Jump to content

ଚନ୍ଦନ ରାୟ

ଉଇକିପିଡ଼ିଆ‌ରୁ
ଚନ୍ଦନ ରାୟ
ଚନ୍ଦନ ରାୟ ୨୦୧୬ ମଇ ମାସରେ
ଜନ୍ମ (1998-08-29) ୨୯ ଅଗଷ୍ଟ ୧୯୯୮ (ବୟସ ୨୬)
ଜାତୀୟତାଭାରତୀୟ
ପ୍ରସିଦ୍ଧିଲେଗ କ୍ରିକେଟ

ଚନ୍ଦନ ରାୟ (ଜନ୍ମ : ଅଗଷ୍ଟ ୨୯, ୧୯୯୮) ଜଣେ ଭାରତୀୟ ଲେଗ କ୍ରିକେଟ ଖେଳାଳୀ । [][][] ସେ ବର୍ତ୍ତମାନ ଭାରତୀୟ ଲେଗ କ୍ରିକେଟ ଦଳର ଅଧିନାୟକ ଅଛନ୍ତି[][] ସେ ୨୦୧୩ ମସିହା ଜୁଲାଇ ମାସରେ ନେପାଳ ବିରୁଦ୍ଧରେ ନିଜର ପ୍ରଥମ ଆନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଖେଳିଥିଲେ । ଏହା ପ୍ରଥମ ଭାରତ-ନେପାଳ ଟି-୧୦ ଲେଗ କ୍ରିକେଟ ଶୃଙ୍ଖଳା ଥିଲା ଓ ଚନ୍ଦନଙ୍କ ଅଧିନାୟକତ୍ୱରେ ଭାରତ ଏହି ଶୃଙ୍ଖଳା ଜିତିଥିଲା । ୨୦୧୬ ମସିହାରେ ତାଙ୍କ ଅଧିନାୟକତ୍ୱରେ ଭାରତ ନେପାଳରେ ଅନୁଷ୍ଠିତ ଦକ୍ଷିଣ ଏସୀୟ ଲେଗ କ୍ରିକେଟ ଚମ୍ପିୟନସିପ ଜିତିଥିଲା ।[] ୨୦୧୬ ମସିହାରେ ତାଙ୍କୁ ଖେଳ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି ସମ୍ମାନ ତାଙ୍କୁ ଲେଗ କ୍ରିକେଟ ଫେଡେରେସନ ଅଫ ଇଣ୍ଡିଆ ତରଫରୁ ପ୍ରଦାନ କରାଯାଇଥିଲା ।[][]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ଚନ୍ଦନ, ଓଡ଼ିଶାର ବରଗଡ଼ ଜିଲ୍ଲାର ବାସିନ୍ଦା ।[] ରାୟପୁରଠାରେ ସେ ବାଣିଜ୍ୟରେ ସ୍ନାତକ ଶିକ୍ଷା ଲାଭ କରିଛନ୍ତି ।

ଖେଳ ଜୀବନ

[ସମ୍ପାଦନା]

ହରିଆନାର ଅମ୍ବାଲାଠାରେ ଅନୁଷ୍ଠିତ ଦ୍ୱିତୀୟ ଜାତୀୟ ଟି-୧୦ ପ୍ରତିଯୋଗୀତାରୁ, ଚନ୍ଦନ ନିଜର ଖେଳ ଜୀବନ ଆରମ୍ଭ କରିଥିଲେ ।[] ୨୦୧୩ରେ ନେପାଳ ବିରୁଦ୍ଧରେ ଅନୁଷ୍ଠିତ ହୋଇଥିବା ଭାରତ-ନେପାଳ ଟି-୧୦ ଶୃଙ୍ଖଳାରେ ତାଙ୍କୁ ଭାରତର ଅଧିନାୟକ ଭାବରେ ବଛା ଯାଇଥିଲା ।[] ତାଙ୍କ ଅଧିନାୟକତ୍ୱରେ ଭାରତ ୨୦୧୩ରେ ପ୍ରଥମ ଭାର-ନେପାଳ ଟି-୧୦ ଶୃଙ୍ଖଳାରେ ଚମ୍ପିୟାନ ହୋଇଥିଲା । ୨୦୧୬ରେ ନେପାଳରେ ଅନୁଷ୍ଠିତ ହୋଇଥିବା ପ୍ରଥମ ଦକ୍ଷିଣ ଏସୀୟ ଶୃଙ୍ଖଳାରେ ଦ୍ୱିତୀୟ ସ୍ଥାନରେ ରହିଥିଲା ।[] ୨୦୧୭ ମସିହାରେ ସେ ଓଡ଼ିଶା ଲେଗ କ୍ରିକେଟ ଦଳ ତରଫରୁ ଜାତୀୟ ଟି-୧୦ ଶୃଙ୍ଖଳା ଖେଲିଥିଲେ । ଏହି ପ୍ରତିଯୋଗୀତାରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଥିଲା ।[୧୦] ୨୦୧୮ରେ ତାଙ୍କ ଅଧିନାୟକତ୍ୱରେ ଓଡ଼ିଶା, ତେଲେଙ୍ଗାନାକୁ ୧୪୦ରନରେ ହରାଇ ୮ମ ଜାତୀୟ ଲେଗ କ୍ରିକେଟ ଶୃଙ୍ଖଳା ଜିତିଥିଲା ।[୧୧]

  1. Narayanan, Jayashree (July 20, 2016). "'Every game has its challenges'". Deccan Herald.
  2. Biswas, Sudipta (June 12, 2016). "Leg Cricketer Chandan urges Government for sponsorship". Sportzwiki.
  3. "Odisha's Chandan Ray is India U-19 Leg Cricket team captain". Incredibleorissa. May 12, 2016.
  4. "Chandan to lead State leg Cricket team". Daily Pioneer. May 18, 2016.
  5. ୫.୦ ୫.୧ Panda, Namita (May 12, 2016). "Bargarh boy strives to promote new sport". Telegraph India.
  6. Engineer, Rayomand (January 6, 2018). "Is It Cricket? Is It Football? Well, It Is Both! Try Your Hand at This Unusual Sport". Thebetterindia.com.
  7. Mather, Nazrin (January 24, 2018). "'Is it football or cricket?': Captain of India's Leg Cricket team decodes the sport". Thebridge.in.
  8. "Leg cricket needs encouragement from various sports bodies and recognition from Sports Ministry: Chandan Ray". IndianSportsNews.com. September 23, 2016.
  9. ୯.୦ ୯.୧ ୯.୨ harpreet, Lamba Kaur (January 6, 2018). "Football or cricket? Leg cricket tries to find its feet in India". Asian Age.
  10. "Odisha finish 3rd in National Leg Cricket". SportsLogon. May 24, 2016.
  11. "Odisha win National Leg Cricket Tri- Series". Sportslogon. November 21, 2018. Archived from the original on January 22, 2019. Retrieved February 4, 2022.