ଲେଗ କ୍ରିକେଟ
Highest governing body | ଆନ୍ତର୍ଜାତୀକ ଲେଗ କ୍ରିକେଟ କାଉନସିଲ |
---|---|
Characteristics | |
Equipment | ବଲ, ଉଇକେଟ |
Venue | କ୍ରିକେଟ ପଡ଼ିଆ |
ଲେଗ କ୍ରିକେଟ ଏକ ଭିନ୍ନ ଧରଣର କ୍ରିକେଟ ଖେଳ, ଯେଉଁଥିରେ ବଲକୁ ପାଦରେ ମରାଯାଇ ଖେଳାଯାଏ । ଏହା ୧୧ ଜଣ ସଦସ୍ୟ ବିଶିଷ୍ଟ ଦୁଇଟି ଦଳ ମଧ୍ୟରେ ଖେଳାଯାଏ ।[୧][୨] ଏହି ଖେଳଟି ୮୦ ଫିଟ ବା ୧୨୦ଫିଟ ବ୍ୟାସାର୍ଦ୍ଧା ବିଶିଷ୍ଟ ଗୋଲାକାର ଖେଳ ପଡ଼ିଆରେ ଖେଳାଯାଏ ।[୩][୪] ଏହି ଖେଳ ମୁଖ୍ୟତଃ ଦକ୍ଷିଣ ଏସିଆର ଦେଶମାନଙ୍କରେ ଖେଳାଯାଏ ।[୫][୬][୭]
ସାଧାରଣ କ୍ରିକେଟ ଖେଳରେ ବ୍ୟାଟଦ୍ୱାରା ବଲକୁ ମରାଯାଇଥାଏ କିନ୍ତୁ ଲେଗ କ୍ରିକେଟରେ ବ୍ୟାଟର କାମ ଖେଳାଳିର ପାଦ କରେ । ପାଦଦ୍ୱାରା ବଲକୁ ମରାଯାଇ ରନ ସଂଗ୍ରହ କରାଯାଏ । ବୋଲର ଅଣ୍ଡରାଆର୍ମ ବୋଲିଂ କରିଥାଏ । ଲେଗମ୍ୟାନ ବଲକୁ ଲାତ ମାରି ରନ ସଂଗ୍ରହ କରିଥାଏ । ବଲ ମାରି ବାଉଣ୍ଡରୀ ବାହାରକୁ ପଠେଇଲେ ଲେଗମ୍ୟାନକୁ ୪ ବା ୬ ରନ ମିଳିଥାଏ ।[୫]
ଓଡ଼ିଆ ଖେଳାଳୀ ଚନ୍ଦନ ରାୟ ବର୍ତ୍ତମାନ ଭାରତୀୟ ଜାତୀୟ ଲେଗ କ୍ରିକେଟ ଦଳର ଅଧିନାୟକ ।[୮][୯][୧୦]
ଇତିହାସ
[ସମ୍ପାଦନା]୧୯୯୯ ମସିହାରେ ମହାରାଷ୍ଟ୍ର ରାଜ୍ୟର ଔରଙ୍ଗାବାଦ ସହରର ସେଣ୍ଟ ଫ୍ରାନ୍ସିସ ହାଇସ୍କୁଲଠାରେ ମେହୁଲ ସୋରାଥିଆ ନାମକ ବାଳକ ଲେଗ କ୍ରିକେଟର ଉଦଭାବନ କରିଥିଲେ । ୨୦୦୫ ମସିହାରେ ବାଙ୍ଗାଲୋରର ଏସ ନାଗରାଜ ନାମକ କ୍ରୀଡ଼ାଶିକ୍ଷକ ଏହି ଖେଳକୁ ସ୍କୁଲ ପିଲାଙ୍କ ପାଠ୍ୟକ୍ରମରେ ସାମିଲ କରିଥିଲେ । ୨୦୧୦ ମସିହାରେ ଯୋଗୀନ୍ଦର ପ୍ରସାଦ ବର୍ମା ନାମକ ଦିଲ୍ଲୀର ଅନ୍ୟ ଜଣେ କ୍ରୀଡ଼ାଶିକ୍ଷକ ଏହି ଖେଳର ନିୟମାବଳୀ ପ୍ରସ୍ତୁତ କରିଥିଲେ । ଏସ ନାଗରାଜ ଓ ଯୋଗୀନ୍ଦର ପ୍ରସାଦ ବର୍ମାଙ୍କୁ ଲେଗ କ୍ରିକେଟର ଜନକ ବୋଲି କୁହାଯାଏ ।[୨][୧୧]
ବୈଶିଷ୍ଟ
[ସମ୍ପାଦନା]ଲେଗ କ୍ରିକେଟ ଖେଳ ୧୧ଜଣ ଖେଳାଳୀ ବିଶିଷ୍ଟ ଦୁଇଟି ଦଳ ମଧ୍ୟରେ ଖେଳାଯାଏ । ଏହା ୮୦ଫିଟ ବ୍ୟା ୧୨୦ଫିଟ ବିଶିଷ୍ଟ ଏକ ବୃତ୍ତାକାର ପଡ଼ିଆରେ ଖେଳାଯାଏ । ପିଚର ଲମ୍ବ ୪୨ଫିଟ ବା ୪୮ଫିଟ ଓ ପ୍ରସ୍ଥ ୮ଫୁଟ ହୋଇଥାଏ । ଷ୍ଟମ୍ପର ଚଉଡ଼ା ୧ ଫିଟ ହୋଇଥାଏ ।[୯]
- ପିଚ
ବିଭାଗ | ବାଳକ | ବାଳିକା | ଉଭୟ |
---|---|---|---|
୧୨ ବର୍ଷରୁ କମ-ମିନି | ୪୪ ଫୁଟ | ୪୪ ଫୁଟ | ୪୪ ଫୁଟ |
