ଚର୍ବିଳ ଯକୃତ ରୋଗ

ଉଇକିପିଡ଼ିଆ‌ରୁ
Fatty liver
Hepatic steatosis
ବିଭାଗGastroenterology
ଲକ୍ଷଣNone, tiredness, pain in the upper right side of the abdomen[୧][୨]
କାରଣAlcohol, diabetes, obesity[୩][୧]
ରୋଗ ନିର୍ଣ୍ଣୟ ପଦ୍ଧତିBased on the medical history supported by blood tests, medical imaging, liver biopsy[୧]
ସଠିକ ରୋଗ ନିର୍ଣ୍ଣୟViral hepatitis, Wilson disease, primary sclerosing cholangitis[୩]
ଚିକିତ୍ସାNo alcohol, weight loss[୩][୧]
PrognosisGood if treated early[୩]
ପୁନଃପୌନିକNAFLD: 30% (Western countries)[୨]
ALD: >90% of heavy drinkers[୪]

ଚର୍ବିଳ ଯକୃତ ରୋଗ ବା ଏଫଏଲଡି ଅନ୍ୟ ନାମ ହେପାଟିକ ସ୍ଟିଆଟୋସିସ (ଇଂରାଜୀ ଭାଷାରେ Fatty liver disease/ FLD ) ଏକ ଅବସ୍ଥା ଯେଉଁଥିରେ ଯକୃତରେ ଅତ୍ୟଧିକ ଚର୍ବି ସୃଷ୍ଟି ହୁଏ | [୧] ଏହି ରୋଗର ପ୍ରାୟ କୌଣସି ଲକ୍ଷଣ ନଥାଏ ବା ସାମାନ୍ୟ କିଛି ଲକ୍ଷଣ ଦେଖାଯାଏ | [୧] [୨] ବେଳେ ବେଳେ ପେଟର ଉପର ଡାହାଣ ପାର୍ଶ୍ୱରେ ଥକ୍କା ଅନୁଭବ କିମ୍ବା ଯନ୍ତ୍ରଣା ହୋଇପାରେ | [୧] ରୋଗ ଜଟିଳ ହେଲେ ସିରୋସିସ୍, ଯକୃତ କର୍କଟ ଏବଂ ଏସୋଫେଜିଆଲ ଭାରିସେସ ହୋଇପାରେ । [୧] [୩]

ଦୁଇ ପ୍ରକାରର ଚର୍ବିଳ ଯକୃତ ରୋଗ ଅଛି ଅଣ-ମଦ୍ୟପାନ ଯକୃତ ରୋଗ (NAFLD) ଏବଂ ମଦ୍ୟପାନ ଜନିତ ଯକୃତ ରୋଗ | [୧] ସରଳ ଚର୍ବି ଯକୃତ ଏବଂ ଅଣ-ମଦ୍ୟପାନ ସ୍ଟିଆଟୋହେପାଟାଇଟିସ (NASH) ଯୋଗୁ ଦ୍ୱିତୀୟଟି ତିଆରି ହୁଏ | [୫] [୧] ପ୍ରାଥମିକ ସଙ୍କଟ ମଧ୍ୟରେ ମଦ୍ୟପାନ, ମଧୁମେହ ଟାଇପ ୨ ଏବଂ ମେଦ ବ‌ହୁଳତା ଯୋଗୁ ହୁଏ । [୩] [୧] ଅନ୍ୟାନ୍ୟ ବିପଦ କାରଣଗୁଡ଼ିକ ମଧ୍ୟରେ ହେପାଟାଇଟିସ୍ ସି ଏବଂ ଗ୍ଲୁକୋକର୍ଟିକଏଡ ଭଳି କେତେକ ଔଷଧ ଅନ୍ତର୍ଭୁକ୍ତ। [୧] ଉକ୍ତ ଦୁଇ ପ୍ରକାର ରୋଗର କାରଣ ଅସ୍ପଷ୍ଟ ରହିଛି | [୧] ରୋଗ ଇତିହାସ, ରକ୍ତ ପରୀକ୍ଷା, ଡାକ୍ତରୀ ଇମେଜିଙ୍ଗ ଏବଂ ବେଳେବେଳେ ଯକୃତ ବାୟୋପ୍ସି କରି ରୋଗ ନିର୍ଣ୍ଣୟ କରାଯାଏ । [୧]

