମାଳା ଏବଂ ଉପର ବାମ ହସ୍ତରେ ମୋଦକ ପତ୍ର ଓ ଖଣ୍ଡିତ ହାତୀ ଦାନ୍ତ ତଳ ବାମ ହାତେର ଶୋଭା ପାଉଛି ।  

ଚିନ୍ତାମଣିଶ୍ୱର ପୋଖରୀ[ସମ୍ପାଦନା]

ଚିନ୍ତାମଣିଶ୍ୱର ପୋଖରୀ

ଏହା ଏକ ମନ୍ଦିର ପୋଖରୀ ଯାହା ମନ୍ଦିର ପ୍ରାଙ୍ଗଣରେ ଅବସ୍ତିତ । ସ୍ଥାନୀୟ ଲୋକଙ୍କ ଅନୁସାରେ ଏହା କେଶରୀ ବଂଶଜଦ୍ୱାରା ଖୋଳା ଯାଇଥିଲା । କାର୍ତିକ ପୁର୍ଣିମା ଓ ଶ୍ରାବଣ ପୁର୍ଣିମା ଏଠାରେ ପାଳନ କରାଯାଏ । ଏହା ଆୟତାକାର ରିଓଏ ନିର୍ମିତ୍ତ, ଏହାର ଲମ୍ବାଈ ୨୨.୪୦ ମି ଓ ଚୌଡାଈ ୧୧.୨୦ ମି ଏବଂ ୩.୦୦ ମି ଗେହେରା । ଏହା ଭୂମିତଲ ପାଣିଦ୍ୱାରା ପ୍ରାକୃତିକ ରୂପେ ଭରି ହୋଇ ରହିଥାଏ । ଯାହାଦ୍ୱାରା ଏହାର ପାଣି ସ୍ଥର ବର୍ଷସାରା ଏକ ସମାନ ଭାବରେ ରହିଥାଏ । ଅତ୍ୟାଥିକ ପାଣି ପୂର୍ବ ପାଚରିର ଏକ ରାସ୍ତା ମାଧ୍ୟମରେ ନିଷ୍କାସିତ ହୋଇଥାଏ ।  

ଏହା ମଧ୍ୟ ଦେଖନ୍ତୁ[ସମ୍ପାଦନା]

ସନ୍ଧର୍ବ[ସମ୍ପାଦନା]

  • କେ ସି ପାଣିଗ୍ରାହୀ, ଅର୍ଚ୍ଚଲୋଜିକାଲ ରେମେନ୍ସ ଆଟ ଭୁବନେଶ୍ୱର, କୋଲକାତା, ୧୯୬୧. ପି. 16
  • ଲେଶର ନୋନ ମନୁମେଣ୍ଟସ ଅଫ ଭୁବନେଶ୍ୱର, ଡ. ସଦାଶିବ ପ୍ରଧାନ (ISBN 81-7375-164-1)

ବାହ୍ୟ ଲିଙ୍କ[ସମ୍ପାଦନା]