ଅଣ-ମଦ୍ୟପାୟୀ ଚର୍ବିଳ ଯକୃତ ରୋଗ

ଉଇକିପିଡ଼ିଆ‌ରୁ
(Non-alcoholic fatty liver diseaseରୁ ଲେଉଟି ଆସିଛି)
Non-alcoholic fatty liver disease
NAFLD, metabolic (dysfunction) associated fatty liver disease (MAFLD)[୧]
Stages of non-alcoholic fatty liver disease, progressing from healthy, to steatosis (fat accumulation), fibrosis, and cirrhosis.
ବିଭାଗHepatology
ଲକ୍ଷଣNone, right upper abdominal pain, tiredness[୨]
ଅବଧିLong-term[୩]
କାରଣGenetic and environmental[୪]
ବିପଦ କାରକObesity, type 2 diabetes mellitus, metabolic syndrome[୫][୬]
ରୋଗ ନିର୍ଣ୍ଣୟ ପଦ୍ଧତିMedical imaging or liver biopsy after ruling out other potential causes[୭][୮]
ସଠିକ ରୋଗ ନିର୍ଣ୍ଣୟAlcoholic liver disease, hepatitis C, Reye syndrome[୮]
ଚିକିତ୍ସାWeight loss (diet and exercise)[୨]
ପୁନଃପୌନିକ25% of global population[୯]
ମୃତ୍ୟୁ ସାନ୍ଦ୍ରତାNAFLD: 1.2% risk per year[୧୦]
NASH: 2.6% risk per year[୧୧]

ଅଣ-ମଦ୍ୟପାୟୀ ଚର୍ବିଳ ଯକୃତ ରୋଗରେ (ଇଂରାଜୀ ଭାଷାରେ Non-alcoholic fatty liver disease/ NAFLD) ସାଧାରଣତଃ ମଦ୍ୟପାନ ଭଳି କୌଣସି ସ୍ପଷ୍ଟ କାରଣ ନ ଥାଇ ଯକୃତରେ ଚର୍ବି ବା ଫ୍ୟାଟ ଜମିଯାଏ । [୮] [୨] ଏହି ରୋଗ ଦୁଇ ପ୍ରକାର ଅଛି; ଅଣ-ମଦ୍ୟପାୟୀ ଚର୍ବିଳ ଯକୃତ ( NAFL ) ଏବଂ ଅଣ-ମଦ୍ୟପାୟୀ ଷ୍ଟିଏଟୋହେପାଟାଇଟିସ (NASH) ସହିତ ଯକୃତ ପ୍ରଦାହ ଅନ୍ତର୍ଭୁକ୍ତ ଥାଏ | [୨] ପ୍ରଥମ ରୋଗ ଅପେକ୍ଷାକୃତ କମ୍ ବିପଜ୍ଜନକ ଏବଂ ସାଧାରଣତଃ ଦ୍ୱିତୀୟ ପ୍ରକାରକୁ ଗତି କରେନି କିମ୍ବା ଯକୃତ ସିରୋସିସ୍‌କୁ ଅଗ୍ରଗତି କରେ ନାହିଁ | [୨] ଅଣ-ମଦ୍ୟପାୟୀ ଷ୍ଟିଏଟୋହେପାଟାଇଟିସ ରୋଗ ସିରୋସିସ୍, ଯକୃତ କର୍କଟ କିମ୍ବା ଯକୃତ ବିଫଳତାର କାରଣ ହୋଇପାରେ | [୨] ଉଭୟ ପ୍ରକାର ରୋଗ ହୃଦରକ୍ତନାଳୀ ରୋଗ ସହିତ ଜଡ଼ିତ ଥାଏ | [୧୨]

