ଚନ୍ଦ୍ରଭାଗା (କବିତା)

ଉଇକିପିଡ଼ିଆ ରୁ
Jump to navigation Jump to search


ଚନ୍ଦ୍ରଭାଗା କବି ରାଧାନାଥ ରାୟଙ୍କ ରଚିତ ଏକ ଓଡ଼ିଆ କବିତା ।[୧][୨] ଏହି କାବ୍ୟର ଆରମ୍ଭରେ କବି ଜଗନ୍ନାଥଙ୍କର ପୌଷ ମାସର ରାମାଭିଷେକ ଉତ୍ସବ ବିଷୟରେ ବର୍ଣ୍ଣନା କରିଥିଲେ । ଏଥିରେ ସେ ଅନେକ ଦେବଦେବୀଙ୍କ ବିଷୟରେ ଲେଖି ସହିତ ସେମାନଙ୍କର ଅଧିଷ୍ଠିତ ପୀଠର ପ୍ରାକୃତିକ ବର୍ଣ୍ଣନା ମଧ୍ୟ କରିଛନ୍ତି ।[୨] ଏଥିରେ ସୁମନ୍ୟୁ ଋଷି ସୂର୍ଯ୍ୟଙ୍କୁ ତାଙ୍କ ପୁତ୍ରୀ ଚନ୍ଦ୍ରଭାଗାଙ୍କ ପ୍ରତି କରାଯାଇଥିବା ଖରାପ ବ୍ୟବହାର ପାଇଁ ଅଭିଶାପ ଦେବା କଥା ଲେଖାଯାଇଛି । ସେହି ଅଭିଶାପ ଯୋଗୁ କୋଣାର୍କ ସୂର୍ଯ୍ୟମନ୍ଦିର ଭାଙ୍ଗି ଯାଇଥିଲା ବୋଲି କବିତାରେ ବର୍ଣ୍ଣନା କରାଯାଇଛି ।[୩] ୧୮୮୦-୯୦ ଦଶକ ମଧ୍ୟରେ ଲେଖା ଯାଇଥିଲା ।[୪]

ଚନ୍ଦ୍ରଭାଗା[ସମ୍ପାଦନା]

ସୁମନ୍ୟୁ ନାମରେ ପରଶୁ-
                    ରାମ ଶିଷ୍ୟ ପ୍ରବର
ମହୋଦଧି ତୀରେ ସମାଧି
                     ଯୋଗେଥିଲେ ତତ୍ପର।
ଚନ୍ଦ୍ରଭାଗା ନାମେ ଦୁହିତା
                    ସେହି ଋଷି ପ୍ରଭାବେ,
ସାଗର-ଅପ୍ସସରୀ ଗର୍ଭରୁ
                     ଜନ୍ମିଥିଲା ସେ ଠାବେ।
ପାଲିଲେକ ଅତି ଯତନେ
                    ଯତି କନ୍ୟାରତନ,
ଯଥାକାଲେ ଅଙ୍ଗ ମଣ୍ଡିଲା
                    ଅଭିନବ ଯୌବନ।
ନେତ୍ର ଯୁଗେ ଯୁବା ପିଅନ୍ତି
                     ଯେଉଁ ରୂପ ଅମୃତ,
ସେ ଅମୃତେ କଲା ଯୌବନ
                      ବାଳା-ତନୁ ଧଉତ।

ଆଧାର[ସମ୍ପାଦନା]

  1. "Art & Life in Odisha". Odisha Diary. 13 July 2018. Retrieved 12 September 2020.
  2. ୨.୦ ୨.୧ "ସାରସ୍ୱତ ସାଧକ ପ୍ରକୃତି ପ୍ରେମିକ ରାଧାନାଥ" (PDF). ଉତ୍କଳ ପ୍ରସଙ୍ଗ: 11. 1 December 2013. Retrieved 12 September 2020.
  3. David Hatcher Childress (18 December 2013). Vimana: Flying Machines of the Ancients. SCB Distributors. pp. 176–. ISBN 978-1-939149-23-7.
  4. Gourikumar Brahma (1963). Tapasvini o Mehera sāhitya. Oḍiśā Buk Haus.

ବାହାର ଲିଙ୍କ[ସମ୍ପାଦନା]