Jump to content

ଚିତାଗଛ

ଉଇକିପିଡ଼ିଆ‌ରୁ

ଚିତାପାରୁ
Scientific classification
Kingdom:
(unranked):
(unranked):
(unranked):
Order:
Family:
Genus:
Species:
P. zeylanica
Binomial name
Plumbago zeylanica
Synonyms

Plumbago scandens L.[]

ଚିତାଗଛ ଏକ ଗୁଳ୍ମ ଜାଦୀୟ ଉଦ୍ଭିଦ। ଫୁଲର ରଙ୍ଗ ଓ ପତ୍ରରେ ପଡ଼ିଥିବା ଶିରାର ରଙ୍ଗକୁ ଆଧାର କରି ଧଳା ଓ ଲାଲ୍ ଭେଦରେ ଏହା ଦୁଇପ୍ରକାରର। ଏହା ଏକ ବିଷାକ୍ତ ଗଛ। ଏହାର ଚେରଗୁଡ଼ିକ ମାଂସଳ ଏବଂ ମୋଟା ହୋଇଥାଏ। ଏହି ଚେରକୁ ଚିତାମୂଳ କୁହାଯାଏ। ଏହାକୁ ଆଣି ଏଥିରୁ ଶିରା ବାହାର କରିଦେଲେ ବାକି ରହୁଥିବା ରସକୁ ଔଷଧରୂପେ ବ୍ୟବହାର କରାଯାଏ। ଧଳା ଚିତାମୂଳଠାରୁ ଲାଲ୍ ଚିତାମୂଳ ଅଧିକ ବିଷାକ୍ତ, ଯାହା ଦୁଷ୍ପ୍ରାପ୍ୟ ଓ ଔଷଧାଦିରେ ବ୍ୟବହାର କରିବାପାଇଁ ଅନୁପଯୁକ୍ତ। କେବଳ ଧଳା ଚିତାମୂଳକୁ ଔଷଧରୂପେ ବ୍ୟବହାର କରାଯାଏ।

ଭାରତୀୟ ପ୍ରାଦେଶିକ ଭାଷା ନାମାବଳୀ

[ସମ୍ପାଦନା]
ପ୍ରାଦେଶିକ ଭାଷା ନାମ
ଓଡ଼ିଆ ଚିତା, ଚିତାପାରୁ
ସଂସ୍କୃତ ଚିତ୍ର ଚିତ୍ରକ, ଚିତ୍ରାଙ୍ଗା, ଶାର୍ଦୂଳ ଓ ଶମ୍ବର
ହିନ୍ଦୀ ଚିତା
ବଙ୍ଗଳା ଚିତା
ତେଲୁଗୁ ଚିତ୍ରା

ଶାସ୍ତ୍ରୋକ୍ତ ଗୁଣ

[ସମ୍ପାଦନା]

ଶ୍ୱେତ ଚିତାମୂଳ ଉଷ୍ଣବୀର୍ଯ୍ୟ, କଟୁପାଚକ, ଅଗ୍ନିବର୍ଧକ, ଅଳ୍ପବିଷାକ୍ତ, ଅଜୀର୍ଣ, ଗୁଳ୍ମ, ପ୍ଳୀହା, ଯକୃତ, ଉଦରୀ, ଶୂଳ, କୃମି, ଶୋଥ, ଅର୍ଶ, ବାତଶ୍ଳେଷ୍ମ, କାସ, ତୃଷ୍ଣା, ଶ୍ଳେଷ୍ମପିତ୍ତ, ଗ୍ରହଣୀ, କୁଷ୍ଠ, ବ୍ରଣ ଆଦିର ନିବାରକ କ୍ଷତ, ଅସ୍ତ୍ରାଘାତ ଆଦିର ଚକିତ୍ସାରେ ଉପଯୋଗୀ।

ବ୍ୟବହାର

[ସମ୍ପାଦନା]

ମୁଖ୍ୟତଃ ଏହାର ମୂଳକୁ ଔଷଧରୂପେ ବ୍ୟବହାର କରାଯାଇଥାଏ। କ୍ଷତ, ଧବଳଛଉ, ଯକୃତ ରୋଗରେ ଏହାର ଉପଯୋଗ ହୋଇଥାଏ। ପ୍ରସବ ଯନ୍ତ୍ରଣା ପାଉଥିବା ସ୍ତ୍ରୀର ପୀଡ଼ାକୁ ଲାଘବ କରିବାପାଇଁ କବିରାଜମାନେ ଏହାର ପ୍ରୟୋଗ କରିଥାନ୍ତି। ଏହା ତ୍ରିମଦ, ପଞ୍ଚକୋଳ, ପଞ୍ଚଷୋଣ, ଷଡ଼ଷଣ ଆଦି ଆୟୁର୍ବେଦିକ ଔଷଧରେ ବ୍ୟବହୃତ ଘଟକମାନଙ୍କ ଭିତରୁ ଅନ୍ୟତମ।

  1. "Plumbago zeylanica Linnaeus, Sp. Pl. 1: 151. 1753". Flora of North America. eFloras.org. Retrieved 2011-06-30.

ବାହାର ଆଧାର

[ସମ୍ପାଦନା]
  • ବୈଦ୍ୟରାଜ ଶ୍ରୀ କୃଷ୍ଣବ୍ରହ୍ମା ଶତପଥିଙ୍କ ବନୌଷଧି ବିଜ୍ଞାନ ।