Jump to content

ଚା’

ଉଇକିପିଡ଼ିଆ‌ରୁ
ଚା'
ପ୍ରକାରଥଣ୍ଡା ଓ ଗରମ ପାନୀୟ
ପ୍ରସ୍ତୁତି ସ୍ଥାନଚୀନ
ପ୍ରଥମ ବିତରଣApprox. 10th century BC[]

ଚା’ ପୃଥିବୀର ସବୁଠାରୁ ଅଧିକ ପିଆଯାଉଥିବା ଓ ସବୁଠାରୁ ପୁରାତନ ଏକ ଥଣ୍ଡା ବା ଗରମ ଜାତୀୟ ପାନୀୟ; ପିଇବା ପାଣି ପରେ ଏହା ୩ୟ ସବୁଠାରୁ ଜଣାଶୁଣା ପାନୀୟ। ଚା’ ଓଟି ଏହି ଦୁଇଟି ଶବ୍ଦ ଚୀନ ଦେଶରୁ ଆସିଛି। Tea ଇଂରାଜୀ ଶବ୍ଦ ହେଲେ ମଧ୍ୟ ଚୀନ ଦେଶର ଉତ୍ତର ଅଞ୍ଚଳରେ ଏହାକୁ ହଜାର ବର୍ଷ ଧରିଟି ନାମରେ କହାଯାଏ । [] ପରେ ଇଂରାଜୀ ଶବ୍ଦକୋଷକୁ ତାହା ଆସିଗଲା।ଉତ୍ତର ଚୀନରେଟି ଶବ୍ଦ ପ୍ରଚଳିତ ଅଛି।ମାତ୍ର ଦକ୍ଷିଣ ଚୀନରେ ଏହାକୁ ଚା’ ବୋଲି କହାଯାଏ ଏବଂ ଭାରତ ସମେତ ପୃଥିବୀର ଏହି ଚା’ ନାମରେ ପ୍ରସିଦ୍ଧ ହୋଇଯାଇଛି । ଆସାମରେ ଉଚ୍ଚାରଣ ଦୃଷ୍ଟିରୁ ଚା’କୁ ସା କହାଯାଏ।[]

ଗଛ ଓ ପରିବେଶ

[ସମ୍ପାଦନା]

