ମଦ୍ୟପାନ ଜନିତ ଯକୃତ ରୋଗ
Alcoholic liver disease | |
---|---|
Alcohol-related liver disease (ARLD) | |
ବିଭାଗ | Gastroenterology |
ଲକ୍ଷଣ | Vomiting, abdominal pain, yellowish skin[୧] |
କାରଣ | Higher levels of alcohol use[୧] |
ବିପଦ କାରକ | Obesity, hepatitis C[୧] |
ସଠିକ ରୋଗ ନିର୍ଣ୍ଣୟ | Other causes of hepatitis, Alpha-1 antitrypsin deficiency, Wilson disease[୧] |
ଚିକିତ୍ସା | Stopping alcohol, avoiding high dose paracetamol, dietary support, liver transplant[୨][୧] |
ପୁନଃପୌନିକ | Common[୨] |
ମୃତ୍ୟୁ ସାନ୍ଦ୍ରତା | 580,000 (2016)[୨] |
ମଦ୍ୟପାନ ଜନିତ ଯକୃତ ରୋଗ ବା ଏଏଲଡି ( ALD ) ହେଉଛି ମଦ୍ୟପାନ ଯୋଗୁ ହେଉଥିବା ଏକ ଯକୃତ ସମସ୍ୟା | [୧] ଗମ୍ଭୀରତା ଅନୁସାରେ ହେଉଥିବା ରୋଗମାନଙ୍କର ନାମ ଚର୍ବିଳ ଯକୃତ, ଆଲକୋହୋଲିକ ଯକୃତ ପ୍ରଦାହ ଓ ଆଲକୋହୋଲିକ ସିରୋସିସ୍ | [୨] [୧] ଏହାର ଲକ୍ଷଣ ମଧ୍ୟରେ ବାନ୍ତି, ଉଦର ଯନ୍ତ୍ରଣା କିମ୍ବା ହଳଦିଆ ଚର୍ମ ଅନ୍ତର୍ଭୁକ୍ତ ହୋଇପାରେ | [୧] ରୋଗ ଜଟିଳ ହେଲେ ଭାରିସିଆଲ ରକ୍ତସ୍ରାବ, ସ୍ୱତଃପ୍ରବୃତ୍ତ ଜୀବାଣୁ ପେରିଟୋନାଇଟିସ, ହେପାଟିକ ଏନସେଫାଲୋପାଥି ଓ ଯକୃତ କର୍କଟ ରୋଗ ହୋଇପାରେ । [୨]
ଅଧିକ ମାତ୍ରାରେ ମଦ୍ୟପାନର ବ୍ୟବହାର ହେତୁ ଏହା ଘଟିଥାଏ (ପୁରୁଷମାନଙ୍କରେ ସପ୍ତାହରେ ୨୧ରୁ ଅଧିକ ପାନୀୟ ଏବଂ ମହିଳାମାନଙ୍କରେ ସପ୍ତାହରେ ୧୪ଟି ପାନୀୟ) | [୧] ବିପଦର କାରକ ମଧ୍ୟରେ ଅଧିକ ମଦ୍ୟପାନ ଏବଂ ଅଧିକ ସମୟ ଧରି ପାନ କଲେ ହୁଏ | [୧] ମେଦବହୁଳତା ଏବଂ ହେପାଟାଇଟିସ୍ ସି ଯୋଗୁ ମଧ୍ୟ ହୋଇପାରେ । [୧] ମେଡିକାଲ ଇମେଜିଙ୍ଗ, ରକ୍ତ ପରୀକ୍ଷା ଏବଂ ଯକୃତ ବାୟୋପ୍ସି କରି ରୋଗ ନିର୍ଣ୍ଣୟ କରାଯାଏ । [୨] ଏଏଲଟି ଅପେକ୍ଷା ଏଏସଟି ଅଧିକ ବୃଦ୍ଧି ପାଇଥାଏ | [୧]
ଏହାର ଚିକିତ୍ସାରେ ମଦ୍ୟପାନ ବନ୍ଦ କରିବାକୁ କୁହାଯାଏ | [୨] ଖାଦ୍ୟପେୟ ଯତ୍ନ, କମ୍ ପାସେଟାମୋଲ (ଆସେଟାମିନୋଫେନ୍) ସେବନ ଉପକାରୀ ସାବ୍ୟସ୍ତ ହୁଏ । [୧] କେତେକ କ୍ଷେତ୍ରରେ ଷ୍ଟିରଏଡ ବ୍ୟବହାର କରାଯାଇପାରେ | [୧] ଗୁରୁତର ରୋଗରେ ଯକୃତ ପ୍ରତିରୋପଣ ପାଇଁ ପରାମର୍ଶ ଦିଆଯାଇପାରେ। [୨] ଚର୍ବିଳ ଯକୃତ ଥିଲେ ଉପଶମ ହୋଇପାରେ | [୧]
ଅଧିକ ମଦ୍ୟପାନକାରୀମାନଙ୍କ ମଧ୍ୟରୁ ୯୦% ଲୋକ ଚର୍ବିଳ ଯକୃତ, ପ୍ରାୟ ୨୫% ଲୋକ ଆଲକୋହୋଲିକ ଯକୃତ ପ୍ରଦାହ ଏବଂ ୧୫% ଲୋକ ସିରୋସିସ୍ ରୋଗରେ ଆକ୍ରାନ୍ତ ହୁଅନ୍ତି | [୩] ଆନ୍ତର୍ଜାତୀୟ ସ୍ତରରେ ଏଏଲଡି ଏକ ସାଧାରଣ ଦୀର୍ଘକାଳୀନ ଯକୃତ ରୋଗ । [୨] ୟୁରୋପର ଲୋକମାନେ ଅଧିକ ପ୍ରଭାବିତ ହୁଅନ୍ତି | [୧] ସନ ୨୦୧୬ରେ ହୋଇଥିବା ପ୍ରାୟ ୧.୩ ନିୟୁତ ମୃତ୍ୟୁ ମଧ୍ୟରୁ ପ୍ରାୟ ୨୭% ମଦ୍ୟପାନ କାରଣରୁ ହୋଇଥିଲା । [୨] ମଦ୍ୟପାନ ଜନିତ ଯକୃତ କର୍କଟ ରୋଗ ଯୋଗୁ ୨୪୫,୦୦୦ ମୃତ୍ୟୁ ଘଟିଥିଲା। [୨]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ Patel, R; Mueller, M (January 2021). "Alcoholic Liver Disease". PMID 31536239.
{{cite journal}}
: Cite journal requires|journal=
(help) - ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ Seitz, HK; Bataller, R; Cortez-Pinto, H; Gao, B; Gual, A; Lackner, C; Mathurin, P; Mueller, S; Szabo, G; Tsukamoto, H (16 August 2018). "Alcoholic liver disease". Nature reviews. Disease primers. 4 (1): 16. doi:10.1038/s41572-018-0014-7. PMID 30115921.
- ↑ Basra, Sarpreet (2011). "Definition, epidemiology and magnitude of alcoholic hepatitis". World Journal of Hepatology. 3 (5): 108–113. doi:10.4254/wjh.v3.i5.108. PMC 3124876. PMID 21731902.
{{cite journal}}
: CS1 maint: unflagged free DOI (link)