Jump to content

ଚନ୍ଦନ ରାୟ

ଉଇକିପିଡ଼ିଆ‌ରୁ
(Chandan Rayରୁ ଲେଉଟି ଆସିଛି)
ଚନ୍ଦନ ରାୟ
ଚନ୍ଦନ ରାୟ ୨୦୧୬ ମଇ ମାସରେ
ଜନ୍ମ (1998-08-29) ୨୯ ଅଗଷ୍ଟ ୧୯୯୮ (ବୟସ ୨୮)
ଜଣାଶୁଣାଲେଗ କ୍ରିକେଟ

ଚନ୍ଦନ ରାୟ (ଜନ୍ମ : ଅଗଷ୍ଟ ୨୯, ୧୯୯୮) ଜଣେ ଭାରତୀୟ ଲେଗ କ୍ରିକେଟ ଖେଳାଳୀ । [୧][୨][୩] ସେ ବର୍ତ୍ତମାନ ଭାରତୀୟ ଲେଗ କ୍ରିକେଟ ଦଳର ଅଧିନାୟକ ଅଛନ୍ତି[୪][୫] ସେ ୨୦୧୩ ମସିହା ଜୁଲାଇ ମାସରେ ନେପାଳ ବିରୁଦ୍ଧରେ ନିଜର ପ୍ରଥମ ଆନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଖେଳିଥିଲେ । ଏହା ପ୍ରଥମ ଭାରତ-ନେପାଳ ଟି-୧୦ ଲେଗ କ୍ରିକେଟ ଶୃଙ୍ଖଳା ଥିଲା ଓ ଚନ୍ଦନଙ୍କ ଅଧିନାୟକତ୍ୱରେ ଭାରତ ଏହି ଶୃଙ୍ଖଳା ଜିତିଥିଲା । ୨୦୧୬ ମସିହାରେ ତାଙ୍କ ଅଧିନାୟକତ୍ୱରେ ଭାରତ ନେପାଳରେ ଅନୁଷ୍ଠିତ ଦକ୍ଷିଣ ଏସୀୟ ଲେଗ କ୍ରିକେଟ ଚମ୍ପିୟନସିପ ଜିତିଥିଲା ।[୬] ୨୦୧୬ ମସିହାରେ ତାଙ୍କୁ ଖେଳ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି ସମ୍ମାନ ତାଙ୍କୁ ଲେଗ କ୍ରିକେଟ ଫେଡେରେସନ ଅଫ ଇଣ୍ଡିଆ ତରଫରୁ ପ୍ରଦାନ କରାଯାଇଥିଲା ।[୭][୮]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ଚନ୍ଦନ, ଓଡ଼ିଶାର ବରଗଡ଼ ଜିଲ୍ଲାର ବାସିନ୍ଦା ।[୯] ରାୟପୁରଠାରେ ସେ ବାଣିଜ୍ୟରେ ସ୍ନାତକ ଶିକ୍ଷା ଲାଭ କରିଛନ୍ତି ।

ଖେଳ ଜୀବନ

[ସମ୍ପାଦନା]

ହରିଆନାର ଅମ୍ବାଲାଠାରେ ଅନୁଷ୍ଠିତ ଦ୍ୱିତୀୟ ଜାତୀୟ ଟି-୧୦ ପ୍ରତିଯୋଗୀତାରୁ, ଚନ୍ଦନ ନିଜର ଖେଳ ଜୀବନ ଆରମ୍ଭ କରିଥିଲେ ।[୯] ୨୦୧୩ରେ ନେପାଳ ବିରୁଦ୍ଧରେ ଅନୁଷ୍ଠିତ ହୋଇଥିବା ଭାରତ-ନେପାଳ ଟି-୧୦ ଶୃଙ୍ଖଳାରେ ତାଙ୍କୁ ଭାରତର ଅଧିନାୟକ ଭାବରେ ବଛା ଯାଇଥିଲା ।[୫] ତାଙ୍କ ଅଧିନାୟକତ୍ୱରେ ଭାରତ ୨୦୧୩ରେ ପ୍ରଥମ ଭାର-ନେପାଳ ଟି-୧୦ ଶୃଙ୍ଖଳାରେ ଚମ୍ପିୟାନ ହୋଇଥିଲା । ୨୦୧୬ରେ ନେପାଳରେ ଅନୁଷ୍ଠିତ ହୋଇଥିବା ପ୍ରଥମ ଦକ୍ଷିଣ ଏସୀୟ ଶୃଙ୍ଖଳାରେ ଦ୍ୱିତୀୟ ସ୍ଥାନରେ ରହିଥିଲା ।[୯] ୨୦୧୭ ମସିହାରେ ସେ ଓଡ଼ିଶା ଲେଗ କ୍ରିକେଟ ଦଳ ତରଫରୁ ଜାତୀୟ ଟି-୧୦ ଶୃଙ୍ଖଳା ଖେଲିଥିଲେ । ଏହି ପ୍ରତିଯୋଗୀତାରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଥିଲା ।[୧୦] ୨୦୧୮ରେ ତାଙ୍କ ଅଧିନାୟକତ୍ୱରେ ଓଡ଼ିଶା, ତେଲେଙ୍ଗାନାକୁ ୧୪୦ରନରେ ହରାଇ ୮ମ ଜାତୀୟ ଲେଗ କ୍ରିକେଟ ଶୃଙ୍ଖଳା ଜିତିଥିଲା ।[୧୧]

  1. ↑ Narayanan, Jayashree (July 20, 2016). "'Every game has its challenges'". Deccan Herald.
  2. ↑ Biswas, Sudipta (June 12, 2016). "Leg Cricketer Chandan urges Government for sponsorship". Sportzwiki.
  3. ↑ "Odisha's Chandan Ray is India U-19 Leg Cricket team captain". Incredibleorissa. May 12, 2016. Archived from the original on September 29, 2023. Retrieved February 4, 2022.
  4. ↑ "Chandan to lead State leg Cricket team". Daily Pioneer. May 18, 2016.
  5. 1 2 Panda, Namita (May 12, 2016). "Bargarh boy strives to promote new sport". Telegraph India.
  6. ↑ Engineer, Rayomand (January 6, 2018). "Is It Cricket? Is It Football? Well, It Is Both! Try Your Hand at This Unusual Sport". Thebetterindia.com.
  7. ↑ Mather, Nazrin (January 24, 2018). "'Is it football or cricket?': Captain of India's Leg Cricket team decodes the sport". Thebridge.in.
  8. ↑ "Leg cricket needs encouragement from various sports bodies and recognition from Sports Ministry: Chandan Ray". IndianSportsNews.com. September 23, 2016.[permanent dead link]
  9. 1 2 3 harpreet, Lamba Kaur (January 6, 2018). "Football or cricket? Leg cricket tries to find its feet in India". Asian Age.
  10. ↑ "Odisha finish 3rd in National Leg Cricket". SportsLogon. May 24, 2016. Archived from the original on November 27, 2024. Retrieved February 4, 2022.
  11. ↑ "Odisha win National Leg Cricket Tri- Series". Sportslogon. November 21, 2018. Archived from the original on January 22, 2019. Retrieved February 4, 2022.