ଚିତ୍ରପୋଥି

ଉଇକିପିଡ଼ିଆ‌ରୁ

ଚିତ୍ରପୋଥି ପୃଥିବୀର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଥିବା ଏକ ପ୍ରକାର କଳାକୃତି । ଏଥିରେ ଛବି ମାଧ୍ୟମରେ ବିଭିନ୍ନ ବିଷୟ ବର୍ଣ୍ଣନା କରାଯାଇଥାଏ । କାଗଜ, କାଳି ଓ କଲମରେ ଲେଖିବା ପୂର୍ବରୁ ମଣିଷ ଆଗ ପ୍ରସ୍ତରଗାତ୍ରରେ, ତାମ୍ରପତ୍ରରେ ଏବଂ ଶିଳାଲିପିରେ ମନୋଭାବ ବ୍ୟକ୍ତ କରୁଥିଲା । ଆମ ଓଡ଼ିଶାର କଳାହାଣ୍ଡି ଜିଲାର ଯୋଗୀମଠ ଏବଂ ଗୁଡ଼ହାଣ୍ଡି, ସମ୍ବଲପୁର ଜିଲାର ବିକ୍ରମଖୋଲ, ସୁନ୍ଦରଗଡ଼ ଜିଲାର ଉଷାକୋଠି ଏବଂ ମାଣିକମୋଡ଼ା ଇତ୍ୟାଦି ଅଞ୍ଚଳରେ ପର୍ବତ ଗାତ୍ରରେ ଭିତ୍ତିଚିତ୍ର ଥିବାର ଦେଖାଯାଏ । ପଞ୍ଚଦଶ-ଷୋଡ଼ଶ ଶତାବ୍ଦୀବେଳକୁ ତାଳପତ୍ର ଓ ଲେଖନୀର ବ୍ୟବହାର ହେଲା ଓ ସେଥିରେ ଚିତ୍ରକଳା ସମନ୍ୱିତ ହେଲା । ତାଳପତ୍ରରେ ଲେଖାହୋଇ ତାହା ହେଲା ଚିତ୍ରପୋଥି ।

ବୈଦେହୀଶ ବିଳାସର ପୋଥିରେ ମାୟା ସୀତା ଦୃଶ୍ୟ

ଚିତ୍ରପୋଥିରେ ବିଭିନ୍ନ ଅବଦାନ[ସମ୍ପାଦନା]