ଚା’ର ବୋଟାନିକାଲ ନାମ ହେଉଛି କାଲେଲିଆ ସିନେନ୍ସିସ । ଏହାକୁ ନେକ ଏଭର ଗ୍ରୀନ ପ୍ଲାଣ୍ଟ ବୋଲି କହାଯାଏ । ମୂଖ୍ୟତଃ କ୍ରାନ୍ତୀୟ ଓ ଉପକ୍ରାନ୍ତୀୟ ଜଳବାୟୁରେ ହିଂ ଏହି ଗଛ ନିଜକୁ ଉପଯୋଜିତ କରି ବଢ଼ି ପାରିଥାଏ । ଅବଶ୍ୟ ଚା’ର କେତେକ ପ୍ରଜାତି ସାମୁଦ୍ରିକ ଜଳବାୟୁରେ ବଢୁଥିବା ଜଣାଯାଏ । ଗଛ ଲଗାଇବାର ଚାରି ବର୍ଷ ପରେ ଏହା ଫଳ ଧରେ ଓ ଏଥିରୁ ପ୍ରାୟ ବାର ବର୍ଷ ପର୍ଯ୍ୟନ୍ତ ଚା’ ଆମଦାନୀ କରାଯାଇପାରିଥାଏ । ମୂଖ୍ୟତଃ କଢ଼ ଓ ପତ୍ରକୁ ଚା’ ଭାବରେ ବ୍ୟବହାର କରାଯାଇଥାଏ । ଉଦ୍ଭିଦ ବିଜ୍ଞାନୀମାନଙ୍କଠାରୁ ମିଳିଥିବା ତଥ୍ୟ ଅନୁଯାୟୀ, ଚା’ ଚାଷ ପାଇଁ ଅତିକମରେ ବର୍ଷିକ ୧୨୭ ସେଣ୍ଟିମିଟର( ୫୦ ଇଞ୍ଚ) ବୃଷ୍ଟିପାତ ଆବଶ୍ୟକ । ସେହି ପରି ଅମ୍ଳଯୁକ୍ତ ଭୂମି ବା ଏସିଡିକ୍ ସଏଲରେ ଏହି ଗଛ ଖୁବ ଭଲ ଭାବରେ ବଢ଼ିପାରିଥାଏ । ସେଥିଲାଗି ସମୁଦ୍ର ପତ୍ତନଠାରୁ ୧୫୦୦ ମିଟର ବା ୪୯୦୦ ଫୁଟ ଉଚ୍ଚରେ ହିଁ ସର୍ବାଧିକ ତଥା ଉଚ୍ଚ ଗୁଣଯୁକ୍ତ ଚା’ ଚାଷ କରାଯାଉଥିବା ଦେଖାଯାଏ । ଏହାର କାରଣ,ଏହି ଉଚ୍ଚତାରେ ଚା’ ଚାଷ କରିବାଦ୍ୱାରା ଚା’ ଖୁବ ସ୍ୱାଦିଷ୍ଟ ହୋଇଥାଏ । [][] ଗୋଟିଏ ପରିପକ୍ୱ ଚା’ ଗଛର ଅଗରୁ ୧ରୁ ୨ ଇଞ୍ଚ ପର୍ଯୟନ୍ତ ଉତ୍ପାଦାନ କରାଯାଏ । ଏହାର କଢ଼ ଓ ପତ୍ରକୁ ଫ୍ଲସ ବୋଲି କହାଯାଏ । ପ୍ରତି ୧୫ ଦିନରେ ଚା’ ଗଛରେ ନୂଆ ଫ୍ଲସ ସୃଷ୍ଟି ହୋଇଥାଏ । [] ଏଠାରେ ଗୋଟିଏ କଥା ଉଲ୍ଲେଖ ଯୋଗ୍ୟ ଯେ, ଚା’ ଚାଷରେ ସବୁବେଳେ ମନ୍ଥରତାକୁ ହିଁ ଗୁରୁତ୍ୱ ପ୍ରଦାନ କରାଯାଏ । ଯେଉଁ ଚା’ ଗଛର ପତ୍ର ଖୁବ ଧୀରେ ଧୀରେ ବଢେ ସେହି ଚା’ର ମୂଲ୍ୟ ଅଧିକ ହୋଇଥାଏ । କାରଣ ଧୀରେ ଧୀରେ ବଢୁଥିବା ଚା’ର ସ୍ୱାଦ ଅଧିକ ବୋଲି ବିଶେଷଜ୍ଞ ମତବ୍ୟକ୍ତ କରନ୍ତି ଓ ଏହା ବହୁ ପରୀକ୍ଷିତ ମଧ୍ୟ । ଗୋଟିଏ ଚା’ ଗଛକୁ ଯଦି ଆଦୌ କଟାନଯାଏ ବା ଏଥିରୁ କଢ଼ ବା ପତ୍ରକୁ ଛିଣ୍ଡା ନ ଯାଏ ତା' ହେଲେ ଏହା ୧୬ ମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ । ମାତ୍ର ଚା’ ତୋଳିବାରେ ଅସୁବିଧା ହେଉଥିବା ହେତୁ ଏହି ଗଛକୁ ଜଣେ ବ୍ୟକ୍ତିର ଅଣ୍ଟା ପର୍ଯ୍ୟନ୍ତ ବଢ଼ିବାକୁ ସୁଯୋଗ ଦିଆଯାଏ । ସେଥିପାଇଁ ଚା’ ଗଛକୁ ଖୁବ ଧୀରେ ଧୀରେ ବଢ଼ିବାକୁ ଛଡାଯାଏ । ଫଳରେ ଚା’ ଗଛରୁ ଉତ୍ପାଦନ ଖୁବ ଦୃତଗତିରେ କରାଯାଇଥାଏ । []

କିମ୍ବଦନ୍ତୀ

[ସମ୍ପାଦନା]

