ଗୌର ହରି ଦାସ

ଉଇକିପିଡ଼ିଆ‌ରୁ
ଗୌର ହରି ଦାସ
ପ୍ରମାଣପତ୍ର ସହ ଗୌର ହରି ଦାସ
Born
ଗୌର ହରି ଦାସ

୧୯୩୧[୧]
Nationality ଭାରତୀୟ
Known forଭାରତୀୟ ସ୍ୱାଧୀନତା ସଂଗ୍ରମୀ
Parentହରି ଦାସ

ଗୌର ହରି ଦାସ ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରମୀ । ସେ ଏବେ ମୁମ୍ବାଇରେ ରହୁଛନ୍ତି ଏବଂ ଜାତୀୟ ଦୁର୍ନୀତି ନିବାକରଣ ଏବଂ ଅପରାଧ ନିୟନ୍ତ୍ରଣ ପରିଷଦର (GNACCPC-National Anti Corruption and Crime Preventive Council) ମହାସଚିବ ଭାବେ କାମ କରୁଛନ୍ତି [୨] ତାଙ୍କର ସ୍ୱାଧୀନତା ସଂଗ୍ରାମୀ ପ୍ରମାଣପତ୍ର ମିଳିବାରେ ହୋଇଥିବା ଅସୁବିଧା ପାଇଁ ସେ ଚର୍ଚ୍ଚାକୁ ଅସିଥିଲେ ।

ଜୀବନୀ[ସମ୍ପାଦନା]

ସେ ମାତ୍ର ୧୫ ବର୍ଷ ବୟସରେ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ । ସେ ମହାତ୍ମା ଗାନ୍ଧୀଙ୍କ ବାନର ସେନାର ଅଂଶ ଥିଲେ ଓ ନିଜ ଦୃଢ଼ ଇଛାଶକ୍ତି ପାଇଁ ଗାନ୍ଧୀଙ୍କଦ୍ୱାରା ପ୍ରଶଂସିତ ହୋଇଥିଲେ ।[୧] ପରେ ସେ ଖଦି ଏବଂ ଗ୍ରାମଦ୍ୟୋଗରେ ଯୋଗଦେଇ କାରିଗରମାନଙ୍କର ଉନ୍ନତି ପାଇଁ ଚେଷ୍ଟା କରିଥିଲେ । ସେ ୧୯୪୫ରେ ଭାରତର ସେତେବେଳର ବେସରକାରୀ ପତାକା ଇକଡା ଗାଁରେ ଉଡାଇଥିବାରୁ ଜେଲ ଯାଇଥିଲେ ।[୩]

ବିବାଦ ଓ ସଙ୍ଘର୍ଷ[ସମ୍ପାଦନା]