ଏହି ଚିତ୍ରପୋଥି କବି ବ୍ରଜନାଥ ବଡ଼ଜେନାଙ୍କ ଚିତ୍ରପୋଥି 'ଭାଗବତ ପୁରାଣ' ମାଧ୍ୟମରେ ଭାରତୀୟ ଚିତ୍ରକଳାରେ ଓଡ଼ିଶୀ ଚିତ୍ରକଳାର ଉଚ୍ଚସ୍ଥାନ ରହିଛି । (ଗ୍ଲିମ୍ପସେସ ଅଫ ଓରିଶାନ ଆର୍ଟ ଆଣ୍ଡ କଲଚର, ହରେକୃଷ୍ଣ ମହତାବ, ଭୁବନେଶ୍ୱର, ୧୯୮୪, ପୃ.୧୬୩) । ଓଡ଼ିଶାର ମ୍ୟୁଜିୟମରେ ପ୍ରାୟ ୨୦୦ ତାଳପତ୍ର ଚିତ୍ରପୋଥିର ଥିବାର ଜଣାଯାଏ । (ଇଲଷ୍ଟ୍ରେଟେଡ଼ ପାମ ଲିଫ ମାନୁସ୍କ୍ରିପ୍ଟ ଅଫ ଓରିଶା, ଏସ.ପାଣି, ଭୁବନେଶ୍ୱର, ୧୯୮୪, ପୃ.୮୧-୮୬) । ଭାଗବତ ପୁରାଣର ଅଷ୍ଟମ ଓ ନବମ ସ୍କନ୍ଧକୁ କବି ବ୍ରଜନାଥ ବଡ଼ଜେନାତାଙ୍କ ପୁତ୍ର ଘନଶ୍ୟାମ ସହିତ ଭାଗବତ ପୁରାଣ କଥାକୁ ତାଳପତ୍ର ପୋଥିରେ ଭାଗବତର କଥାବସ୍ତୁ ସହିତ ସେ କଥାବସ୍ତୁକୁ ଚିତ୍ରରେ ବ୍ୟକ୍ତ କରିଛନ୍ତି । ରାମଚନ୍ଦ୍ର କୌଳାଚାର୍ଯ୍ୟଙ୍କ ରଚିତ ପ୍ରାଚୀନ କଳା-ସ୍ଥାପତ୍ୟର ଚିତ୍ରପୋଥି ଭୁବନ ପ୍ରଦୀପର ଛାୟାରେ ଏ ସାତଟି ପୋଥି ଲିିଖିତ । ଓଡ଼ିଶାର ଅନ୍ୟତମ ପ୍ରାଚୀନ କଳା ସ୍ଥାପତ୍ୟର ଚିତ୍ରପୋଥିର ନାମ ଶିଳ୍ପପ୍ରକାଶ । ଏ ସମସ୍ତ ଚିତ୍ରପୋଥି କଳା-ସ୍ଥାପତ୍ୟ ସମ୍ପର୍କରେ । ପୁରାଣ ସାହିତ୍ୟ, ତନ୍ତ୍ର ଏବଂ ଆୟୁର୍ବେଦ ବିଷୟରେ ପୋଥି ମଧ୍ୟ ଅଛି; କିନ୍ତୁ ସାହିତ୍ୟ ସମ୍ପର୍କିତ ଚିତ୍ରପୋଥି ଖୁବ ବିରଳ । ଜୟଦେବ ରଚିତ ଗୀତ ଗୋବିନ୍ଦ ଓ ଅମରୁଙ୍କ ଅମରୁ ଶତକ (ଷୋଡ଼ଶ ଶତାବ୍ଦୀ) ଓ ଧନଞ୍ଜୟ ବିପ୍ରଙ୍କର ଗୀତଗୋବିନ୍ଦ (୧୬୮୮), ରୂପ ଗୋସ୍ୱାମୀଙ୍କର ବିଦଗ୍ଧ ମାଧବ ଏବଂ ଶିଶୁଶଙ୍କର ଦାସଙ୍କର ଉଷା ବିଳାସ ପ୍ରଭୃତି ଚିତ୍ରପୋଥି ରାଧାକୃଷ୍ଣ ପ୍ରେମଗାଥା ବହନ କରେ । ତାଳପତ୍ରରେ ଏକ ଶହ ପୃଷ୍ଠାରେ ବ୍ରଜନାଥ ବଡ଼ଜେନା ଓ ତାଙ୍କ ଜ୍ୟେଷ୍ଠପୁତ୍ର ଘନଶ୍ୟାମ ଏହି ଚିତ୍ରପୋଥି ଭାଗବତ ପୁରାଣ ରଚନା କରିଥିଲେ । ବ୍ରଜନାଥ ଓ ତାଙ୍କ ପୁତ୍ର ଘନଶ୍ୟାମ ତାଳପତ୍ର ପୋଥିରେ ଲେଖିବା ସହିତ ଚିତ୍ର ଅଙ୍କନ କରି ପାରୁଥିଲେ । ସମୟ ନିର୍ଣ୍ଣିତ ଏହି ଚିତ୍ରପୋଥି ଓଡ଼ିଆ ସାହିତ୍ୟର ଭାଷା ଏବଂ ଲିପିର ଅଭୁ୍ୟଦୟ ଦିଗରେ ବିଶେଷ ସହାୟକ ବୋଲି କୁହାଯାଏ । ଚିତ୍ରପୋଥି-ଭାଗବତ ପୁରାଣ ବ୍ରଜନାଥଙ୍କ କବି ପ୍ରତିଭାର ଏକ ନୂତନ ଦିଗ ଉନ୍ମୋଚନ କରେ । [୧]

ଆଧାର[ସମ୍ପାଦନା]

  1. ମିଶ୍ର, ନିତ୍ୟାନନ୍ଦ (୨୪ ମେ ୨୦୧୫). "କବି ଚକ୍ରବର୍ତ୍ତୀ ବ୍ରଜନାଥ ବଡ଼ଜେନାଙ୍କ ଚିତ୍ରପୋଥି - ଭାଗବତ ପୁରାଣ". ସମାଜ. Archived from the original on 17 April 2014. Retrieved 30 May 2015. {{cite news}}: Check date values in: |date= (help)