ଚା’ ଆବିଷ୍କାର ସମ୍ପର୍କରେ ଏକ କିମ୍ବଦନ୍ତୀ ଅଛି। ଖ୍ରୀଷ୍ଟପୂର୍ବ ୨୭୩୭ ମସିହାରେ ଚୀନ ଦେଶର ତତକାଳୀନ ସମ୍ରାଟ ସେନ୍ ନୁଙ୍ଗ ଗ୍ରାମାଞ୍ଚଳରେ ବୁଲି ବୁଲି କ୍ଳାନ୍ତି ମେଣ୍ଟାଇବା ପାଇଁ ଜଙ୍ଗଲରେ ଏକ ଗଛମୂଳରେ ବିଶ୍ରାମ ନେଉଥିଲେ। ପାଖରେ ଏକ ମାଟି ପାତ୍ରରେ ଗରମ ପାଣି ଫୁଟୁଥିଲା। ପବନରେ ଉଡିଆସି କେତୋଟି ପତ୍ର ସେ ମାଟି ପାତ୍ର ମଧ୍ୟରେ ପଡ଼ିଲା। ଅଳ୍ପ ସମୟ ମଧ୍ୟରେ ପାଣିରୁ ଯେଉଁ ସୁବାସ ବାହାରିଲା ସମ୍ରାଟଙ୍କୁ ତାହା ବେଶ ଆମୋଦିତ କଲା। ସେଥିରୁ କିଛି ପାଣି ପିଇ ସେ ଏପରି ଆରାମ ଅନୁଭବ କଲେ ଯେ ସେହି ଗଛର ପତ୍ର ତାଙ୍କ ପାଇଁ ଏକ ପାନୀୟରେ ପରିଣତ ହୋଇଗଲା।[][]

ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀ ବେଳକୁ ଚୀନ ଦେଶର ଲୋକ ଚା’କୁ ତାର ଔଷ୍ଧୀୟ ଗୁଣ ଦୃଷ୍ଟିରୁ ବେଶ ପସନ୍ଦ କରୁଥିଲେ। କାଳ କ୍ରମେ ସୁଙ୍ଗ୍ ରାଜବଂଶ ସମୟରେ (୯୬୦-୧୨୮୦ ଖ୍ରୀ.ଅ) ଚା’ ପାଉଡର ସମଗ୍ର ଚୀନ ଦେଶରେ ଏକ ପ୍ରତିଦିନରେ ପାନୀୟରେ ପରିଣତ ହୋଇଗଲା।

ଇତିହାସ

[ସମ୍ପାଦନା]

କହାଯାଏ ଭାରତରେ ଚା' ଏକ ଅତିପୁରୁଣା ପାନୀୟ । ପ୍ରାଚୀନ କାଳରେ ମୁନିଋଷି ତଥା ବଇଦମାନେ ଚା’କୁ ଏକ ଔଷଧ ରୂପେ ବ୍ୟବହାର କରୁଥିଲେ । ଅବଶ୍ୟ ସେତେ ବେଳେ ଏହା ସମସ୍ତଙ୍କ ଲାଗି ଉଦ୍ଦିଷ୍ଟ ଏକ ବିଳାସ ଅଥବା ଅତ୍ୟାବଶ୍ୟକ ପାନୀୟ ନ ଥିଲା । କେହି କେହି ଚା'କୁ ଭାରତର ପ୍ରାଚୀଅନ୍ ପୌରାଣିକ ଗ୍ରନ୍ଥ ରାମାୟଣ ସହିତ ଯୋଡି ଦେଇଥାନ୍ତି । ସେମାନଙ୍କ ମତରେ ଆଜିର ଚା' ହିଁ ରାମାୟଣ ଯୁଅଗରେ ଥିଲା ଦୂର୍ମୁଲ୍ୟ ବିଷଲ୍ୟକରଣୀ, ଯାହାକୁ ନେବାକୁ ଆସି ହନୁମାନ ସମଗ୍ର ପର୍ବତକୁ ଟେକି ନେଇ ପଳେଇଥିଲେ ଲଙ୍କା । ଅବଶ୍ୟ ଏହି ଭଳି କହିବା ପଛରେ କୈଣସି ତଥ୍ୟସିଦ୍ଧ ଯୁକ୍ତି ମିଳିନାହିଁ । ସେଭଳି ଚା' ସହିତ ବିଷଲ୍ୟକରଣୀର କୈଣସି ସମ୍ପର୍କ ନାହିଁ ବୋଲି ଗବେଷକଙ୍କ ସ୍ପଷ୍ଟମତ । ତେବେ ବିଧିବଦ୍ଧ ଭାବରେ ଚା’କେବେ ହେଲା ତାହାର କୈଣସି ପ୍ରମାଣ ମିଳେନାହିଁ । [୧୦] ଭାରତ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ହାତକୁ ଯିବାପରେ ଏଠାରେ ଚା’ର ଆଦର ବଢ଼ିଲା ଓ ଚା’ ବିଶ୍ୱ ବ୍ୟବସାୟରେ ସାମିଲ ହେଲା ବୋଲି କେତେଙ୍କ ମତ । ଆଜିର ଭାରତୀୟଙ୍କ ପାଇଁ ଚା’ ଏକ ଆବଶ୍ୟକ ପାନୀୟରେ ପରିଣତ ହୋଇଛି । ବିଶ୍ୱର ଚା’ ସସ୍କୃତିକୁ ଭାରତର ଅବଦାନ କିଛି କମ ନୁହେଁ । ବିଶ୍ୱର ଯେତେଲୋକ ଚା’ ପାନ କରନ୍ତି ସେମାନକ ମଧ୍ୟରୁ ପ୍ରାୟ ୭୦ ପ୍ରତିଶତ କିମ୍ବା ତଦୂର୍ଦ୍ଧ ହେଉଛନ୍ତି ଭାରତୀୟ । [୧୧] ଭାରତରେ ଦାର୍ଜିଲିଂଆସାମକୁ ଚା’ର ରାଜଧାନୀ ବୋଲି କହାଯାଏ ।