ମେଦବ‌ହୁଳତା ଏବଂ ମଧୁମେହ ଟାଇପ ୨ ଏହି ରୋଗର ସବୁଠାରୁ ଶକ୍ତିଶାଳୀ ବିପଦ କାରକ | [୫] ଅନ୍ୟାନ୍ୟ ସଙ୍କଟ କାରଖ ମଧ୍ୟରେ ଅଧିକ ଔଜନ, ଡିସଲିପିଡେମିଆ, ଉଚ୍ଚ ରକ୍ତଚାପ, ଅଧିକ ରକ୍ତ ଶର୍କରା ଏବଂ ଉଦର ମୋଟାପଣ ହୋଇପାରେ; ଲକ୍ଷଣଗୁଡିକର ଏକ ଗୋଷ୍ଠୀ ମେଟାବୋଲିକ ସିଣ୍ଡ୍ରୋମ ଭାବରେ ଜଣାଶୁଣା | [୫] [୭] ଚର୍ବିଳ ଯକୃତ ରୋଗର ଅନ୍ୟାନ୍ୟ ସମ୍ଭାବ୍ୟ କାରଣକୁ ବାଦ ଦେବା ପରେ ଡାକ୍ତରୀ ଇମେଜିଙ୍ଗ କିମ୍ବା ଯକୃତର ନମୁନା ପରୀକ୍ଷା କରି ଏହି ରୋଗ ନିର୍ଣ୍ଣୟ କରାଯାଇପାରେ। [୭] [୮]

ଅଣ-ମଦ୍ୟପାୟୀ ଚର୍ବିଳ ଯକୃତ ରୋଗର ଚିକିତ୍ସାରେ ଖାଦ୍ୟର ପରିବର୍ତ୍ତନ ଏବଂ ବ୍ୟାୟାମଦ୍ୱାରା ଧୀରେ ଧୀରେ ଓଜନ ହ୍ରାସ କରାଯାଏ । [୨] ଔଷଧର ଆବଶ୍ୟକତା ପାଇଁ କୌଣସି ପ୍ରମାଣ ନଥିବାବେଳେ ପାୟୋଗ୍ଲିଟାଜୋନ ଏବଂ ଜୀବସାର ଙ (ଭିଟାମିନ ଇ) ବ୍ୟବ‌ହାର ପାଇଁ ସମର୍ଥନ ଅଛି | [୨] ବାରିଆଟ୍ରିକ ଅସ୍ତ୍ରୋପଚାର କରି ଗୁରୁତର ମାମଲାଗୁଡ଼ିକର ଉନ୍ନତି କିମ୍ବା ସମାଧାନ କରାଯାଇପାରେ | [୧୩] [୧୪] ଯୁକ୍ତରାଷ୍ଟ୍ରରେ୨୦୧୭ ମସିହା ସୁଦ୍ଧା ଅଣ-ମଦ୍ୟପାୟୀ ଷ୍ଟିଏଟୋହେପାଟାଇଟିସ ରୋଗ ଯକୃତ ପ୍ରତିରୋପଣର ଦ୍ୱିତୀୟ ସାଧାରଣ କାରଣ ଥିଲା | [୧୫] ଏହି ରୋଗରେ ପ୍ରତିବର୍ଷ ୧.୨% ଲୋକଙ୍କର ମୃତ୍ୟୁ ହେବା ଆଶଙ୍କା ଥିବାବେଳେ ଅଣ-ମଦ୍ୟପାୟୀ ଷ୍ଟିଏଟୋହେପାଟାଇଟିସ ଥିବା ଲୋକଙ୍କ ମୃତ୍ୟୁ ଆସଙ୍କା ୨.୬% ଅଟେ | [୧୧] ଏହା ୟୁରୋପ ଏବଂ ଆମେରିକାରେ କ୍ରନିକ ବା ସ୍ଥାୟୀ ଯକୃତ ରୋଗର ମୁଖ୍ୟ କାରଣ ଅଟେ | [୧୬]

