ଚମ୍ପକେଶ୍ୱର ଶିବ ମନ୍ଦିର

ଉଇକିପିଡ଼ିଆ ରୁ
Jump to navigation Jump to search
ଚମ୍ପକେଶ୍ୱର ଶିବ ମନ୍ଦିର
Champakesvara Siva Temple.jpg
ଭୌଗୋଳିକ ଅବସ୍ଥିତି
ଦିଗବାରେଣି20°14′48″N 85°51′28″E / 20.24667°N 85.85778°E / 20.24667; 85.85778Coordinates: 20°14′48″N 85°51′28″E / 20.24667°N 85.85778°E / 20.24667; 85.85778
ଦେଶଭାରତ
ରାଜ୍ୟଓଡ଼ିଶା
ଅବସ୍ଥିତିଭୁବନେଶ୍ୱର
ପରମ୍ପରା
ମୁଖ୍ୟ ଆରାଧ୍ୟଚମ୍ପକେଶ୍ୱର ମହାଦେବ
ମୁଖ୍ୟ ପର୍ବପର୍ବାଣୀଶିବରାତ୍ରି
ତିଆରି ଶୈଳୀକଳିଙ୍ଗ ସ୍ଥାପତ୍ୟ କଳା

ଚମ୍ପକେଶ୍ୱର ଶିବ ମନ୍ଦିର ପୁରୁଣା ଭୁବନେଶ୍ୱରର ଅମ୍ବିକା ସାହିରେ ସ୍ଥିତ ଏକ ଶିବ ମନ୍ଦିର । ଏହି ମନ୍ଦିରଟି ପର୍ଶୁରାମେଶ୍ୱର ମନ୍ଦିରର ପଶ୍ଚିମ ଦିଗରେ ୧୫୭ ମିଟର ଦୂରତାରେ ବିନ୍ଦୁସାଗର ଆଡ଼କୁ ଯାଉଥିବା କୋଟିତୀର୍ଥେଶ୍ୱର ମାର୍ଗର ଡାହାଣ ପଟରେ ଅବସ୍ଥିତ । ସ୍ଥାନୀୟ ବାସିନ୍ଦାଙ୍କ ବିଶ୍ୱାସ ରହିଛି ଯେ ଏହି ମନ୍ଦିରରେ ପୂଜିତ ଶିବଲିଙ୍ଗଟି ପାତାଳଫୁଟା ଅଟେ ଓ ଦେଉଳରେ ଚମ୍ପା ନାଗମାନେ କାହାରିକୁ ଦଂଶନ ନ କରି ବାସ କରନ୍ତି । ଏଥି ଲାଗି ଦିଅଁଙ୍କ ନାମ ଚମ୍ପକେଶ୍ୱର ହୋଇଛି ।

ମନ୍ଦିର[ସମ୍ପାଦନା]

ମନ୍ଦିରଟି ୧୩ଶ ଶତାବ୍ଦୀର ଅଟେ । ଗଙ୍ଗବଂଶର ରାଜତ୍ୱ କାଳରେ ଏହି ମନ୍ଦିରଟି ପ୍ରମୁଖ ଥିଲା । ମନ୍ଦିରରେ ଶିବରାତ୍ରି, ଜଳଶାୟୀ, ରୁଦ୍ରାଭିଷେକ, ସଂକ୍ରାନ୍ତି ଆଦି ପାଳନ କରାଯାଏ । ଏଠାରେ ବ୍ରତ, ବିଭାଘର, ହୋମ ଆଦି ଅନ୍ୟାନ୍ୟ ମଙ୍ଗଳକୃତ୍ୟ ମଧ୍ୟ ଅନୁଷ୍ଠିତ ହୁଏ । ମୁଖ୍ୟ ଦେଉଳ ଚାରିଆଡ଼େ ଲାଟେରାଇଟ ପ୍ରସ୍ତରରେ ନିର୍ମିତ ପାଚେରୀ ଅଛି । ଏହି ମନ୍ଦିରରେ ଦକ୍ଷିଣ ଦିଗରେ ବିଶ୍ୱନାଥ ମନ୍ଦିର, ପୂର୍ବ ଦିଗରେ କୋଟିତୀର୍ଥେଶ୍ୱର ପୋଖରୀ ଓ ଉତ୍ତର ଦିଗରେ ଘରଗୁଡ଼ିକ ଅଛି ।

ପ୍ରତ୍ନତତ୍ତ୍ୱ[ସମ୍ପାଦନା]