୧୮୨୦ଦଶକର ଆରମ୍ଭରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ଆସାମରେ ପ୍ରଥମେ ଚା' ଚାଷ ଆରମ୍ଭ କରିଥିବା ଇତିହାସ କହେ । ୧୮୨୬ରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ଏହି ଅଞ୍ଚଳକୁ ଅହୋମ୍ ରାଜବଂଶ ରାଜାମାନଙ୍କୁଠାରୁ ହାତକୁ ନେଲା । ୧୮୩୭ ମସିହାରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ଅପର ଆସାମର ବାବୁଆଠାରେ ପ୍ରଥମେ ଚ' ବଗିଚା ତିଆରି କଲା । ୧୮୪୦ରେ ଆରମ୍ଭ ହେଲା କମ୍ପାନୀର ଚା' ବ୍ୟବସାୟ । ୧୮୫୦ବେଳକୁ ଆସାମ ସହିତ ଆଉ କେତେକ ଅଞ୍ଚଳକୁ ଚା' ଚାଷ ବେଶ ଦ୍ରୁତଗତିରେ ବ୍ୟାପିଯାଇଥିଲା । ତଥ୍ୟ ଅନୁଯାୟୀ , ଭାରତ ହେଉଛି ଚା' ଉତ୍ପାଦନ କ୍ଷେତ୍ରରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ରାଷ୍ଟ୍ର । [୧୨][୧୩][୧୪]

ଜାପାନ

[ସମ୍ପାଦନା]

ଚୀନ ଦେଶରୁ ଯାଇ ପ୍ରଥମେ ଚା’ ପହଞ୍ଚିଲା ଜାପାନ ରେ। ବୌଦ୍ଧ ଭିକ୍ଷୁମାନେ ଚୀନରୁ ଚା’ ମଞ୍ଜି ନେଇ ଜାପାନର ବିଭିନ୍ନ ସ୍ଥାନରେ ଲଗାଇଲେ ଏବଂ ଚା’ ଜାପାନର ଧର୍ମ ଓ ସଂସ୍କୃତିରେ ମିଶିଗଲା। ଚା’ ଜାପାନର ସାଂସ୍କୃତିକ ଜୀବନରେ ଏକ ପ୍ରଧାନ ସ୍ଥାନ ଅଧିକାର କଲା। ଜାପାନର ଚା’ ଉତ୍ସବ ପ୍ରଧାନ। ଅତିଥିମାନଙ୍କୁ ଗୃହକୁ ଆମନ୍ତ୍ରଣ କରାଯାଇ ଏକ ଚା’ ଉତ୍ସବ ପାଳନ କରାଯାଏ। ଗୃହକୁ ଅତିଥି ଆସିଲେ ପ୍ରଥମେ ଚା’ ଦିଆଯାଏ ଏବଂ ତାହା ହେଉଛି ଗରମ ପାଣିରେ ପଡ଼ିଥିବା ଏକ ସବୁଜ ପତ୍ର ,ଯାହା ବେଶ ଆରାମଦାୟକ ଓ ବାସନାଯୁକ୍ତ ପାନୀୟ ହୋଇଥାଏ।[୧୫][୧୬]

