ଗୋପୀନାଥ ଭୋଇ
ଗୋପୀନାଥ ଭୋଇ | |
|---|---|
| ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୫୭ – ୧୯୬୧ | |
| ପୂର୍ବ ଅଧିକାରୀ | ଜୟକୃଷ୍ଣ ମହାନ୍ତି |
| ପର ଅଧିକାରୀ | ରାମଚନ୍ଦ୍ର ପଟ୍ଟନାୟକ |
| ନିର୍ବାଚନ ମଣ୍ଡଳୀ | ପିପିଲି |
| ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୬୧ – ୧୯୬୭ | |
| ପର ଅଧିକାରୀ | ହରିହର ଭୋଇ |
| ନିର୍ବାଚନ ମଣ୍ଡଳୀ | ବାଲିପାଟଣା |
| ବିଧାୟକ: ୬ଷ୍ଠ, ୭ମ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୭୪ – ୧୯୮୦ | |
| ପୂର୍ବ ଅଧିକାରୀ | ବସନ୍ତ ବେହେରା |
| ପର ଅଧିକାରୀ | ବସନ୍ତ ବେହେରା |
| ନିର୍ବାଚନ ମଣ୍ଡଳୀ | ବାଲିପାଟଣା |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ଜୁଲାଇ ୨୮, ୧୯୨୮ |
| ମୃତ୍ୟୁ | ୯ ଫେବୃଆରୀ ୨୦୧୨ (ବୟସ ୮୩) |
| ନାଗରିକତା | ଭାରତୀୟ |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
| ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଜନତା ପାର୍ଟି, ଉତ୍କଳ କଂଗ୍ରେସ |
| ଜୀବନ ସାଥୀ | ଆଶାଲତା ଦେଇ |
| ବାପା/ବୋଉ | ଭୀମ ଭୋଇ (ବାପା) |
| ବୃତ୍ତି | ରାଜନୀତିଜ୍ଞ |
ଗୋପୀନାଥ ଭୋଇ (୨୮ ଜୁଲାଇ ୧୯୨୮ - ୯ ଫେବୃଆରୀ ୨୦୧୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସ, ଜନତା ପାର୍ଟି ଓ ଉତ୍କଳ କଂଗ୍ରେସ ଭଳି ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ଗୋପୀନାଥ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରିଥର କାର୍ଯ୍ୟ କରିଥିଲେ । ୧୯୫୭, ୧୯୬୧, ୧୯୭୪ ଓ ୧୯୭୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ପିପିଲି ଓ ବାଲିପାଟଣା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୨ୟ, ୩ୟ, ୬ଷ୍ଠ ଓ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ଗୋପୀନାଥ ଭୋଇ ୧୯୨୮ ମସିହାର ଜୁଲାଇ ମାସ ୨୮ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ଭୀମ ଭୋଇ ଓ ପତ୍ନୀଙ୍କ ନାମ ଆଶାଲତା ଦେଇ ।[୧] ଗୋପୀନାଥଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ଇଣ୍ଟରମିଡିଏଟ୍ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଗୋପୀନାଥ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସ, ଜନତା ପାର୍ଟି ଓ ଉତ୍କଳ କଂଗ୍ରେସ ଭଳି ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ ।[୧] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରିଥର କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ଗୋପୀନାଥ ଭୋଇ ୨୦୧୨ ମସିହାର ଫେବୃଆରୀ ମାସ ୯ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା ।