ଗୌରହରି ଦାସ୍ତାଁ

ଉଇକିପିଡ଼ିଆ‌ରୁ
ଗୌରହରି ଦାସ୍ତାଁ
ନିର୍ଦ୍ଦେଶକଅନନ୍ତ ମହାଦେବନ୍
ପ୍ରଯୋଜକବିନ୍ଦିୟା ଖନୋଲକର
ସଚିନ ଖନୋଲକର
ସଂଳାପସି. ପି. ସୁରେନ୍ଦ୍ରନ୍
କଳାକାରବିନୟ ପାଠକ
କୋଙ୍କଣା ସେନ ଶର୍ମା
ରଣବୀର ଶୋରେ
ତନିସ୍ତା ଚାଟାର୍ଜୀ
ସଙ୍ଗୀତଡ. ଏଲ୍. ଶୁଭ୍ରମଣ୍ୟମ୍
ଚିତ୍ରଗ୍ରହଣଅଲ୍‌ଫୋନ୍‌ସ୍ ରାୟ
ସମ୍ପାଦକଏ. ଶ୍ରୀକର ପ୍ରସାଦ
ମୁକ୍ତିଲାଭ ତାରିଖ
୧୪ ଅଗଷ୍ଟ ୨୦୧୫
କଥାଚିତ୍ରର ସମୟ
୧୧୪ ମିନିଟ୍
ଦେଶଭାରତ
ଭାଷାହିନ୍ଦୀ

ଗୌରହରି ଦାସ୍ତାଁ - ଦ ଫ୍ରିଡମ୍ ଫାଇଲ୍, ୨୦୧୫ ମସିହାରେ ମୁକ୍ତିଲାଭ କରିଥିବା ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଗୌର ହରି ଦାସଙ୍କ ଆତ୍ମଜୀବନୀ ଉପରେ ଆଧାରିତ ଏକ ଚଳଚ୍ଚିତ୍ର ।[୧] ଏହି ଚଳଚ୍ଚିତ୍ରଟିର ପ୍ରଯୋଜନା କରିଥିଲେ ବିନ୍ଦିୟା ଖନୋଲକର ଓ ସଚିନ ଖନୋଲକର । ସି. ପି. ସୁରେନ୍ଦ୍ରନ୍ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଅନନ୍ତ ମହାଦେବନ୍ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ବିନୟ ପାଠକ, କୋଙ୍କଣା ସେନ ଶର୍ମା, ରଣବୀର ଶୋରେ, ତନିସ୍ତା ଚାଟାର୍ଜୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ପ୍ରମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।[୨] ଏହି କଥାଚିତ୍ରଟିର ପୃଷ୍ଠଭୂମି ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ଗୌରହରି ଦାସଙ୍କ ଆତ୍ମଜୀବନୀ ଉପରେ ଆଧାରିତ ।

ଏହି କଥାଚିତ୍ରଟିର ୨୦୧୫ ମସିହା ଅଗଷ୍ଟ ୧୪ ତାରିଖରେ ମୁକ୍ତିଲାଭ କରିଥିଲା ଏବଂ ଚଳଚ୍ଚିତ୍ରଟିକୁ ସମୀକ୍ଷକମାନେ ପସନ୍ଦ କରିବାସ‌ହ ମତାମତ ମଧ୍ୟ ଭଲ ରହିଥିଲା ।[୩]


ପୃଷ୍ଠଭୂମି[ସମ୍ପାଦନା]

ଗୌରହରି ଦାସ୍ତାଁ ହେଉଛି ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ ଗୌରହରି ଦାସଙ୍କର ଜୀବନୀ, ଯିଏକି ଦୀର୍ଘ ୩୨ ବର୍ଷ ଧରି ସଂଗ୍ରାମ ଚଳାଇଥିଲେ । ସେ ତାଙ୍କର ଦେଶଭକ୍ତି ପାଇଁ ନିଜ ସରକାର ବିରୁଦ୍ଧରେ ଏହି ଆନ୍ଦୋଳନ ଚଳାଇଥିଲେ । ସେ ନିଜକୁ ଜଣେ ସ୍ୱାଧୀନତା ସଂଗ୍ରାମୀ ଭାବରେ ପରିଚିତ କରାଇବାକୁ ଆବଶ୍ୟକ କରୁଥିବା ପ୍ରମାଣପତ୍ର ପାଇଁ ଏହି ଆନ୍ଦୋଳନ କରିଥିଲେ, ଯାହା ପାଇଁ ତାଙ୍କୁ ୩୦ ବର୍ଷ ସମୟ ଲାଗିଯାଇଥିଲା । ୮୪ ବର୍ଷ ବୟସରେ ଶେଷରେ ସେ ଏହି ସଂଗ୍ରାମରେ ବିଜୟଲାଭ କରିଥିଲେ ।[୪]