ଆସାମ ଚା’ର ଦେଶ ହେଇଥିଲେ ମଧ୍ୟ ସେଠାରେ ଚା’ର ପ୍ରକୃତ ଆବିଷ୍କାର ହେଲା ୧୮୨୩ ମସିହାରେ। ସ୍କଟଲାଣ୍ଡର ରବର୍ଟ ବ୍ରୁସ୍ ନାମରେ ଜଣେ ବ୍ୟକ୍ତି ଆସାମର ଦିବ୍ରୁଗଡ଼ ଜିଲ୍ଲାର ଏକ ଅଞ୍ଚଳରେ ବହୁ ସଂଖ୍ୟାରେ ଦିବ୍ରୁଗଡ଼ ଗଛ ଦେଖି ସ୍ତମ୍ଭୀଭୁତ ହୋଇଯାଇଥିଲେ।[୧୭] ତାଙ୍କର ସନ୍ଦେହ ମୋଚନ ପାଇଁ ସେ କଲିକତାର ଇଷ୍ଟ ଇଣ୍ଡିଆ କମ୍ପାନୀକୁ ଗଛ ପତ୍ରକୁ ପରୀକ୍ଷା ପାଇଁ ପଠେଇଲେ ଏବଂ ତାହା ଚା’ ବୋଲି ପ୍ରମାଣିତ ହେଲା। କିନ୍ତୁ ପ୍ରକୃତରେ ଆସାମର ସିଙ୍ଗ ପୋ ଜନଜାତିର ଲୋକ ବହୁକାଳ ଧରି ଚା’କୁ ଏକପାନୀୟ ଏବଂ ଔଷଧ ରୂପେ ବ୍ୟବହାର କରୁଥିଲେ। ହୁଏତ ହଜାର ହଜାର ବର୍ଷ ଧରି। କିନ୍ତୁ ତାହା ଲୋକଲୋଚନକୁ ଆସି ପାରିନ ଥିଲା। ପ୍ରକୃତରେ ଏହାକୁ ଲୋକଲୋଚନକୁ ଆଣିବାର ବ୍ୟକ୍ତିହେଲେ ଆସାମର ଜଣେ ପ୍ରସିଦ୍ଧ ଦେଶପ୍ରେମୀ ମଣିରାମ ଦତ୍ତବରୁଆ, ଯିଏ କି ମଣିରାମ ଦିୱ୍ଆନ ରୂପେ ପ୍ରସିଦ୍ଧ ଥିଲେ। [୧୮] ମଣିରାମ ଥିଲେ ବ୍ରିଟିଶ ଶାସକ ଓ ଜନଜାତି ମଧ୍ୟରେ ଏକ ମାଧ୍ୟମ ବା ସମ୍ପର୍କ ରକ୍ଷକ। କମ୍ପାନୀ ଚୀନ ଦେଶରୁ ଚା’ ମଗାଉଥିବା ଦେଖି ଆସାମରେ ହେଉଥିବା ଚା’ ପ୍ରତି ସେ ରବର୍ଟ ବ୍ରୁସ୍ ଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ତାଙ୍କୁ ସିଙ୍ଗ ପୋ ଜନଜାତିର ମୂଖ୍ୟଙ୍କ ସହ ପରିଚିତ କରାଇ କିପରି ସେ ଅଞ୍ଚଳରେ ଜଙ୍ଗଲ ପରି ଚା’ ଗଛ ବଢୁଚି ତାହା ଦେଖାଇଥିଲେ।