୧୪ ବର୍ଷରୁ କମ ସବ-ଜୁନିୟର | ୪୪ ଫୁଟ | ୪୪ ଫୁଟ | ୪୪ ଫୁଟ |
୧୭ ବର୍ଷରୁ କମ ଜୁନିୟର | ୪୬ ଫୁଟ | ୪୬ ଫୁଟ | ୪୬ ଫୁଟ |
୧୯ ବର୍ଷରୁ କମ ସିନିୟର | ୪୮ ଫୁଟ | ୪୮ ଫୁଟ | ୪୮ ଫୁଟ |
ମହିଳା/ପୁରୁଷ | ୪୮ ଫୁଟ | ୪୮ ଫୁଟ | ୪୮ ଫୁଟt |
- ବାଉଣ୍ଡରୀ
ବିଭାଗ | ବାଳକ | ବାଳିକା | ଉଭୟ |
---|---|---|---|
୧୨ ବର୍ଷରୁ କମ-ମିନି | ୭୦ ଫୁଟ | ୭୦ ଫୁଟ | ୭୦ ଫୁଟ |
୧୪ ବର୍ଷରୁ କମ ସବ-ଜୁନିୟର | ୮୦ ଫୁଟ | ୮୦ ଫୁଟ | ୮୦ ଫୁଟ |
୧୭ ବର୍ଷରୁ କମ ଜୁନିୟର | ୯୦ ଫୁଟ | ୮୫ ଫୁଟ | ୯୦ ଫୁଟ |
୧୯ ବର୍ଷରୁ କମ ସିନିୟର | ୧୦୦ ଫୁଟ | ୧୦୦ ଫୁଟ | ୧୦୦ ଫୁଟ |
ମହିଳା/ପୁରୁଷ | ୧୨୦ ଫୁଟ | ୧୨୦ ଫୁଟ | ୧୨୦ ଫୁଟ |
- ଷ୍ଟମ୍ପ
୩ ଷ୍ଟମ୍ପର ଚଉଡ଼ | ୧୨ ଇଞ୍ଚ, ୧ ଫୁଟ |
ଷ୍ଟମ୍ପର ଉଚ୍ଚତା | ୨୪-୩୦ ଇଞ୍ଚ , ୨-୨.୫ ଫୁଟ |
ଫେଡେରେସନ
[ସମ୍ପାଦନା]ଆନ୍ତର୍ଜାତୀକ ସ୍ତରରେ ଲେଗ କ୍ରିକେଟର ବ୍ୟବସ୍ଥା ବୁଝିବା ପାଇଁ ଆନ୍ତର୍ଜାତୀକ ଲେଗ କ୍ରିକେଟ କାଉନସିଲ ରହିଛି । ବର୍ତ୍ତମାନ୍ ସୁରେନ୍ଦ୍ର କୁମାର ଏହି କାଉନସିଲର ଅଧ୍ୟକ୍ଷ ଓ ଯୋଗୀନ୍ଦର ପ୍ରସାଦ ବର୍ମା କାଉନସିଲର ସଚିବ ଭାବରେ କାର୍ଯ୍ୟ କରୁଛନ୍ତି । ଭାରତରେ ଲେଗ କ୍ରିକେଟ ଫେଡେରେସନ ୨୦୧୧ ମସିହାରେ ଗଠନ କରାଯାଇଥିଲା । ଏହା ସୋସାଇଟି ରେଜିଷ୍ଟ୍ରେସନ ଆକ୍ଟ ୧୮୬୦ ମସିହାରେ ରେଜିଷ୍ଟର କରାଯାଇଛି । ଏହା ଆନ୍ତର୍ଜାତୀକ ଲେଗ କ୍ରିକେଟ କାଉନସିଲ ସହିତ ଅନୁବନ୍ଧିତ ।[୩] ଭାରତ ବ୍ୟତୀତ ନେପାଳ, ଭୁଟାନ, ଶ୍ରୀଲଙ୍କା, ଫ୍ଲୋରିଡ଼ା, ଘାନା ଓ ପାକିସ୍ଥାନରେ ଏହି ଖେଳର ଖେଳାଯାଏ ।
ପ୍ରତିଯୋଗିତା
[ସମ୍ପାଦନା]ଲେଗ କ୍ରିକେଟ ଫେଡେରେସନଦ୍ୱାରା ଭାରତରେ ଦିଲ୍ଲୀର ରାଜୀବ ଗାନ୍ଧୀ ଷ୍ଟାଡ଼ିୟମରେ ୨୦୧୨ ଜୁଲାଇ ମାସରେ ଜାତୀୟ ଚମ୍ପିୟନସିପ, ସିନିୟର ନେସନାଲ ଟି-୧୦ ଆଦି ପ୍ରତିଯୋଗୀତ ଆୟୋଜନ କରାଯାଇଥିଲା । ଏହି ପ୍ରତିଯୋଗିତାରେ ୨୪ଟି ଦଳ ଅଂଶଗ୍ରହଣ କରିଥିଲା ।[୧୨] ୨୦୧୨ ମସିହାରୁ ଭାରତର ବିଭିନ୍ନ ସହରରେ ଏହି ଖେଳର ନେସନାଲ ଗେମମାନ ଆୟୋଜନ କରାଯାଇଛି ।[୧୩][୧୪]
ଆନ୍ତର୍ଜାତୀକ ସ୍ତରରେ ୨୦୧୩ ମସିହାରେ ଭାରତ ନେପାଳ ବିପକ୍ଷରେ ପ୍ରଥମ ଟି-୧୦ ଶୃଙ୍ଖଳା ଜିତିଥିଲା ।[୩][୧୫]
ଆଧାର
[ସମ୍ପାଦନା]- ↑ Kargal, Rahul (March 15, 2017). "Leg Cricket - your favourite sport, served with a twist". Sportskeeda.