ଅଭିନୟ[ସମ୍ପାଦନା]

  • ବିନୟ ପାଠକ - ଗୌରହରି ଦାସ
  • କୋଙ୍କଣା ସେନ ଶର୍ମା - ଲକ୍ଷ୍ମୀ ଦାସ
  • ରଣବୀର ଶୋରେ - ରାଜୀବ ସିଂଘଳ
  • ତନିସ୍ତା ଚାଟାର୍ଜୀ - ଅନୀତା
  • ବିକ୍ରମ ଗୋଖଲେ - ମୁଖ୍ୟ ମନ୍ତ୍ରୀ
  • ବିପିନ ଶର୍ମା - ଆହିରକର
  • ରଜତ କପୁର - ମୋହନ ଯୋଶୀ
  • ସୌରଭ ଶୁକ୍ଳା - ସ୍ୱାଧୀନତା ସଂଗ୍ରାମର ସ୍ୱତନ୍ତ୍ର ସମ୍ପାଦକ
  • ନେହା ପେଣ୍ଡ୍‌ସେ - ନେହା ଦାସ
  • ଅଶ୍ରାଣୀ - ଖଦି କମିଶନ ବସ୍
  • ପରୀକ୍ଷିତ ସାହାଣୀ - କଲେଜ ଅଧକ୍ଷ
  • ମୁରଲୀ ଶର୍ମା - ଗୋଡ୍‌ବୋଲେ
  • ବିଜୁ ଖୋଟେ
  • ଜ୍ୟାକି ଶ୍ରଫ୍
  • ଅଶୋକ ବନ୍ତିଆ - ହରି ଦାସ (ଗୌରହରି ଦାସଙ୍କ ବାପା)
  • ବାହୁଲ ବୋହରା - ରାଜୀବ ମିତ୍ର
  • ବିନୟ ଆପ୍ଟେ - ବିଧାୟକ
  • ସିଦ୍ଧାର୍ଥ ଯାଦବ
  • ନୀନା କୁଲ୍‌କରଣୀ - ଶ୍ରମତୀ ଆପ୍ଟେ
  • ଭରତ ଡାଭୋଲକର - କମାଣ୍ଡୋ ୧
  • ଉପେନ୍ଦ୍ର ଲିମାୟେ - ଜେଲର୍
  • ସୁରେନ୍ଦ୍ର ରଞ୍ଜନ - ଗାନ୍ଧିଜୀ
  • ସନ୍ଦୀପ କୁଲ୍‌କରଣୀ - ଗୃହମନ୍ତ୍ରୀ
  • ସୁହାସ ପାଲଶୀକର - ପ୍ରଥମ ଗାନ୍ଧୀବାଦି
  • କିଶୋର ପ୍ରଧାନ - ଅବସରପ୍ରାପ୍ତ ଡାକ କର୍ମଚାରୀ
  • ଗଣେଶ ଯାଦବ
  • ଅଚିନ୍ତ କୌର
  • ଅନନ୍ତ ମହାଦେବନ୍
  • ଦୀପକ ସାତସୁଲେ - ଆଲୋକ
  • ବିଦ୍ୟା ମାଲବଡ଼େ - ତନ୍‌ଭି
  • ଛାୟା କଦମ୍ - ଖଦି କମିଶନ୍
  • ଖୁସ୍‌ବୋ - ରାଜୀବର ସ୍ତ୍ରୀ
  • ସତିଶ ପୁଲକର
  • ପ୍ରଦୀପ ହାଲ୍‌ଦାଙ୍କର
  • ଗେରୀ ରିଚଡ୍‌ସନ୍ - ବ୍ରିଟିଶ୍ ଶିକ୍ଷକ
  • ସୁନୀଲ ସିନ୍ଧେ

ଗୀତ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Gour Hari Das Interview
  2. Cast & Crew List
  3. Review by The Hindu
  4. "Official Website". Archived from the original on 2015-10-13. Retrieved 2018-10-15.

ବାହାର ଆଧାର[ସମ୍ପାଦନା]