ତିଆରି ପଦ୍ଧତି

[ସମ୍ପାଦନା]
ଚାହା ଗ୍ଲାସ ।

ନାଲି ଚା'

[ସମ୍ପାଦନା]

ନାଲି ଚାହା ତିଆରି କରିବା ପାଇଁ ଗୋଟିଏ ପାତ୍ରରେ କିଛି ପାଣି, ଆବଶ୍ୟକ ଅନୁସାରେ ଚିନି ଏବଂ ଚାହା ପତି ସ‌ହ ସାମାନ୍ୟ ଅଦା କିମ୍ବା ଗୋଲମରିଚ ପକାଇ ଗରମ କରାଯାଏ । ଏହା ଗରମ ହୋଇ ଫୁଟିବା ପରେ ଛାଙ୍କିଦିଆଯାଏ ।

କ୍ଷୀର ଚାହା

[ସମ୍ପାଦନା]

କ୍ଷୀର ଚାହା ପ୍ରସ୍ତୁତ କରିବା ପାଇଁ ପାତ୍ରରେ କ୍ଷୀର ଏବଂ ଆବଶ୍ୟକ ଅନୁସାରେ ଚିନି, ଚାହା ପତିକୁ ପକାଇ ଦେଇ ଗରମ କରାଯାଏ । ଏହା ଫୁଟିବା ପରେ ଚାହା ଛଙ୍କାରେ ଛାଙ୍କାଯାଏ ।

ଚା’ର ଅନେକ ଔଷଧୀୟ ଗୁଣ ଅଛି -ବିଶେଷ ଭାବରେ ଏହାର ରୋଗ ନିରୋଧକ ଗୁଣ (antioxidant)। ଚା’ ପତ୍ରରେ ସାତଶହ ପ୍ରକାରର ରାସାୟନିକ ଗୁଣ ରହିଛି। ଆମିନୋଏସିଡ , ଭିଟାମିନ୍ -ସି, ଇ ଓ କେ କାଫିନ ଆଦି। ନିୟମିତ ଚା’ ପାନଦ୍ୱାରା ରକ୍ତଚାପ ନିୟନ୍ତ୍ରିତ ହୁଏ। ହୃଦରୋଗ ,ବହୁମୁତ୍ର , ଗଣ୍ଠିବାତ ଆଦି ରୋଗ ଏପରିକି ଦନ୍ତରୋଗରେ ମଧ୍ୟ ଚା’କୁ ଏକ ପ୍ରତିଷେଧକ ରୂପେ ଗ୍ରହଣ କରାଯାଉଛି।[୧୯] କିନ୍ତୁ ଆମେ ଦୁଗ୍ଧ ଓ ପ୍ରଚୁର ପରିମାଣର ଚିନି ମିଶାଇ ଯେପରି ଚା’ ପିଉଛୁ ତାହା ଚା’ର ଗୁଣକୁ ବିଶେଷ ଭାବରେ ନଷ୍ଟ କରିଦେଉଛି। ଖାଲିଅ ଗରମ ପାଣିରେ ଫୁଟାହେଇଥିବା ଚା’ ପିଇଲେ ତାହା ବେଶ ଲାଭଦାୟୀ।