ସେ ସ୍ୱାଧୀନତା ସଂଗ୍ରାମରେ ସକ୍ରିୟ ଭାବେ ଯୋଗ ଦେଇଥିଲେ ମଧ୍ୟ ଦେଶ ସ୍ୱାଧୀନତା ପାଇବାର ତିନି ଦଶନ୍ଧି ପର୍ଯ୍ୟନ୍ତ ତାଙ୍କୁ ସ୍ୱାଧୀନତା ସଂଗ୍ରାମୀର ପ୍ରମାଣପତ୍ର ମିଳିନଥିଲା । ଏଥିପାଇଁ ତାଙ୍କୁ ବାରମ୍ବାର ଜିଲ୍ଲାପାଳ କାର୍ଯ୍ୟାଳୟ ତଥା ମନ୍ତ୍ରାଳୟ ଯିବାକୁ ପଡିଥିଲା । ଯେତେବେଳେ ମହାରାଷ୍ଟ୍ର ସରକାର ନିୟମ କଲେ ଯେ ସ୍ୱାଧୀନତା ସଂଗ୍ରାମୀମାନେ ଅନ୍ୟ ରାଜ୍ୟରୁ ସାହାଯ୍ୟ ନେଇ ପାରିବେ ନାହି ସେତେବେଳେ ତାଙ୍କୁ ପ୍ରମାଣ କରିବାକୁ ପଡିଥିଲା ଯେ ସେ ଓଡ଼ିଶା ସରକାରଙ୍କଠାରୁ କିଛି ସାହାଯ୍ୟ ନେଉ ନାହାନ୍ତି ଏବଂ ଅତି କମରେ ଗୋଟେ ମାସ ଜେଲରେ କଟାଇଛନ୍ତି । ୧୯୭୬ରେ ସେ ପ୍ରମାଣ ପତ୍ର ପାଇବା ପାଇଁ ସରକାରଙ୍କୁ ଚିଠି ମାଧ୍ୟମରେ ଅନୁରୋଧ କରିଥିଲେ । ଦୀର୍ଘ ୨୦ ବର୍ଷ ପରେ ସେ ୨୦୦୬ରେ ନିଜ ସ୍ୱାଧୀନତା ସଂଗ୍ରାମୀ ପ୍ରମାଣପତ୍ର ପାଇଥିଲେ ।[୧] ସେ ନିଜକୁ ସ୍ୱାଧୀନତା ସଂଗ୍ରମୀ ପ୍ରମାଣିତ କାରିବା ପାଇଁ ୩୨ ବର୍ଷରେ ହାରାହରି ୩୨୧ଟି ଅଫିସ ଯାଇଛନ୍ତି, ହାରାହରି ୬୬,୦୦୦ଟି ପାହାଚ ଚଢିଛନ୍ତି ଏବଂ ୨୩୦୦ଟି ଚିଠି ଲେଖିଛନ୍ତି ।[୪]

ସିନେମା[ସମ୍ପାଦନା]

ତାଙ୍କ ଜୀବନୀକୁ ନେଇ ୨୦୧୮ରେ ଏକ ସିନେମା ତିଆରି କରାଯାଇଥିଲା । ଏହି ଚଳଚ୍ଚିତ୍ରର ନାମ ଗୌରହରି ଦାସ୍ତାଁ[୫] ଏହି ସିନେମାଟି ଫ୍ରାନ୍ସରେ ଅନୁଷ୍ଠିତ 'ଏକ୍ସଟ୍ରାଭଗାଣ୍ଟ ଇଣ୍ଡିଆ!' କାର୍ଯ୍ୟକ୍ରମରେ ପ୍ରଶଂସିତ ହେଇଥିଲା ଏବଂ ଏହାର ଅଭିନେତା ବିନୟ ପାଠକ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିଲେ । [୬] ଏହି ସିନେମାଟିକୁ ବେଶି ସଫଳତା ନମିଳିବାରୁ ଦର୍ଶକମାନଙ୍କୁ ସେ ସମାଲୋଚନା କରିଥିଲେ ଯେ, ଭାରତୀୟ ଦର୍ଶକମାନଙ୍କୁ ମସଲା ଥିବା ସିନେମା ଦେଖିବାକୁ ପସନ୍ଦ ।[୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "[VoxSpace Life] The Story Of Gour Hari Das : A Freedom Fighter Whose Fight Lasted Beyond Independence". VoxSpace. 21 September 2018.
  2. "9 Facts About Gour Hari Das - The Freedom Fighter You've Never Heard Of". indiatimes.com (in ଇଂରାଜୀ). 8 July 2015.
  3. "Gour Hari Das: The Unsung Freedom Fighter Whose Fight Didn't End With Freedom". The Better India. 10 August 2018.
  4. "Meet the real before the reel one: Gour Hari Das on his idea of independent India - Firstpost". www.firstpost.com.
  5. Kumar, Anuj (14 August 2015). "Gour Hari Dastaan: The Freedom File - Of grit and grace". The Hindu (in Indian English).
  6. "French honour for 'Gour Hari Dastan'". dna. 12 March 2015.
  7. "Real hero of 'Gour Hari Dastaan' rues cold response to film". The Indian Express. 21 June 2017.

ବାହାର ଲିଙ୍କ[ସମ୍ପାଦନା]