ଏହି ରୋଗ ବିଶ୍ୱର ସବୁଠାରୁ ସାଧାରଣ ଯକୃତ ରୋଗ ଅଟେ ଯାହା ପ୍ରାୟ ୨୬% ଜନସଂଖ୍ୟାକୁ ପ୍ରଭାବିତ କରିଥାଏ | [୯] ମଧ୍ୟ ପୂର୍ବରେ ପ୍ରାୟ ୩୨% , ଦକ୍ଷିଣ ଆମେରିକାରେ ୩୦% , ଏସିଆରେ ୨୭% , ଉତ୍ତର ଆମେରିକା ଏବଂ ୟୁରୋପରେ ୨୪% ଏବଂ ଆଫ୍ରିକାରେ ୧୩% ରହିଛି । [୯] ଅଧିକ ମେଦବହୁଳ ଲୋକଙ୍କର୯୦%, ମଧୁମେହ ଟାଇପ ୨ ଥିବା ଲୋକଙ୍କର ୬୦%ରୁ ଅଧିକ ଏବଂ ସାଧାରଣ ଓଜନ ଥିବା ଲୋକଙ୍କ ମଧ୍ୟରେ ୨୦% ଲୋକ ଏହି ରୋଗରେ ପୀଡ଼ିତ ହୁଅନ୍ତି | [୧୭] ପିଲାମାନଙ୍କ ହାର ୧୦%ରୁ ଅଧିକ ଅଟେ | [୪] ସାରା ବିଶ୍ୱରେ ପ୍ରାୟ 4% ଲୋକଙ୍କୁ ଅଣ-ମଦ୍ୟପାୟୀ ଷ୍ଟିଏଟୋହେପାଟାଇଟିସ ପ୍ରଭାବିତ କରିଥାଏ | [୧୮] ବୟସ ବୃଦ୍ଧି ସହିତ ଏହି ରୋଗ ଅଧିକ ସାଧାରଣ ହୋଇଯାଏ | [୧୮] ଏହାର ପ୍ରଥମ ବର୍ଣ୍ଣନା ୧୯୮୦ ମସିହାରେ ହୋଇଥିଲା [୭] ଆମେରିକା ୨୦୧୬ ମସିହାରେ ଆର୍ଥିକ କ୍ଷତି ୧୦୩ ବିଲିଅନ ଡଲାର ହୋଇଥିଲା | [୧୯]  

ଆଧାର[ସମ୍ପାଦନା]