- ↑ ୨.୦ ୨.୧ K., Sarumathi (February 28, 2017). "Welcome to the world of leg cricket". The Hindu.
- ↑ ୩.୦ ୩.୧ ୩.୨ harpreet, Lamba Kaur (January 6, 2018). "Football or cricket? Leg cricket tries to find its feet in India". Asian Age.
- ↑ "Cricket's Rendition of the 'Beautiful Game' - Leg Cricket". News 18. May 8, 2017.
- ↑ ୫.୦ ୫.୧ Narayanan, Jayashree (July 20, 2016). "'Every game has its challenges'". Deccan Herald.
- ↑ Engineer, Rayomand (January 6, 2018). "Is It Cricket? Is It Football? Well, It Is Both! Try Your Hand at This Unusual Sport". Thebetterindia.com.
- ↑ Mishra, Vidhan Chandra (August 11, 2017). "देश में लोकप्रिय हो रहा लेग क्रिकेट, अपने पैर से कीजिए किक मिलेगा फोर और सिक्स" (in Hindi). Prabhat Khabar.
{{cite news}}
: CS1 maint: unrecognized language (link) - ↑ "Odisha's Chandan Ray is India U-19 Leg Cricket team captain". Incredibleorissa. May 12, 2016.
- ↑ ୯.୦ ୯.୧ Panda, Namita (May 12, 2016). "Bargarh boy strives to promote new sport". Telegraph India.
- ↑ Biswas, Sudipta (June 12, 2016). "Leg Cricketer Chandan urges Government for sponsorship". Sportzwiki.
- ↑ "Home". legcricketindia.com. Retrieved 2023-02-01.
- ↑ Mather, Nazrin (January 24, 2018). "'Is it football or cricket?': Captain of India's Leg Cricket team decodes the sport". Thebridge.in.
- ↑ "Chandan to lead State Leg Cricket team". Daily Pioneer. May 18, 2016.
- ↑ "Odisha finish 3rd in National Leg Cricket". SportsLogon. May 24, 2016.
- ↑ "Chandan, Tushar, Ansuman get rousing welcome". Bhubaneswar: SportsLogon. July 25, 2016.