ଗ୍ଲିପିଜାଇଡ
| Clinical data | |
|---|---|
| Trade names | Glucotrol, others |
| AHFS/Drugs.com | monograph |
| MedlinePlus | a684060 |
| Pregnancy category | |
| Routes of administration | By mouth |
| Drug class | Sulfonylurea |
| ATC code | |
| Legal status | |
| Legal status | |
| Pharmacokinetic data | |
| Bioavailability | 100% (regular formulation) 90% (extended release) |
| Protein binding | 98 to 99% |
| Metabolism | Liver hydroxylation |
| Elimination half-life | 2 to 5 hours |
| Excretion | Kidney and fecal |
| Identifiers | |
| |
| CAS Number | |
| PubChem CID | |
| IUPHAR/BPS | |
| DrugBank | |
| ChemSpider | |
| UNII | |
| KEGG | |
| ChEBI | |
| ChEMBL | |
| ECHA InfoCard | 100.044.919 |
| Chemical and physical data | |
| Formula | C21H27N5O4S |
| Molar mass | 445.536 g/mol |
| 3D model (JSmol) | |
| Melting point | 208 to 209 °C (406 to 408 °F) |
| |
| |
| | |
ଗ୍ଲିପିଜାଇଡ (ଇଂରାଜୀ ଭାଷାରେ Glipizide, ଏକ ବ୍ୟବସାୟୀକ ନାମ ଗ୍ଲୁକୋଟ୍ରଲ/ Glucotrol) ଏକ ସଲଫୋନିଲୟୁରିଆ (sulfonylurea) ଶ୍ରେଣୀର ମଧୁମେହରୋଧୀ ଔଷଧ (anti-diabetic medication) ଯାହା ମଧୁମେହ ଟାଇପ ୨ ରୋଗର ଚିକିତ୍ସାରେ ଦିଆଯାଏ ।[୧] ଏହା ସହିତ ମଧୁମେହ ଖାଦ୍ୟ (diabetic diet) ଖାଇବାକୁ ଉପଦେଶ ଦିଆଯାଏ ।[୧] ମଧୁମେହ ଟାଇପ ୧ ରୋଗରେ ଏହା ଦେବାକୁ ନିର୍ଦ୍ଦେଶ ଦିଆଯାଏନାହିଁ ।[୧] ଏହା ପାଟିରେ ଦିଆଯାଏ ।[୧] ଏହାର ପ୍ରଭାବ ଅଧ ଘଣ୍ଟାଏ ମଧ୍ୟରେ ଆରମ୍ଭ ହୋଇ ଗୋଟିଏ ଦିନ ପର୍ଯ୍ୟନ୍ତ ରହେ । [୧]
ଗ୍ଲିପିଜାଇଡର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ତରଳ ଝାଡ଼ା, ସ୍ୱଳ୍ପ ରକ୍ତ ଶର୍କରା (low blood sugar) ଓ ମୁଣ୍ଡ ବିନ୍ଧା ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ନିଦ୍ରାଳୁ ଭାବ, ଚର୍ମ ରାସ୍ ଓ ଅସ୍ଥିରତା ବା କମ୍ପନ ହୋଇପାରେ ।[୨] ଯକୃତ ରୋଗ (liver) ବା ବୃକ୍କ ରୋଗ (kidney disease) ଥିଲେ ଗ୍ଲିପିଜାଇଡ ମାତ୍ରା ବ୍ୟବସ୍ଥିତ କରିବାକୁ ପଡ଼େ ।[୧] ଗର୍ଭାବସ୍ଥା ଓ ସ୍ତନ୍ୟପାନ (breastfeeding) ସମୟରେ ଏହା ଦିଆଯାଏନାହିଁ ।[୨] ଏହା ଅଗ୍ନାଶୟକୁ (pancreas) ଉତ୍ତେଜିତ କରି ଇନସୁଲିନ ବିମୋଚନ କରେ ଓ ତନ୍ତୁମାନଙ୍କର ଇନସୁଲିନ ପ୍ରତି ସମ୍ବେଦନଶୀଳତା ବୃଦ୍ଧି କରାଏ ।[୧]
ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୮୪ରେ ଡାକ୍ତରୀ ବ୍ୟବହାର ନିମନ୍ତେ ଗ୍ଲିପିଜାଇଡ ସ୍ୱୀକୃତ ହୋଇଥିଲା ।[୧] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୧] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ଡୋଜର ହୋଲସେଲ ମୂଲ୍ୟ ସନ ୨୦୧୮ରେ ୦.୦୫ ଡଲାରରୁ କମ୍ ଥିଲା ।[୩] ସଂଯୁକ୍ତ ରାଷ୍ଟ୍ରରେ ସନ ୨୦୧୮ରେ ଏହା ନିମନ୍ତେ ଏନଏଚଏସକୁ (NHS) ଏକ ଡୋଜ ପିଛା ୦.୦୫ ପାଉଣ୍ଡରୁ କମ୍ ଖର୍ଚ୍ଚ କରିବାକୁ ପଡ଼ୁଥିଲା । [୨] ସନ ୨୦୧୬ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ୧୭ ନିୟୁତ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିପସନ ତାଲିକାରେ ୪୪ତମ ସ୍ଥାନ ଅଧିକାର କରିଥିଲା ।[୪]
ଏହାକୁ ମଧ୍ୟ ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ "Glipizide Monograph for Professionals". Drugs.com (in ଇଂରାଜୀ). AHFS. Retrieved 24 December 2018.
- ↑ ୨.୦ ୨.୧ ୨.୨ British national formulary : BNF 76 (76 ed.). Pharmaceutical Press. 2018. p. 693. ISBN 9780857113382.
- ↑ "NADAC as of 2018-12-19". Centers for Medicare and Medicaid Services (in ଇଂରାଜୀ). Archived from the original on 2018-12-19. Retrieved 22 December 2018.
- ↑ "The Top 300 of 2019". clincalc.com. Retrieved 22 December 2018.