ଚର୍ବିଳ ଯକୃତ ରୋଗରେ ଆକ୍ରାନ୍ତ ବ୍ୟକ୍ତିମାନେ ମଦ୍ୟପାନ ନକରିବାକୁ ପରାମର୍ଶ ଦିଆଯାଏ । [୩] [୨] ଅଣ-ମଦ୍ୟପାନ ଯକୃତ ରୋଗ ଚିକିତ୍ସାରେ ସାଧାରଣତଃ ଖାଦ୍ୟପେୟ ପରିବର୍ତ୍ତନ ଏବଂ ବ୍ୟାୟାମଦ୍ୱାରା ଓଜନ ହ୍ରାସ କରିବାକୁ ଉପଦେଶ ଦିଆଯାଏ | [୧] ଗୁରୁତର ଭାବରେ ପ୍ରଭାବିତ ରୋଗୀଙ୍କର ଯକୃତ ପ୍ରତିରୋପଣ ଏକ ବିକଳ୍ପ ହୋଇପାରେ। [୧] ଅତ୍ୟଧିକ ମଦ୍ୟପାନକାରୀଙ୍କ ମଧ୍ୟରୁ ୯୦%ରୁ ଅଧିକ ଲୋକଙ୍କର ଚର୍ବିଳ ଯକୃତ ରୋଗ ହେଉଥିଲା ବେଳେ ପ୍ରାୟ ୨୫% ଲୋକ ଗୁରୁତର ମଦ୍ୟପାନ ଜନିତ ଯକୃତ ପ୍ରଦାହ ରୋଗରେ ଆକ୍ରାନ୍ତ ହୁଅନ୍ତି । [୪] ଅଣ-ମଦ୍ୟପାନ ଯକୃତ ରୋଗ ପାଶ୍ଚାତ୍ୟ ଦେଶର ପ୍ରାୟ ୩୦% ଲୋକଙ୍କୁ ଏବଂ ଏସିଆର ପ୍ରାୟ ୧୦% ଲୋକଙ୍କୁ ପ୍ରଭାବିତ କରିଥାଏ | [୨] ଯୁକ୍ତରାଷ୍ଟ୍ରରେ ପ୍ରାୟ ୧୦% ପିଲାଙ୍କରଏହି ରୋଗ ହୁଏ | [୧] ଏହା ବୟସ୍କ ବ୍ୟକ୍ତି ଏବଂ ପୁରୁଷମାନଙ୍କଠାରେ ଅଧିକ ଦେଖାଯାଏ | [୬] [୩]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ "Nonalcoholic Fatty Liver Disease & NASH". National Institute of Diabetes and Digestive and Kidney Diseases. November 2016. Retrieved 7 November 2018.
  2. ୨.୦ ୨.୧ ୨.୨ ୨.୩ ୨.୪ Singh, S; Osna, NA; Kharbanda, KK (28 September 2017). "Treatment options for alcoholic and non-alcoholic fatty liver disease: A review". World Journal of Gastroenterology. 23 (36): 6549–6570. doi:10.3748/wjg.v23.i36.6549. PMC 5643281. PMID 29085205.{{cite journal}}: CS1 maint: unflagged free DOI (link)
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ Antunes, C; Azadfard, M; Gupta, M (January 2019). "Fatty Liver". PMID 28723021. {{cite journal}}: Cite journal requires |journal= (help)
  4. ୪.୦ ୪.୧ Basra, Sarpreet (2011). "Definition, epidemiology and magnitude of alcoholic hepatitis". World Journal of Hepatology. 3 (5): 108–113. doi:10.4254/wjh.v3.i5.108. PMC 3124876. PMID 21731902.{{cite journal}}: CS1 maint: unflagged free DOI (link)
  5. Iser, D; Ryan, M (July 2013). "Fatty liver disease—a practical guide for GPs". Australian Family Physician. 42 (7): 444–7. PMID 23826593.
  6. Iser, D; Ryan, M (July 2013). "Fatty liver disease—a practical guide for GPs". Australian Family Physician. 42 (7): 444–7. PMID 23826593.