ପ୍ରତ୍ୟେକ ମଣିଷ ପାଇଁ ଚା’ ଏକ ଉପଯୋଗୀ ପାନୀୟ । ତଥ୍ୟ ଅନୁଯାୟୀ ,ଏଥିରେ ରହିଛି ଅତିକମରେ ୭୦୦ ପ୍ରକାରର ସ୍ୱାଥ୍ୟନୁକୂଳିତ କେମିକାଲ୍ସ ବା ରସାୟନ । ସେଥି ମଧରୁ ଆମିନୋ ଏସିଡ, ଭିଟାମିନ (ସି,ଇ ଏବଂ କେ) ,କ୍ୟାଫେଇନ ଏବଂ ପଲିସାକାରାଇଡ୍ସ ଇତ୍ୟାଦି ଅନ୍ୟତମ । ସମ୍ପ୍ରତି ଚା’ ପାନୀୟକୁ ଧ୍ୟାନ ତଥା ଯୋଗ ସହିତ ଯୋଡି ଦିଆଯାଇଛି । ମଣିଷ ଶରୀରର ସେଲ୍-ମେଡିଏଟେଦ୍ ଇମ୍ୟୁନୁ ଫଙ୍କସନରେ ଚା’ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଗବେଷକଙ୍କ ଦୃଢ଼ମତ । ମଣିଷ ପାକସ୍ଥଳୀର ଅନ୍ତ୍ର ସମସ୍ୟାକୁ ଦୂର କରିବାରେ ଚା’ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ସେହି ଭଳି ନିୟମିତ ଚା’ ପିଇବାଦ୍ୱାରା ଶରୀରର ରକ୍ତଚାପ ସ୍ୱାଭାବିକ ରହିବା ସହିତ ଲିପିଡ୍ ଡିପ୍ରେସିଂ ଆକ୍ଟିଭିଟିକୁ ମଧ୍ୟ ସନ୍ତୁଳିତ କରିଥାଏ । ଏହା ରକ୍ତ ଶର୍କରାର ସକ୍ରିୟତାକୁ ହ୍ରାସକରି ଉଭୟ କରୋନାରୀ ହାର୍ଟ୍ ଡିଜିଜ୍ ଏବଂ ମଧୁମେହର ଆଶଙ୍କାକୁ କମ କରିଥାଏ । ଉଭୟ ଗ୍ରୀନ୍ ଏବଂ ବ୍ଲାକ୍ ଚା’କୁ ଆଣ୍ଟିଅକ୍ସିଡାଣ୍ଟ ବୋଲି କହାଯାଏ । [୨୦]

ଗ୍ରୀନଟି ସେବନ କରିବାଦ୍ୱାରା ଏଥିରେ ଥିବା ଭିଟାମିନ - ସି ଏବଂ ଅନ୍ୟ ଆଣ୍ଟିଅକ୍ସିଡାଣ୍ଟ ଶରୀରରେ ଫ୍ରୀ - ରାଡିକାଲ୍ସକୁ ନଷ୍ଟ କରେ । ଫଳରେ ପ୍ରତିରକ୍ଷା ତନ୍ତ୍ର ସୁଦୃଢ ରହେ । ଦିନରେ ୩/୪ ଥର ଏହାକୁ ସେବନ କଲେ ଶରୀର ରୋଗମୁକ୍ତ ହୁଏ । ଏହାବ୍ୟତୀତ ଶରୀରରେ ଥିବା କ୍ୟାନ୍‌ସର ସେଲ୍ ବୃଦ୍ଧିକୁ ଏହା ରୋକିଥାଏ । ଏହାକୁ ନିୟମିତ ପାନକଲେ ପାଚନ ନଳୀ ଏବଂ ମୁତ୍ରାଶୟ କ୍ୟାନ୍‌ସରର ସମ୍ଭାବନା ହ୍ରାସ ପାଇଥାଏ । ଛଣା ଚା'ଠାରୁ ଗ୍ରୀନଟି ଅଧିକ ଉପାଦେୟ । ଏହାଦ୍ୱାରା ଶରୀରରେ କୋଲେଷ୍ଟରଲର ମାତ୍ରା ସନ୍ତୁଳିତ ରହିଥାଏ । ଏଥିସହ ଷ୍ଟୋକ୍‌ର ଆଶଙ୍କା କମ୍ ହୁଏ ।

ଶିଳ୍ପ

[ସମ୍ପାଦନା]