ମନ୍ଦିରର ବିମାନ ଓ ଜଗମୋହନର ଦୈର୍ଘ୍ୟ ୧୧.୫ ମିଟର ଓ ପ୍ରସ୍ଥ ୬.୦୦ ମିଟର ଅଟେ । ଏହା ପଞ୍ଚରଥ ଶୈଳୀରେ ନିର୍ମିତ । ବିମାନ, ଜଗମୋହନ ଓ ଅନ୍ତରାଳର କ୍ଷେତ୍ରଫଳ ୪.୫୦, ୬.୦୦ ଓ ୦.୫୫ ବର୍ଗ ମିଟର । ବିମାନ ରେଖ ଶୈଳୀର ଥିବାବେଳେ ଜଗମୋହନଟି ଅପୀଢ଼ ଅଟେ । ମନ୍ଦିରଟି ପଞ୍ଚାଙ୍ଗବାଦ ଅଟେ । ଏହାର ପାଞ୍ଚଟି ଅଙ୍ଗ ହେଉଛି ପା'ଭାଗ, ତଳ ଜଙ୍ଘ, ବନ୍ଧନ, ଉପର ଜଙ୍ଗ ଓ ବାରଣ୍ଡା । ପାଭାଗରେ ଖୁର, କୁମ୍ଭ, ପାଟ, କାନି ଓ ବସନ୍ତ ଅଛି ।  

ରାହା ଓ ପାର୍ଶ୍ୱଦେବତା[ସମ୍ପାଦନା]

ପଶ୍ଚିମ, ଉତ୍ତର ଓ ଦକ୍ଷିଣ ରାହାଗୁଡ଼ିକ ମାପରେ ସମାନ । ଏହାଙ୍କ ଉଚ୍ଚତା ୦.୮୫ ମି, ପ୍ରସ୍ଥ ୦.୪୭ ମି ଓ ଗଭୀରତା ୦.୩୪ ମି ଅଟେ । ତିନୋଟିଯାକ ପାର୍ଶ୍ୱଦେବତା ପୀଠରେ ଦେବତା ନାହାନ୍ତି ।

କଳାକୃତି[ସମ୍ପାଦନା]

ମନ୍ଦିରରେ ଥିବା କଳାକୃତି ବିହୀନ ଦ୍ୱାରଗୁଡ଼ିକ ପରବର୍ତ୍ତୀ କାଳରେ ମିଶାଯାଇଛି । ନବଗ୍ରହ ବିଗ୍ରହ ନାହାନ୍ତି । ପାଭାଗରେ କୌଣସି କାରୁକାର୍ଯ୍ୟ ନାହିଁ । ଜଙ୍ଘ ଅଂଶରେ ସାମାନ୍ୟ କେତେକ କାରୁକାର୍ଯ୍ୟ ରହିଛି । ବାରଣ୍ଡା ମଧ୍ୟ କଳାକୃତି ବିହୀନ । ଗଣ୍ଡିର ତଳ ଅଂଶ ରାହା ପାଗରେ ତିନୋଟି କ୍ଷୁଦ୍ର ରେଖ ଦେଉଳ ରହିଛି । ଏହାଙ୍କ ମଧ୍ୟରୁ ମଝିରେ ଥିବା ଦେଉଳଟି ଅପେକ୍ଷାକୃତ ଉଚ୍ଚ । ଗଣ୍ଡି ଅଂଶ କ୍ଷୁଦ୍ର ରେଖ ଦେଉଳ ଓ ଭୂମି ଆମଳକୁ ଛାଡ଼ିଦେଲେ ଅତି ସାଧାରଣ ହୋଇଛି । କଣିକା ପାଗରେ ଚାରଗୋଟି ଭୂମି ଆମଳ ଅଛି । ଗଣ୍ଡିର ରାହା ପାଗର ଚାରିପଟେ ଉଦ୍ୟୋତ ସିଂହର ମୂର୍ତ୍ତି ଅଛି ।

ବିଶେଷ [ସମ୍ପାଦନା]

ଲାଟେରାଇଟରେ ନିର୍ମିତ ଦେଉଳଟି ପୂର୍ବରୁ ପଞ୍ଚାୟତନ ଥିଲା ବୋଲି ପଶ୍ଚିମ ଦିଗରେ ଥିବା ଭଗ୍ନାବଶେଷରୁ ବାରିହେଉଛି । ଏହି ମଧ୍ୟରୁ ଗୋଟିଏ ପାର୍ଶ୍ୱଦେଉଳରେ ଚତୁର୍ଭୁଜ କାର୍ତ୍ତିକଙ୍କ ଠିଆ ଭଙ୍ଗୀରେ ପ୍ରତିମା ରହିଛି । ତଳ ବାମ ହସ୍ତ ଭାଙ୍ଗିଯାଇଥିବା ବେଳେ ଉପର ବାମ ହସ୍ତ ଗୋଟିଏ କୁକ୍କୁଟ ଉପରେ ଥୁଆହୋଇଛି । କୁକୁଡ଼ାଟିକୁ ଜଣେ କ୍ଷୁଦ୍ର ମହିଳା ଧରିଛନ୍ତି । ମନ୍ଦିର ସମ୍ମୁଖରେ ଏକ ପୁରୁଣା କୁଅଁ ଅଛି । ଏହା ୫.୨୫ ମିଟର ଗଭୀର ଅଟେ ।

ଅଧିକ ପଠନ[ସମ୍ପାଦନା]

  • ଭୁବନେଶ୍ୱରର ମନ୍ଦିର
  • କୋଟିତୀର୍ଥ ପୋଖରୀ

ଆଧାର[ସମ୍ପାଦନା]