ଗ୍ଲିପିଜାଇଡ

ଉଇକିପିଡ଼ିଆ‌ରୁ
ଗ୍ଲିପିଜାଇଡ
Clinical data
Trade namesGlucotrol, others
AHFS/Drugs.commonograph
MedlinePlusa684060
Pregnancy
category
  • AU: C
  • US: C (Risk not ruled out)
Routes of
administration
By mouth
Drug classSulfonylurea
ATC code
Legal status
Legal status
Pharmacokinetic data
Bioavailability100% (regular formulation)
90% (extended release)
Protein binding98 to 99%
MetabolismLiver hydroxylation
Elimination half-life2 to 5 hours
ExcretionKidney and fecal
Identifiers
  • N-(4-[N-(cyclohexylcarbamoyl)sulfamoyl]phenethyl)-5-methylpyrazine-2-carboxamide
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.044.919 Edit this at Wikidata
Chemical and physical data
FormulaC21H27N5O4S
Molar mass445.536 g/mol
3D model (JSmol)
Melting point208 to 209 °C (406 to 408 °F)
  • O=C(c1ncc(nc1)C)NCCc2ccc(cc2)S(=O)(=O)NC(=O)NC3CCCCC3
  • InChI=1S/C21H27N5O4S/c1-15-13-24-19(14-23-15)20(27)22-12-11-16-7-9-18(10-8-16)31(29,30)26-21(28)25-17-5-3-2-4-6-17/h7-10,13-14,17H,2-6,11-12H2,1H3,(H,22,27)(H2,25,26,28) checkY
  • Key:ZJJXGWJIGJFDTL-UHFFFAOYSA-N checkY
 ☒NcheckY (what is this?)  (verify)

ଗ୍ଲିପିଜାଇଡ (ଇଂରାଜୀ ଭାଷାରେ Glipizide, ଏକ ବ୍ୟବସାୟୀକ ନାମ ଗ୍ଲୁକୋଟ୍ରଲ/ Glucotrol) ଏକ ସଲଫୋନିଲୟୁରିଆ (sulfonylurea) ଶ୍ରେଣୀର ମଧୁମେହରୋଧୀ ଔଷଧ (anti-diabetic medication) ଯାହା ମଧୁମେହ ଟାଇପ ୨ ରୋଗର ଚିକିତ୍ସାରେ ଦିଆଯାଏ ।[୧] ଏହା ସ‌ହିତ ମଧୁମେହ ଖାଦ୍ୟ (diabetic diet) ଖାଇବାକୁ ଉପଦେଶ ଦିଆଯାଏ ।[୧] ମଧୁମେହ ଟାଇପ ୧ ରୋଗରେ ଏହା ଦେବାକୁ ନିର୍ଦ୍ଦେଶ ଦିଆଯାଏନାହିଁ ।[୧] ଏହା ପାଟିରେ ଦିଆଯାଏ ।[୧] ଏହାର ପ୍ରଭାବ ଅଧ ଘଣ୍ଟାଏ ମଧ୍ୟରେ ଆରମ୍ଭ ହୋଇ ଗୋଟିଏ ଦିନ ପର୍ଯ୍ୟନ୍ତ ରହେ । [୧]

ଗ୍ଲିପିଜାଇଡର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ତରଳ ଝାଡ଼ା, ସ୍ୱଳ୍ପ ରକ୍ତ ଶର୍କରା (low blood sugar) ଓ ମୁଣ୍ଡ ବିନ୍ଧା ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ନିଦ୍ରାଳୁ ଭାବ, ଚର୍ମ ରାସ୍ ଓ ଅସ୍ଥିରତା ବା କମ୍ପନ ହୋଇପାରେ ।[୨] ଯକୃତ ରୋଗ (liver) ବା ବୃକ୍‌କ ରୋଗ (kidney disease) ଥିଲେ ଗ୍ଲିପିଜାଇଡ ମାତ୍ରା ବ୍ୟବସ୍ଥିତ କରିବାକୁ ପଡ଼େ ।[୧] ଗର୍ଭାବସ୍ଥା ଓ ସ୍ତନ୍ୟପାନ (breastfeeding) ସମୟରେ ଏହା ଦିଆଯାଏନାହିଁ ।[୨] ଏହା ଅଗ୍ନାଶୟକୁ (pancreas) ଉତ୍ତେଜିତ କରି ଇନସୁଲିନ ବିମୋଚନ କରେ ଓ ତନ୍ତୁମାନଙ୍କର ଇନସୁଲିନ ପ୍ରତି ସମ୍ବେଦନଶୀଳତା ବୃଦ୍ଧି କରାଏ ।[୧]

ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୮୪ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଗ୍ଲିପିଜାଇଡ ସ୍ୱୀକୃତ ହୋଇଥିଲା ।[୧] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୧] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ଡୋଜର ହୋଲସେଲ ମୂଲ୍ୟ ସନ ୨୦୧୮ରେ ୦.୦୫ ଡଲାରରୁ କମ୍ ଥିଲା ।[୩] ସଂଯୁକ୍ତ ରାଷ୍ଟ୍ରରେ ସନ ୨୦୧୮ରେ ଏହା ନିମନ୍ତେ ଏନଏଚଏସକୁ (NHS) ଏକ ଡୋଜ ପିଛା ୦.୦୫ ପାଉଣ୍ଡରୁ କମ୍ ଖର୍ଚ୍ଚ କରିବାକୁ ପଡ଼ୁଥିଲା । [୨] ସନ ୨୦୧୬ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ୧୭ ନିୟୁତ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିପସନ ତାଲିକାରେ ୪୪ତମ ସ୍ଥାନ ଅଧିକାର କରିଥିଲା ।[୪]

ଏହାକୁ ମଧ୍ୟ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ "Glipizide Monograph for Professionals". Drugs.com (in ଇଂରାଜୀ). AHFS. Retrieved 24 December 2018.
  2. ୨.୦ ୨.୧ ୨.୨ British national formulary : BNF 76 (76 ed.). Pharmaceutical Press. 2018. p. 693. ISBN 9780857113382.
  3. "NADAC as of 2018-12-19". Centers for Medicare and Medicaid Services (in ଇଂରାଜୀ). Archived from the original on 2018-12-19. Retrieved 22 December 2018.
  4. "The Top 300 of 2019". clincalc.com. Retrieved 22 December 2018.