  1. Eslam, M; Sanyal, AJ; George, J; an international consensus panel. (7 February 2020). "MAFLD: A consensus-driven proposed nomenclature for metabolic associated fatty liver disease". Gastroenterology. 158 (7): 1999–2014.e1. doi:10.1053/j.gastro.2019.11.312. PMID 32044314.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "Nonalcoholic Fatty Liver Disease & NASH". National Institute of Diabetes and Digestive and Kidney Diseases. 7 November 2018. Retrieved 2 April 2020.
  3. Lim, S; Taskinen, MR; Borén, J (April 2019). "Crosstalk between nonalcoholic fatty liver disease and cardiometabolic syndrome". Obesity reviews : an official journal of the International Association for the Study of Obesity. 20 (4): 599–611. doi:10.1111/obr.12820. PMID 30589487.
  4. ୪.୦ ୪.୧ Kudaravalli, P; John, S (January 2021). "Nonalcoholic Fatty Liver". PMID 31082077. {{cite journal}}: Cite journal requires |journal= (help)
  5. ୫.୦ ୫.୧ ୫.୨ Wong VW, Chan WK, Chitturi S, Chawla Y, Dan YY, Duseja A, et al. (January 2018). "Asia-Pacific Working Party on Non-alcoholic Fatty Liver Disease guidelines 2017-Part 1: Definition, risk factors and assessment". Journal of Gastroenterology and Hepatology (Professional society guidelines). 33 (1): 70–85. doi:10.1111/jgh.13857. PMID 28670712.
  6. Iser D, Ryan M (July 2013). "Fatty liver disease--a practical guide for GPs". Australian Family Physician. 42 (7): 444–7. PMID 23826593.
  7. ୭.୦ ୭.୧ ୭.୨ ୭.୩ ଆଧାର ଭୁଲ: ଅଚଳ <ref> ଚିହ୍ନ; AFP2013 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  8. ୮.୦ ୮.୧ ୮.୨ ୮.୩ "DB92 Non-alcoholic fatty liver disease". WHO. WHO. 18 June 2018. Retrieved 2 October 2019.
  9. ୯.୦ ୯.୧ ୯.୨ Marjot, T; Moolla, A; Cobbold, JF; Hodson, L; Tomlinson, JW (January 2020). "Nonalcoholic Fatty Liver Disease in Adults: Current Concepts in Etiology, Outcomes, and Management". Endocrine Reviews. 41 (1): bnz009. doi:10.1210/endrev/bnz009. PMID 31629366.
  10. Chalasani N, Younossi Z, Lavine JE, Charlton M, Cusi K, Rinella M, et al. (January 2018). "The diagnosis and management of nonalcoholic fatty liver disease: Practice guidance from the American Association for the Study of Liver Diseases" (PDF). Hepatology (Professional society guidelines). 67 (1): 328–357. doi:10.1002/hep.29367. hdl:1805/14037. PMID 28714183.
  11. ୧୧.୦ ୧୧.୧ ଆଧାର ଭୁଲ: ଅଚଳ <ref> ଚିହ୍ନ; AASLD2018 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  12. Rinella ME, Sanyal AJ (April 2016). "Management of NAFLD: a stage-based approach". Nature Reviews. Gastroenterology & Hepatology. 13 (4): 196–205. doi:10.1038/nrgastro.2016.3. PMID 26907882.
  13. Chitturi S, Wong VW, Chan WK, Wong GL, Wong SK, Sollano J, Ni YH, Liu CJ, Lin YC, Lesmana LA, Kim SU, Hashimoto E, Hamaguchi M, Goh KL, Fan J, Duseja A, Dan YY, Chawla Y, Farrell G, Chan HL (January 2018). "The Asia-Pacific Working Party on Non-alcoholic Fatty Liver Disease guidelines 2017-Part 2: Management and special groups". Journal of Gastroenterology and Hepatology (Professional society guidelines). 33 (1): 86–98. doi:10.1111/jgh.13856. PMID 28692197. {{cite journal}}: Unknown parameter |displayauthors= ignored (|display-authors= suggested) (help)
  14. European Association for the Study of the Liver (EASL); European Association for the Study of Diabetes (EASD); European Association for the Study of Obesity (EASO) (June 2016). "EASL-EASD-EASO Clinical Practice Guidelines for the management of non-alcoholic fatty liver disease". Journal of Hepatology (Professional society guidelines). 64 (6): 1388–402. doi:10.1016/j.jhep.2015.11.004. PMID 27062661. {{cite journal}}: Unknown parameter |lay-url= ignored (help)
  15. Chitturi S, Wong VW, Chan WK, Wong GL, Wong SK, Sollano J, et al. (January 2018). "The Asia-Pacific Working Party on Non-alcoholic Fatty Liver Disease guidelines 2017-Part 2: Management and special groups". Journal of Gastroenterology and Hepatology (Professional society guidelines). 33 (1): 86–98. doi:10.1111/jgh.13856. PMID 28692197.
  16. Younossi Z, Anstee QM, Marietti M, Hardy T, Henry L, Eslam M, George J, Bugianesi E (January 2018). "Global burden of NAFLD and NASH: trends, predictions, risk factors and prevention". Nature Reviews. Gastroenterology & Hepatology. 15 (1): 11–20. doi:10.1038/nrgastro.2017.109. PMID 28930295. {{cite journal}}: |hdl-access= requires |hdl= (help); Unknown parameter |displayauthors= ignored (|display-authors= suggested) (help)
  17. Younossi ZM (March 2019). "Non-alcoholic fatty liver disease - A global public health perspective". Journal of Hepatology. 70 (3): 531–544. doi:10.1016/j.jhep.2018.10.033. PMID 30414863.
  18. ୧୮.୦ ୧୮.୧ Younossi ZM (March 2019). "Non-alcoholic fatty liver disease - A global public health perspective". Journal of Hepatology. 70 (3): 531–544. doi:10.1016/j.jhep.2018.10.033. PMID 30414863.
  19. Younossi Z, Anstee QM, Marietti M, Hardy T, Henry L, Eslam M, et al. (January 2018). "Global burden of NAFLD and NASH: trends, predictions, risk factors and prevention". Nature Reviews. Gastroenterology & Hepatology. 15 (1): 11–20. doi:10.1038/nrgastro.2017.109. hdl:2318/1659230. PMID 28930295.