ଚା’ ଶିଳ୍ପ ଏପରି ଲାଭ ଦାୟକ ଯେ ଟାଟା, ବିର୍ଲା ଆଦି ଭାରତ ବର୍ଷର ବଡ଼ ବଡ଼ କମ୍ପାନୀମାନେ ଚା’ କ୍ଷେତ୍ରରେ ପ୍ରବେଶ କରିଛନ୍ତି । ଏବେ ଅନେକ ଅସମୀୟଙ୍କର ମଧ୍ୟ ଚା’ ବଗିଚା ରହିଛି । ଓଡ଼ିଶା ହାଇକୋର୍ଟର ପୂର୍ବତନ ମୂଖ୍ୟ ବିଚାରପତି ଫୁଜନ ଏମାନଙ୍କ ମଧ୍ୟରେ ଜଣେ । ବଡ଼ ବଡ଼ ଚା’ ବଗିଚା ଛଡା ବହୁ ଛୋଟ ଛୋଟ ଚା’ ବଗିଚା ଆସାମରେ ଗଢ଼ି ଉଠିଛି । ରାଜ୍ୟର ଶିଳ୍ପ ବିଭାଗର ପ୍ରକାଶିତ ଏକ ସର୍ଭେ ଅନୁଯାୟୀ ଛୋଟ ଛୋଟ ଚା’ ମାଲିକଙ୍କ ସଂଖ୍ୟା ହେଉଛି ୬୮୪୬୫ ଏବଂ ସେମାନେ ଆସାମର ମୋଟ ଚା’ର ଶତକଡା ୨୫ ଭାଗ ଉତ୍ପାଦନ କରନ୍ତି ।

ଗ୍ୟାଲେରି

[ସମ୍ପାଦନା]
  1. "Tea". Encarta. Archived from the original on 2008-03-08. Retrieved 2008-07-23.
  2. http://wals.info/chapter/138
  3. ପୌରୁଷ ପତ୍ରିକା
  4. "Camellia Sinensis". Purdue University Center for New Crops and Plants Products. Retrieved 2010-10-26.
  5. Pruess, Joanna (2006). Tea Cuisine: A New Approach to Flavoring Contemporary and Traditional Dishes. Globe Pequot. ISBN 1-59228-741-7.
  6. Elizabeth S. Hayes (1980). Spices and Herbs: Lore and Cookery. Courier Dover Publications. p. 74. ISBN 0-486-24026-6. Retrieved 2008-09-20.
  7. Britannica Tea Cultivation. Retrieved June 2007.
  8. "ଆର୍କାଇଭ୍ କପି". Archived from the original on 2002-08-03. Retrieved 2012-09-27. {{cite web}}: Cite has empty unknown parameter: |1= (help)
  9. "ଆର୍କାଇଭ୍ କପି". Archived from the original on 2012-11-14. Retrieved 2012-09-27. {{cite web}}: Cite has empty unknown parameter: |1= (help)
  10. Ganeshaiah, K. N. (2009-08), "In search of Sanjeevani" (PDF), Current Science, 97 (4), retrieved 2010-11-17 {{citation}}: |first2= missing |last2= (help); |first3= missing |last3= (help); Check date values in: |date= (help)
  11. "ଆର୍କାଇଭ୍ କପି". Archived from the original on 2013-01-16. Retrieved 2012-12-07. {{cite web}}: Cite has empty unknown parameter: |1= (help)
  12. http://www.toptenofcity.com/commerce/top-10-largest-tea-producing-countries-2011.html
  13. "ଆର୍କାଇଭ୍ କପି". Archived from the original on 2013-01-06. Retrieved 2012-12-07. {{cite web}}: Cite has empty unknown parameter: |1= (help)
  14. Adivasis in Assam http://www.indiatogether.org/2008/may/soc-assamadi.htm
  15. "ଆର୍କାଇଭ୍ କପି". Archived from the original on 2012-09-27. Retrieved 2012-09-27. {{cite web}}: Cite has empty unknown parameter: |1= (help)
  16. "ଆର୍କାଇଭ୍ କପି". Archived from the original on 2012-12-16. Retrieved 2012-09-27. {{cite web}}: Cite has empty unknown parameter: |1= (help)
  17. http://www.kew.org/plant-cultures/plants/tea_history_assam_tea.html
  18. "ଆର୍କାଇଭ୍ କପି". Archived from the original on 2012-03-28. Retrieved 2012-09-27. {{cite web}}: Cite has empty unknown parameter: |1= (help)
  19. http://www.ivillage.com/top-10-health-benefits-drinking-tea/4-a-108301
  20. http://en.wikipedia.org/wiki/Tea_processing

ବାହାର ତଥ୍ୟ

[ସମ୍ପାଦନା]

ଉଇକିମିଡ଼ିଆ କମନ୍ସରେ Tea-ସମ୍ପର୍କିତ ମିଡ଼ିଆ